Jul 28, 2026

 

Here is the transcribed text from the provided pages of the PDF, written in Odia as in the document:

​ଷଷ୍ଠ ଶତାବ୍ଦୀର ଧର୍ମସଂସ୍କାର ଆନ୍ଦୋଳନ : ଜୈନ ଓ ବୌଦ୍ଧଧର୍ମର ନୀତିର ମୂଲ୍ୟାୟନ ଓ ଭାରତୀୟ ସଂସ୍କୃତିକୁ ଅବଦାନ

​ପରବର୍ତ୍ତୀ ବୈଦିକ ଯୁଗର ପ୍ରଭାବ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବଳବତ୍ତର ରହିଥିଲା । ଏହି ସମୟରେ କାଶୀ, କୋଶଳ, ଅଙ୍ଗ, ମଗଧ, ମତ୍ସ୍ୟ ଆଦି ଷୋଡ଼ଶ ମହାଜନପଦ (ରାଜ୍ୟ)ର ଉତ୍‌ଥାନ ଘଟିଥିଲା । ସମାଜର ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଏବଂ ବୈଦିକ କର୍ମକାଣ୍ଡର ଜଟିଳତା କାୟା ବିସ୍ତାର କରିବାରେ ଲାଗିଥିଲା । ଯଜ୍ଞ, ପଶୁବଳି ଏବଂ ବ୍ୟୟବହୁଳ ପୂଜା ପଦ୍ଧତି ଆଦି ସମାଜକୁ ଗ୍ରାସ କରିଥିଲା । ଫଳରେ ବୈଶ୍ୟ, ଶୂଦ୍ର ତଥା ଅସ୍ପୃଶ୍ୟମାନଙ୍କର ସ୍ଥାନ ସମାଜରେ ଅତି ନ୍ୟୁନ ହୋଇପଡ଼ିଥିଲା । ତେଣୁ ବ୍ରାହ୍ମଣଧର୍ମର ବିରୋଧାଭାସ ଭାବେ ଜୈନଧର୍ମ ଏବଂ ବୌଦ୍ଧ ଧର୍ମର ଉତ୍‌ଥାନ ଘଟିଥିଲା । ଏହି ଧର୍ମଦ୍ୱୟର ନୀତି ଏବଂ ପ୍ରଭାବ ଭାରତ ଇତିହାସକୁ ଋଦ୍ଧିମନ୍ତ କରିଥିଲା ।

​ଜୈନଧର୍ମ

​ବ୍ରାହ୍ମଣଧର୍ମକୁ ପ୍ରଥମେ ଶକ୍ତ ଧକ୍‌କା ଦେଇଥୁଲା ଜୈନଧର୍ମ । ସମସ୍ତ ଇନ୍ଦ୍ରିୟକୁ ଜୟ କରିବା ପାଇଁ ଜିନତ୍ଵ ପ୍ରାପ୍ତି କରୁଥିବା ବ୍ୟକ୍ତି ଜୈନ ନାମରେ ପରିଚିତ । ଜୈନଧର୍ମ କେବଳ ଜଣଙ୍କ ଦ୍ବାରା ପ୍ରଚାରିତ ହୋଇ ନ ଥିଲା । ଏହି ଧର୍ମ ୨୪ଟି ‘ତୀର୍ଥଙ୍କର’ଙ୍କ ଦ୍ବାରା ପରିପୁଷ୍ଟ ହୋଇଥିଲା । ଜୈନଧର୍ମର ପ୍ରବର୍ଭକ ପ୍ରଥମ ତୀର୍ଥଙ୍କର ଋଷଭନାଥ (ଆଦିନାଥ)ଙ୍କ ଠାରୁ ଆରମ୍ଭ କରି ନେମିନାଥଙ୍କ ପର୍ଯ୍ୟନ୍ତ (୨୨ତମ ତୀର୍ଥଙ୍କର) କାହାରି ସମ୍ବନ୍ଧରେ ଐତିହାସିକ ଉପାଦାନ ମିଳି ନଥାଏ । ମାତ୍ର ତ୍ରୟୋବିଂଶ ତୀର୍ଥଙ୍କର ପାର୍ଶ୍ଵନାଥ ଜୈନଧର୍ମକୁ ସାକାର ରୂପରେଖ ପ୍ରଦାନ କରିଥିଲେ । ସେ ଅହିଂସା, ସତ୍ୟ, ଆସ୍ତେୟ, ଏବଂ ଅପରିଗ୍ରହ ଏହି ଚାରି ମହାସତ୍ୟ ପ୍ରକାଶ କରିଥିଲେ ଯାହା ‘ଚତୁର୍ଯାମ ଧର୍ମ’ ନାମରେ ବିଖ୍ୟାତ ।

​ବର୍ଦ୍ଧମାନ ମହାବୀରଙ୍କ ଜୀବନୀ :

​ବର୍ଦ୍ଧମାନ ମହାବୀର ଜୈନଧର୍ମର ଚତୁର୍ବିଂଶ ବା ଶେଷ ତୀର୍ଥଙ୍କର । ଜୈନଧର୍ମକୁ ଏକ ସ୍ୱୟଂ ସମ୍ପୂର୍ଣ ଧର୍ମରେ ପରିଣତ କରି ତା'ର ପ୍ରଚାର ଏବଂ ପ୍ରସାର ପାଇଁ ମହାବୀର ନିଜକୁ ନିୟୋଜିତ କରିଥିଲେ । ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଏବଂ ବେଦକୁ ସେ ଅସ୍ୱୀକାର କରିଥିଲେ । ତାଙ୍କର ବାଣୀ ସର୍ବଜନାଦୃତ ହୋଇ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଦେଖାଦେଇଥିବା ଧାର୍ମିକ ଜଟିଳତାର ସମାଧାନ କରିଥିଲା ।

​ବର୍ଷମାନ ମହାବୀର ଖ୍ରୀ.ପୂ. ୫୪୦ (ମତାନ୍ତର ଖ୍ରୀ.ପୂ. ୫୯୯)ରେ ଉତ୍ତର ବିହାର ଅନ୍ତର୍ଗତ ବୈଶାଳୀ ନିକଟସ୍ଥ କୁନ୍ଦଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସିଦ୍ଧାର୍ଥ ଜ୍ଞାତ୍ରିକ (ନାଟ) ମାନଙ୍କର ମୁଖ୍ୟ ରୂପେ ବିଦିତ ଥିଲେ । ତାଙ୍କ ମାତା ତ୍ରିଶଳା ଥିଲେ ପ୍ରଭାବଶାଳୀ ଲିଚ୍ଛାବୀ ରାଜା ଚେତକଙ୍କର ଭଗ୍ନୀ । ଜନଶ୍ରୁତି ଅନୁସାରେ ଦେବାନନ୍ଦାଙ୍କ ଗର୍ଭରୁ ଗର୍ଭ ହରଣ କରାଯାଇ ତ୍ରିଶଳାଙ୍କ ଗର୍ଭରେ ରୋପଣ କରାଯାଇଥିଲା । ମଥୁରାର ଏକ ଜୈନ ସ୍ଥାପତ୍ୟ ଏହି ଦୃଶ୍ୟ ପ୍ରଦର୍ଶନ କରିଥାଏ । ମହାବୀରଙ୍କ ପ୍ରକୃତ ନାମ ଥିଲା ବର୍ଦ୍ଧମାନ । ସମୟ କ୍ରମେ ସେ ମହାବୀର ନାମରେ ପ୍ରସିଦ୍ଧି ଲାଭ କରିଥିଲେ । ଜୈନଧର୍ମଗ୍ରନ୍ଥ ମଧ୍ୟ ତାଙ୍କୁ ‘ନଟପୁତ୍ର’ (ନାୟପୁତ୍ତ) ଭାବେ ବର୍ଣନା କରିଥାଏ । ସେ ମଧ୍ୟ ‘କାଷଭ’ (କାଶ୍ୟପ ଗୋତ୍ର) ତଥା ‘ବେଶାଳୀ’ (ବୈଶାଳୀ ଜନ୍ମସ୍ଥାନ) ରୂପେ ପରିଚିତ ।

​ବାଲ୍ୟକାଳରେ ମହାବୀର ରାଜକୀୟ ପ୍ରାଚୁର୍ଯ୍ୟ ମଧ୍ୟରେ ପରିପାଳିତ ହୋଇଥିଲେ । ଉପଯୁକ୍ତ ସମୟରେ ତାଙ୍କୁ ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ଯୁଦ୍ଧବିଦ୍ୟା ତଥା ରାଜ୍ୟଶାସନ ଇତ୍ୟାଦି ଶିକ୍ଷା ପ୍ରଦାନ କରାଯାଇଥିଲା । ଉପଯୁକ୍ତ ସମୟରେ ତାଙ୍କୁ ଜଣେ ରୂପବତୀ ତରୁଣୀ ଯଶୋଦାଙ୍କୁ ବିବାହ କରାଇ ଦିଆଯାଇଥିଲା । ବର୍ଦ୍ଧମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ଥିଲା । ଯଶୋଦାଙ୍କଠାରୁ ଏକ କନ୍ୟା ଜାତ ହୋଇଥିଲା । ତାଙ୍କ ନାମ ଥିଲା ଅନୋଜ୍ଜା ବା ପ୍ରିୟଦର୍ଶିନୀ । ବୈବାହିକ ଜୀବନ ଆନନ୍ଦରେ ଅତିବାହିତ କରୁଥିଲେ ମଧ୍ୟ ବର୍ଦ୍ଧମାନ ସର୍ବଦା ଚିନ୍ତାଶୀଳ ରହୁଥିଲେ । ସଂସାରର ଭୋଗ, ବିଳାସ, ବ୍ୟସନ ଇତ୍ୟାଦି ତାଙ୍କୁ ଶାନ୍ତି ପ୍ରଦାନ କରିବାକୁ ସମର୍ଥ ହେଲା ନାହିଁ । ପିତା ସିଦ୍ଧାର୍ଥ ଏବଂ ମାତା ତ୍ରିଶଳାଙ୍କ ମୃତ୍ୟୁ ତାଙ୍କ ମନରେ ଗଭୀର ରେଖାପାତ କଲା । ସଂସାରର କ୍ଷଣଭଙ୍ଗୁରତା ସମ୍ପର୍କରେ ସେ ସଚେତନ ହେଲେ । ଜନ୍ମ-ମୃତ୍ୟୁରୁ ମୁକ୍ତି ଲାଭ କରିବା ପାଇଁ ସେ ବ୍ୟାକୁଳ ହୋଇଉଠିଲେ ଏବଂ ୩୦ ବର୍ଷ ବୟସରେ ଗୃହତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ ।

​ସନ୍ନ୍ୟାସ ଜୀବନ :

​କୁନ୍ଦଗ୍ରାମ ତ୍ୟାଗ କରିବା ପରେ ପରେ ମହାବୀର ଦୀର୍ଘ ବାରବର୍ଷ ଧରି ସନ୍ନ୍ୟାସୀ ଜୀବନ ଯାପନ କରିଥିଲେ । ଶେଷରେ ଦିଗମ୍ବର (ବସ୍ତ୍ରଶୂନ୍ୟ) ହୋଇ ଭାରତର ବିଭିନ୍ନ ସ୍ଥାନରେ ଜଣେ ସନ୍ନ୍ୟାସୀ ରୂପେ ଭ୍ରମଣ କରିଥିଲେ । ଏହି ଭ୍ରମଣ ସମୟରେ ପର୍ବତ, ଅରଣ୍ୟ, ପଥପ୍ରାନ୍ତ, ବୃକ୍ଷମୂଳ, ନଦୀତୀର ଇତ୍ୟାଦି ସ୍ଥାନରେ ଦିବସ ଅବା ରାତ୍ରିରେ ସେ ଧ୍ୟାନମଗ୍ନ ରହୁଥିଲେ । ଏହିପରି ଭ୍ରମଣ କରିବା ସମୟରେ ଲାଢ଼ (ବଙ୍ଗଦେଶର ରାଢ଼) ର କତିପୟ ଦୁଷ୍ଟ ବ୍ୟକ୍ତିଙ୍କ ଇଙ୍ଗିତରେ କୁକୁରମାନେ ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିଲେ । ଅନେକ ସ୍ଥାନରେ ତାଙ୍କର ଦିଗମ୍ବର ବେଶ ପାଇଁ ସେ ଲୋକମାନଙ୍କ ଦ୍ବାରା ଉପହାସର ପାତ୍ର ହୋଇଥିଲେ । ଅନେକ ସ୍ଥାନରେ ତାଙ୍କ ଉପରକୁ ଲୋକମାନେ ପଚାଫଳ, ଟେକା, ଖପରା, କାଷ୍ଠଖଣ୍ଡ ଇତ୍ୟାଦି ନିକ୍ଷେପ କରିଥିଲେ । ମହାବୀର ସେଥିପ୍ରତି ଦୃଷ୍ଟିପାତ ନକରି କଠୋର ତପସ୍ୟାରେ ମଗ୍ନ ରହିଥିଲେ ।

​ଏହିଭଳି ଭାବରେ ଦୀର୍ଘ ବାରବର୍ଷ କଠୋର ଆତ୍ମସଂଯମରେ ବିନିଯୋଗ କରି ମହାବୀର ୪୨ ବର୍ଷରେ ବୈଶାଖ ମାସ ଶୁକ୍ଳ ଦଶମୀ ତିଥିରେ ଜୃମ୍ଭିକ ଗ୍ରାମ ନିକଟରେ ପ୍ରବାହିତ ରିଜୁପାଳିକା ନଦୀ ତଟସ୍ଥ ଏକ ଶାଳବୃକ୍ଷ ମୂଳରେ ଧ୍ୟାନମଗ୍ନ ଥିଲାବେଳେ ଦିବ୍ୟଜ୍ଞାନ ‘କୈବଲ୍ୟ’ ପ୍ରାପ୍ତ ହୋଇଥିଲେ । ସେଥିପାଇଁ ସେ ‘କେବଳୀନ୍’ (ସର୍ବଜ୍ଞ, ସର୍ବଦ୍ରଷ୍ଟା) ରୂପେ ପରିଗଣିତ ହୋଇଥିଲେ । ସଂସାର ବନ୍ଧନକୁ ଛିନ୍ନ କରିଥିବାରୁ ସେ ‘ନିର୍ଗ୍ରନ୍ଥ’ ନାମରେ ସିଦ୍ଧ ହେଲେ । ସମସ୍ତ କାମନା, ବାସନା, ଆସକ୍ତି, ତଥା ଇନ୍ଦ୍ରିୟକୁ ଜୟ କରିଥିବାରୁ ‘ଜିନ’ ରୂପେ ବିଖ୍ୟାତ ହୋଇଥିଲେ ଏବଂ ତାଙ୍କ ଦ୍ଵାରା ପ୍ରଚାରିତ ଧର୍ମ ‘ଜୈନଧର୍ମ’ ନାମରେ ନାମିତ ହୋଇଥିଲା ।

​ଧର୍ମପ୍ରଚାର ଏବଂ ମୃତ୍ୟୁ :

​କୈବଲ୍ୟ ପ୍ରାପ୍ତି ପରେ ମହାବୀର ଜୈନଧର୍ମର ପ୍ରଚାର ପାଇଁ ତତ୍ପର ହୋଇପଡ଼ିଥିଲେ । ସର୍ବପ୍ରଥମେ ମଗଧର ପୁରାତନ ରାଜଧାନୀ ରାଜଗୃହ ସନ୍ନିକଟ ବିପୁଳାଚଳଠାରେ ସେ ନିଜର ଧର୍ମ ପ୍ରଚାର କରି ଏଗାର ଜଣ ବ୍ରାହ୍ମଣଙ୍କୁ ଜୈନଧର୍ମରେ ଦୀକ୍ଷିତ କରାଇଥିଲେ । ସେ କ୍ଷତ୍ରିୟ ହୋଇଥିବାରୁ କ୍ରମଶଃ ବିଭିନ୍ନ ରାଜ୍ୟରେ ରାଜାମାନେ ଏହି ଧର୍ମକୁ ଗ୍ରହଣ କରିବା ପାଇଁ ଆଗଭର ହୋଇଥିଲେ । ରାଜକର୍ମଚାରୀ ଏବଂ ମଗଧର ଅସଂଖ୍ୟ ପ୍ରଜା ଜୈନଧର୍ମରେ ଦୀକ୍ଷିତ ହୋଇଥିଲେ । ଅବନ୍ତୀର ରାଜା ଚଣ୍ଡ ପ୍ରଦ୍ୟୋତ ମଧ୍ୟ ଏହି ଧର୍ମ ଗ୍ରହଣ କରିଥିଲେ । ଦୀର୍ଘ ତିରିଶ ବର୍ଷ କାଳ ମଗଧ, ଅବନ୍ତୀ, ବୈଶାଳୀ, ଅଙ୍ଗ, ଚମ୍ପା, ମିଥିଳା, ଶ୍ରାବସ୍ତୀ ଇତ୍ୟାଦି ସ୍ଥାନମାନଙ୍କରେ ନିଜର ଧର୍ମମତ ପ୍ରଚାର କରି ବର୍ଦ୍ଧମାନ ମହାବୀର ଖ୍ରୀ.ପୂ. ୫୨୭ (ମତାନ୍ତରେ ଖ୍ରୀ.ପୂ. ୪୬୮)ରେ ୭୨ ବର୍ଷ ବୟସରେ ବିହାରର ପାବାଠାରେ ମୃତ୍ଯୁବରଣ କରିଥିଲେ । ଏହା ସହିତ ଏକ ଦିବ୍ୟ ଜୀବନର ଅବସାନ ଘଟିଥିଲା ।

​ତ୍ରିରତ୍ନ :

​ଜୈନଧର୍ମର ବାଣୀ ଏକ ଶୁଦ୍ଧପୂତ ଜୀବଯାପନ ନିମିତ୍ତ ବର୍ଦ୍ଧମାନ ମହାବୀର ତିନୋଟି ନୀତିର ଅବତାରଣା କରିଥିଲେ । ସେଗୁଡ଼ିକ ହେଲା—

  • ସମ୍ଯକ୍ ବିଶ୍ୱାସ (Proper faith)

  • ସମ୍ଯକ୍ ଜ୍ଞାନ (Proper knowledge)

  • ସମ୍ଯକ୍ ଚରିତ୍ର (Proper conduct)

​ମହାବୀରଙ୍କ ଏହି ତିନୋଟି ପବିତ୍ର ନୀତିକୁ ଜୈନଧର୍ମର ‘ତ୍ରିରତ୍ନ’ କୁହାଯାଏ । ଏହି ତିନୋଟି ନୀତି ଅବଲମ୍ବନ କଲେ ମଣିଷର ଚିତ୍ତ ଶୁଦ୍ଧି ହୋଇଥାଏ । ଏହା ଫଳରେ ସାଂସାରିକ ମାୟା, ମୋହ ତଥା ଭ୍ରମଜାଲରେ ମଣିଷ ପଡ଼େ ନାହିଁ । ମଣିଷର ଆତ୍ମାକୁ ସଦ୍‌ଗତି ମିଳିଥାଏ ଓ ଜନ୍ମମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇ ସେ ନିର୍ବାଣପ୍ରାପ୍ତ ହୋଇଥାଏ ।

​ପଞ୍ଚମହାବ୍ରତ :

​ଜୀବନକୁ ନୀତିମୟ କରିବା ପାଇଁ ମହାବୀର ପାଞ୍ଚଗୋଟି ଉପଦେଶ ପ୍ରଦାନ କରିଥିଲେ । ସେଗୁଡ଼ିକ ହେଲା-

  1. ଅହିଂସା – (ଜୀବପ୍ରତି ହିଂସା ଆଚରଣ କରନାହିଁ)

  1. ସତ୍ୟ – (ମିଥ୍ୟା ଆଚରଣ କରନାହିଁ)

  1. ଅସ୍ତେୟ (ଅଚୌର୍ଯ୍ୟ) – (ପରଦ୍ରବ୍ୟ ଚୋରି କର ନାହିଁ)

  1. ଅପରିଗ୍ରହ – (ପାର୍ଥିବ ବସ୍ତୁ ପ୍ରତି ଆସକ୍ତ ହୁଅନାହିଁ)

  1. ବ୍ରହ୍ମଚର୍ଯ୍ୟ – (ଆତ୍ମ-ସଂଯମ ଆଚରଣ କର)

​ମହାବୀରଙ୍କ ଏହି ଉପଦେଶ ଜୈନଧର୍ମରେ ‘ପଞ୍ଚମହାବ୍ରତ’ (Five vows) ନାମରେ ଖ୍ୟାତ । ପ୍ରଥମ ଚାରିଗୋଟି ଉପଦେଶ (ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ) ପାର୍ଶ୍ଵନାଥ ପ୍ରଦାନ କରିଥିଲାବେଳେ, ମହାବୀର ଶେଷ ବ୍ରତ (ବ୍ରହ୍ମଚର୍ଯ୍ୟ)ର ସ୍ରଷ୍ଟା ଥିଲେ । ଫଳରେ ପାର୍ଶ୍ଵନାଥଙ୍କ ଦ୍ବାରା ପ୍ରଚଳିତ ‘ଚତୁର୍ଯାମ ଧର୍ମ’ ମହାବୀରଙ୍କ ଦ୍ଵାରା ‘ପାଞ୍ଚର୍ଯାମ ଧର୍ମ’ରେ ପରିଗଣିତ ହୋଇଥିଲା ।

​ଜୀବତତ୍ତ୍ବ :

​ସମଗ୍ର ବିଶ୍ଵ ଦୁଇଗୋଟି ସ୍ଵୟଂ ଶାସିତ ଉପାଦାନ ଦ୍ବାରା ଗଠିତ ବୋଲି ବର୍ଦ୍ଧମାନ ମତବ୍ୟକ୍ତ କରିଥିଲେ । ସେ ଦୁଇଟି ହେଲା- ଜୀବ ଏବଂ ଅଜୀବ । ‘ଜୀବତତ୍ତ୍ୱ’ ଅନୁସାରେ ମଣିଷର ମୃତ୍ୟୁପରେ ସ୍ଥୂଳଶରୀରକୁ ବାଦ ଦେଇ ଯାହା ଛାୟା ଆକାରରେ ରହିଥାଏ ତାହା ହିଁ ଜୀବ । ଏହି ଜୀବଗୁଡ଼ିକ କାର୍ଯ୍ୟହୀନ ଅବସ୍ଥାରେ ରହିଥାନ୍ତି । ସେମାନଙ୍କର ଓଜନ ନାହିଁ । ସେମାନେ ଶୁଦ୍ଧ, ଗୁଣରହିତ, ମୃତ୍ୟୁହୀନ, ଅସଂଖ୍ୟ ଏବଂ ଶାଶ୍ଵତ । ବିଶ୍ଵର ଉପର ଭାଗରେ ସେମାନଙ୍କର ସ୍ଥିତି । ନିଜର ଆତ୍ମ-ବିକୃତି ଫଳରେ ସେମାନେ ଧରାବତରଣ କରନ୍ତି ଏବଂ ବିଭିନ୍ନ ଭୌତିକ ଶରୀର (Material Body) ଧାରଣ କରନ୍ତି ।

​ଅଜୀବତତ୍ତ୍ବ :

​ବର୍ଦ୍ଧମାନଙ୍କ ପ୍ରଚାରିତ ‘ଅଜୀବ ତତ୍ତ୍ୱ’ ମଧ୍ୟ ଅତ୍ୟନ୍ତ ରୋମାଞ୍ଚକର । ଏହି ଅଜୀବ ତତ୍ତ୍ଵ ପାଞ୍ଚୋଟି ଉପାଦାନକୁ ନେଇ ଗଠିତ । ସେଗୁଡ଼ିକ ହେଲା – ଧର୍ମ, ଅଧର୍ମ, କାଳ, ଆକାଶ ଏବଂ ପୁଦ୍‌ଗଳ । ‘ଧର୍ମ’ ଗତିର ନିୟମ ହିସାବରେ ପରିଗଣିତ ହେଉଥିବାବେଳେ ‘ଅଧର୍ମ’ ସ୍ଥାଣୁତ୍ୱକୁ ପରିଚାଳିତ କରାଉଥିଲା । ‘କାଳ’ ଥିଲା ସମୟର ନିୟନ୍ତ୍ରକ । ‘ଆକାଶ’ ଶୂନ୍ୟତାର ପରିଚାୟକ ଥିଲାବେଳେ ‘ପୁଦ୍‌ଗଳ’ ବସ୍ତୁର ନିୟମ ନିର୍ଦ୍ଧାରଣ କରୁଥିଲା ।

​କର୍ମଶରୀର :

​ମହାବୀରଙ୍କର ମତରେ ‘କର୍ମଶରୀର’ ପୁଦ୍‌ଗଳିକ କର୍ମ ଦ୍ୱାରା ଗଠିତ ହୋଇଥାଏ । ସେ ଆଠ ପ୍ରକାର ପୁଦ୍‌ଗଳିକ କର୍ମର ଅବତାରଣା କରିଥିଲେ । ସେଗୁଡ଼ିକ ହେଲା- ଜ୍ଞାନାବରଣୀୟ, ଦର୍ଶନାବରଣୀୟ, ମୋହନୀୟ, ବେଦନୀୟ, ଆୟୁଷ୍କ, ନାମ, ଗୋତ୍ର ଏବଂ ଅନ୍ତରାୟ । ମଣିଷର ସ୍ଥୂଳ ଶରୀର ଏହି ପୁଦ୍‌ଗଳିକ କର୍ମର ସମ୍ମିଶ୍ରଣରେ ଗଠିତ ହୋଇଥାଏ; ଯାହା ବିଭିନ୍ନ ଆକାର ଏବଂ ଜ୍ଞାନ ଦ୍ଵାରା ଆବଦ୍ଧ ହୋଇଥାଏ । ଏହି ସ୍ଥୂଳ ଶରୀରଗୁଡ଼ିକର ସମାହାରରେ ବିଶ୍ୱ ଗଠିତ ହୋଇଥାଏ । ଜନ୍ମ-ମରଣର ଏହି ସୀମାହୀନ ଚକ୍ର ହିଁ ବିଶ୍ଵ ସୃଷ୍ଟିର ମୂଳ ଉପାଦାନ ।

​ଆତ୍ମା :

​ଜୀବତତ୍ତ୍ୱ ଏବଂ ଅଜୀବତତ୍ତ୍ଵରୁ ଆତ୍ମା (Soul) ସମ୍ପର୍କରେ ସମ୍ୟକ୍ ଧାରଣା ଜାତ ହୋଇଥାଏ । ଆତ୍ମା ହେଉଛି ଜୀବର ଆଧାର । ଏହା ପଦାର୍ଥ (Matter) ସଂସ୍ପର୍ଶରେ ଆସିବା ଫଳରେ ସଂସର୍ଗ ହେତୁ ଦୁଃଖ ଭୋଗ କରିଥାଏ । ଫଳରେ ଜୀବ ଆତ୍ମାକୁ ବହନ କରି ବାରମ୍ବାର ଜନ୍ମଲାଭ କରିଥାଏ । ଆତ୍ମାର ମୂଳ ଲକ୍ଷ ହେଉଛି କର୍ମ ବନ୍ଧନରୁ ମଣିଷକୁ ମୁକ୍ତ କରାଇବା । ଏଣୁ କେବଳ ଜ୍ଞାନ ଏବଂ ଧ୍ୟାନ ଦ୍ଵାରା ମଣିଷ ଏହା ଲାଭ କରିବାକୁ ସକ୍ଷମ ହୋଇପାରିବ ।

​କର୍ମବନ୍ଧନ ଏବଂ ଆତ୍ମାର ଉର୍ଦ୍ଧ୍ବଗମନ :

​ମହାବୀରଙ୍କ ମତରେ ମଣିଷର କର୍ମ (Action) ତାହାର ଉଚ୍ଚ ଅଥବା ନୀଚ ଅବସ୍ଥା ପାଇଁ ଦାୟୀ । କର୍ମ ଆତ୍ମାକୁ ଘେରି ରହିଥାଏ ଏବଂ ଏହାକୁ ଏକ ନିର୍ଦ୍ଦିଷ୍ଟ ରୂପ ପ୍ରଦାନ କରିଥାଏ । ସୁକର୍ମ ମଣିଷକୁ ଉଚ୍ଚ ଅବସ୍ଥାକୁ ନେବାବେଳେ କୁକର୍ମ ତାହାକୁ ନୀଚ ସ୍ଥାନ ପ୍ରଦାନ କରିଥାଏ । ‘ପ୍ରବୃତ୍ତି’, ‘ଅଜ୍ଞତା’, ‘କାମନା’......ଇତ୍ୟାଦି ଦ୍ୱାରା ଆଚ୍ଛାଦିତ ହେବା ଫଳରେ ଆତ୍ମା ବନ୍ଧନ (Bondage) ଯୁକ୍ତ ହୋଇଥାଏ । ସୁକର୍ମ ଫଳରେ ଆତ୍ମା ଏହି ବନ୍ଧନରୁ କ୍ରମଶଃ ମୁକ୍ତ ହୋଇଥାଏ ଏବଂ ସର୍ବଶେଷରେ ମଣିଷ ସବୁତକ ସୁକର୍ମରେ ଲିପ୍ତ ହେଲେ ଆତ୍ମା କର୍ମବନ୍ଧନରୁ ମୁକ୍ତ ହୁଏ ଏବଂ ତାହାର ଉର୍ଦ୍ଧ୍ବ ଗମନ ହୋଇଥାଏ ।

​ମୋକ୍ଷ :

​ଆତ୍ମାର କର୍ମବନ୍ଧନରୁ ମୁକ୍ତିକୁ ଜୈନଧର୍ମରେ ‘ମୋକ୍ଷ’ କୁହାଯାଇଥାଏ । ପ୍ରତ୍ୟେକ ପଦାର୍ଥର ଦୁଇଟି ଅଂଶ ଅଛି- ଭୌତିକ ତଥା ଆତ୍ମିକ । ପ୍ରାଣୀ ଯେଉଁସବୁ କର୍ମ କରିଥାଏ, ତାହା ‘ଭୌତିକ ଅଂଶ’ । ଏହା ଅନ୍ଧକାର, ଅଶୁଦ୍ଧ ତଥା ବିନାଶକାରୀ ଅଟେ । ଅପର ପକ୍ଷରେ ‘ଆତ୍ମିକ ଅଂଶ’ ଆତ୍ମାକୁ ଆଲୋକିତ, ବିଶୁଦ୍ଧ ଏବଂ ଶାଶ୍ଵତ କରିଥାଏ । ଭୌତିକ ଅଂଶର ପ୍ରାବଲ୍ୟ ଫଳରେ ଆତ୍ମିକ ଅଂଶ ଅନ୍ଧାକାରାବୃତ ହୋଇଯାଏ । ଫଳରେ ଆତ୍ମାର ବାସ୍ତବ ସ୍ୱରୂପ ପ୍ରକଟିତ ହୋଇପାରେ ନାହିଁ । ଆତ୍ମା ସ୍ଵୟଂ ସ୍ଵରୂପରେ ପ୍ରକଟିତ ହେବାକୁ ‘ସିଦ୍ଧ ଶିଳା’ କୁହାଯାଏ । ଏହି ଅବସ୍ଥାରେ ଆତ୍ମା ଭୌତିକ ଅଂଶର କବଳରୁ ମୁକ୍ତି ଲାଭ କରି ବିଶୁଦ୍ଧ, ଜ୍ୟୋତିର୍ମୟ, ଅନନ୍ତ, ଅସୀମ ତଥା ଦିବ୍ୟରୂପରେ ପ୍ରକଟିତ ହୋଇଥାଏ । ମଣିଷ ସମସ୍ତ ଦୁଷ୍କର୍ମରୁ ମୁକ୍ତ ହେଲେ ତା'ର ଆତ୍ମା ଏହି ଅବସ୍ଥାରେ ଉପନୀତ ହୁଏ । ଫଳରେ ମନୁଷ୍ୟର ପୁନର୍ଜନ୍ମ ହୁଏ ନାହିଁ ଏବଂ ସେ ମୋକ୍ଷ ପ୍ରାପ୍ତ ହୋଇଥାଏ । ଶରୀର ଧାରଣ କରି ପୁନର୍ଜନ୍ମ ଲାଭ ନ କରିବା ହିଁ ମୋକ୍ଷ । କଠୋର ତପସ୍ୟା, ଆତ୍ମସଂଯମ, ଅନଶନଜନିତ ମୃତ୍ୟୁ ଦ୍ବାରା ହିଁ ଏହି ଅବସ୍ଥା ପ୍ରାପ୍ତ ହୋଇଥାଏ ।

​ସ୍ୟାଦ୍‌ବାଦ :

​ବର୍ଦ୍ଧମାନ ମହାବୀରଙ୍କ ଜୈନ ଦର୍ଶନ ‘ସ୍ୟାଦ୍‌ବାଦ’ ବା ‘ଅନେକାନ୍ତବାଦ’ (Theory of May be) ନାମରେ ନାମିତ । କୌଣସି ଗୋଟିଏ ପଦାର୍ଥ (ସ୍ୟାଦ) ସମ୍ପର୍କିତ ପ୍ରଶ୍ନ କେବଳ ଗୋଟିଏ ଉତ୍ତରରେ ସୀମାବଦ୍ଧ ନୁହେଁ ବୋଲି ମହାବୀର ମତବ୍ୟକ୍ତ କରିଥିଲେ । ଯଦି ପ୍ରଶ୍ନ ପଚରାଯାଏ- ଆତ୍ମା ଅଛି କି ? ଏହା ଗୋଟିଏ ନୁହେଁ, ସାତଗୋଟି ସମ୍ଭାବ୍ୟ ଉତ୍ତର ପ୍ରଦାନ କରିବ । ଯଥା-

  1. ​ପଦାର୍ଥଟି ଅଛି ।

  1. ​ପଦାର୍ଥଟି ନାହିଁ ।

  1. ​ପଦାର୍ଥଟି ଅଛି ଏବଂ ନାହିଁ ।

  1. ​ପଦାର୍ଥଟି ଅବର୍ଣ୍ଣନୀୟ ।

  1. ​ପଦାର୍ଥଟି ଅଛି ଏବଂ ଅବର୍ଣ୍ଣନୀୟ ।

  1. ​ପଦାର୍ଥଟି ନାହିଁ ଏବଂ ଅବର୍ଣନୀୟ ।

  1. ​ପଦାର୍ଥଟି ଅଛି, ନାହିଁ ଏବଂ ଅବର୍ଣନୀୟ ।

​ଏହି ସ୍ୟାଦ୍‌ବାଦ ଜୈନଧର୍ମର ମହତ୍ଵ ସମସାମୟିକ ସମାଜରେ ଖୁବ୍ ଭଲଭାବେ ପ୍ରତିପାଦନ କରିବାରେ ସମର୍ଥ ହୋଇଥିଲା । ଏହି ଭାବନା ତତ୍‌କାଳୀନ ପ୍ରଚାରିତ ଧର୍ମ ମଧ୍ଯରେ ଥିଲା ଅନନ୍ୟ ।

​କର୍ମବାଦ :

​ମହାବୀର ‘କର୍ମବାଦ’ର ପ୍ରବକ୍ତା ଥିଲେ । ତାଙ୍କ ମତରେ ମଣିଷ ହେଉଛି ନିଜେ ନିଜର ଭାଗ୍ୟବିଧାତା । ନିଜ କର୍ମ ଦ୍ବାରା ହିଁ ତା’ ସାଧନାର ସିଦ୍ଧି ମିଳିଥାଏ । ମଣିଷ କୁକର୍ମ କଲେ ତା’ର କୁଫଳ ତାକୁ ଭୋଗ କରିବାକୁ ପଡ଼ିଥାଏ । ସେ ସୁକର୍ମ କଲେ ତାହା ସାହାଯ୍ୟରେ ତାକୁ ସୁଫଳ ମିଳିଥାଏ ଏବଂ ଶେଷରେ ସେ ନିର୍ବାଣ ପ୍ରାପ୍ତ ହୋଇଥାଏ ।

​ଅହିଂସା :

​ମହାବୀର ଥିଲେ ଅହିଂସାର ପ୍ରବକ୍ତା । ତାଙ୍କର ବାଣୀ ଥିଲା ‘ଅହିଂସା ପରମୋ ଧର୍ମଃ’ । କାୟ-ମନ-ବାକ୍ୟରେ ସେ ଅହିଂସା ଆଚରଣ କରିବା ପାଇଁ ସମସ୍ତଙ୍କୁ ଉପଦେଶ ପ୍ରଦାନ କରିଥିଲେ । ତାଙ୍କ ମତରେ ଉଭୟ ଜଡ଼ ଏବଂ ଚେତନଙ୍କର ଜୀବନ ଅଛି । ସେମାନଙ୍କୁ ଆଘାତ କଲେ ସେମାନେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ତାଙ୍କ ମତରେ ଜଡ଼ ପଦାର୍ଥ ଯଥା- ଗଛ, ପଥର, ଜଳ, ମାଟି....ଇତ୍ୟାଦିକୁ ଆଘାତ କଲେ ସେମାନେ କଷ୍ଟ ପାଆନ୍ତି । ବସ୍ତୁତଃ ମନୁଷ୍ୟ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ଜଳ, ବୃକ୍ଷ, ମାଟି, ପଥର.... ସବୁ ଅହିଂସା ଆଚରଣ କରିବା ବିଧେୟ । ଜଳରେ ଥିବା କୀଟପତଙ୍ଗଙ୍କ ମୃତ୍ୟୁ ହେବା ଭୟରେ ଜୈନମାନେ ପାଣି ଛାଣି ପିଇଥାନ୍ତି । ଠିକ୍ ସେହିପରି କୀଟପତଙ୍ଗମାନେ ପଡ଼ି ପୋଡ଼ିଯିବେ ବୋଲି ଜୈନମାନେ ରାତିରେ ଦୀପ ଜାଳି ରନ୍ଧନ ଅଥବା ଶୟନ କରନ୍ତି ନାହିଁ । ସୁତରାଂ ରାତି ପାଇଁ ସେମାନେ ସନ୍ଧ୍ୟା ପୂର୍ବରୁ ଖାଦ୍ୟ ଖାଇଦେଇ ସାରିଥାନ୍ତି । ନିଶ୍ବାସ ନେବାବେଳେ ବାୟୁରେ ଥିବା କୀଟପତଙ୍ଗ ନାକ ଭିତରକୁ ଯାଇ ମରିଯିବା ଭୟରେ ଜୈନମାନେ ନାକରେ କନା ବାନ୍ଧିଥାନ୍ତି । ଏଥୁରୁ ଜଣାପଡ଼ିଥାଏ ଯେ ମହାବୀରଙ୍କ ଅହିଂସା ଅତ୍ୟନ୍ତ କଠୋର ଥିଲା ।

​ଈଶ୍ବରଙ୍କର ଅସ୍ତିତ୍ଵର ଅବମାନନା :

​ମହାବୀର ଈଶ୍ୱରଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରିଥିଲେ । ତାଙ୍କ ମତରେ ଈଶ୍ୱର ବୋଲି କେହି ନାହାନ୍ତି । ଅତଏବ ତାଙ୍କ ନିର୍ଦ୍ଦେଶରେ ସମସ୍ତ ପରିଚାଳିତ ହେଉଥିବା କଥା ମିଥ୍ୟା ବୋଲି ସେ ମତବ୍ୟକ୍ତ କରିଥିଲେ । ଅପରନ୍ତୁ, ସେ ମଣିଷ ଉପରେ ଗୁରୁତ୍ୱାରୋପ କରିଥିଲେ । ମଣିଷ ନିଜେ ଉନ୍ନତ ଆଧ୍ୟାତ୍ମିକ ଜୀବନଯାପନ କଲେ ନିର୍ବାଣ ଲାଭ କରିପାରିବ ବୋଲି ସେ ପରାମର୍ଶ ଦେଇଥିଲେ ।

​ବେଦକୁ ଅସ୍ବୀକାର :

​ବର୍ଦ୍ଧମାନ ମହାବୀର ବେଦକୁ ଅସ୍ୱୀକାର କରିଥିଲେ । ବୈଦିକ ବର୍ଣ୍ଣନା ତଥା ଆଚରଣ ସମ୍ପୂର୍ଣ୍ଣ ମିଥ୍ୟାଚାର ଉପରେ ପର୍ଯ୍ୟବସିତ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହା ସମାଜକୁ ଭୁଲ ଦିଗରେ ପରିଚାଳନା କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ । ଦେବା-ଦେବୀ, ଯାଗଯଜ୍ଞ ଇତ୍ୟାଦି ସମସ୍ତ କପୋଳକଳ୍ପିତ ଏବଂ ସମାଜକୁ ଉଦ୍‌ଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେ ଜନସାଧାରଣଙ୍କୁ ସୂଚାଇ ଦେଇଥିଲେ ।

​ବ୍ରାହ୍ମଣମାନଙ୍କ ପ୍ରାଧାନ୍ୟକୁ ଅସ୍ବୀକାର :

​ମହାବୀର ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟକୁ ଅସ୍ୱୀକାର କରିଥିଲେ । ସେମାନଙ୍କୁ ସେ ଭଣ୍ଡ, ମିଥ୍ୟାଚାରୀର ରୂପ ଦେଇ ବୈଦିକ କର୍ମକାଣ୍ଡ ତଥା ଯାଗଯଜ୍ଞ ଇତ୍ୟାଦିକୁ ଅବଲମ୍ବନ କରି ସେମାନେ ସମାଜକୁ ଶୋଷଣ କରୁଥିଲେ ବୋଲି ମତବ୍ୟକ୍ତ କରୁଥିଲେ । ବ୍ରାହ୍ମଣମାନଙ୍କ କବଳରୁ ସମାଜକୁ ମୁକ୍ତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ସମାଜରେ ସଂସ୍କାର ଆଣିବା ପାଇଁ ଏହି ଜୈନଧର୍ମ ଉଦ୍ଦିଷ୍ଟ ଥିଲା ବୋଲି ଜଣାଯାଏ । ଏହାର ସଂସ୍କାର ବିଭାବ ଧାର୍ମିକ ବା ଆଧ୍ୟାତ୍ମିକ ବିଭାବ ଠାରୁ ଅଧୁକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

​ମହାବୀର ଜୈନ ବୈଦିକ ଧର୍ମକୁ ଏକ ଶକ୍ତ ଧକ୍‌କା ଦେଇଥିଲେ । ନିଜର ବାଣୀ ମାଧ୍ୟମରେ ସେ ଲୋକମାନଙ୍କ ମଧ୍ୟରେ ଜୈନ ଧର୍ମର ପ୍ରଚାର କରିଥିଲେ । ତାଙ୍କର ବାଣୀ ଲୋକମାନଙ୍କୁ ବୈଦିକ କର୍ମକାଣ୍ଡ କବଳରୁ ମୁକ୍ତି କରି ଏକ ଶାନ୍ତ ତଥା ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥିଲା ।

​ଭାରତୀୟ ସଂସ୍କୃତିକୁ ଜୈନଧର୍ମର ଅବଦାନ

​ଜୈନଧର୍ମ କେବଳ ଭାରତର ଧାର୍ମିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ନ ଥିଲା; ପରନ୍ତୁ ଭାରତୀୟ ସଂସ୍କୃତିର ବିଭିନ୍ନ ବିଭାବକୁ ଏହି ଧର୍ମ ବହୁ ଭାବରେ ପ୍ରଭାବିତ କରିଥିଲା । ଭାରତୀୟ ସଂସ୍କୃତିକୁ ଏହା ପରିପୁଷ୍ଟ କରିଥିଲା । ଜୈନଧର୍ମର ଏହି ଅବଦାନ ଥିଲା ଅତୁଳନୀୟ । ଜୈନଧର୍ମର ଅବଦାନ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଅଛି ।

​ସାହିତ୍ୟ ଏବଂ ଆଞ୍ଚଳିକ ଭାଷା :

​ବର୍ଦ୍ଧମାନ ମହାବୀର ଅର୍ଦ୍ଧ ମାଗଧୀ ଭାଷାରେ ତାଙ୍କର ଧର୍ମବାଣୀ ପ୍ରଚାର କରିଥିଲେ । ଫଳରେ ‘ମାଗଧୀ’ ବା ‘ସୌରସେନୀ’ ଜାଣିଥିବା ବ୍ୟକ୍ତି ଏହା ବୁଝିପାରୁଥିଲେ । ପ୍ରାଥମିକ ଅବସ୍ଥାରେ ଏହି ଦୁଇ ଭାଷା ବହୁଳ ମାତ୍ରାରେ ପ୍ରଚାରିତ ହୋଇଥିଲା । ସମୟକ୍ରମେ ‘ପ୍ରାକୃତ’ ଭାଷାରେ ପ୍ରଭୂତ ପରିମାଣରେ ଜୈନଗ୍ରନ୍ଥ ରଚିତ ହୋଇଥିଲା । ଏହାପରେ ‘ଅପଭ୍ରଂଶ’ ଭାଷାରେ ରଚିତ ହୋଇଥିଲା ଅନେକ ଜୈନଗ୍ରନ୍ଥ । ତେଣୁ ବାସ୍ତବ କ୍ଷେତ୍ରରେ ବହୁ ଆଞ୍ଚଳିକ ଭାଷାକୁ ଉନ୍ନତ କରାଇଥିଲା ଜୈନଧର୍ମ । ‘ସଂସ୍କୃତ’ ଭାଷାରେ ମଧ୍ୟ ‘ଅଙ୍ଗ’, ‘ଉପାଙ୍ଗ’, ‘ଆଗମ’, ‘କଳ୍ପସୂତ୍ର’ ଇତ୍ୟାଦି ବୈଶିଷ୍ଟ୍ୟପୂର୍ଣ୍ଣ ଜୈନ ଗ୍ରନ୍ଥ ରଚିତ ହୋଇଥିଲା । ଧର୍ମ, ଦର୍ଶନ ତଥା ସାହିତ୍ୟକ୍ଷେତ୍ରରେ ଏ ସମସ୍ତ ଥିଲା ଅନବଦ୍ୟ ସୃଷ୍ଟି । ତେଣୁ ଭାରତବର୍ଷରେ ଆଞ୍ଚଳିକ ଭାଷା ସହିତ ସାହିତ୍ୟ କ୍ଷେତ୍ରରେ ଜୈନଧର୍ମର ଅବଦାନ ଥିଲା ଅତୁଳନୀୟ ।

​ରାଜନୈତିକ କ୍ଷେତ୍ରରେ ପ୍ରଭାବ :

​ଭାରତର ରାଜନୈତିକ କ୍ଷେତ୍ରରେ ଜୈନଧର୍ମ ବିପୁଳ ପରିବର୍ତନ ଆଣିଥିଲା । ବିଭିନ୍ନ ରାଜ୍ୟ ମଧ୍ୟରେ ଥିବା ପାରସ୍ପରିକ ହିଂସା ଏବଂ ଦ୍ବେଷକୁ ଏହା ବହୁ ପରିମାଣରେ ପ୍ରଶମିତ କରିଥିଲା । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ଜଣେ ପରାକ୍ରମଶାଳୀ ରାଜାଙ୍କୁ ଏହି ଧର୍ମ ଉଦାର କରି ‘ଚନ୍ଦ୍ରମୁନି’ରେ ପରିଗଣିତ କରିଥିଲା । କଳିଙ୍ଗ ଗୌରବ ମହାମେଘବାହନ ଐର ଖାରବେଳ ଶେଷରେ ଜଣେ ଉଦାର, ଧାର୍ମିକ ତଥା ଧର୍ମସହିଷ୍ଣୁତାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଏହି ଜୈନଧର୍ମ ଦ୍ଵାରା ହିଁ ପ୍ରଭାବିତ ହୋଇଥିଲେ । ଏହିଭଳି ଭାବରେ ଅନେକ ଦୃଷ୍ଟାନ୍ତ ଦିଆଯାଇପାରେ । ମୋଟ ଉପରେ ରାଜନ୍ୟବର୍ଗଙ୍କୁ ଏହି ଧର୍ମ ବହୁ ପରିମାଣରେ ଉଦାର ଓ ସହିଷ୍ଣୁ କରାଇଥିଲା ।

​ଅହିଂସା ପରମଧର୍ମର ପ୍ରବକ୍ତା :

​ମହାବୀର ଥିଲେ ଅହିଂସାର ଆଦ୍ୟ ପ୍ରବକ୍ତା । ଜଟିଳ ଯାଗଯଜ୍ଞ ଏବଂ ବୈଦିକ କର୍ମକାଣ୍ଡ ବିରୁଦ୍ଧରେ ସେ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ । ‘ଜୀବେଦୟା’ ଥିଲା ତାଙ୍କ ଧର୍ମର ଅନ୍ୟତମ ବାଣୀ । ସକଳ ସଜୀବ ଏବଂ ନିର୍ଜୀବ ଯେ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ କାହାରିକୁ କ୍ଳେଶ ଦେବା ଅନୁଚିତ ଏହା ମହାବୀର ପ୍ରଚାର କରିଥିଲେ । ପରବର୍ତ୍ତୀ ସମୟରେ ଭାରତ ତଥା ଭାରତ ବାହାରର ବହୁ ମନୀଷୀ ଏହି ଅହିଂସା ନୀତି ଦ୍ଵାରା ପ୍ରଭାବିତ ହୋଇଥିଲେ ।

​ସୁସ୍ଥ ସାମାଜିକ ପରମ୍ପରା ସୃଷ୍ଟି :

​ଜୈନଧର୍ମ ସୁସ୍ଥ ସାମାଜିକ ବାତାବରଣ ସୃଷ୍ଟି କରିବାରେ ପ୍ରଧାନ ଭୂମିକା ଗ୍ରହଣ କରିଥିଲା । ବୈଦିକ ଯୁଗରେ ଭାରତୀୟ ସମାଜ ଜାତିଭିତ୍ତିକ ଥିଲା ଏବଂ ସମାଜର ବୈଶ୍ୟ, ଶୂଦ୍ର ଇତ୍ୟାଦି ଜାତିର ଲୋକମାନେ ଉଚ୍ଚବଂଶୀୟ ଲୋକମାନଙ୍କ ଦ୍ବାରା ଉପେକ୍ଷିତ ହେଉଥିଲେ । ମାତ୍ର ଜୈନଧର୍ମ ଏହି କଳଙ୍କିତ ପରମ୍ପରାର ପୂର୍ଣ୍ଣଚ୍ଛେଦ ପକାଇଥିଲା । ଜାତି, ବର୍ଣ୍ଣ, ଜନ୍ମ ନିର୍ବିଶେଷରେ ସମସ୍ତେ ଏହି ଧର୍ମ ଗ୍ରହଣ କରିପାରୁଥିଲେ । ସାମାଜିକ ଅସ୍ପୃଶ୍ୟତାକୁ ଦୂରେଇଦେଇ ଏହି ଧର୍ମ ପରସ୍ପର ମଧ୍ୟରେ ଭ୍ରାତୃତ୍ୱର ବୀଜ ବପନ କରିଥିଲା ଏବଂ ସମାଜରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିଥିଲା ।

​ବଣିକ ଗୋଷ୍ଠୀର ଉତ୍‌ଥାନ :

​ଜୈନଧର୍ମ ପ୍ରଥମେ ବିଶେଷ କରି ବଣିକଗୋଷ୍ଠୀ ମଧ୍ୟରେ ଆଦୃତ ହେବାକୁ ଲାଗିଲା । ଫଳରେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ବର ଭାବ ବୃଦ୍ଧି ପାଇଲା । ସେମାନେ କ୍ରମଶଃ ନିଗମମାନ (Guilds) ଗଠନ କଲେ । ଏହି ନିଗମ ସାହାଯ୍ୟରେ ସେମାନେ ବାଣିଜ୍ୟ ବ୍ୟବସାୟକୁ ସୂଚାରୁ ରୂପେ ପରିଚାଳନା କଲେ ଏବଂ ସାମାଜିକ ପ୍ରତିଷ୍ଠା ମଧ୍ଯ ଲାଭ କଲେ । ପରବର୍ତ୍ତୀ ସମୟରେ ସେମାନେ କ୍ରମଶଃ ରାଜନ୍ୟବର୍ଗର ନିକଟତର ହେବାକୁ ଲାଗିଲେ । ପୂର୍ବରୁ ସମାଜରେ ସେମାନଙ୍କ ଯେଉଁ ସ୍ଥିତି ରହିଥିଲା ତା’ର ଉନ୍ନତି ଘଟିଲା ।

​ଭବିଷ୍ୟତ ଧର୍ମାନ୍ତରୀକରଣକୁ ରୋକିବାକୁ ପ୍ରଯତ୍ନ :

​ବୈଦିକ ଧର୍ମ ଜାଲରେ ଛନ୍ଦି ହୋଇ ସାଧାରଣ ମଣିଷ ଛଟପଟ ହେଉଥିଲା । ତା’ର ଜୀବନ ଦୁର୍ବିସହ ହୋଇ ପଡ଼ିଥିଲା । ଜୈନଧର୍ମ ସମାଜରୁ ଜାତିପ୍ରଥା ଦୂରେଇ ଦେବାର ପ୍ରୟାସ କରିବାରୁ ସମାଜର ଦଳିତ, ନିଷ୍ପେସିତ ଏବଂ ଅବହେଳିତ ମଣିଷ ଜୈନଧର୍ମରେ ଦୀକ୍ଷିତ ହେବାକୁ ଶ୍ରେୟସ୍କର ମନେକଲେ । ତାହା ହୋଇ ନ ଥିଲେ ପରବର୍ତ୍ତୀ ସମୟରେ ବ୍ରାହ୍ମଣମାନଙ୍କର ଦାଉ ସମ୍ଭାଳି ନ ପାରି ଏହି ମଣିଷମାନେ ଇସ୍‌ଲାମ୍ ବା ଅନ୍ୟ ଧର୍ମକୁ ଆଦରି ନେଇଥାନ୍ତେ । ଜୈନଧର୍ମ କଠୋରପନ୍ଥୀ ହିନ୍ଦୁମାନଙ୍କର ଆଖୁ ଖୋଲିଦେଇଥିଲା । ଫଳରେ ହିନ୍ଦୁଧର୍ମକୁ ସରଳ କରିବାରେ ଚେଷ୍ଟା ଅନ୍ୟ ସଂସ୍କାରକମାନେ କରିଥିଲେ ।

​ଦାନୀ ଏବଂ ପରୋପକାରୀ ହେବାପାଇଁ ପ୍ରେରଣା :

​ଜୈନଧର୍ମ ଲୋକମାନଙ୍କୁ ଦାନୀ ତଥା ପରୋପକାରୀ ହେବା ପାଇଁ ପ୍ରବର୍ତାଇ ଥିଲା । ଜୈନଧର୍ମକୁ ପ୍ରୋତ୍ସାହିତ କରୁଥିବା ରାଜାମାନେ ଜୈନ ସନ୍ନ୍ୟାସୀମାନଙ୍କ ନିମିତ୍ତ ପର୍ବତ ଖନନ କରି ଗୁମ୍ଫା ନିର୍ମାଣ (ଖାରବେଳଙ୍କ ଉଦାହରଣ), ଖାଦ୍ୟ ତଥା ବସ୍ତ୍ର ପ୍ରଦାନ ଇତ୍ୟାଦି କର୍ମ ସମ୍ପାଦନ କରୁଥିଲେ । ପରବର୍ତ୍ତୀ ସମୟରେ ଏହି କର୍ମ ଅନ୍ୟମାନଙ୍କ ଦ୍ଵାରା ଅନୁସୃତ ହୋଇଥିଲା । ଫଳରେ ଅନେକ ଦାତବ୍ୟ ଅନୁଷ୍ଠାନ ଲୋକମାନଙ୍କର ସାହାଯ୍ୟ ପାଇ ଗଢ଼ିଉଠିଲା ଏବଂ ସମାଜ କଲ୍ୟାଣ ନିମିତ୍ତ ଲୋକମାନଙ୍କୁ ଆଗ୍ରହୀ କରାଇଲା ।

​କଳା ସ୍ଥାପତ୍ୟର ସମୃଦ୍ଧି :

​ଜୈନଧର୍ମ ଭାରତବର୍ଷରେ କଳା ଓ ସ୍ଥାପତ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲା । ପ୍ରଥମାବସ୍ଥାରେ ଜୈନମାନେ ସ୍ତୂପ ତଥା ଗୁମ୍ଫା ଇତ୍ୟାଦି ନିର୍ମାଣ କରୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଜୈନତୀର୍ଥଙ୍କର ମୂର୍ତ୍ତିଗୁଡ଼ିକ ନିର୍ମାଣ କରିବାରେ ଲାଗିଲେ । ରାଜାମାନଙ୍କର ପୃଷ୍ଠପୋଷକତା ଲାଭ କରି ଜୈନକଳା ଓ ସ୍ଥାପତ୍ୟର ବିକାଶ ଘଟିଲା । ମଥୁରା, ବୁନ୍ଦେଲଖଣ୍ଡ ଏବଂ ମଧ୍ୟପ୍ରଦେଶର ଉତ୍ତର ଭାଗରେ ସୁନ୍ଦର ଜୈନମୂର୍ତ୍ତିମାନ ମିଳିଥାନ୍ତି । କର୍ଣାଟକରେ ଶ୍ରବଣବେଲଗୋଲାଠାରେ ଅବସ୍ଥିତ ଗୋମତେଶ୍ଵର ନାମକ ବାହୁବଳିଙ୍କ ମୂର୍ତ୍ତି ଜୈନ ସ୍ଥାପତ୍ୟର ଜ୍ଵଳନ୍ତ ନିଦର୍ଶନ । ଭୁବନେଶ୍ବରର ଉଦୟଗିରି, ମଧ୍ୟପ୍ରଦେଶ, ଏଲୋରା ଏବଂ ମହାରାଷ୍ଟ୍ରର ଜୈନଗୁମ୍ଫାସମୂହ ଜୈନକଳାର ଅନନ୍ୟ ନିଦର୍ଶନ । ବିହାରର ପାର୍ଶ୍ଵନାଥ ପର୍ବତ, ପାବାପୁରୀ ଏବଂ ରାଜଗିରି; କାଥିଆୱାଡ଼ର ଗିରନାର ଏବଂ ପାଲିତାନା; ରାଜସ୍ଥାନର ଆବୁପର୍ବତରେ ଦିଲୱାଡ଼ା; ଓଡ଼ିଶାର ଖଣ୍ଡଗିରି ଏବଂ ଉଦୟଗିରି ଇତ୍ୟାଦି ଜୈନ ଧର୍ମକ୍ଷେତ୍ର ରୂପେ ଅଭିହିତ । ଦିଲୱାଡ଼ାର ଜୈନ ମନ୍ଦିରର କାରୁକାର୍ଯ୍ୟ ବିଶ୍ଵକୁ ବିସ୍ମିତ କରିଥାଏ ।

​ବାସ୍ତବିକ ମହାବୀରଙ୍କ ପ୍ରଚାରିତ ଜୈନଧର୍ମ ପ୍ରଥମ ଥର ପାଇଁ ବ୍ରାହ୍ମଣ୍ୟଧର୍ମ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲା । ମହାବୀରଙ୍କ ତ୍ୟାଗପୂତ ଜୀବନ ଏବଂ ଧର୍ମବାଣୀ ତାଙ୍କ ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିଥିଲା । ରାଜାମାନଙ୍କର ପୃଷ୍ଠପୋଷକତା ଲାଭକରି ଏହି ଧର୍ମ ପ୍ରସାରିତ ହେବାରେ ଲାଗିଲା । ମହାବୀରଙ୍କ ମୃତ୍ୟୁ ପରେ ଜୈନମାନେ ‘ଦିଗମ୍ବର’ ଏବଂ ‘ଶ୍ଵେତାମ୍ବର’ ଏହି ଦୁଇଭାଗରେ ବିଭକ୍ତ ହୋଇଗଲେ । ଏହା ଜୈନଧର୍ମକୁ ଏକ ଶକ୍ତ ଧକ୍‌କା ଦେଇଥିଲା । ଜୈନଧର୍ମ ତା’ର କଳା, ସ୍ଥାପତ୍ୟ ଏବଂ ଭାସ୍କର୍ଯ୍ୟର ନିଦର୍ଶନ ଭାରତର ବିଭିନ୍ନ ସ୍ଥାନରେ ଛାଡ଼ି ଯାଇଅଛି । ସମୟକ୍ରମେ ଜୈନଧର୍ମ ପ୍ରଚାରରେ ଶିଥୁଳତା ପରିଲକ୍ଷିତ ହୋଇଥିଲେ ମଧ୍ୟ ଏହା ଭାରତବର୍ଷରେ ବିଭିନ୍ନ ସମୟ ଅତିକ୍ରାନ୍ତ କରି ତିଷ୍ଠି ରହିଥିଲା ଏବଂ ଏବେ ମଧ୍ୟ ରହିଅଛି । ଏହା ହିଁ ଜୈନଧର୍ମର ଶ୍ରେଷ୍ଠତ୍ୱ ବୋଲି ମତବ୍ୟକ୍ତ କଲେ ବୋଧହୁଏ ସତ୍ୟର ଅପଳାପ ହେବ ନାହିଁ ।

​ବୌଦ୍ଧଧର୍ମ

​ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବ୍ରାହ୍ମଣ ଧର୍ମକୁ ଅନ୍ୟ ଏକ ଶକ୍ତ ଧକ୍‌କା ଦେଇଥିଲା ବୌଦ୍ଧଧର୍ମ । କଠୋର ଜାତିପ୍ରଥା ଏବଂ ବହୁ ଦେବାଦେବୀଙ୍କ ପୂଜନ ସାଧାରଣ ଜନତାକୁ ବିଭ୍ରାନ୍ତ କରିଥିଲା । ଏହି ମାୟାଜାଲରେ କବଳିତ ଅସଂଖ୍ୟ ମୋହଗ୍ରସ୍ତ ମଣିଷମାନଙ୍କୁ ମୁକ୍ତ କରିବା ପାଇଁ ପ୍ରୟାସୀ ହୋଇଥିଲେ ଗୌତମ ବୁଦ୍ଧ । ମହାବୀରଙ୍କ ଠାରୁ ଆହୁରି ସରଳ ଭାବରେ ସେ ପ୍ରଚାର କରିଥିଲେ ବୌଦ୍ଧଧର୍ମର ନୀତିବାଣୀ । ସନ୍ତପ୍ତ ମାନବର ମନରେ ଏହି ବାଣୀ ପ୍ରଲେପ କରିଥିଲା ଶାନ୍ତିର ଚନ୍ଦନ । ମୋକ୍ଷଲାଭ ବା ନିର୍ବାଣ ପ୍ରାପ୍ତି ନିମିତ୍ତ ଏତେ ସହଜ ମାର୍ଗ ଥାଇପାରେ, ତାହା ପ୍ରଥମ ଥର ପାଇଁ ସେମାନେ ଉପଲବ୍‌ଧ କରିଥିଲେ । ମଣିଷର ଅଶାନ୍ତ, ଆନ୍ଦୋଳିତ ତଥା ବିକ୍ଷୁବ୍‌ଧ ହୃଦୟରେ ପ୍ରବାହିତ ହୋଇଥିଲା ଚେତନାର ମନ୍ଦାକିନୀ । ଶହ ଶହ ସଂଖ୍ୟାରେ ସେହି ତମଗ୍ରସ୍ତ ମଣିଷ ବୁଦ୍ଧଦେବଙ୍କ ପଦାରବିନ୍ଦରେ ନିଜକୁ ସମର୍ପଣ କରି ବୌଦ୍ଧଧର୍ମକୁ ଗ୍ରହଣ କରିନେଇଥିଲେ । ଅଗଣିତ ନରନାରୀଙ୍କୁ ସ୍ତୂପୀକୃତ ଅନ୍ଧାରରୁ ମୁକ୍ତ କରି ସେମାନଙ୍କୁ ଜ୍ଞାନର ଆଲୋକ ଦେଖାଇବା ହେତୁ ମହାତ୍ମା ବୁଦ୍ଧଙ୍କୁ ‘ଏସିଆର ଆଲୋକ’ (The Light of Asia) ରୂପେ ପରିଗଣିତ କରାଯାଇଥାଏ ।

​ଗୌତମ ବୁଦ୍ଧଙ୍କ ଜୀବନୀ :

​ଖ୍ରୀଷ୍ଟପୂର୍ବ ୫୬୬ରେ (ମତାନ୍ତରେ ୫୬୭ରେ) ଗୌତମବୁଦ୍ଧ ଆଧୁନିକ ନେପାଳସ୍ଥିତ କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଉପବନରେ ପବିତ୍ର ବୈଶାଖ ପୂର୍ଣିମା ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶୁଦ୍ଧୋଦନ କପିଳବାସ୍ତୁର ଶାକ୍ୟ ସାଧାରଣତନ୍ତ୍ରର ଶାସକ ଥିଲେ । ଗୌତମଙ୍କ ମାତାଙ୍କ ନାମ ଥିଲା ମାୟାଦେବୀ । ବୌଦ୍ଧଜାତକର ବର୍ଣନାନୁଯାୟୀ ମାୟାଦେବୀ ହାତୀଦନ୍ତ ପଲଙ୍କରେ ଶୟନ କରିଥିବାବେଳେ ଗୋଟିଏ ଧଳାହାତୀ ଶୁଣ୍ଢରେ ଧଳାପଦ୍ମ ଧାରଣ କରି ପଲଙ୍କ ଚତୁଃପାର୍ଶ୍ଵରେ ଚାରିଥର ପ୍ରଦକ୍ଷିଣ କରି ତାଙ୍କ ଗର୍ଭରେ ପ୍ରବେଶ କରୁଥିବା କଥା ସ୍ୱପ୍ନରେ ଦେଖୁଲେ । ଶୁଦ୍ଧୋଦନ ତାଙ୍କଠାରୁ ଏହା ଜାଣି ଗଣକଙ୍କ ଠାରୁ ଅନୁସନ୍ଧାନ କରି ବୁଝିଥିଲେ ଯେ ରାଣୀଙ୍କ ଗର୍ଭରୁ ଜାତ ହେଉଥିବା ସନ୍ତାନ ଭବିଷ୍ୟତରେ ବିଶ୍ଵ ବିଖ୍ୟାତ ସମ୍ରାଟ ବା ଯୋଗୀ ହେବେ । ଉପଯୁକ୍ତ ସମୟରେ ଗୌତମ ଭୂମିଷ୍ଠ ହେଲେ । ମାତ୍ର ଭାଗ୍ୟର ବିଡ଼ମ୍ବନା ହେତୁ ଗୌତମଙ୍କ ଜନ୍ମର ସାତଦିନ ପରେ ମାୟାଦେବୀ ଇହଲୀଳା ସମ୍ବରଣ କଲେ । ଫଳରେ ତାଙ୍କ ଲାଳନପାଳନର ଦାୟିତ୍ଵ ତାଙ୍କର ମାଉସୀ ମହାପ୍ରଜାପତି ଗୌତମୀଙ୍କ ଉପରେ ନ୍ୟସ୍ତ ହେଲା । ଗୌତମୀଙ୍କ ଦ୍ବାରା ପରିପାଳିତ ହେଉଥିବା ହେତୁ ତାଙ୍କୁ ଗୌତମ କୁହାଯାଏ । ତାଙ୍କର ବାଲ୍ୟନାମ ଥିଲା ସିଦ୍ଧାର୍ଥ ।

​ସେ ବାଲ୍ୟକାଳରେ ଧନୁବିଦ୍ୟା ଆଦି ରାଜକୀୟ ବିଦ୍ୟା ଶିକ୍ଷା ଲାଭ କରିଥିଲେ । ସେ ଯଶୋଧାରା ବା ଗୋପାଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା ଏବଂ ତାର ନାମ ଥିଲା ରାହୁଳ (ବନ୍ଧନ) । ସେ ନିଜ ସାରଥ୍ ଛନ୍ନା (ଛାନ୍ଦକ) ସହିତ ନଗର ଭ୍ରମଣ କଲାବେଳେ ଜଣେ ବୃଦ୍ଧ, ବ୍ୟାଧୂଗ୍ରସ୍ତ ଲୋକ, ଶବ ଏବଂ ସନ୍ନ୍ୟାସୀ ଏହି ଚାରିଗୋଟି ଦୃଶ୍ୟ ଦେଖୁ ସଂସାର ତ୍ୟାଗ କରିବାକୁ ମନସ୍ଥ କଲେ । ସମସ୍ତେ ରାଜ ପ୍ରାସାଦରେ ଶୋଇଥିଲାବେଳେ ସେ ନିଜ ପୁତ୍ର ଏବଂ ସ୍ତ୍ରୀଙ୍କୁ ତ୍ୟାଗକରି ସନ୍ନ୍ୟାସୀ ହୋଇଗଲେ । ଏହି ତ୍ୟାଗକୁ ‘ମହାନିଷ୍କ୍ରମଣ’ ବା ‘ମହାଭିନିଷ୍କ୍ରମଣ’ (Great Renunciation) ରୂପେ ବୌଦ୍ଧଗ୍ରନ୍ଥରେ ବର୍ଣ୍ଣନା କରାଯାଇଅଛି ।

​ଏହାପରେ ଗୌତମ ଆଲାର କାଲାମ୍ ଏବଂ ରୁଦ୍ରକ ରାମପୁତ୍ରଙ୍କ ଠାରୁ ଶିକ୍ଷା ଲାଭ କଲେ । ସେଥିରେ ସେ ଅସନ୍ତୁଷ୍ଟ ହୋଇ ଉରୁବିଲ୍ଵକୁ ପଳାୟନ କରି କଠୋର ତପସ୍ୟା କଲେ । ମାତ୍ର ସତ୍ୟର ସନ୍ଧାନ ତାଙ୍କୁ ମିଳି ନ ଥିଲା । ଶେଷରେ ମୁମୂର୍ଷୁ ଅବସ୍ଥାରେ ସେ ସୁଜାତା ନାମ୍ନୀ ଜନୈକା କନ୍ୟା (ଗଉଡ଼ୁଣୀ) ଠାରୁ କ୍ଷୀରୀ ଖାଇ ନିଜର ଜୀବନ ବଞ୍ଚାଇ ଥିଲେ । ଏହାହିଁ ତାଙ୍କୁ ଚରମ ପନ୍ଥା ବା କଠୋର ପଥ ଅବଲମ୍ବନ କରିବାରୁ କ୍ଷାନ୍ତ କରିଥିଲା । ଏହାପରେ ସେ ନିରଞ୍ଜନା ନଦୀରେ ସ୍ନାନକରି ତାହାରି ତଟଦେଶରେ ଥିବା ଏକ ଅଶ୍ଵତ୍‌ଥ ବୃକ୍ଷ ମୂଳରେ ଧ୍ୟାନମଗ୍ନ ହେଲେ । ଏହି ଯୋଗାସୀନ ଅବସ୍ଥାରେ ତାଙ୍କର ଅନ୍ତର ଦିବ୍ୟ ଜ୍ଞାନାଲୋକରେ ଉଦ୍‌ଭାସିତ ହେଲା । ସଂସାର ବନ୍ଧନରୁ ମୁକ୍ତ ହେବା ପାଇଁ ସେ ସତ୍‌ପଥର ସନ୍ଧାନ ପାଇଥିଲେ । ଗୌତମ ପଇଁତିରିଶ ବର୍ଷ ବୟସରେ ବୋଧୂ ବା ଦିବ୍ୟଜ୍ଞାନ ଲାଭକରି ‘ବୁଦ୍ଧ’ ନାମରେ ନାମିତ ହେଲେ । ସେ ଯେଉଁ ଅଶ୍ୱତ୍‌ଥ ବୃକ୍ଷ ମୂଳରେ ଧ୍ଯାନ କରୁଥିଲେ ସେହି ବୃକ୍ଷ ‘ବୋଧୂଦ୍ରୁମ’ ନାମରେ ପ୍ରସିଦ୍ଧ ହେଲା । ସମୟକ୍ରମେ ତାଙ୍କର ଧ୍ୟାନ କରୁଥିବା ସ୍ଥାନ ‘ବୁଦ୍ଧଗୟା’ ନାମରେ ବିଦିତ ହେଲା ।

​ଧର୍ମଚକ୍ର ପ୍ରବର୍ତ୍ତନ :

​କିଛି ସମୟ ପର୍ଯ୍ୟନ୍ତ ଗୌତମ ପ୍ରାପ୍ତ ହୋଇଥିବା ଦିବ୍ୟଜ୍ଞାନକୁ ପ୍ରଚାର କରିବେ କି ନାହିଁ ବୋଲି ଦ୍ବନ୍ଦ୍ବ ଭିତରେ ବୁଡ଼ି ରହିଲେ । ଶେଷରେ ସମାଜର କଲ୍ୟାଣ ନିମିତ୍ତ ସେ ସେହି ଦିବ୍ୟଜ୍ଞାନକୁ ବିତରଣ କରିବା ପାଇଁ ମନସ୍ଥ କଲେ । ସେ ନିରଞ୍ଜନା ନଦୀ କୂଳରେ ବାରାଣାସୀ ନିକଟସ୍ଥ ସାରନାଥଠାକୁ ଯାତ୍ରା କରିଥିଲେ । ସାରନାଥର ଏକ ମୃଗବିହାର (ମୃଗଦାବ) ଠାରେ ସେ ନିଜର ପାଞ୍ଚଜଣ ବ୍ରାହ୍ମଣ ସାଥ୍‌ମାନଙ୍କ ସମ୍ମୁଖରେ ପ୍ରଥମେ ନିଜର ଧର୍ମବାଣୀ ଶୁଣାଇଥିଲେ । ସେମାନେ ବୁଦ୍ଧଦେବଙ୍କ ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ବୁଦ୍ଧଙ୍କ ଦ୍ଵାରା ଏହି ଧର୍ମ ପ୍ରଚାର ‘ଧର୍ମଚକ୍ର ପ୍ରବର୍ତ୍ତନ’ (Turning the Wheel of Law) ନାମରେ ପ୍ରସିଦ୍ଧ ଲାଭ କରିଥିଲା । ଏହାପରେ ବୁଦ୍ଧ ରାଜଗୃହ, କପିଳବାସ୍ତୁ, ନାଳନ୍ଦା, କୌଶାମ୍ବୀ, ଚମ୍ପା, ପାବା, କୁଶୀନଗର ଇତ୍ୟାଦି ସ୍ଥାନ ଭ୍ରମଣ କରି ନିଜ ଧର୍ମମତ ପ୍ରଚାର କରିଥିଲେ । (ଉତ୍କଳର ଦୁଇ ବଣିକଭ୍ରାତା ତାପସୁ ଏବଂ ଭଲ୍ଲିକ ମଧ୍ଯ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ) । ସାରିପୁତ୍ତ, ମୋଗ୍ଗଲ୍ଲାନ, ଆନନ୍ଦ, ଉପାଳୀ, ଅଶ୍ବଜିତ୍ ଇତ୍ୟାଦି ଶିଷ୍ୟମାନେ ବୌଦ୍ଧଧର୍ମ ପ୍ରଚାରରେ ନିଜକୁ ସମ୍ପୂର୍ଣ ରୂପେ ନିୟୋଜିତ କରିଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ବୌଦ୍ଧଧର୍ମ ଭାରତର ବିଭିନ୍ନ ରାଜ୍ୟରେ ଦ୍ରୁତ ଭାବରେ ପ୍ରସାରିତ ହୋଇଥିଲା । ଖ୍ରୀ.ପୂ. ୪୮୭ ବା ୪୮୬ରେ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର କୁଶୀନଗରଠାରେ ବୈଶାଖ ପୂର୍ଣ୍ଣିମା ଦିନ ବୁଦ୍ଧ ଇହଲୀଳା ସମ୍ଭରଣ କରିଥିଲେ । ତାଙ୍କର ଏହି ମୃତ୍ୟୁକୁ ବୌଦ୍ଧ ଗ୍ରନ୍ଥରେ ‘ମହାପରିନିର୍ବାଣ’ ନାମରେ ଅଭିହିତ କରାଯାଇଅଛି । ବୁଦ୍ଧଙ୍କ ମୃତ୍ୟୁପରେ ତାଙ୍କର ବାଣୀକୁ ତାଙ୍କର ଶିଷ୍ୟମାନେ ସାରା ଭାରତରେ ପ୍ରଚାର କରିଥିଲେ ଏବଂ ଏହାଦ୍ଵାରା ବୌଦ୍ଧଧର୍ମ ବହୁଳ ଭାବରେ ପ୍ରସାରିତ ହୋଇଥିଲା ।

​ବୌଦ୍ଧଧର୍ମର ବାଣୀ

​ଗୌତମ ବୁଦ୍ଧଙ୍କ ପ୍ରଚାରିତ ବୌଦ୍ଧଧର୍ମ ଜନମାନସରେ ନୂତନ ଜାଗରଣ ସୃଷ୍ଟି କରିଥିଲା । ଏହି ଧର୍ମ ଏତେ ସରଳ ଥିଲା ଯେ ଲୋକମାନେ ଏହାକୁ ଅନାୟାସରେ ହୃଦ୍‌ବୋଧ କରିପାରୁଥିଲେ । ମଣିଷ ଆଗରେ ବୁଦ୍ଧଦେବ ବିଭିନ୍ନ ପ୍ରକାର ଦୁଃଖର ଅବତାରଣା କରି ଏହି ଦୁଃଖ ସମୂହରୁ ମୁକ୍ତି ଲାଭ କରିବା ପାଇଁ ଉପାୟ ବତାଇ ଦେଇଥିଲେ । ନିମ୍ନରେ ତାଙ୍କର ବାଣୀ ସମ୍ପର୍କରେ ବର୍ଣ୍ଣନା କରାଯାଇଅଛି ।

​ଚାରି ଆର୍ଯ୍ୟସତ୍ୟ :

​ବୁଦ୍ଧଦେବ ସଂସାରର ଚାରିଗୋଟି ନିଷ୍ଠୁର ସତ୍ୟକୁ ଉପଲବ୍ଧି କରିଥିଲେ । ଏହି ଚାରିଗୋଟି ସତ୍ୟ ‘ଚତ୍ବାରି ଆର୍ଯ୍ୟ ସତ୍ୟାନି’ ବା ‘ଚାରି ଆର୍ଯ୍ୟସତ୍ୟ’ ନାମରେ ପ୍ରସିଦ୍ଧ । ସେଗୁଡିକ ହେଲା–

  1. ଦୁଃଖ : ଏ ସଂସାର ଦୁଃଖମୟ । ଜରା, ବ୍ୟାଧୂ, କ୍ଲେଶ, ମୃତ୍ୟୁ ଆଦି ଯୋଗୁଁ ମଣିଷ ଦୁଃଖ ଜାଲରେ ପଡ଼ି ଛଟପଟ ହୋଇଥାଏ ।

  1. ଦୁଃଖ ସମୁଦାୟ : ଦୁଃଖର କାରଣ ହେଉଛି କାମନା ବା ତୃଷ୍ଣା । ମଣିଷ ଆହରଣ, ଭୋଗ, ବିଳାସ, ତୃପ୍ତି.... ନିମିତ୍ତ ବିଭିନ୍ନ କାମନାମାନ କରିଥାଏ । ଏହି କାମନାରୂପକ ଅଭିଳାଷର ପୂରଣ ପାଇଁ ସେ ସତତ ଚେଷ୍ଟିତ ହୁଏ । ଏହା ଦୁଃଖର କାରଣ ହୋଇଥାଏ ।

  1. ଦୁଃଖ ନିରୋଧ : କାମନାର ବିନାଶରେ ଦୁଃଖର ବିନାଶ । ମଣିଷ ନିଜ ମନର କାମନା ବା ତୃଷ୍ଣାକୁ ଦମନ କଲେ ଦୁଃଖର ଅନ୍ତ ହୋଇଯିବ । ଅର୍ଥାତ୍ ବିଭିନ୍ନ ଇଚ୍ଛାକୁ ଦମନ କଲେ ତତ୍‌ଜନିତ ଚିନ୍ତାରୁ ମୁକ୍ତି ମିଳିଥାଏ ।

  1. ଦୁଃଖ ନିରୋଧ ମାର୍ଗ : ଦୁଃଖରୁ ମୁକ୍ତିଲାଭ କରିବା ନିମିତ୍ତ ମାର୍ଗ ରହିଅଛି । ଏକ ନିର୍ଦ୍ଦିଷ୍ଟ ମାର୍ଗରେ ପରିଚାଳିତ ହେଲେ ଅର୍ଥାତ୍ ସଠିକ ସାଧନା କଲେ ମଣିଷର ‘ଚିତ୍ତ ନିରୋଧ’ ହୋଇପାରିବ ଏବଂ ମଣିଷ ସମସ୍ତ ଦୁଃଖରୁ ମୁକ୍ତି ଲାଭ କରିପାରିବ । ଏହି ମାର୍ଗକୁ ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ କୁହାଯାଏ ।

​ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ :

​‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ହେଉଛି ବୌଦ୍ଧଧର୍ମର ଅନ୍ୟତମ ବାଣୀ । ଏହି ମାର୍ଗ ଅବଲମ୍ବନ କଲେ ମନୁଷ୍ୟର ସକଳ କାମନାର ବିନାଶ ହୋଇଥାଏ । ଫଳରେ ମଣିଷର ‘ପ୍ରଜ୍ଞା’, ‘ଶୀଳ’ ଓ ‘ସମାଧୂ’ ଏ ସମସ୍ତ ବିକସିତ ହୁଏ ଏବଂ ସେ ନିର୍ବାଣପ୍ରାପ୍ତ ହୋଇଥାଏ ।

ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ (ଦୁଃଖ-ନିରୋଧଗାମିନୀ-ପ୍ରତିପଦ୍) ଗୁଡ଼ିକ ହେଲା—

  1. ​ସମ୍ୟକ୍ ବାକ୍

  1. ​ସମ୍ୟକ୍ କର୍ମ

  1. ​ସମ୍ୟକ୍ ଜୀବିକା

  1. ​ସମ୍ୟକ୍ ଉଦ୍ୟମ (ବ୍ୟାୟାମ)

  1. ​ସମ୍ୟକ୍ ସ୍ମୃତି

  1. ​ସମ୍ୟକ୍ ସମାଧୂ

  1. ​ସମ୍ୟକ୍ ଦୃଷ୍ଟି

  1. ​ସମ୍ୟକ୍ ସଙ୍କଳ୍ପ

​ଏଗୁଡ଼ିକ ମଧ୍ୟରୁ ପ୍ରଥମ ତିନୋଟି (ସମ୍ୟକ୍ ବାକ୍, ସମ୍ୟକ୍ କର୍ମ ଏବଂ ସମ୍ୟକ୍ ଜୀବିକା) ମଣିଷର ‘ଶୀଳ’କୁ ସୁପରିଚାଳିତ କରିଥାଏ । ଏହାର ପର ତିନୋଟି (ସମ୍ୟକ୍ ଉଦ୍ୟମ, ସମ୍ୟକ୍ ସ୍ମୃତି ଏବଂ ସମ୍ୟକ୍ ସମାଧୁ) ଦ୍ଵାରା ମନୁଷ୍ୟର ‘ସମାଧି’ ସୁରକ୍ଷିତ ହୋଇଥାଏ ଏବଂ ଶେଷ ଦୁଇଟି (ସମ୍ୟକ୍ ଦୃଷ୍ଟି ଓ ସମ୍ୟକ୍ ସଙ୍କଳ୍ପ) ଦ୍ଵାରା ମଣିଷର ‘ପ୍ରଜ୍ଞା’ ଉଦ୍‌ଭାସିତ ହୋଇଥାଏ । ଗୌତମ ବୁଦ୍ଧଙ୍କର ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’କୁ ‘ମଧ୍ୟମ ମାର୍ଗ’ ବା ‘ମଝିମ୍ ମାର୍ଗ’ (Middle Path) କୁହାଯାଇଥାଏ । କାରଣ, ଏହା ଦୁଇଟି ବିରୋଧୀ ଚରମ ମାର୍ଗକୁ ବର୍ଜନ କରିଥାଏ ।

​ଦଶଶୀଳ ନୀତି :

​ଏକ ଶୁଦ୍ଧ ପୂତ ଏବଂ ନୀତିମୟ ଜୀବନଯାପନ ପାଇଁ ବୁଦ୍ଧଦେବ ଦଶଗୋଟି ଉପଦେଶ ପ୍ରଦାନ କରିଥିଲେ । ସେଗୁଡ଼ିକୁ ‘ଦଶଶୀଳ ନୀତି’ ନାମରେ ନାମିତ କରାଯାଇଥାଏ । ସେଗୁଡ଼ିକ ହେଲା–

  1. ​ଜୀବହିଂସା କରନାହିଁ

  1. ​ଚୋରୀ କରନାହିଁ

  1. ​ବ୍ୟଭିଚାର କରନାହିଁ

  1. ​ମିଥ୍ୟା କୁହନାହିଁ

  1. ​ମାଦକ ଦ୍ରବ୍ୟ ସେବନ କରନାହିଁ

  1. ​ସୁକୋମଳ ଶଯ୍ୟାରେ ଶୟନ କରନାହିଁ

  1. ​ନୃତ୍ୟ, ଗୀତ ଆଦି ବ୍ୟସନ ପ୍ରତି ଆକୃଷ୍ଟ ହୁଅନାହିଁ

  1. ​ଅସମୟରେ ଭୋଜନ କର ନାହିଁ

  1. ​ସୁବର୍ଣ ଆଦି ମୂଲ୍ୟବାନ୍ ବସ୍ତୁ ଗ୍ରହଣ କରନାହିଁ

  1. ​ଅର୍ଥ ସଞ୍ଚୟ କରନାହିଁ

​ଏହି ‘ଦଶଶୀଳ ନୀତି’ ଅବଲମ୍ବନ କଲେ ମଣିଷ ଜୀବନ ନୀତିମୟ ହୋଇଥାଏ । ଏହି ନୀତିନିଷ୍ଠ ଜୀବନ ଯାପନ କଲେ ମଣିଷର ଚରିତ୍ର ଉଦାର ତଥା ନମ୍ର ହୋଇଥାଏ । ଫଳରେ ମଣିଷ ସୁଗୁଣର ଅଧିକାରୀ ହୋଇପାରିଥାଏ । ସୁଗୁଣର ଅଧିକାରୀ ହେଲେ ସେ ସତ୍‌କର୍ମ କରିବା ପାଇଁ ଆଗ୍ରହୀ ହୋଇଥାଏ । ଏହି ସତ୍‌କର୍ମ ତାହାକୁ ନିର୍ବାଣ ପ୍ରାପ୍ତି ନିମିତ୍ତ ସହାୟକ ହୋଇଥାଏ ।

​ପ୍ରତିତ୍ୟ ସମୁତ୍‌ପାଦ :

​ଏହି ବୈଚିତ୍ରମୟ ସୃଷ୍ଟିର ରହସ୍ୟ ଅନୁଧ୍ୟାନ କରିବାକୁ ଯାଇ ବୁଦ୍ଧଦେବ ଯେଉଁ ନିୟମର ଅବତାରଣା କରିଥିଲେ ତାହା ‘ପ୍ରତିତ୍ୟ ସମୁତ୍‌ପାଦ’ ନାମରେ ଖ୍ୟାତ । ତାଙ୍କ ମତରେ ଏହି ପୃଥ‌ିବୀ ଈଶ୍ଵରଙ୍କ ଦ୍ୱାରା ସୃଷ୍ଟ ନୁହେଁ ଅଥବା ଆକସ୍ମିକ ଭାବେ ସୃଷ୍ଟି ହୋଇନାହିଁ ବା ପ୍ରକୃତି ଅଥବା ଶାଶ୍ୱତ ପରମାଣୁ ଗୁଡ଼ିକ ଦ୍ବାରା ସୃଷ୍ଟି ହୋଇନାହିଁ । ଏହି ସୃଷ୍ଟି କେତୋଟି ଅବସ୍ଥା (Condition) ଦ୍ୱାରା ପ୍ରଭାବିତ ହୋଇଥାଏ । ମାତ୍ର ସାଧାରଣ ଲୋକମାନେ ଏହା ବୁଝିପାରି ନଥାନ୍ତି । ସେମାନେ ସମୁଦ୍ର ଏବଂ ଢେଉ ମଧ୍ୟରେ ପାର୍ଥକ୍ୟ ଦେଖୁଥାନ୍ତି । ମାତ୍ର ସମୁଦ୍ର (ସମୁଦ୍ର ଜଳ) ଯେ କେତୋଟି ଅବସ୍ଥା ଦ୍ୱାରା ଢେଉକୁ ରୂପାନ୍ତରିତ ହୋଇଥାଏ, ଏକଥା ସେମାନେ ଉପଲବ୍ଧ କରି ପାରି ନ ଥାନ୍ତି । ଠିକ୍ ସେହିପରି ଅନେକଗୁଡ଼ିଏ ଅବସ୍ଥାର ସମାହାରରେ ଏହି ବିଶ୍ଵ ଗଠିତ ହୋଇଥାଏ । ବିଭିନ୍ନ ଅବସ୍ଥାର ସମାହାରରେ ମଧ୍ୟ ଘଟଣାଟି ସଂଘଟିତ ହୋଇଥାଏ । ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ଅବସ୍ଥା ଅନ୍ୟ ଏକ ଅବସ୍ଥା ଉପରେ ନିର୍ଭରଶୀଳ । ସେହି ଅବସ୍ଥାଗୁଡ଼ିକ ହେଉଛି ‘ଅବିଦ୍ୟା’, ‘ସଂସ୍କାର’, ‘ବିଜ୍ଞାନ’, ‘ନାମରୂପ’, ‘ଷଡ଼ାୟତନ’, ‘ସ୍ପର୍ଶ’, ‘ବେଦନା’, ‘ତୃଷ୍ଣା’, ‘ଉପାଦାନ’, ‘ଭାବ’, ‘ଜାତି’, ‘ଜରା-ମରଣ’ ଇତ୍ୟାଦି । ଏହି ପରସ୍ପର ନିର୍ଭରଶୀଳ ଅବସ୍ଥା ଘଟଣାଗୁଡ଼ିଏ ସୃଷ୍ଟି କରିଥାନ୍ତି ଏବଂ ସେହି ଘଟଣାମାନଙ୍କ ଦ୍ବାରା ମଣିଷର ଦୁଃଖ, ତୃଷ୍ଣା ଇତ୍ୟାଦି ସୃଷ୍ଟି ହୁଏ ଏବଂ ମଣିଷ ମୋହାଚ୍ଛନ୍ନ ହୁଏ ।

​ନିର୍ବାଣ :

​ସାଂସାରିକ ଦୁଃଖରୁ ମୁକ୍ତି ଲାଭ କରିବାର ଅନ୍ୟନାମ ‘ନିର୍ବାଣ’ (Salvation) । ଏହାର ଅର୍ଥ ହେଉଛି ଦୁଃଖ ଉତ୍ପନ୍ନକାରୀ କାରଣଗୁଡ଼ିକର ପରିସମାପ୍ତି ଘଟାଇବା । ନିର୍ବାଣ ଏକ ଏମିତି ଅବସ୍ଥା ଯାହା ବର୍ଣ୍ଣନାତୀତ । ଏହା ଅକ୍ଷୟ (ଅଜରା), ଅବ୍ୟାଧ (ରୋଗଶୂନ୍ୟ), ଅମୃତ (ମୃତ୍ୟୁହୀନ), ଅଶୋକ (ଶୋକଶୂନ୍ୟ) ଏବଂ ଅସଂକ୍ଲିଷ୍ଟ (ଅପବିତ୍ରତାହୀନ) । ମଣିଷ ଜୀବିତାବସ୍ଥାରେ ମଧ୍ୟ ଏହି ନିର୍ବାଣ ଲାଭ କରିପାରିବ । କାରଣ ଯାତନା (Sufferings) ସମ୍ଭବ ହୋଇଥାଏ ସ୍ଥିତି (Existence) ଥିଲେ ଏବଂ ସ୍ଥିତି ଏକ ସ୍ଥୂଳ ଶରୀର ବା ଭୌତିକ ଶରୀର (Physical body) ମାଧ୍ୟମରେ ନିଜକୁ ଜାହିର କରିଥାଏ । ତେଣୁ ମଣିଷ କାମନା ଶୂନ୍ୟ ହେବା ଉଚିତ୍ । ମଣିଷ କାମନାଶୂନ୍ୟ ହେଲେ ନିର୍ବାଣ ଲାଭ କରିଥାଏ ।

​ବ୍ରହ୍ମବିହାର :

​ମଣିଷ କାମନାବିହୀନ ଅବସ୍ଥାରେ ଉପନୀତ ହେବାକୁ ହେଲେ ସଦାଚାରୀ ହେବା ବିଧେୟ ବୋଲି ବୁଦ୍ଧ ମତବ୍ୟକ୍ତ କରିଥିଲେ । ଏହି ସଦାଚାରର ଆଚରଣ ନିମିତ୍ତ ଏକ ନିର୍ମଳ ମନ ସତତ ଆବଶ୍ୟକ । ଏହି ନିର୍ମଳ ମନ ପୁଣି ଚାରିଗୋଟି ସଦ୍‌ଗୁଣରେ ପରିପୂର୍ଣ । ସେଗୁଡ଼ିକ ହେଉଛି – ‘ଉପେକ୍‌ଖା’ (ସମସ୍ତଙ୍କ ପାଇଁ ସମଭାବାପନ୍ନ ହେବା), ‘ମେତ୍ତା’ (ସମସ୍ତଙ୍କ ପାଇଁ ମୈତ୍ରୀ ଭାବ ପୋଷଣ କରିବା), ‘ମୁଦିତା’ (ଅନ୍ୟର ସଫଳତାରେ ଆନନ୍ଦ ଲାଭ କରିବା) ଏବଂ ‘କରୁଣା’ (ଦୟା) । ଏହି ଚାରୋଟି ସଦ୍‌ଗୁଣକୁ ବୌଦ୍ଧଧର୍ମରେ ‘ବ୍ରହ୍ମବିହାର’ କୁହାଯାଇଥାଏ । ଏହା ସାହାଯ୍ୟରେ ମଣିଷ ନିର୍ମଳ ମନର ଅଧୁକାରୀ ହୋଇ ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ଅନୁସରଣ କରି ନିର୍ବାଣପ୍ରାପ୍ତ ହୋଇଥାଏ ।

​କର୍ମବାଦ :

​ଗୌତମ ବୁଦ୍ଧ ଥିଲେ ‘କର୍ମବାଦ’ (Theory of Karma)ର ପ୍ରବକ୍ତା । ତାଙ୍କ ମତରେ ମନୁଷ୍ୟ ତା’ର କୃତକର୍ମ ଅନୁସାରେ ଫଳ ପ୍ରାପ୍ତି ହୋଇଥାଏ । ଦୁଷ୍କର୍ମ ତାହାକୁ ବାରମ୍ବାର କାମନାସକ୍ତ କରାଇଥାଏ । ଏହା ଫଳରେ ସେ ବାରମ୍ବାର ଜନ୍ମଗ୍ରହଣ କରେ ଏବଂ କାମନାର ବନ୍ଧନରୁ ମୁକ୍ତି ପାଇପାରେ ନାହିଁ; କିନ୍ତୁ ମଣିଷ ସତ୍‌କର୍ମ କଲେ ଏହା ତାହାକୁ କ୍ରମଶଃ କାମନାରୁ ମୁକ୍ତ କରାଇଥାଏ । ଫଳରେ ସେ ଇହଧାମରେ ନିର୍ବାଣ ପାଇବା ସଙ୍ଗେ ସଙ୍ଗେ ମୃତ୍ୟୁପରେ ମଧ୍ଯ ନିର୍ବାଣ ପ୍ରାପ୍ତ ହୋଇଥାଏ । ଏଣୁ ମଣିଷ ଜୀବନ ପାଇଁ ସତ୍‌କର୍ମ ଏକାନ୍ତ ଆବଶ୍ୟକ ବୋଲି ବୁଦ୍ଧ ମତବ୍ୟକ୍ତ କରିଥିଲେ । ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ସତ୍ କର୍ମରେ ମଣିଷକୁ ବାନ୍ଧି ରଖୁବା ପାଇଁ ନିୟନ୍ତ୍ରକ ହିସାବରେ କାର୍ଯ୍ୟ କରିଥାଏ । ଏହି କର୍ମବାଦର ଧାରଣା ଦେଇ ବୁଦ୍ଧ ହିନ୍ଦୁଧର୍ମରେ ଥିବା କର୍ମବାଦକୁ ଅଧୂକ ସରଳ ଏବଂ ପ୍ରାଞ୍ଜଳଭାବେ ନୂତନ ପୁଟ ଦେଇ ଲୋକମାନଙ୍କ ଆଗରେ ଉତ୍‌ଥାପନ କରିଥିଲେ ।

​ଅହିଂସା :

​ବର୍ଦ୍ଧମାନ ମହାବୀରଙ୍କ ପରି ବୁଦ୍ଧ ଥିଲେ ଅହିଂସାର ପ୍ରବକ୍ତା । ସତ୍‌କାର୍ଯ୍ୟ ଠାରୁ ଅହିଂସା ଆଚରଣ ଅଧ୍ବକ ମହାନ ବୋଲି ସେ ମତବ୍ୟକ୍ତ କରିଥିଲେ । ସେ ମାଂସ ଭକ୍ଷଣକୁ ନିରୁତ୍ସାହିତ କରିଥିଲେ । ଏହା ଫଳରେ ଶିକାର ଏବଂ ପଶୁବଧ ପାଇଁ ଲୋକମାନେ ମନବଳାଇବାରୁ କ୍ଷାନ୍ତ ହୋଇଥିଲେ । ଅବଶ୍ୟ ବୁଦ୍ଧଙ୍କ ଅହିଂସା ମହାବୀରଙ୍କ ଅହିଂସାଠାରୁ ମହତ୍ତର ନ ଥିଲା । କାରଣ, କେତେକ କ୍ଷେତ୍ରରେ (ଉଦାହରଣ ସ୍ବରୂପ ଜୀବନ ରକ୍ଷା ପାଇଁ) ବୁଦ୍ଧ ମାଂସ ଭକ୍ଷଣ କରିବାକୁ ମଧ୍ଯ ନିଜ ଶିଷ୍ୟମାନଙ୍କୁ ଉପଦେଶ ଦେଇଥିଲେ ।

​ତ୍ରିରତ୍ନ :

​ବୁଦ୍ଧଦେବ ଧର୍ମ ଏବଂ ସଂଘ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଥମେ ବୁଦ୍ଧ ନିଜେ ଭିକ୍ଷୁମାନଙ୍କୁ ସଂଘରେ ଗ୍ରହଣ କରୁଥିଲେ ଏବଂ ସେମାନଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଉଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ବିଶ୍ଵସ୍ତ ଶିଷ୍ୟମାନଙ୍କ ହସ୍ତରେ ଏହି କର୍ମ ନ୍ୟସ୍ତ ରହିଲା । ସଂଘରେ ଯୋଗଦେବା ପାଇଁ ନିରାସକ୍ତିର ଚିହ୍ନ ସ୍ୱରୂପ ମସ୍ତକ ମୁଣ୍ଡନ କରି ବୌଦ୍ଧ ସଂଘର ସଭାପତିଙ୍କ ନିକଟରେ ଜଣଙ୍କୁ ଶପଥ ନେବାକୁ ପଡ଼ୁଥିଲା । ଏହି ଶପଥବେଳେ ସେ ଉଚ୍ଚାରଣ କରୁଥିଲା–

  • ବୁଦ୍ଧଂ ଶରଣଂ ଗଚ୍ଛାମି (ମୁଁ ବୁଦ୍ଧଦେବଙ୍କର ଶରଣାଗତ ହେଉଅଛି)

  • ଧମ୍ମଂ ଶରଣଂ ଗଚ୍ଛାମି (ମୁଁ ବୌଦ୍ଧଧର୍ମର ଶରଣାଗତ ହେଉଅଛି)

  • ସଂଘଂ ଶରଣଂ ଗଚ୍ଛାମି (ମୁଁ ବୌଦ୍ଧସଂଘର ଶରଣାଗତ ହେଉଅଛି)

​ଏହି ତିନି ନିୟମକୁ ବୌଦ୍ଧଧର୍ମର ‘ତ୍ରିରତ୍ନ’ ହିସାବରେ ପରିଗଣିତ କରାଯାଇଥାଏ । ବୌଦ୍ଧସଂଘରେ ଯୋଗଦେବା ମାତ୍ରେ ସେହି ଭିକ୍ଷୁ/ଭିକ୍ଷୁଣୀଙ୍କୁ ବୁଦ୍ଧଙ୍କର ‘ଦଶଶୀଳ ନୀତି’ ସମ୍ପର୍କରେ ଶିକ୍ଷା ଦିଆଯାଇ ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ଅନୁସରଣ କରିବାକୁ ଉପଦେଶ ଦିଆଯାଇଥାଏ ।

​ଈଶ୍ବରଙ୍କ କ୍ଷେତ୍ରରେ ନୀରବତା :

​ବୁଦ୍ଧ ଈଶ୍ବରଙ୍କ ସମ୍ପର୍କରେ ନୀରବତା ଅବଲମ୍ବନ କରିଥିଲେ । ସେ ମହାବୀରଙ୍କ ଭଳି ଈଶ୍ଵରଙ୍କ ଅସ୍ତିତ୍ୱକୁ ଅସ୍ଵୀକାର କରି ନ ଥିଲେ । ଅପର ପକ୍ଷରେ ଈଶ୍ଵର ଯେ ସର୍ବମୟ କର୍ତ୍ତା ଏ କଥା ସ୍ଵୀକାର ମଧ୍ୟ କରି ନ ଥିଲେ । ଅତଏବ ଈଶ୍ଵରଙ୍କ ସମ୍ପର୍କରେ ଏକ ଅସାଧାରଣ ଧରଣର ନୀରବତା ବୁଦ୍ଧ ଅବଲମ୍ବନ କରିଥିଲେ ।

​ବ୍ରାହ୍ମଣ ପ୍ରାଧାନ୍ୟକୁ ଅସ୍ବୀକାର :

​ଗୌତମ ବୁଦ୍ଧ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟକୁ ଅସ୍ବୀକାର କରିଥିଲେ । ସମାଜର ଅନ୍ୟ ବର୍ଗ ପରି ବ୍ରାହ୍ମଣ ମଧ୍ୟ ଗୋଟିଏ ବର୍ଗ ଏବଂ ସେମାନେ ଯେ କେବଳ ସମାଜର ଧର୍ମକାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ଏହା ବୁଦ୍ଧ ମାନି ନେଇ ନ ଥିଲେ । ସେମାନଙ୍କ ସହ ସାଧାରଣ ଜନତାର ଧର୍ମକ୍ଷେତ୍ରରେ ସମାନ ଅଧିକାର ଅଛି ବୋଲି ବୁଦ୍ଧ ମତ ବ୍ୟକ୍ତ କରିଥିଲେ ।

​ବେଦ ଓ ଯଜ୍ଞକୁ ଅସ୍ବୀକାର :

​ବୁଦ୍ଧଦେବ ବେଦକୁ ଅସ୍ବୀକାର କରୁଥିଲେ । ଜଟିଳ ଯାଗଯଜ୍ଞ ତଥା କର୍ମକାଣ୍ଡକୁ ସେ ଘୋର ବିରୋଧ କରୁଥିଲେ । ତାଙ୍କ ମତରେ ଏ ସମସ୍ତ କୁସଂସ୍କାର ଥିଲା । ଏଗୁଡ଼ିକୁ ବାଦ୍ ଦେଇ ନୀତିମୟ ଜୀବନ ଯାପନ କରିବା ଏବଂ ନିର୍ବାଣ ପ୍ରାପ୍ତ ହେବା ପାଇଁ ବୁଦ୍ଧଦେବ ଉପଦେଶ ପ୍ରଦାନ କରିଥିଲେ । ଏହା ବୌଦ୍ଧଧର୍ମକୁ ସଂସ୍କାର ଅଭିମୁଖୀ କରାଇଥୁଲା ।

​ଜାତି ପ୍ରଥାର ବିରୋଧ :

​ଗୌତମ ବୁଦ୍ଧ ଜାତିପ୍ରଥାର ତୀବ୍ର ବିରୋଧ କରିଥିଲେ । ସେ ଜଣେ ବ୍ୟକ୍ତିକୁ କୁଳ ଅନୁସାରେ ନ ଚିହ୍ନି ତା’ର ଗୁଣଦ୍ବାରା ଚିହ୍ନିବା ପାଇଁ ଉପଦେଶ ଦେଇଥିଲେ । ଜଣେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ବା ଶୂଦ୍ର ଯେଉଁ କୂଳରେ ଜନ୍ମଲାଭ କରିଥାଉ ନା କାହିଁକି ସେ ଯଦି ଦୋଷୀ ସାବ୍ୟସ୍ତ ହୁଏ, ସେ ଦଣ୍ଡ ପାଇବା ଉଚିତ୍ ବୋଲି ବୁଦ୍ଧ ମତ ବ୍ୟକ୍ତ କରିଥିଲେ । ବୁଦ୍ଧଙ୍କର ଏହି ବାଣୀ ସମସ୍ତଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା । ଏହି ସମସ୍ତ ସଂସ୍କାରମୂଳକ ପଦକ୍ଷେପ ପାଇଁ ବୁଦ୍ଧଙ୍କୁ ଜର୍ମାନୀର ପ୍ରସିଦ୍ଧ ସଂସ୍କାରକ ମାର୍ଟିନ ଲୁଥରଙ୍କ ସହ ତୁଳନା କରାଯାଏ ଏବଂ ତାଙ୍କୁ ‘ଭାରତୀୟ ଲୁଥର’ (Buddha, the Luther of India) ରୂପେ ଅଭିହିତ କରାଯାଇଥାଏ ।

​ଗୌତମ ବୁଦ୍ଧ ଅତ୍ୟନ୍ତ ସରଳ ଏବଂ ସାବଲୀଳ ଭାବେ ତାଙ୍କର ଧର୍ମ ପ୍ରଚାର କରିଥିଲେ । ତାଙ୍କଦ୍ବାରା ପ୍ରଚାରିତ ଧର୍ମ ସମାଜରେ ବହୁଳ ଭାବରେ ଆଦୃତ ହୋଇଥିଲା । ଜାତିପ୍ରଥାର ବିରୋଧ କରି ଏକ ପ୍ରଗତିଶୀଳ ସମାଜ ଗଠନ କରିବା କ୍ଷେତ୍ରରେ ବୁଦ୍ଧଦେବ ପ୍ରଧାନ ଭୂମିକା ଗ୍ରହଣ କରିଥିଲେ ।

​ଭାରତୀୟ ସଂସ୍କୃତିକୁ ବୌଦ୍ଧଧର୍ମର ଅବଦାନ

​ଦୀର୍ଘଦୀନ ଧରି ବୌଦ୍ଧଧର୍ମ ଭାରତବର୍ଷରେ ପ୍ରଚଳିତ ଥିଲା । ଏହା ବହୁମାତ୍ରାରେ ଭାରତୀୟ ସଂସ୍କୃତିକୁ ପ୍ରଭାବିତ କରିଥିଲା । ଭାରତୀୟ ସାହିତ୍ୟ, କଳା, ଜନଜୀବନ, ସମାଜ ସବୁ କିଛି ପ୍ରଭାବିତ ହୋଇଥିଲା ବୌଦ୍ଧଧର୍ମଦ୍ଵାରା । ବୌଦ୍ଧଧର୍ମର ଅବଦାନ ସମ୍ପର୍କରେ ନିମ୍ନରେ ଆଲୋଚିତ ହୋଇଅଛି ।

​ଲୋକପ୍ରିୟତା :

​ପ୍ରଥମଥର ପାଇଁ ବୌଦ୍ଧଧର୍ମ ଭାରତବର୍ଷରେ ଏକ ସରଳ, ସୁବୋଧ୍ୟ ଏବଂ ସଦାଚାର ଶିକ୍ଷା ପ୍ରଦାନ କରି ଏହା ଖୁବ୍ ଶୀଘ୍ର ଲୋକପ୍ରିୟ ହୋଇପାରିଥିଲା । ବୈଦିକ କର୍ମକାଣ୍ଡ ତଥା ଜଟିଳ ଧର୍ମର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିବାରୁ ଏହା ଲୋକମାନଙ୍କ ହୃଦୟକୁ ଛୁଇଁପାରିଥିଲା ଏବଂ ଜନାଦୃତ ହୋଇପାରିଥିଲା ।

​ସଦାଚାର ଶିକ୍ଷା :

​ବୌଦ୍ଧଧର୍ମ ମଣିଷକୁ ଅନେକ ଗୁଡ଼ିଏ ସଦ୍‌ଗୁଣର ଅଧୁକାରୀ ହେବାପାଇଁ ଶିକ୍ଷା ଦେଇଥିଲା । ସେଗୁଡ଼ିକ ମଧ୍ୟରେ ଅହିଂସା, ସତ୍ୟ, କରୁଣା, ମୈତ୍ରୀ ଇତ୍ୟାଦି ଅନ୍ୟତମ । ଏ ସମସ୍ତ ସଦ୍‌ଗୁଣ ମଣିଷର ଚରିତ୍ରକୁ ପରିସ୍ଫୁଟ କରିଥାଏ । ବୌଦ୍ଧଧର୍ମ ଏ ସମସ୍ତ ଶିକ୍ଷାଦେଇ ବାସ୍ତବ କ୍ଷେତ୍ରରେ ସଚ୍ଚରିତ୍ର ଗଠନ ପାଇଁ ଭାରତୀୟମାନଙ୍କୁ ପ୍ରେରଣା ଯୋଗାଇଥିଲା ।

​ଜାତିପ୍ରଥାର ବିରୋଧ :

​ବୌଦ୍ଧଧର୍ମ ଜାତିପ୍ରଥାର ବିରୋଧ କରିଥିଲା । ସମାଜ ମଧ୍ୟରେ ଥିବା ବର୍ଣ୍ଣବୈଷମ୍ୟକୁ ଏହା ତୀବ୍ର ବିରୋଧ କରିଥିଲା । ଏହି ଧର୍ମ ଆଗରେ ବ୍ରାହ୍ମଣଠାରୁ ଶୂଦ୍ର ପର୍ଯ୍ୟନ୍ତ ସମସ୍ତେ ସମାନ ଥିଲେ । ବୁଦ୍ଧଦେବ ସମସ୍ତଙ୍କୁ ନିର୍ବାଣ ପ୍ରାପ୍ତିର ମାର୍ଗ ପ୍ରଦର୍ଶନ କରିଥିଲେ । ବୁଦ୍ଧଦେବଙ୍କ ଦ୍ଵାରା ପ୍ରଚାରିତ ଏହି ସାମ୍ୟବାଦ ପରବର୍ତ୍ତୀ ପର୍ଯ୍ୟାୟରେ ମହାତ୍ମା ଗାନ୍ଧି ଏବଂ ଆମ୍ବେଦକରଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା । ସାମାଜିକ ବୈଷମ୍ୟ ଦୂର କରି ପ୍ରେମ ଏବଂ ମୈତ୍ରୀଭାବର ସୃଷ୍ଟି ନିମିତ୍ତ ବୁଦ୍ଧଦେବ ପଥ ପ୍ରଦର୍ଶନ କରିଥିଲେ ।

​ଭାଷା ସାହିତ୍ୟର ବିକାଶ :

​ବୁଦ୍ଧଦେବ ସରଳ ଭାଷାରେ ନିଜର ଧର୍ମମତ ପ୍ରଚାର କରିଥିଲେ । ସେ ବୌଦ୍ଧଧର୍ମର ପ୍ରଚାର ନିମିତ୍ତ ପ୍ରାକୃତ ଭାଷା ବ୍ୟବହାର କରୁଥିଲେ । ପରବର୍ତ୍ତୀ ସମୟରେ ପାଲି ଭାଷାରେ ବୌଦ୍ଧଧର୍ମ ପ୍ରଚାରିତ ହୋଇଥିଲା । କନିଷ୍କଙ୍କ ସମୟରେ ଚତୁର୍ଥ ବୌଦ୍ଧ ସମ୍ମିଳନୀର ସମସ୍ତ କାର୍ଯ୍ୟକ୍ରମ ସଂସ୍କୃତ ଭାଷାରେ ପରିଚାଳିତ ହୋଇଥିଲା । ତେଣୁ ଭାରତରେ ବିଭିନ୍ନ ଭାଷାରେ ବୌଦ୍ଧଧର୍ମ ପ୍ରଚାରିତ ହେବା ଫଳରେ ସେହି ଭାଷାଗୁଡ଼ିକର ଉନ୍ନତି ସାଧୂତ ହୋଇଥିଲା । କେବଳ ଭାଷାର ଉନ୍ନତି ନୁହେଁ ଅପରନ୍ତୁ ସାହିତ୍ୟର ମଧ୍ଯ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଥିଲା । ପାଲି ଭାଷାରେ ରଚିତ ଅସଂଖ୍ୟ ବୌଦ୍ଧଗ୍ରନ୍ଥ ଏହାର ପ୍ରମାଣ ବହନ କରେ ।

​ହିନ୍ଦୁଧର୍ମ ଉପରେ ପ୍ରଭାବ :

​ବୌଦ୍ଧଧର୍ମ ହିନ୍ଦୁଧର୍ମକୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲା । ଅହିଂସା ବ୍ୟତୀତ ମୂର୍ତିପୂଜା ବୌଦ୍ଧଧର୍ମ ହିନ୍ଦୁଧର୍ମକୁ ଶିକ୍ଷା ଦେଇଥିଲା । ମହାଯାନ ବୌଦ୍ଧମାନଙ୍କ ଦ୍ବାରା ପ୍ରବର୍ତ୍ତିତ ବୁଦ୍ଧଦେବଙ୍କ ମୂର୍ତ୍ତିପୂଜାକୁ ଅନୁସରଣ କରି ହିନ୍ଦୁମାନେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତିକୁ ମନ୍ଦିରରେ ସ୍ଥାପନ କରି ସେମାନଙ୍କୁ ପୂଜା କରିବାକୁ ଲାଗିଲେ । ଜଟିଳ ଯାଗଯଜ୍ଞ ଇତ୍ୟାଦିର ବହୁଳାଂଶରେ ଅବସାନ ଘଟିଲା ଏବଂ ଉପାସନା ପଦ୍ଧତିର ପ୍ରଚଳନ ହେଲା । ଏହା କେବଳ ବୌଦ୍ଧଧର୍ମ ଦ୍ବାରା ସମ୍ଭବପର ହୋଇପାରିଥିଲା ।

​ମଠ ବ୍ୟବସ୍ଥାର ପ୍ରଚଳନ :

​ବୌଦ୍ଧଧର୍ମ ମଠ ବ୍ୟବସ୍ଥାର ପ୍ରଚଳନ କରିଥିଲା । ବୌଦ୍ଧ ଭିକ୍ଷୁ ଏବଂ ଭିକ୍ଷୁଣୀମାନେ ସଂଘ (ସଂଘାରାମ)ରେ ଅବସ୍ଥାନ କରୁଥିଲେ । ଗଣତାନ୍ତ୍ରିକ ଉପାୟରେ ସେଠାରେ ସଂଘର ମୁଖ୍ୟ ସନ୍ନ୍ୟାସୀଙ୍କୁ ଭୋଟ ଦ୍ଵାରା ସେମାନେ ନିର୍ବାଚିତ କରୁଥିଲେ । ପରବର୍ତ୍ତୀ ସମୟରେ ଏହି ମଠ ବ୍ୟବସ୍ଥାକୁ ହିନ୍ଦୁଧର୍ମ ବହୁଳ ଭାବରେ ଗ୍ରହଣ କରିଥିଲା । ଶଙ୍କରାଚାର୍ଯ୍ୟ ଭାରତରେ ଚାରିଗୋଟି ମଠ ସ୍ଥାପନ କରିଥିଲେ । ଭାରତୀୟ ଧର୍ମକ୍ଷେତ୍ରରେ ଏହି ମଠବ୍ୟବସ୍ଥାର ବହୁଳ ପ୍ରଚଳନ ପାଇଁ ବୌଦ୍ଧଧର୍ମ ହିଁ ଦାୟୀ ଥିଲା ।

​କଳା ଓ ସ୍ଥାପତ୍ୟ :

​ଭାରତର କଳା ଏବଂ ସ୍ଥାପତ୍ୟ କ୍ଷେତ୍ରରେ ବୌଦ୍ଧଧର୍ମର ଅବଦାନ ଅତୁଳନୀୟ । ଏହା ପୂର୍ବରୁ କେବଳ ମଣ୍ଡପ, ଯଜ୍ଞଶାଳ ଏବଂ ସ୍ତମ୍ଭ ଇତ୍ୟାଦି ନିର୍ମିତ ହେଉଥିଲା । ମାତ୍ର ବୌଦ୍ଧଧର୍ମ ପ୍ରଚାରିତ ହେବା ସହିତ ବୌଦ୍ଧକଳା ଏବଂ ସ୍ଥାପତ୍ୟର ଉନ୍ନତି ଘଟିଲା । ଅଶୋକଙ୍କ ଠାରୁ ଭାରତୀୟ କଳା ଓ ସ୍ଥାପତ୍ୟରେ ପ୍ରସ୍ତର ବ୍ୟବହୃତ ହେଲା ଏବଂ ଅସଂଖ୍ୟ ସ୍ତୂପ, ଚୈତ୍ୟ ଏବଂ ଧର୍ମସ୍ତମ୍ଭ ନିର୍ମିତ ହେବାକୁ ଲାଗିଲା । ସାଞ୍ଚ୍, ସାରନାଥ, ରୁମିନ୍ଦେଇ, ଭରହୁତ, କାନ୍‌ହେରୀ, ଧଉଳି, ଜଉଗଡ଼, ଇତ୍ୟାଦି ଅନେକ ସ୍ଥାନରେ ବୌଦ୍ଧକୀର୍ତ୍ତି ସ୍ଥାନପାଇଲା । ସମୟକ୍ରମେ ଗାନ୍ଧାରକଳା ଏବଂ ମଥୁରାକଳାରେ ଅନେକ ବୌଦ୍ଧମୂର୍ତ୍ତି ନିର୍ମିତ ହେଲା । ଅଜନ୍ତା, ଏଲୋରା, ବାଘ ଇତ୍ୟାଦି ସ୍ଥାନରେ ଅସଂଖ୍ୟ ବୌଦ୍ଧ ଚିତ୍ରକଳା ସ୍ଥାନ ପାଇଲା । ବୌଦ୍ଧସଂଘ, ରାଜା, ଦରବାର, ବୃକ୍ଷ, ଲତା, ଫୁଲ, ପରୀ, ବଣିକ ଇତ୍ୟାଦି ବୌଦ୍ଧକଳା ପ୍ରସ୍ତର ଦେହରେ ଖୋଦିତ ହେଲା । ସୁଦୃଶ୍ୟ ସ୍ତୂପ, ତୋରଣ ଏବଂ ଚୈତ୍ୟ ମଧ୍ୟ ପ୍ରସ୍ତରରେ ନିର୍ମିତ ହେଲା । ବୌଦ୍ଧକଳା ଓ ସ୍ଥାପତ୍ୟ ଭାରତୀୟ ସଂସ୍କୃତିକୁ ପରିପୁଷ୍ଟ କରିଥିଲା ।

​ଇତିହାସ ଉପରେ ପ୍ରଭାବ :

​ବୌଦ୍ଧଧର୍ମର ପ୍ରଭାବ ଭାରତ ଇତିହାସ ଉପରେ ବିଶେଷ ଭାବେ ଅନୁଭୂତ ହୋଇଥିଲା । ବୌଦ୍ଧଧର୍ମର ଅହିଂସା ମଗଧର ଗତିପଥକୁ ଅନେକ ପରିମାଣରେ ବଦଳାଇ ଦେଇଥିଲା । କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହା ସହ ମଗଧର ସାମ୍ରାଜ୍ୟ ଲିପ୍‌ସାର ପୂର୍ଣଚ୍ଛେଦ ପାତ ହୋଇଥିଲା ।

​ଅଖଣ୍ଡତା :

​ଭାରତର କୋଣଅନୁକୋଣରେ ପ୍ରଚାରିତ ହୋଇଥିଲା ବୌଦ୍ଧଧର୍ମ । ଏହି ଧର୍ମ ପ୍ରଚାରହେବା ଫଳରେ ଭାରତର ରାଜନୈତିକ କ୍ଷେତ୍ରରେ ଏକ ଏକତା ପ୍ରତିଷ୍ଠା ହେବା ପାଇଁ ସୁଯୋଗ ମିଳିଥିଲା । ସମୟକ୍ରମେ ଏହା ଅଖଣ୍ଡ ଭାରତର ପରିକଳ୍ପନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ।

​ବିଦେଶରେ ଭାରତୀୟ ସଂସ୍କୃତିର ଗୁଣ‌ଗାନ :

​ବିଦେଶରେ ବୌଦ୍ଧଧର୍ମ ମହାନ ଭାରତୀୟ ସଂସ୍କୃତିର ଗୁଣ‌ଗାନ କରିଥିଲା । ସମୟକ୍ରମେ ଏହା ସିଂହଳ, ଜାପାନ, ଚୀନ, ତିବ୍ବତ, ବର୍ମା, ଜାଭା, ସୁମାତ୍ରା ଇତ୍ୟାଦି ଦେଶକୁ ବ୍ୟାପି ଯାଇଥିଲା । ସମ୍ରାଟ ଅଶୋକ ଭାରତ ବାହାରେ ବିଶ୍ୱଭ୍ରାତୃତ୍ଵର ପ୍ରତିଷ୍ଠା ନିମିତ୍ତ ପ୍ରୟାସୀ ହୋଇଉଠିଲେ । ଭାରତ ବାହାରେ ଏହି ଧର୍ମରେ ଦୀକ୍ଷିତ ହୋଇଥିବା ଲୋକମାନେ ଭାରତକୁ ଏକ ପବିତ୍ର ଦେଶ ରୂପେ ବିବେଚନା କରିଥିଲେ । ଉଦାର ନୀତିର ପ୍ରଚାର ଏବଂ ପ୍ରସାର ଦ୍ଵାରା ବୌଦ୍ଧ ଧର୍ମ ଭାରତୀୟ ସଂସ୍କୃତିର ବ୍ୟାପକତା ସମ୍ପର୍କରେ ବିଶ୍ଵବାସୀଙ୍କୁ ସୂଚନା ପ୍ରଦାନ କରିଥିଲା ।

​ବାସ୍ତବିକ ଭାରତୀୟ ସଂସ୍କୃତିକୁ ବୌଦ୍ଧଧର୍ମ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଧର୍ମ, କଳା, ସ୍ଥାପତ୍ୟ, ଭାଷା ଇତ୍ୟାଦି କ୍ଷେତ୍ରରେ ଅତୁଳନୀୟ ଅବଦାନ ଦ୍ଵାରା ଏହା ଭାରତୀୟ ସଂସ୍କୃତିକୁ ଋଦ୍ଧିମନ୍ତ କରିଥିଲା । ବୁଦ୍ଧଙ୍କର ବାଣୀ ଏବଂ ବ୍ୟକ୍ତିତ୍ଵ ସମାଜର ଅଗଣିତ ମଣିଷଙ୍କୁ ପ୍ରଭାବିତ କରିଥିଲା । ଭାରତୀୟ ସଂସ୍କୃତିକୁ ବୌଦ୍ଧଧର୍ମ ଯେ ବହୁଭାବରେ ପ୍ରଭାବିତ କରିଥିଲା, ଏଥିରେ ସନ୍ଦେହର ଅବକାଶ ନାହିଁ ।

​ବାସ୍ତବିକ ଭାରତର ଇତିହାସକୁ ଜୈନଧର୍ମ ଏବଂ ବୌଦ୍ଧଧର୍ମର ଦାନ ଅତୁଳନୀୟ । ସମଗ୍ର ପୃଥ‌ିବୀର ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଏକ ସଂସ୍କାରବାଦୀ ଯୁଗ ରୂପେ ପରିଗଣିତ ହୋଇଥିଲାବେଳେ ଭାରତ ଏହାର ବ୍ୟତିକ୍ରମ ନ ଥିଲା । ଏହା ମଧ୍ୟ ସୃଷ୍ଟିକରିଥିଲା ଗୌତମ ବୁଦ୍ଧ ଏବଂ ମହାବୀରଙ୍କ ପରି ସମାଜ ସଂସ୍କାରକ । ସେମାନେ ସେମାନଙ୍କର ବାଣୀ ପ୍ରଚାର କରି ଭାରତୀୟ ସମାଜରେ ସଂସ୍କାର ଦ୍ବାରା ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ପରବର୍ତ୍ତୀ ସମୟରେ କେବଳ ଧର୍ମ ବା ସଂସ୍କାର ନୁହେଁ ଭାରତୀୟ କଳା, ସ୍ଥାପତ୍ୟ, ସାହିତ୍ୟ, ଇତିହାସ ଇତ୍ୟାଦିକୁ ଋଦ୍ଧିମନ୍ତ କରିଥିଲା ଏହି ଧର୍ମଦ୍ଵୟର ଅବଦାନମାନ । 

କଳିଙ୍ଗ ଯୁଦ୍ଧ

 

Here is the complete text extracted from the document:

​[Page 1 / 101]

​[Image: Image of Emperor Ashoka with caption ଅଶୋକ]

​ଏକ ଐତିହାସିକ

ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯ

କଳିଙ୍ଗ ଯୁଦ୍ଧ : କାରଣ ଏବଂ ଫଳାଫଳ ଓ ମୌର୍ଯ୍ୟ ଶାସନ

​ବ୍ୟକ୍ତିତ୍ଵ ହିସାବରେ ସମ୍ରାଟ ଅଶୋକ କେବଳ ଭାରତବର୍ଷରେ ନୁହେଁ, ସମଗ୍ର ପୃଥ‌ିବୀ ଇତିହାସରେ ନିଜର ନାମକୁ ର ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି । ତାଙ୍କ ରାଜନୈତିକ ଜୀବନରେ ସଂଘଟିତ ଏକମାତ୍ର ଯୁଦ୍ଧ କଳିଙ୍ଗ ଯୁଦ୍ଧର ଭୟାବହତା ଯେତିକି ଭୟଭୀତ କରାଇଥୁଲା, ଦେବାନାଂ ପ୍ରିୟଦର୍ଶୀ ହିସାବରେ ବିଶ୍ଵ ଭ୍ରାତୃତ୍ଵ ପ୍ରତିଷ୍ଠା ଦିଗରେ ତାଙ୍କର ଉଦ୍ୟମ ବିଶ୍ୱବାସୀଙ୍କୁ ସେତିକି ବିସ୍ମିତ କରିଥିଲା । ଖ୍ରୀ:ପୂ. ୨୭୩ରେ ସେ ସମ୍ରାଟ ରୂପେ ନିଜକୁ ଘୋଷଣା କରିଥିଲେ ମଧ୍ୟ ନିଜର ୯୯ ଭାଇଙ୍କୁ ହତ୍ୟାକରି ସେ ଖ୍ରୀ:ପୂ. ୨୬୯ରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ଏହାର ୮ ବର୍ଷ ପରେ ଅର୍ଥାତ୍ ଖ୍ରୀ:ପୂ. ୨୬୧ରେ ସଂଘଟିତ ହୋଇଥୁଲା କଳିଙ୍ଗ ଯୁଦ୍ଧ । କଳିଙ୍ଗ ଯୁଦ୍ଧ ପରେ ସେ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକ’ରେ ପରିଣତ ହୋଇଥିଲେ ଏବଂ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ଏହାର ପ୍ରଚାର ଓ ପ୍ରସାର ନିମିତ୍ତ ମନୋନିବେଶ କରିଥିଲେ । ତାଙ୍କରି ଉଦ୍ୟମରେ ଋଦ୍ଧିମନ୍ତ ହୋଇଥିଲା ଭାରତୀୟ କଳା, ସ୍ଥାପତ୍ୟ, ସାହିତ୍ୟ ଏବଂ ସଂସ୍କୃତି । ତାଙ୍କର ପ୍ରଜାନୁରଞ୍ଜନ ଶାସନ ତାଙ୍କୁ ଇତିହାସ ପୃଷ୍ଠାରେ ଚିରସ୍ମରଣୀୟ କରାଇପାରିଥିଲା ।

​କଳିଙ୍ଗ ଯୁଦ୍ଧ

​କଳିଙ୍ଗ ଯୁଦ୍ଧ କେବଳ ଭାରତ ଇତିହାସରେ ନୁହେଁ, ସମଗ୍ର ପୃଥ‌ିବୀ ଇତିହାସରେ ଏକ ବିଶିଷ୍ଟ ଘଟଣା ରୂପେ ପରିଗଣିତ । ଖ୍ରୀ:ପୂ. ୨୬୧ରେ ଏହି କଳିଙ୍ଗ ଯୁଦ୍ଧ ସଂଘଟିତ ହୋଇଥିଲା । ପାକିସ୍ଥାନ ନିସ୍ଥାନରେ ଅବସ୍ଥିତ ଶାହାବାଜଗଡିଠାରୁ ମିଳିଥିବା ଅଶୋକଙ୍କ ତ୍ରୟୋଦଶ ଶିଳାଲେଖ (Rock Edict XIII) ଏହି ଯୁଦ୍ଧ ଉପରେ ଆଲୋକପାତ କରିଥାଏ ।

​କଳିଙ୍ଗ ଯୁଦ୍ଧର କାରଣ :

​କଳିଙ୍ଗ ଯୁଦ୍ଧ ପାଇଁ ଅନେକଗୁଡ଼ିଏ ଘଟଣା ଦାୟୀ । ଏହି ଯୁଦ୍ଧର କାରଣ ନିମ୍ନରେ ପ୍ରଦାନ କରାଗଲା ।

​ରାଜନୈତିକ କାରଣ :

​ଅଶୋକଙ୍କ ସମୟରେ ମଗଧ ସାମ୍ରାଜ୍ୟ କଳିଙ୍ଗକୁ ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣରେ ଘେରି ରହିଥିଲା । ମଗଧର ସୀମାରେ କଳିଙ୍ଗର ଏହି ଅବସ୍ଥିତି ମଗଧର ସ୍ଥିତି ପ୍ରତି ଏକ ବିପଦ ରୂପେ ପରିଗଣିତ ହେଉଥିଲା । ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ତାଙ୍କ ପୁତ୍ର ଅଶୋକଙ୍କ ପିତା ବିନ୍ଦୁସାର

​[Page 2 / 102]

​102 | ଭାରତ ଇତିହାସ

​[Image: Map showing ଖ୍ରୀ.ପୂ. ୨୬୧ରେ - କଳିଙ୍ଗର ସ୍ଥିତି]

​କଳିଙ୍ଗ ଆକ୍ରମଣ କରିପାରି ନଥିଲେ । ପ୍ରଫେସର D.R. Bhandarkarଙ୍କ ମତରେ କଳିଙ୍ଗ ଦାକ୍ଷିଣାତ୍ୟରେ ଥିବା ଶକ୍ତିଶାଳୀ ଚୋଳ ରାଜ୍ୟ ସହିତ ମିଶି ବହୁମାତ୍ରାରେ ଶକ୍ତିଶାଳୀ ହୋଇ ମଗଧ ଆକ୍ରମଣ କରିବାର ପ୍ରଚ୍ଛନ୍ନ ଭୟ ହୁଏତ ଅଶୋକଙ୍କ ମନକୁ ଆଚ୍ଛାଦିତ କରିଥିଲା । ସେଥିପାଇଁ ମଗଧ ସୀମାରେ ଅବସ୍ଥିତ କଳିଙ୍ଗ ରାଜ୍ୟକୁ ପରାଜିତ କରି ମୌର୍ଯ୍ୟ ସାମ୍ରାଜ୍ୟରେ ମିଶେଇ ଦେବା ପାଇଁ ଅଶୋକ ମନସ୍ଥ କରିଥିଲେ ।

​ଆର୍ଥନୀତିକ କାରଣ :

​କଳିଙ୍ଗର ସମୃଦ୍ଧି ମଗଧ ସାମ୍ରାଜ୍ୟର ଚକ୍ଷୁଶୂଳ ହୋଇପଡ଼ିଥିଲା । ସୁଦୂର ବାଲି, ଜାଭା, ମାଳୟ ଇତ୍ୟାଦି ଦ୍ୱୀପଗୁଡ଼ିକ ସହିତ ନୌବାଣିଜ୍ୟ କରି କଳିଙ୍ଗ ସମୃଦ୍ଧ ହେବାକୁ ଲାଗିଲା । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ଜଣାଯାଏ ଯେ କଳିଙ୍ଗ ତୁଳନାରେ ମଗଧର ନୌସେନା ଦୁର୍ବଳ ଥିଲା । ମଗଧର ନୌସେନା ବଡ଼ବଡ଼ ନଦୀ ବକ୍ଷରେ ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପହରାଦେବାବେଳେ କଳିଙ୍ଗର ଅଧିବାସୀମାନେ ସମୁଦ୍ର ଅଭ୍ୟନ୍ତରରେ ବିଚରଣ କରି ଦରିଆପାରି ରାଜ୍ୟଗୁଡ଼ିକ ସହିତ ରାଜନୈତିକ, ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ରକ୍ଷା କରିବାକୁ ସମର୍ଥ ଥିଲେ । ଅଶୋକ ଏହା ଠିକ୍ ରୂପେ ଉପଲବ୍‌ଧ୍ କରିଥିଲେ ଏବଂ କଳିଙ୍ଗ ଆକ୍ରମଣ କରି କଳିଙ୍ଗବାସୀମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ମନସ୍ଥ କରିଥିଲେ ।

​[Page 3 / 103]

​କଳିଙ୍ଗ ଯୁଦ୍ଧ : କାରଣ ଏବଂ ଫଳାଫଳ ଓ ମୌର୍ଯ୍ୟ ଶାସନ | 103

​ବାଣିଜ୍ୟଗତ କାରଣ :

​କଳିଙ୍ଗର ଆର୍ଥନୀତିକ ସମୃଦ୍ଧି ସହିତ ଏହାର ବାଣିଜ୍ୟିକ କାରବାର ଅଶୋକଙ୍କୁ କ୍ଷୁବ୍‌ଧ କରିଥିଲା । ବାଣିଜ୍ୟକ୍ଷେତ୍ରରେ ମଗଧର ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ଥିଲା କଳିଙ୍ଗ । ଗାଙ୍ଗେୟ ଉପତ୍ୟକାରୁ ସୁଦୂର ଦାକ୍ଷିଣାତ୍ୟ ପର୍ଯ୍ୟନ୍ତ ସ୍ଥଳପଥରେ ପ୍ରମୁଖ ବାଣିଜ୍ୟ ପଥମାନ କଳିଙ୍ଗ ମଧ୍ୟ ଦେଇ ଲମ୍ବି ଯାଇଥିଲା । ମଗଧର ପ୍ରଭୂତ ସମ୍ବଳ ଥିଲେ ମଧ୍ୟ ତଥା ବହିଃ ଦେଶଗୁଡ଼ିକ ସହିତ ଏହାର ଘନିଷ୍ଠ ସମ୍ପର୍କ ରହିଥିଲେ ମଧ୍ୟ ବାଣିଜ୍ୟିକ ପଥର ସୁବିଧା ନ ଥିବା ହେତୁ ଏହାର ବ୍ୟବସାୟ ଯଥେଷ୍ଟ ପରିମାଣରେ ବାଧାପ୍ରାପ୍ତ ହେଉଥିଲା । କଳିଙ୍ଗର ଏହି ବାଣିଜ୍ୟିକ ସମୃଦ୍ଧି ମଗଧ ପକ୍ଷେ ଅସହ୍ୟ ହୋଇପଡ଼ିଲା । ଏଭଳି ଏକ ବିଶାଳ ସାମ୍ରାଜ୍ୟର ଆର୍ଥନୀତିକ ମାନଦଣ୍ଡକୁ କଳିଙ୍ଗ ଭଳି ସାମାନ୍ୟ ଛୋଟ ରାଜ୍ୟଟେ ଦୋହଲାଇ ଦେଇଥିବାରୁ ଅଶୋକ କ୍ଷୁବ୍‌ଧ ହୋଇ କଳିଙ୍ଗ ଆକ୍ରମଣ କରିଥିଲେ ।

​ନାଗମାନଙ୍କ ଦ୍ବାରା ଅଶୋକଙ୍କ ଅଳଙ୍କାର ଅପହରଣ :

​ତିବ୍ବତୀୟ ଲେଖକ ଲାମା ତାରାନାଥଙ୍କ ବର୍ଣ୍ଣନାରୁ ଜଣାଯାଏ ଯେ ନାଗମାନେ ଅଶୋକଙ୍କ ଆଭୂଷଣମାନ ଲୁଟି ନେଇଥିଲେ । ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ । ଐତିହାସିକ P.H.L. Eggermont ନାଗମାନଙ୍କୁ କଳିଙ୍ଗର ସାମୁଦ୍ରୋପଜୀବୀ ହିସାବରେ ବର୍ଣ୍ଣନା କରିଛନ୍ତି । ସେମାନେ ସମୁଦ୍ରରେ ଅଶୋକଙ୍କ ନୌକାକୁ ଆକ୍ରମଣ କରି ତାଙ୍କଠାରୁ ଅଳଙ୍କାରମାନ ଲୁଟି ନେଇଥ‌ିବା ଯୋଗୁଁ ଅଶୋକ କଳିଙ୍ଗ ସହ ଯୁଦ୍ଧ କରିବା ପାଇଁ ଆଗଭର ହୋଇଥିଲେ । ଅବଶ୍ୟ ଅନ୍ୟାନ୍ୟ ଉପାଦାନଗୁଡ଼ିକର ଅଭାବରେ ଐତିହାସିକମାନେ ଏହି ଘଟଣା ଉପରେ ବିଶେଷ ଗୁରୁତ୍ବ ଦିଅନ୍ତି ନାହିଁ ବା ଏହାକୁ ସତ୍ୟବୋଲି ଧରିନିଅନ୍ତି ନାହିଁ ।

​ଧର୍ମଗତ କାରଣ :

​ବୋଧହୁଏ ଧର୍ମ ସମ୍ପର୍କିତ କାରଣ ଅଶୋକଙ୍କୁ କଳିଙ୍ଗ ଆକ୍ରମଣ ପାଇଁ ବାଧ୍ଯ କରିଥିଲା । ଉପାଦାନଗୁଡ଼ିକରୁ ଜଣାଯାଏ ଯେ ଅଶୋକ କଳିଙ୍ଗ ଆକ୍ରମଣ ପୂର୍ବରୁ ବ୍ରାହ୍ମଣ୍ୟ ଧର୍ମ (ଶିବ ଉପାସନା) ଅନୁସରଣ କରୁଥିଲେ । କଳିଙ୍ଗରେ ସେତେବେଳେ ବୌଦ୍ଧ ଅଥବା ଜୈନ ଧର୍ମ ରହିଥ‌ିବାର ଅନୁମାନ କରାଯାଇପାରେ । ସେଥିପାଇଁ ସମ୍ଭବତଃ, ଅଶୋକ ଏକ ଧର୍ମଯୁଦ୍ଧ କରି କଳିଙ୍ଗର ଅଧୂବାସୀମାନଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇବାର ଅଭିପ୍‌ସା ନେଇ କଳିଙ୍ଗ ଆକ୍ରମଣ କରିଥିଲେ ।

​କାରୁବାକୀ କିମ୍ବଦନ୍ତୀ :

​ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଧୀବରଗୋଷ୍ଠୀ ମଧ୍ୟରେ କାରୁବାକୀ କିମ୍ବଦନ୍ତୀ ବହୁଳଭାବେ ପ୍ରଚଳିତ । ଏହି କିମ୍ବଦନ୍ତୀ ଅନୁସାରେ ଧୀବରମାନଙ୍କର ମୁଖ୍ୟଙ୍କ କନ୍ୟା କାରୁବାକୀ ଥିଲେ କଳିଙ୍ଗ ରାଜକୁମାରଙ୍କ ବାଗ୍‌ଦତ୍ତା । ତାଙ୍କ ରୂପଲାବଣ୍ୟ ସନ୍ଦର୍ଶନରେ ଅଶୋକ ତାଙ୍କ ପ୍ରତି ଆସକ୍ତ ହୋଇପଡ଼ିଥିଲେ । ତାଙ୍କୁ ଲାଭ କରିବାକୁ ହେଲେ କଳିଙ୍ଗ ସହ ଯୁଦ୍ଧ କରିବା ଏକାନ୍ତ ଭାବେ ଆବଶ୍ୟକ ଥିଲା । ଅବଶ୍ୟ ଅଶୋକଙ୍କ ଚରିତ୍ରରେ ଏହି ଦୁର୍ବଳତା ଥିଲା । ସେ ଉଜ୍ଜୟିନୀରେ କୁମାର ରୂପେ ଅବସ୍ଥାପିତ ଥିବା ସମୟରେ ଦେବୀଙ୍କ ସହ ପ୍ରଣୟ ଲୀଳା ରଚି ତାଙ୍କୁ ବିବାହ କରିଥିଲେ । ତେଣୁ ସେହି ଦୁର୍ବଳତା ଯେ ତାଙ୍କୁ କାରୁବାକୀଙ୍କ ପ୍ରତି ଆକୃଷ୍ଟ କରିଥିଲା—ଏଥିରେ ସନ୍ଦେହର ଅବକାଶ ନାହିଁ ।

​କଳିଙ୍ଗ ଯୁଦ୍ଧ :

​ବହୁ ପ୍ରତୀକ୍ଷିତ କଳିଙ୍ଗ ଯୁଦ୍ଧ ଖ୍ରୀ:ପୂ. ୨୬୧ରେ ଅର୍ଥାତ୍ ଅଶୋକଙ୍କ ରାଜ୍ୟାଭିଷେକର ଅଷ୍ଟମ ବର୍ଷରେ ସଂଘଟିତ ହୋଇଥିଲା । ଅଶୋକ ତାଙ୍କର ବିରାଟ ସୈନ୍ୟବାହିନୀ ସହ କଳିଙ୍ଗ ଆକ୍ରମଣ କରିଥିଲେ । କଳିଙ୍ଗବାସୀମାନେ ପ୍ରବଳ ପରାକ୍ରମ ସହିତ ଅଶୋକଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶୋଚନୀୟ ରୂପେ ପରାଜୟ ବରଣ କରିଥିଲେ । ତ୍ରୟୋଦଶ ଶିଳାଲେଖର ବର୍ଣନା ଅନୁସାରେ ଏହି ଯୁଦ୍ଧରେ କଳିଙ୍ଗ ପକ୍ଷରୁ ୧,୦୦,୦୦୦ ସୈନ୍ୟ ନିହତ ହୋଇଥିଲେ, ୧,୫୦,୦୦୦ ସୈନ୍ୟ ଅଶୋକଙ୍କ ହାତରେ ବନ୍ଦୀ ହୋଇଥିଲେ ଏବଂ ସେହି ସଂଖ୍ୟକ (୧,୦୦,୦୦୦ + ୧,୫୦,୦୦୦ = ୨,୫୦,୦୦୦) କଳିଙ୍ଗ ସୈନ୍ୟ ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟରେ ନିଶ୍ଚିହ୍ନ ହୋଇଯାଇଥିଲେ । ଏହି ଯୁଦ୍ଧ ଭୁବନେଶ୍ଵର ନିକଟବର୍ତ୍ତୀ ଦୟାନଦୀ କୂଳରେ ଘଟିଥିଲା ଏବଂ ଦୟାନଦୀର ଜଳ ରକ୍ତରଞ୍ଜିତ ହୋଇଥିଲା ।

​[Page 4 / 104]

​104 | ଭାରତ ଇତିହାସ

​ଏହି ଯୁଦ୍ଧରେ ମର୍ମାହତ ହୋଇ ଅଶୋକ ଜୀବନକାଳ ମଧ୍ୟରେ ଆଉ ଯୁଦ୍ଧ ନ କରିବା ପାଇଁ ସଂକଳ୍ପ ନେଇଥିଲେ ଏବଂ ଉପଗୁପ୍ତ ନାମକ ବୌଦ୍ଧ ସନ୍ନ୍ୟାସୀ (ମତାନ୍ତରେ ମୋଗଲି-ପୁତ୍ତ-ତିସ୍‌ସା ବା ନ୍ୟଗ୍ରୋଧ)ଙ୍କ ଦ୍ବାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ।

​କଳିଙ୍ଗ ଯୁଦ୍ଧର ଫଳାଫଳ :

​କଳିଙ୍ଗ ଯୁଦ୍ଧର ଫଳାଫଳ ଥିଲା ସୁଦୂର ପ୍ରସାରୀ । ଏହି ଯୁଦ୍ଧ ଭାରତ ତଥା ପୃଥ‌ିବୀ ଇତିହାସର ଏକ ଅଭୂତପୂର୍ବ ଘଟଣା ରୂପେ ପରିଗଣିତ ହୋଇଥିଲା । ଏହା ଅଶୋକଙ୍କ ଜୀବନରେ ସମ୍ପୂର୍ଣ ପରିବର୍ତ୍ତନ ଆଣିଥିଲା ବୋଲି ସର୍ବଜନ ବିଦିତ । ମାତ୍ର ଏହା ଯେ କେତେଦୂର ସତ୍ୟ — ଏହା ପର୍ଯ୍ୟାଲୋଚନାର ବିଷୟ । କଳିଙ୍ଗ ଯୁଦ୍ଧର ଫଳାଫଳ ନିମ୍ନରେ ବର୍ଣିତ ।

​ଅଶୋକଙ୍କ ପରିବର୍ତ୍ତନ :

​ରକ୍ତାକ୍ତ କଳିଙ୍ଗ ଯୁଦ୍ଧ ଅଶୋକଙ୍କ ମନରେ ଗଭୀର ରେଖାପାତ କରିଥିଲା । ଏହା ତାଙ୍କର ହୃଦୟକୁ ଆନ୍ଦୋଳିତ କରିଥିଲା । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ ସେ ଉଲ୍ଲେଖ କରିଛନ୍ତି—

​‘‘ଅବିଜିତ ରାଷ୍ଟ୍ର (କଳିଙ୍ଗ)କୁ ବିଜୟ କରି କର୍ଚ ଏବଂ ସଂଘଟିତ ହୋଇଥିବା ହତ୍ୟା, ମୃତ୍ୟୁ, ଦେଶାନ୍ତର ଇତ୍ୟାଦିର ସନ୍ଦର୍ଶନ ଦେବାନାଂପ୍ରିୟ (ଅଶୋକ)ଙ୍କ ପକ୍ଷେ ଚରମ ଦୁଃଖଦାୟକ ହୋଇଥିଲା ।’’

​ଏହି ମାନସିକ ପରିବର୍ତନ ଫଳରେ ଦେବାନାଂପ୍ରିୟ ପ୍ରିୟଦର୍ଶୀ ବା ଅଶୋକ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକ’ରେ ପରିଣତ ହୋଇଥିଲେ । ତରବାରୀର ଜୟ ପ୍ରକୃତ ଜୟ ନୁହେଁ ବରଂ ମଣିଷ ହୃଦୟକୁ ଜୟ କରିବା ପ୍ରକୃତ ଜୟ ବୋଲି ସେ ହୃଦ୍‌ବୋଧ କରିଥିଲେ ।

​ଅଶୋକଙ୍କ ଦ୍ୱାରା ବୌଦ୍ଧଧର୍ମ ଗ୍ରହଣ :

​କଳିଙ୍ଗ ଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହୋଇପଡ଼ିଲେ । ସେ ବୌଦ୍ଧ ସନ୍ନ୍ୟାସୀ ଉପଗୁପ୍ତ ଅଥବା ନିଜ ପୁତୁରା ନିଗ୍ରୋଧ ଅଥବା ମୋଗଲି-ପୁତ୍ତ-ତିସ୍‌ସାଙ୍କ ଦ୍ବାରା ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ । ଏକମାତ୍ର ବୌଦ୍ଧଧର୍ମ ଯେ ତାଙ୍କୁ ଶାନ୍ତି ପ୍ରଦାନ କରିବାକୁ ସକ୍ଷମ ହୋଇପାରିବ ସେ ଏକଥା ହୃଦ୍‌ବୋଧ କରିଥିଲେ । ତେଣୁ ସେ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହେବା ସହିତ ତାହାକୁ ଗ୍ରହଣ କରିଥିଲେ ଏବଂ ନିଜକୁ ବୁଦ୍ଧଙ୍କର ପରମ ଉପାସକ ହିସାବରେ ଉପସ୍ଥାପନ କରିଥିଲେ । ଅବଶ୍ୟ ଏହି ପରିବର୍ତ୍ତନ ବାହ୍ୟ ଥିଲା । ବିସ୍ତୃତ ମୌର୍ଯ୍ୟ ସାମ୍ରାଜ୍ୟକୁ ନିର୍ବିବାଦରେ ଉପଭୋଗ କରିବାର ଲାଳସା ତାଙ୍କ ମନ ଭିତରେ ଭରି ରହିଥୁଲା ।

​ବିହାର ଯାତ୍ରା ବନ୍ଦ ଓ ଧର୍ମଯାତ୍ରା ଆରମ୍ଭ :

​କଳିଙ୍ଗ ଯୁଦ୍ଧ ପୂର୍ବରୁ ଅଶୋକ ବିଳାସପୂର୍ଣ ଜୀବନ ଅତିବାହିତ କରୁଥିଲେ । ଅନେକ ସମୟରେ ସେ ଶୀକାର ନିମିତ୍ତ ବିହାର ଯାତ୍ରା କରୁଥିଲେ । ମାତ୍ର ବୌଦ୍ଧଧର୍ମର ଦୀକ୍ଷିତ ହେବା ପରେ ସେ ପଶୁବଧ ନିଷିଦ୍ଧ କରିଥିବାର ବର୍ଣ୍ଣନା ତାଙ୍କର ପ୍ରଥମ ଶିଳାନୁଶାସନରୁ ମିଳିଥାଏ । କେବଳ ସେତିକି ନୁହେଁ, ସେ ବିହାର ଯାତ୍ରାକୁ ବନ୍ଦ କରିଦେଇ ଧର୍ମଯାତ୍ରାର ଆରମ୍ଭ କରିଥିଲେ । ବୁଦ୍ଧଙ୍କ ଜନ୍ମ, ନିର୍ବାଣ, ମୁଖ ଇତ୍ୟାଦି ସହିତ ସଂଶ୍ଳିଷ୍ଟ ସ୍ଥାନଗୁଡ଼ିକ ସେ ପରିଦର୍ଶନ କରିଥିଲେ । ସେ ଲୁମ୍ବିନୀ, ସାରନାଥ ଇତ୍ୟାଦି ସ୍ଥାନ ଭ୍ରମଣ କରିଥିବା କଥା ତାଙ୍କର ଶିଳାନୁଶାସନରୁ ଜଣାପଡ଼ିଥାଏ ।

​ବୌଦ୍ଧଧର୍ମର ପ୍ରସାର ପାଇଁ ପଦକ୍ଷେପ :

​କଳିଙ୍ଗ ଯୁଦ୍ଧ ପରେ ଅଶୋକ ଯେ କେବଳ ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ ତାହା ନୁହେଁ, ଏହି ଧର୍ମର ପ୍ରଚାର ଏବଂ ପ୍ରସାର ପାଇଁ ସେ ବିହିତ ପଦକ୍ଷେପ ନେଇଥିଲେ । ତାଙ୍କରି ପ୍ରଚେଷ୍ଟାରେ ଭାରତ ଏବଂ ଭାରତ ବାହାରେ ବୌଦ୍ଧଧର୍ମ ପ୍ରଚାରିତ ହୋଇଥିଲା । ତାଙ୍କରି ଉଦ୍‌ଯୋଗରେ ଖ୍ରୀ:ପୂ. ୨୫୧ରେ ପାଟଳୀପୁତ୍ରଠାରେ ‘ତୃତୀୟ ବୌଦ୍ଧ ସମ୍ମିଳନୀ’ ଆହୂତ ହୋଇଥିଲା । ଏହି ସମ୍ମିଳନୀର କାର୍ଯ୍ୟକ୍ରମ ଦୀର୍ଘ ନଅମାସ ଧରି ଚାଲୁ ରହିଥିଲା । ସିଂହଳର ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ ମୋଗଲି-ପୁତ୍ତ-ତିସ୍‌ସା ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଶେଷରେ ମୋଗଲି-ପୁତ୍ତ-ତିସ୍‌ସାଙ୍କ ନିର୍ଦ୍ଦେଶରେ

​[Page 5 / 105]

​କଳିଙ୍ଗ ଯୁଦ୍ଧ : କାରଣ ଏବଂ ଫଳାଫଳ ଓ ମୌର୍ଯ୍ୟ ଶାସନ | 105

​ନିର୍ଦ୍ଦେଶରେ ଭାରତ ତଥା ଭାରତ ବାହାରକୁ ଧର୍ମପ୍ରଚାରକମାନଙ୍କୁ ବୌଦ୍ଧଧର୍ମ ପ୍ରଚାର ପାଇଁ ପ୍ରେରଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମଜ୍‌ଝନ୍ତିକ କାଶ୍ମୀର ଏବଂ ଗାନ୍ଧାରରେ; ମହାଦେବ ମହୀଷମଣ୍ଡଳ (ମହୀଶୂର)ରେ; ରକ୍ଷିତ ବନବାସୀରେ (ଉତ୍ତର କନ୍‌ର ଜିଲ୍ଲା); ୟୋନଧର୍ମରକ୍ଷିତ ଅପରାନ୍ତରେ; ମହାଧର୍ମରକ୍ଷିତ ମହାରାଷ୍ଟ୍ରରେ; ମଜ୍‌ଝିମ ହିମାଳୟ ରାଜ୍ୟରେ; ଶୋଣ ଏବଂ ଉତ୍ତର ସୁବର୍ଣ୍ଣ ଭୂମିରେ ତଥା ଅଶୋକଙ୍କ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଂଘମିତ୍ରା ସିଂହଳରେ ବୌଦ୍ଧଧର୍ମର ପ୍ରଚାର କରିଥିଲେ । ଏହି ପଦକ୍ଷେପ ଅଶୋକଙ୍କୁ ବୌଦ୍ଧଧର୍ମର ଏକ ମହାନ ପ୍ରଚାରକ ରୂପେ ପରିଗଣିତ କରିଥାଏ ।

​ପ୍ରଜାବତ୍ସଳ ଶାସକ ରୂପେ କାର୍ଯ୍ୟାରମ୍ଭ :

​କଳିଙ୍ଗ ଯୁଦ୍ଧ ପରେ ଅଶୋକ ବାହ୍ୟତଃ ବାଣିଜ୍ୟଗତ ଲାଭ ଉଦ୍ଦେଶ୍ୟରେ ହେଲେ ବି ପ୍ରଜାନୁରଞ୍ଜକ ଶାସକ ରୂପେ ନିଜକୁ ପ୍ରଦର୍ଶିତ କରିଥିଲେ । ବିଶେଷତଃ କଳିଙ୍ଗବାସୀମାନଙ୍କ ଆଗରେ ନିଜକୁ ପିତୃତୁଲ୍ୟ ଶାସକ ରୂପେ ପରିଚିତ କରାଇବାକୁ ଯାଇ ସେ ନିଜର କଳିଙ୍ଗ ଅନୁଶାସନରେ ଲେଖିଥିଲେ—

​‘‘ସମସ୍ତ ମନୁଷ୍ୟମାନେ ମୋର ସନ୍ତାନ ସଦୃଶ । ମୁଁ ମୋ ନିଜ ସନ୍ତାନସନ୍ତତିମାନଙ୍କ ପାଇଁ ଇହଲୋକ ଏବଂ ପରଲୋକରେ ଯେମିତି ସୁଖ କାମନା କରେ, ତାହା ମୁଁ ସମସ୍ତ ମନୁଷ୍ୟମାନଙ୍କ ପାଇଁ କାମନା କରେ ।’’

​ବାସ୍ତବିକ ଏଥିରୁ ସେ ଯେ ଜଣେ ପ୍ରଜାବତ୍ସଳ ସମ୍ରାଟ ଥିଲେ—ଏକଥା ନିଃସନ୍ଦେହରେ କୁହାଯାଇପାରେ । ପ୍ରଜାମାନଙ୍କର ମଙ୍ଗଳ ନିମିତ୍ତ ରାସ୍ତା ନିର୍ମାଣ, ବୃକ୍ଷ ରୋପଣ, ଚିକିତ୍ସାଳୟ ନିର୍ମାଣ ଇତ୍ୟାଦି କାର୍ଯ୍ୟ କରିଥିଲେ । ମାତ୍ର ଏହା ଥିଲା ଅନେକାଂଶରେ ଉଦ୍ଦେଶ୍ୟ ପ୍ରଣୋଦିତ । କାଳେ ଭବିଷ୍ୟତରେ କଳିଙ୍ଗର ଅଧୂବାସୀମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବେ, ସେହି ଭୟରେ ସେ ଏହି ବକ୍ତବ୍ୟ ଅନୁଶାସନରେ ଖୋଦିତ କରି କଳିଙ୍ଗର ଅଧୂବାସୀମାନଙ୍କୁ ସନ୍ତୁଷ୍ଟ କରିଥିଲେ । ତାଙ୍କରି ସେହି ଅନୁଶାସନରେ ସେ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁମାନେ ଉପଦ୍ରବ କରିବେ ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ । ଏହା ମଧ୍ଯ ପ୍ରକାରାନ୍ତରେ କଳିଙ୍ଗବାସୀଙ୍କୁ ଯେ ଭୟଭୀତ କରିବା ପାଇଁ ଉଦ୍ଦିଷ୍ଟ ଥିଲା—ଏକଥା ନିଃସନ୍ଦେହରେ ଅନୁମାନ କରାଯାଇପାରେ । ତେବେ ସେ ଯାହାହେଉନା କାହିଁକି, କଳିଙ୍ଗ ଯୁଦ୍ଧ ପରେ ଅଶୋକ ନିଜକୁ ଏକ ପ୍ରଜାବତ୍ସଳ ଶାସକ ରୂପେ ପ୍ରତିଷ୍ଠା କରିପାରିଥିଲେ ।

​କଳା ଓ ସ୍ଥାପତ୍ୟର ବିକାଶ :

​କଳା ଓ ସ୍ଥାପତ୍ୟର ବିକାଶ ପାଇଁ ଅନେକ ଯନ୍‌ବାନ ହୋଇଥିଲେ କଳିଙ୍ଗ ଯୁଦ୍ଧ ପରେ । ପ୍ରଥମ ଥର ପାଇଁ ପ୍ରାଚୀନ ଭାରତ ଇତିହାସରେ କଳା ଏବଂ ସ୍ଥାପତ୍ୟ କ୍ଷେତ୍ରରେ ପ୍ରସ୍ତର ବିନିଯୋଗ ହୋଇଥିଲା । ବିଭିନ୍ନ ସ୍ତମ୍ଭ, ସ୍ତୂପ ଏବଂ ବିହାର ପ୍ରସ୍ତରରେ ନିର୍ମିତ ହୋଇଥିଲା । ମଥୁରା, ସାରନାଥ, ପ୍ରୟାଗ, ବୈଶାଳୀ, କୁଶୀନରା, ତକ୍ଷଶିଳା, ଅଯୋଧ୍ୟା, ଶାହାବାଜ୍‌ଗଡ଼ି, କନୌଜ, କୌଶାମ୍ବୀ ଇତ୍ୟାଦି ସ୍ଥାନରେ ଅଶୋକଙ୍କ ଦ୍ବାରା ନିର୍ମିତ ସ୍ତୂପ ମୌର୍ଯ୍ୟକଳାର ଜ୍ଵଳନ୍ତ ନିଦର୍ଶନ । ତାଙ୍କ ସ୍ତମ୍ଭାନୁଶାସନରେ ବ୍ୟବହୃତ ହୋଇଥିବା ପାଲିଭାଷା ଭାରତରେ ସାଂସ୍କୃତିକ ଏକତା ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହୋଇଥିଲା ।

​ବିଶ୍ବଭ୍ରାତୃତ୍ଵ ପ୍ରତିଷ୍ଠା ଦିଗରେ ଉଦ୍ଯମ :

​ଅଶୋକ କଳିଙ୍ଗ ଯୁଦ୍ଧ ପରେ ଧର୍ମାଶୋକରେ ପରିଣତ ହୋଇଥିଲେ । ବିଶ୍ୱଭ୍ରାତୃତ୍ଵ ପ୍ରତିଷ୍ଠା ଦିଗରେ ସେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ, ତାହା ବାସ୍ତବିକ ଅତୁଳନୀୟ । ସେ ଭାରତ ବାହାରର ଅନେକ ଦେଶକୁ ଶାନ୍ତି ପ୍ରସ୍ତାବ ପ୍ରେରଣ କରିଥିଲେ । ସେ ସିରିଆର ଶାସକ ଦ୍ବିତୀୟ ଆଣ୍ଟିଓଚୋସ୍, ମିଶରର ଶାସକ ଦ୍ଵିତୀୟ ଟଲେମି ଫିଲାଡେଲଫସ୍, ମାସିଡୋନିଆର ଶାସକ ଆଣ୍ଟିଗୋନାସ୍ ଇତ୍ୟାଦି ରାଜାମାନଙ୍କ ସହ ସମ୍ପର୍କ ସ୍ଥାପନ କରି ବିଶ୍ଵରେ ଅହିଂସାର ବାଣୀ ପ୍ରଚାର କରି ଦେଶ ଦେଶ ମଧ୍ୟରେ ମୈତ୍ରୀ ସ୍ଥାପନ ନିମିତ୍ତ ଉଦ୍ୟମ କରିଥିଲେ । ଅବଶ୍ୟ ତ୍ରୟୋଦଶ ଶିଳାଲେଖରେ ବର୍ଣିତ ଏହି ନାମଗୁଡ଼ିକ ଅଶୋକଙ୍କର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଯେ ଉଦ୍ଦିଷ୍ଟ — ଏହା ନିଃସନ୍ଦେହରେ କୁହାଯାଇପାରେ ।

​[Page 6 / 106]

​106 | ଭାରତ ଇତିହାସ

​ବାସ୍ତବିକ କଳିଙ୍ଗ ଯୁଦ୍ଧ ଥିଲା ବିଶ୍ଵ ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା । ଏହା ଥିଲା ଅଶୋକଙ୍କ ଜୀବନର ପ୍ରଥମ ଏବଂ ଶେଷ ଯୁଦ୍ଧ । ଏହା ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା । ଏହି କଳିଙ୍ଗ ଯୁଦ୍ଧ ପରେ ଅଶୋକ ଏକ ବିଶାଳ ସାମ୍ରାଜ୍ୟର ଅଧୂପତି ହୋଇ ବିଶ୍ଵଭ୍ରାତୃତ୍ଵ ପ୍ରତିଷ୍ଠା କରିବା ପାଇଁ ମନୋନିବେଶ କରିଥିଲେ ।

​ମୌର୍ଯ୍ୟ ଶାସନ

​ମୌର୍ଯ୍ୟବଂଶର ପ୍ରତିଷ୍ଠା ସହିତ ସ୍ତୂପିକୃତ ଅନ୍ଧକାର ମଧ୍ୟରୁ ଭାରତ ଇତିହାସ କ୍ରମଶଃ ଆଲୋକର ବଳୟ ଆଡ଼କୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ନେଇ ଅଗ୍ରସର ହୋଇଥିଲା । ଏହି ବଂଶର ପ୍ରତିଷ୍ଠାତା ମହାନ୍ ନରପତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଅଶୋକ ଏକ ବଳିଷ୍ଠ ଶାସନ ପ୍ରଣୟନ କରିଥିଲେ । ଏହି ମୌର୍ଯ୍ୟ ଶାସନ ପଦ୍ଧତି ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ରାଜାମାନଙ୍କ ଦ୍ଵାରା ଅନୁକରଣ କରାଯାଇଥିଲା । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମଗ୍ର ଭାରତକୁ ପ୍ରଥମ ଥର ପାଇଁ ଏକ ଶାସନର ଛତ୍ରଛାୟା ତଳେ ଏକତ୍ରିତ କରିଥିଲେ । କଳିଙ୍ଗ ଅଧୁକାର କରି ଅଶୋକ ରାଜ୍ୟ ବିସ୍ତାର ପର୍ବର ପରିସମାପ୍ତି ଘଟାଇ ଶାସନକୁ ପୁନଶ୍ଚ ବଳିଷ୍ଠ କରିଥିଲେ । ଏହି ଦୁଇ ନରପତି ମୌର୍ଯ୍ୟ ଶାସନକୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ପ୍ରଦାନ କରିଥିଲେ ।

​ସପ୍ତାଙ୍ଗ ତତ୍ତ୍ବ :

​ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜ୍ୟ ଓ ଶାସନ ସମ୍ପର୍କରେ କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ ଏବଂ ମେଘାସ୍ଥିନିସ୍‌ଙ୍କ ‘ଇଣ୍ଡିକା’ରୁ ଜଣାପଡ଼ିଥାଏ । ପ୍ରାଚୀନ ଭାରତର ସର୍ବପ୍ରଥମ ସାର୍ବଭୌମ ସମ୍ରାଟ ରୂପେ ଚନ୍ଦ୍ରଗୁପ୍ତ ଏକ ନୂତନ ଶାସନ ପଦ୍ଧତି ପ୍ରଣୟନ କରିଥିଲେ । କୌଟିଲ୍ୟଙ୍କ ପ୍ରଣୀତ ‘ଅର୍ଥଶାସ୍ତ୍ର’ର ନୀତି ଅନୁସାରେ ଚନ୍ଦ୍ରଗୁପ୍ତ ରାଜ୍ୟଶାସନ କରୁଥିଲେ । ଏହି ତତ୍ତ୍ୱକୁ ‘ସପ୍ତାଙ୍ଗ ତତ୍ତ୍ୱ’ କୁହାଯାଉଥିଲା । ସାତଗୋଟି ଅଙ୍ଗକୁ ନେଇ ଶାସନ ବ୍ୟବସ୍ଥା ଗଠିତ ହୋଇଥିଲା । ଯଥା—

(୧) ସ୍ଵାମୀ (ରାଜା),

(୨) ଅମାତ୍ୟ (ମନ୍ତ୍ରୀ ପରିଷଦ),

(୩) ଜନପଦ (ରାଜ୍ୟ),

(୪) ଦୁର୍ଗ,

(୫) କୋଷ (ରାଜକୋଷ),

(୬) ଦଣ୍ଡ (ସୈନ୍ୟବାହିନୀ) ଏବଂ

(୭) ମିତ୍ର (ମିତ୍ରରାଷ୍ଟ୍ର) ।

​ଏହି ସାତଗୋଟି ଗୁରୁତ୍ଵପୂର୍ଣ ଅଙ୍ଗ ଉପରେ ନିର୍ଭରଶୀଳ କରୁଥିଲା ମୌର୍ଯ୍ୟ ଶାସନ ।

​କେନ୍ଦ୍ରଶାସନ :

​ମୌର୍ଯ୍ୟମାନଙ୍କର ଏକ ବଳିଷ୍ଠ କେନ୍ଦ୍ର ଶାସନ ରହିଥିଲା । ତାହା ନିମ୍ନ ପ୍ରକାରର–

​ମୌର୍ଯ୍ୟ ଶାସନରେ ରାଜା ଥିଲେ ଶାସନର କେନ୍ଦ୍ରବିନ୍ଦୁ । ସେ ଥିଲେ କ୍ଷମତାର ଉତ୍ସ, ଯୁଦ୍ଧ ତଥା ଶାନ୍ତି ସ୍ଥାପନର କଣ୍ଠଧାର ଏବଂ ନ୍ୟାୟର ନିର୍ଝରିଣୀ । ନିରଙ୍କୁଶ କ୍ଷମତାର ଅଧିକାରୀ ହେଲେ ମଧ୍ୟ ରାଜା ସ୍ଵେଚ୍ଛାଚାରୀ ନ ଥିଲେ । ରାଜ୍ୟରେ ପ୍ରଚଳିତ ବ୍ୟବସ୍ଥା ଶାସ୍ତ୍ରସମ୍ମତ ବିଧୂକୁ ସମ୍ମାନ ଦେଇ ସେ ରାଜ୍ୟଶାସନ କରୁଥିଲେ । ରାଜ୍ୟରେ ସଂଘଟିତ ହେଉଥିବା ସମସ୍ତ ଘଟଣା ଉପରେ ସତର୍କ ଦୃଷ୍ଟି ରଖୁଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଅଶୋକ ପ୍ରଜାମାନଙ୍କର ସୁଖ ସୁବିଧା ପାଇଁ ସଦାସର୍ବଦା ନିଜକୁ ନିୟୋଜିତ କରୁଥିଲେ । ଶାନ୍ତି ଶୃଙ୍ଖଳାର ରକ୍ଷା, ଯୁଦ୍ଧ ଏବଂ ଶାନ୍ତି ପ୍ରତିଷ୍ଠା, ମନ୍ତ୍ରୀମାନଙ୍କର ନିଯୁକ୍ତି, ନ୍ୟାୟ ପ୍ରଦାନ, ପ୍ରଜାମାନଙ୍କ ପ୍ରତି ବହୁବିଧ କର୍ଭବ୍ୟ ସମ୍ପାଦନ ଇତ୍ୟାଦି କର୍ମରେ ସେମାନେ ଲିପ୍ତ ରହୁଥିଲେ ।

​ମନ୍ତ୍ରୀପରିଷଦ :

​ରାଜାଙ୍କୁ ଶାସନ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏକ ମନ୍ତ୍ରୀପରିଷଦ ରହିଥିଲା । ଏହି ମନ୍ତ୍ରୀମାନଙ୍କୁ ବିଭିନ୍ନ ପରୀକ୍ଷା ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନିର୍ବାଚନ କରୁଥିଲେ । ଦକ୍ଷତା, ସଚ୍ଚୋଟତା, ଚରିତ୍ରବତ୍ତା, ଯୋଗ୍ୟତା ଇତ୍ୟାଦି ଭିଭିରେ ସେମାନେ ଉପନୀତ ହେଉଥିଲେ । ସେମାନେ ସଚିବ (ଅମାତ୍ୟ) ରୂପେ ପରିଚିତ ଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ନେଇ ଏକ ‘ଅନ୍ତଃ ପରିଷଦ’ (Inner Cabinet) ଗଠିତ ହୋଇଥିଲା । ସେମାନେ ହେଲେ–

(୧) ମହାମନ୍ତ୍ରୀ,

(୨) ମୁଖ୍ୟ ପୁରୋହିତ,

(୩) ସେନାପତି ଏବଂ

(୪) ଯୁବରାଜ ।

​ଏମାନେ ରାଜ୍ୟର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ।

​ଅଷ୍ଟାଦଶ ତୀର୍ଥ :

​ମନ୍ତ୍ରୀପରିଷଦର ସମସ୍ତ ମନ୍ତ୍ରୀମାନଙ୍କୁ ‘ତୀର୍ଥ’ କୁହାଯାଉଥିଲା । ଚନ୍ଦ୍ରଗୁପ୍ତଙ୍କ ମନ୍ତ୍ରୀପରିଷଦର ୧୮ ଜଣ ମନ୍ତ୍ରୀ ଥିଲେ । ତେଣୁ ଏହାକୁ ଅଷ୍ଟାଦଶ ତୀର୍ଥ କୁହାଯାଏ । ସେମାନଙ୍କ ମଧ୍ୟରେ ଆଦି ଥିଲେ ଅନ୍ୟତମ ।

(୧) ମହାମନ୍ତ୍ରୀ (ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରଥମ)

(୨) ମୁଖ୍ୟ ପୁରୋହିତ (ପ୍ରଧାନ ପୁରୋହିତ)

(୩) ସେନାପତି (ସେନାବାହିନୀର ମୁଖ୍ୟ)

(୪) ଯୁବରାଜ (ଜ୍ୟେଷ୍ଠ ରାଜପୁତ୍ର)

(୫) ଦୌବାରିକ (ଦ୍ଵାର ରକ୍ଷକ)

​[Page 7 / 107]

​କଳିଙ୍ଗ ଯୁଦ୍ଧ : କାରଣ ଏବଂ ଫଳାଫଳ ଓ ମୌର୍ଯ୍ୟ ଶାସନ | 107

​(୬) ଅନ୍ତର୍ବେଶିକ (ଅନ୍ତଃପୁର ରକ୍ଷକ)

(୭) ପ୍ରଶସ୍ତି (କାରାଗାର ମୁଖ୍ୟ)

(୮) ସମାହର୍ତ୍ତା (ମୁଖ୍ୟ ରାଜସ୍ୱ ସଂଗ୍ରାହକ)

(୯) ସନ୍ନିଧାତା (କୋଷାଧ୍ୟକ୍ଷ)

(୧୦) ପ୍ରଦେଷ୍ଟି (ପ୍ରାନ୍ତୀୟ ଶାସନ ନିରୀକ୍ଷକ)

(୧୧) ନାୟକ (ନଗର ରକ୍ଷକ)

(୧୨) ପୌର (କଟୁଆଳ)

(୧୩) ବ୍ୟବହାରିକ (ମୁଖ୍ୟ ବିଚାରପତି)

(୧୪) କର୍ମାନ୍ତିକ (ଖଣି ସମୂହର ମୁଖ୍ୟ)

(୧୫) ମନ୍ତ୍ରୀପରିଷଦାଧ୍ୟକ୍ଷ (ମନ୍ତ୍ରୀପରିଷଦର ମୁଖ୍ୟ)

(୧୬) ଦଣ୍ଡପାଳ (ଆରକ୍ଷୀ ଅଧୀକ୍ଷକ ବା ପୋଲିସ୍ ବିଭାଗର ମୁଖ୍ୟ)

(୧୭) ଦୁର୍ଗପାଳ (ଦୁର୍ଗରକ୍ଷକ)

(୧୮) ଅନ୍ତପାଳ (ସୀମାନ୍ତ ସୁରକ୍ଷା ବାହିନୀର ମୁଖ୍ୟ)

​ଏହି ଅଷ୍ଟାଦଶ ତୀର୍ଥ ଥିଲେ ମୌର୍ଯ୍ୟ ଶାସନର ସ୍ତମ୍ଭ ସଦୃଶ । ଏମାନଙ୍କ ସାହାଯ୍ୟରେ ମୌର୍ଯ୍ୟ ଶାସନ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେଉଥିଲା ।

​ବିଭିନ୍ନ ବିଭାଗ :

​ବିଭିନ୍ନ ନାମରେ ନାମିତ ତୀର୍ଥ ବା ମନ୍ତ୍ରୀମାନଙ୍କ ଦାୟିତ୍ୱରେ ଭିନ୍ନ ବିଭାଗ ରହିଥୁଲା । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ଏହିପରି ୨୬ଗୋଟି ବିଭାଗର ନାମ ମିଳିଥାଏ । ଜଣେ ଜଣେ ତୀର୍ଥଙ୍କ ଦାୟିତ୍ଵରେ ଗୋଟିଏ ବା ତତୋଧୂକ ବିଭାଗ ରହିଥିଲା । ପ୍ରତ୍ୟେକ ବିଭାଗର ଜଣେ ଭାରପ୍ରାପ୍ତ ଅଧିକାରୀ ଥିଲେ ଏବଂ ସେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭାଗକୁ ପରିଚାଳିତ କରୁଥିଲେ । ଉକ୍ତ ବିଭାଗ ସମ୍ପର୍କିତ ସମସ୍ତ ତଥ୍ୟ ସେ ମନ୍ତ୍ରୀଙ୍କୁ ପ୍ରଦାନ କରୁଥିଲେ । ବିଭାଗଗୁଡ଼ିକ ମଧ୍ୟରେ କୋଷାଗାର, ଖଣି, ଶସ୍ତ୍ର, ବୟନ, ଅବକାରୀ, ଚାରଣଭୂମି, ବ୍ୟବସାୟ, ବନ ଆଦି ଥିଲା ମୁଖ୍ୟ । ବିଭିନ୍ନ ଅଧୂකාරୀଙ୍କ ଅଧୀନରେ ବିଭାଗଗୁଡ଼ିକ ରହିଥିଲା । ସେମାନଙ୍କ ମଧ୍ୟରୁ ‘କୋଷାଧ୍ୟକ୍ଷ’, ‘ଲୌହାଧ୍ୟକ୍ଷ’, ‘ସ୍ଵର୍ଣ୍ଣାଧ୍ୟକ୍ଷ’, ‘ପଣ୍ୟାଧ୍ୟକ୍ଷ’ ଆଦି ଅନ୍ୟତମ ।

​ସାମରିକ ଶାସନ :

​ସାମ୍ରାଜ୍ୟ ବିସ୍ତାର ତଥା ସ୍ଥାୟୀ ଶାସନ ନିମିତ୍ତ ଏକ ବିଶାଳ ସୈନ୍ୟବାହିନୀର ଆବଶ୍ୟକତାକୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଉପଲବ୍ଧି କରିଥିଲେ । ତେଣୁ ସେ ଏକ ବଳିଷ୍ଠ ସୈନ୍ୟବାହିନୀ ଗଠନ କରିଥିଲେ । ମେଘାସ୍ଥିନିସ୍‌ଙ୍କ ବିବରଣୀରୁ ଜଣାଯାଏ ଯେ ଚନ୍ଦ୍ରଗୁପ୍ତଙ୍କର ୬୦୦,୦୦୦ ପଦାତିକ, ୩୦,୦୦୦ ଅଶ୍ୱାରୋହୀ, ୯,୦୦୦ ଗଜାରୋହୀ ସୈନ୍ୟ ଏବଂ ୮,୦୦୦ ରଥ ରହିଥିଲା । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ତାଙ୍କର ଏକ ନୌବାହିନୀ ଥିବା କଥା ଜଣାପଡ଼ିଥାଏ । ଅଶୋକଙ୍କ ସମୟରେ ସୈନ୍ୟ ସଂଖ୍ୟା ବଢ଼ିବାର ଅନୁମାନ କରାଯାଏ । ସୈନ୍ୟବାହିନୀର ମୁଖ୍ୟ ଥିଲେ ‘ସେନାପତି’ । ଏହାବ୍ୟତୀତ ‘ପ୍ରଶସ୍ତ’, ‘ନାୟକ’ ଏବଂ ‘ମୁଖ୍ୟ’ ସୈନ୍ୟବାହିନୀର ଅନ୍ୟାନ୍ୟ ପଦାଧିକାରୀ ଥିଲେ । ଉକ୍ତ ବିଭାଗ ପୁନଶ୍ଚ ୬ଗୋଟି ଉପବିଭାଗରେ ବିଭାଜିତ ହୋଇଥିଲା । ପ୍ରତ୍ୟେକ ବିଭାଗକୁ ୫ ଜଣ ସଦସ୍ୟ ନିରୀକ୍ଷଣ କରୁଥିଲେ । ଏହି ବିଭାଗଗୁଡ଼ିକ ହେଲା—

(୧) ପଦାତିକ,

(୨) ଅଶ୍ୱାରୋହୀ,

(୩) ରଥାରୋହୀ,

(୪) ଗଜାରୋହୀ,

(୫) ପରିବହନ, ବାଦ୍ୟ ଏବଂ ଶୁଶ୍ରୂଷା,

(୬) ନୌବାହିନୀ ।

​ଏହି ଛଅଗୋଟି ଉପବିଭାଗ ଦ୍ଵାରା ମୌର୍ଯ୍ୟମାନଙ୍କର ସୈନ୍ୟବାହିନୀ ସୁନିୟନ୍ତ୍ରିତ ହେଉଥିଲା ।

​ରାଜସ୍ୱ ବ୍ୟବସ୍ଥା :

​ରାଜ୍ୟର ବହୁବିଧ ଉନ୍ନୟନ କାର୍ଯ୍ୟ ନିମିତ୍ତ ଚନ୍ଦ୍ରଗୁପ୍ତ ରାଜସ୍ୱ ଆଦାୟ ଉପରେ ବିଶେଷ ଦୃଷ୍ଟି ଦେଇଥିଲେ । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ତାଙ୍କର ରାଜସ୍ୱ ଶାସନ ସମ୍ବନ୍ଧରେ ବିଶେଷ ରୂପେ ଜାଣି ହୋଇଥାଏ । ଭୂ-ରାଜସ୍ୱ ଥିଲା ରାଜ୍ୟର ମୁଖ୍ୟ ଆୟ । ଉତ୍ପନ୍ନ ଶସ୍ୟର ଏକ ଷଷ୍ଠାଂଶ (୧/୬) କର ଆକାରରେ ଆଦାୟ କରାଯାଉଥିଲା । ରାଜାଙ୍କର ଏହି ସଂଗୃହୀତ କରକୁ ‘ଭାଗ’ ବୋଲି କୁହାଯାଉଥିଲା । ଏହାବ୍ୟତୀତ ଖଣିଜ ଦ୍ରବ୍ୟ, ଆମଦାନୀ-ରପ୍ତାନୀ ଦ୍ରବ୍ୟ, ଜଙ୍ଗଲଜାତ ଦ୍ରବ୍ୟ, ଲବଣ, ଘୃତ, ତୈଳ, ମଦ୍ୟ ଆଦି ଦ୍ରବ୍ୟ ଉପରେ ଟିକସ, ଗଣିକାମାନ୍‌ଙ୍କଠାରୁ ଟିକସ ତଥା ଜୋରିମାନା ଆକାରରେ ଆଦାୟ ଅର୍ଥ ଏ ସମସ୍ତ ରାଜକୋଷକୁ ଯାଉଥିଲା । ଅଶୋକଙ୍କ ସମୟରେ ଉତ୍ପନ୍ନ ଶସ୍ୟର (୧/୮) ଅଂଶ କର ଆକାରରେ ଆଦାୟ କରାଯାଉଥିଲା ।

​[Page 8 / 108]

​108 | ଭାରତ ଇତିହାସ

​ବିଚାର ବିଭାଗ :

​ରାଜା ଥିଲେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସର୍ବୋଚ୍ଛ ନ୍ୟାୟାଳୟ । ସେ ଦେଉଥିବା ନ୍ୟାୟ କୌଣସି ବିଚାରପତିଙ୍କ ତର୍ଜମାର ପରିସର ମଧ୍ୟକୁ ଆସୁନଥିଲା । ବିଭିନ୍ନ ପ୍ରଦେଶ ତଥା ମୁଖ୍ୟ ନଗରଗୁଡିକରେ ଉଚ୍ଛ ନ୍ୟାୟାଳୟ ସ୍ଥାପନ କରାଯାଇଥିଲା । ଏହି ବିଚାରାଳୟ ଗୁଡ଼ିକର ପ୍ରଦତ୍ତ ନ୍ୟାୟକୁ ଜଣେ ଗ୍ରହଣ ନ କଲେ ସେ ରାଜାଙ୍କ ପାଖରେ ଫେରାଦ କରୁଥିଲା । ଗ୍ରାମଗୁଡ଼ିକର ନ୍ୟାୟ ପ୍ରଦାନ ନିମିତ୍ତ ଗ୍ରାମ ବୃଦ୍ଧମାନଙ୍କୁ ନେଇ ପଞ୍ଚାୟତ ଗଠିତ ହୋଇଥିଲା । ଘରୋଇ ବିବାଦ, ଚୋରି ତଥା ସ୍ଥାନୀୟ ଛୋଟ ଛୋଟ ଘଟଣା ସବୁର ସମାଧାନ ଏହି ପଞ୍ଚାୟତ ଦ୍ୱାରା ହେଉଥିଲା । ସମଗ୍ର ନ୍ୟାୟାଳୟଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଯଥା— ‘ଧର୍ମସ୍ଥାନୀୟ’ ଏବଂ ‘କଣ୍ଟକଶୋଧନ’ ।

​ଦେବାନୀ ମୋକଦ୍ଦମାର ବିଚାର ନିମିତ୍ତ ଯେଉଁ ନ୍ୟାୟାଳୟଗୁଡ଼ିକ ସ୍ଥାପିତ ହୋଇଥିଲା, ସେଗୁଡ଼ିକୁ ‘ଧର୍ମସ୍ଥାନୀୟ’ କୁହାଯାଉଥିଲା । ଏହି ନ୍ୟାୟାଳୟର ବିଚାରପତିମାନଙ୍କୁ ‘ବ୍ୟବହାରିକ’ କୁହାଯାଉଥିଲା । ଏହି ନ୍ୟାୟାଳୟରେ ବିବାହ, ଛାଡ଼ପତ୍ର, ଚୁକ୍ତିନାମା, ଜମିକ୍ରୟ-ବିକ୍ରୟ, ଯୌତୁକ ଇତ୍ୟାଦି ସମ୍ବନ୍ଧୀୟ ମୋକଦ୍ଦମାଗୁଡ଼ିକ ପରିଚାଳିତ ହେଉଥୁଲା ।

​ଫୌଜଦାରୀ ମୋକଦ୍ଦମାଗୁଡ଼ିକର ବିଚାର ନିମିତ୍ତ ଉଦ୍ଦିଷ୍ଟ ନ୍ୟାୟାଳୟଗୁଡ଼ିକୁ ‘କଣ୍ଟକଶୋଧନ’ କୁହାଯାଉଥିଲା । ଏହି ନ୍ୟାୟାଳୟର ବିଚାରପତିମାନଙ୍କୁ ‘ପ୍ରଦେଷ୍ଟା’ କୁହାଯାଉଥିଲା । ହତ୍ୟା, ଧର୍ଷଣ, ଚୋରୀ-ଡକାୟତି, ବଳପ୍ରୟୋଗ, ସାମାଜିକ ବିଶୃଙ୍ଖଳା ସୃଷ୍ଟି କରୁଥୁବା ଇତ୍ୟାଦି ଅପରାଧର ବିଚାର ଏହି ନ୍ୟାୟାଳୟଗୁଡ଼ିକରେ ହେଉଥିଲା । ଦୋଷୀମାନଙ୍କୁ ଅଙ୍ଗଚ୍ଛେଦନ ଏବଂ ମୃତ୍ୟୁ ଆଦି କଠିନ ଦଣ୍ଡରେ ଦଣ୍ଡିତ କରାଯାଉଥିଲା ।

​ଗୁପ୍ତଚର ବ୍ୟବସ୍ଥା :

​ଏକ ନିର୍ମଳ ତଥା ସୁସ୍ଥ ଶାସନର ପ୍ରବର୍ତ୍ତନ ନିମିତ୍ତ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଗୁପ୍ତଚର ବ୍ୟବସ୍ଥାର ପ୍ରଚଳନ କରିଥିଲେ । ରାଜ୍ୟରେ ସଂଘଟିତ ସମସ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ବିବରଣୀ ସେମାନେ ଚନ୍ଦ୍ରଗୁପ୍ତଙ୍କୁ ପ୍ରଦାନ କରୁଥିଲେ । ଏହାଫଳରେ ରାଜା ସମୟୋଚିତ ପଦକ୍ଷେପ ନେବାରେ ସକ୍ଷମ ହୋଇପାରୁଥିଲେ । ଏହି ଗୁପ୍ତଚର ଥିଲେ ଦୁଇ ପ୍ରକାରର; ଯଥା ‘ସଂସ୍ଥକ’ ଏବଂ ‘ସଂଚରକ’ ।

​ସଂସ୍ଥକମାନେ ଦେବାଳୟ, ପୁଷ୍କରିଣୀ ଅଥବା କୌଣସି ହାଟ ଇତ୍ୟାଦି ନିର୍ଦ୍ଦିଷ୍ଟ ସ୍ଥାନରେ ଛଦ୍ମବେଶରେ ରହି ସଂଗ୍ରହ କରୁଥିବା ତଥ୍ୟକୁ ରାଜାଙ୍କୁ ଜଣାଉଥିଲେ । ସେମାନେ କାପଟିକ, ଉଦାସ୍ଥିକ, ଗୃହପତି, ବୈଦେହ (ବଣିକ) ତଥା ତାପସ ବେଶ ଧାରଣ କରୁଥିବା କଥା ‘ଅର୍ଥଶାସ୍ତ୍ର’ରୁ ଜଣାପଡ଼ିଥାଏ ।

​ସଂଚରକମାନେ ଛଦ୍ମବେଶରେ ରାଜ୍ୟର ବିଭିନ୍ନ ସ୍ଥାନ ଭ୍ରମଣ କରି ଯେଉଁ ସମ୍ବାଦ ପାଉଥିଲେ, ତାହା ରାଜାଙ୍କୁ ଜଣାଉଥିଲେ । ସେମାନେ ପରିବ୍ରାଜକ, ଭିକ୍ଷୁ, ତୀକ୍ଷ୍ଣ, ରସଦ (ସହପାଠୀ) ଇତ୍ୟାଦି ବେଶ ଧାରଣ କରି ଭ୍ରମଣ କରୁଥିଲେ । ଏହି ଗୁପ୍ତଚର ବ୍ୟବସ୍ଥା ପ୍ରଚଳନ ଫଳରେ ରାଜ୍ୟର ପ୍ରଜାମାନେ ରାଜଦ୍ରୋହୀ ବା ଦେଶଦ୍ରୋହୀ ହେବାକୁ ସକ୍ଷମ ହୋଇପାରୁ ନ ଥିଲେ । କାରଣ, ମୃତ୍ୟୁଦଣ୍ଡ ଏବଂ ନିର୍ବାସନ ଦଣ୍ଡ ଭୟରେ ସେମାନେ ଏ ପ୍ରକାର ଗର୍ହିତ କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖୁଥୁଲେ । ଅନେକ କ୍ଷେତ୍ରରେ ନାରୀମାନଙ୍କୁ (ପରିବ୍ରାଜକ, ଭିକ୍ଷୁକୀ, ବୃଶଳୀ) ମଧ୍ୟ ଏହି କାର୍ଯ୍ୟରେ ନିଯୁକ୍ତ କରାଯାଇଥିଲା । ଗୁପ୍ତଚରମାନଙ୍କ ଦ୍ଵାରା ଜନମତ ସହିତ ସଦାସର୍ବଦା ସମ୍ପର୍କ ରକ୍ଷାକରି ପ୍ରଜାମାନଙ୍କ ମନଜାଣି ଚନ୍ଦ୍ରଗୁପ୍ତ ଶାସନ କାର୍ଯ୍ୟ ସମ୍ପାଦନ କରୁଥିଲେ ।

​ଜନହିତକର କାର୍ଯ୍ୟ :

​ନିରଙ୍କୁଶ କ୍ଷମତାର ଅଧୁକାରୀ ହୋଇଥିଲେ ମଧ୍ଯ ଚନ୍ଦ୍ରଗୁପ୍ତ ସ୍ୱେଚ୍ଛାଚାରୀ ନ ଥିଲେ । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ର ନୀତି ଅନୁସାରେ ସେ ପ୍ରଜାମାନଙ୍କର ତୁଷ୍ଟି ନିମିତ୍ତ ବହୁ ଜନହିତକର କାର୍ଯ୍ୟମାନ କରୁଥିଲେ । ସନ୍ନିଧାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗନ୍ତାଘର, ଶସ୍ତ୍ରାଗାର, କାରାଗାର, କୋଷାଗାର ଇତ୍ଯାଦି ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କରାଯାଉଥିଲା; ଯାହା ପ୍ରଜାମାନଙ୍କ ମଙ୍ଗଳ ନିମିତ୍ତ ଉଦ୍ଦିଷ୍ଟ ଥିଲା । ଉପଯୁକ୍ତ ପ୍ରାର୍ଥୀଙ୍କୁ ଚାକିରି ପ୍ରଦାନ, ବିଧବାମାନଙ୍କର ସଂରକ୍ଷଣ, ଅନାଥ ଶିଶୁମାନଙ୍କର ଲାଳନ ପାଳନ, ମନୁଷ୍ୟ ଏବଂ ପଶୁପକ୍ଷୀମାନଙ୍କ ପାଇଁ ଚିକିତ୍ସାଳୟ ସ୍ଥାପନ, ରାସ୍ତାଘାଟ ନିର୍ମାଣ, ପଥପ୍ରାନ୍ତରେ ଛାୟାପ୍ରଦ ବୃକ୍ଷରୋପଣ, କୂପ-ପୁଷ୍କରିଣୀ ଖନନ, କୃଷିର ସୁ-ବନ୍ଦୋବସ୍ତ ପାଇଁ କେନାଲ ଏବଂ ହ୍ରଦ ସୃଷ୍ଟି ଇତ୍ୟାଦି ପ୍ରଜାହିତକର କାର୍ଯ୍ୟରେ ଚନ୍ଦ୍ରଗୁପ୍ତ ନିଜକୁ ନିୟୋଜିତ କରିଥିଲେ । କୃଷିର ସୁବ୍ୟବସ୍ଥା ପାଇଁ ସେ ସୁଦର୍ଶନ ହ୍ରଦ ଖନନ କରିଥିବା କଥା ରୁଦ୍ରଦାମନଙ୍କ ଜୁନାଗଡ ପ୍ରସ୍ତରାଭିଲେଖରୁ ଜଣାପଡ଼ିଥାଏ । ‘ମହାମାତ୍ର’ ନାମକ ନୂତନ ରାଜକର୍ମଚାରୀ ନିଯୁକ୍ତ କରି ପ୍ରଜାମାନଙ୍କର ହିତ ସାଧନ ପାଇଁ ଦୃଷ୍ଟି ଦେବାକୁ ସେମାନଙ୍କୁ ଚନ୍ଦ୍ରଗୁପ୍ତ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ସମୟରେ ମଗଧ ଏକ ସାର୍ବଭୌମ

​[Page 9 / 109]

​କଳିଙ୍ଗ ଯୁଦ୍ଧ : କାରଣ ଏବଂ ଫଳାଫଳ ଓ ମୌର୍ଯ୍ୟ ଶାସନ | 109

​ହେବାର ସମ୍ମାନ ଲାଭ କରିବା ସହ ଜନକଲ୍ୟାଣକାରୀ ରାଷ୍ଟ୍ର ରୂପେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲା । ସମ୍ରାଟ ଅଶୋକ ଏହି ପନ୍ଥା ଅବଲମ୍ବନ କରିଥିଲେ ।

​ପୌର ଶାସନ :

​ମୌର୍ଯ୍ୟମାନେ ପୌରଶାସନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏ ସମ୍ପର୍କରେ ମେଘାସ୍ଥିନିସ୍‌ଙ୍କ ‘ଇଣ୍ଡିକା’ ସବିଶେଷ ଆଲୋକପାତ କରିଥାଏ । ପାଟଳୀପୁତ୍ରରେ ପ୍ରଚଳିତ ପୌରଶାସନ ନିମିତ୍ତ ୬ ଗୋଟି ବିଭାଗ ଗଠନ କରାଯାଇଥିଲା । ପ୍ରତ୍ୟେକ ବିଭାଗରେ ପାଞ୍ଚଜଣ ରାଜକର୍ମଚାରୀ ରହିଥିଲେ । ସେହି ବିଭାଗଗୁଡ଼ିକ ନିମ୍ନରେ ବର୍ଣନା କରାଯାଇଅଛି ।

​(୧) ଶିଳ୍ପ ଏବଂ ହସ୍ତକର୍ମ ବିଭାଗ

(୨) ବୈଦେଶିକ ବିଭାଗ

(୩) ଜନଗଣନା ବିଭାଗ

(୪) ମାପ ଏବଂ ଓଜନ ବିଭାଗ

(୫) ପ୍ରସ୍ତୁତ ଦ୍ରବ୍ୟ ନିରୀକ୍ଷଣ ବିଭାଗ

(୬) କର ବିଭାଗ

​ପ୍ରତ୍ୟେକ ବିଭାଗ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ଵକୁ ସୁଚାରୁ ରୂପେ ସମ୍ପାଦିତ କରୁଥିଲେ । ଏହା ଫଳରେ ପୌର ଶାସନ ସୁନିଶ୍ଚିତ ହୋଇପାରିଥିଲା ।

​ପ୍ରାଦେଶିକ ଶାସନ :

​ଚନ୍ଦ୍ରଗୁପ୍ତ ଏକ ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ସୃଷ୍ଟି କରିଥିଲେ । ଶାସନର ସୁବିଧା ନିମିତ୍ତ ସେ ନିଜ ରାଜ୍ୟକୁ ଚାରିଗୋଟି ‘ପ୍ରଦେଶ’ରେ ବିଭକ୍ତ କରିଥିଲେ । ଅଶୋକ କଳିଙ୍ଗ ଜୟ କରିବା ପରେ ଏହା ମଗଧ ସାମ୍ରାଜ୍ୟର ପଞ୍ଚମ ପ୍ରଦେଶ ରୂପେ ପରିଗଣିତ ହୋଇଥିଲା ।

​(୧) ପ୍ରାଚ୍ୟ : ମଗଧ ସାମ୍ରାଜ୍ୟର ପ୍ରାଚ୍ୟ ଭାଗ ବର୍ତମାନର ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଇତ୍ୟାଦିକୁ ନେଇ ଗଠିତ ହୋଇଥିଲା । ଏହା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିଲା । ‘ପାଟଳୀପୁତ୍ର’ ଥିଲା ଏହାର ରାଜଧାନୀ ।

(୨) ଉତ୍ତରାପଥ : କାଶ୍ମୀର, ପଞ୍ଜାବ, ସିନ୍ଧୁପ୍ରଦେଶ, ବେଲୁଚିସ୍ଥାନ ଓ ଆଫଗାନିସ୍ଥାନକୁ ନେଇ ଉତ୍ତରାପଥ ଗଠିତ ହୋଇଥିଲା । ଏହାର ରାଜଧାନୀ ଥିଲା ‘ତକ୍ଷଶିଳା’ ।

(୩) ଅବନ୍ତୀପଥ : ସାମ୍ରାଜ୍ୟର ପଶ୍ଚିମ ପ୍ରଦେଶକୁ ଅବନ୍ତୀପଥ ନାମରେ ନାମିତ କରାଯାଇଥିଲା । ମାଳବ (ମାଲଓ୍ବା), ଗୁଜୁରାଟ ଏବଂ ରାଜସ୍ଥାନକୁ ନେଇ ଏହା ଗଠିତ ହୋଇଥିଲା । ଅବନ୍ତୀପଥର ରାଜଧାନୀ ଥୁଲା ‘ଉଜ୍ଜୟିନୀ’ ।

(୪) ଦକ୍ଷିଣାପଥ : ଆନ୍ଧ୍ରପ୍ରଦେଶ, ତାମିଲନାଡୁ ତଥା କର୍ଣାଟକର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ଦକ୍ଷିଣାପଥ । ଦକ୍ଷିଣାପଥର ରାଜଧାନୀ ଥିଲା ‘ସୁବର୍ଣ୍ଣଗିରି’ ।

(୫) କଳିଙ୍ଗ : ବର୍ତମାନର ଭୁବନେଶ୍ଵର ଠାରୁ ଜଉଗଡ଼ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଞ୍ଛଳ । ଏହାର ରାଜଧାନୀ ଥିଲା ‘ତୋଷାଳୀ’ ।

​ସାମ୍ରାଜ୍ୟର ସୁଶାସନ ପାଇଁ ‘ପ୍ରଦେଶ’ର ସୃଷ୍ଟି ହୋଇଥିଲା । ଏହି ପ୍ରଦେଶଗୁଡ଼ିକର ଶାସନ ପ୍ରାଦେଶିକ ଶାସନକର୍ତ୍ତାଙ୍କ ଉପରେ ନ୍ୟସ୍ତ ଥିଲା । ସାଧାରଣତଃ ସେମାନେ ରାଜକୁଳରେ ଜାତ ହୋଇଥିଲେ ଏବଂ ରାଜାଙ୍କର ସମ୍ପର୍କୀୟ ଥିଲେ । ସେମାନଙ୍କୁ ‘କୁମାର’ ବୋଲି ଅଭିହିତ କରାଯାଉଥିଲା ।

​[Page 10 / 110]

​110 | ଭାରତ ଇତିହାସ

​ଶାସନର ସୁବିଧା ନିମିତ୍ତ ପ୍ରଦେଶଗୁଡ଼ିକୁ କେତେକ ‘ବିଷୟ’ (ଜିଲ୍ଲା)ରେ ବିଭକ୍ତ କରାଯାଇଥିଲା । ଜିଲ୍ଲା ବା ବିଷୟର ଶାସନକର୍ତ୍ତା ଥିଲେ ପ୍ରାଦେଶିକ । ‘ସ୍ଥାନିକ’ଙ୍କ ଦ୍ବାରା ପ୍ରତ୍ୟେକ ବିଷୟର କର ଆଦାୟ ହେଉଥିଲା । ସେମାନେ ତାଙ୍କର କାର୍ଯ୍ୟକଳାପ ନିମିତ୍ତ ସମାହର୍ତ୍ତାଙ୍କ ନିକଟରେ ଦାୟୀ ଥିଲେ । ଅବଶ୍ୟ ଶାସନ କ୍ଷେତ୍ରରେ ସ୍ଥାନିକଙ୍କୁ ‘ଗୋପ’ ନାମଧେୟ କର୍ମଚାରୀମାନେ ସହଯୋଗ କରୁଥିଲେ । ସେମାନେ ପାଞ୍ଚରୁ ଉଦ୍ଧ୍ୱର୍ ଏବଂ ଦଶ ମଧ୍ୟରେ ସୀମିତ ଗ୍ରାମଗୁଡ଼ିକର ଶାସନ ବ୍ୟବସ୍ଥା ପରିଚାଳନା କରି ଏ ସମ୍ପର୍କରେ ସ୍ଥାନିକଙ୍କୁ ଅବଗତ କରାଉଥିଲେ ।

​ଗ୍ରାମ ଶାସନ :

​ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନର ସର୍ବନିମ୍ନ ଭାଗ ଥୁଲା ଗ୍ରାମ । ଗ୍ରାମଶାସନର ମୁଖ୍ୟ ଥିଲେ ‘ଗ୍ରାମିକ’ । ସାଧାରଣତଃ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ହିଁ ଏହି ପଦବୀରେ ନିଯୁକ୍ତ ହେଉଥିଲେ । ସେ ଥିଲେ ଜଣେ ଅବୈତନିକ କର୍ମଚାରୀ । ଖୁବ୍ ସମ୍ଭବତଃ ସେ ଗ୍ରାମର ଲୋକମାନଙ୍କ ଦ୍ଵାରା ନିର୍ବାଚିତ ହେଉଥିଲେ । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ଗ୍ରାମ ବୃଦ୍ଧମାନଙ୍କ ସମ୍ପର୍କରେ ଜଣାପଡେ । ସେମାନେ ସମସ୍ତେ ଗ୍ରାମସଭାର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟକରି ଗ୍ରାମୀଣ ସମସ୍ୟାଗୁଡ଼ିକର ସମାଧାନ କରିବାରେ ଗ୍ରାମିକଙ୍କୁ ସହାୟତା କରୁଥିଲେ । ଗ୍ରାମର ରାସ୍ତାଘାଟ ନିର୍ମାଣ, କୂପ, ପୁଷ୍କରିଣୀ ଖନନ ଏବଂ ସେଗୁଡ଼ିକର ଯତ୍ନ, ମନ୍ଦିରର ସୁରକ୍ଷା, ଜଙ୍ଗଲର ସୁରକ୍ଷା ଇତ୍ୟାଦି କର୍ମମାନ ଗ୍ରାମିକଙ୍କ ତତ୍ତ୍ଵାବଧାନରେ ସମ୍ପାଦିତ ହେଉଥିଲେ । ପୂର୍ବ ବର୍ଦ୍ଧିତ ଗୋପ ନାମକ ରାଜକର୍ମଚାରୀ ଗ୍ରାମଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉଦ୍ଦିଷ୍ଟ ଥିଲେ ।

​ଅଶୋକଙ୍କ ଦ୍ବାରା ନିଯୁକ୍ତ ନୂତନ କର୍ମଚାରୀ :

​ଶାସନର ସୁପରିଚାଳନା ନିମିତ୍ତ ସମ୍ରାଟ ଅଶୋକ କେତେକ ନୂତନ କର୍ମଚାରୀ ନିଯୁକ୍ତ କରିଥିଲେ । ସେମାନେ ହେଲେ–‘ରାଜୁକ’, ‘ପ୍ରାଦେଶିକ’ ଏବଂ ‘ଯୁକ୍ତ’ (ୟୁକ୍ତ) । ସେ ଧର୍ମର ପ୍ରଚାର ନିମିତ୍ତ ଖ୍ରୀ:ପୂ: ୨୫୬ରେ ‘ଧର୍ମ ମହାମାତ୍ର’ (ଧମ୍ମ ମହାପାତ୍ର)ମାନଙ୍କୁ ମଧ୍ଯ ନିଯୁକ୍ତ କରିଥିଲେ । ‘ରଥୁକ’, ‘ପୁଳିଷ’ ଏବଂ ‘ପ୍ରତିବେଦିକ’ମାନେ ଥିଲେ ତାଙ୍କଦ୍ୱାରା ନିଯୁକ୍ତ ଅନ୍ୟାନ୍ୟ ରାଜକର୍ମଚାରୀଗଣ । ଅଶୋକଙ୍କ ସମୟରେ ରାଜୁକ କର ଆଦାୟ କରୁଥିଲେ ଏବଂ ଆଞ୍ଚଳିକ କୋଷାଧୂକାରୀ ଭାବେ ‘ଯୁକ୍ତ’ ନିଯୁକ୍ତି ପାଇଥିଲେ ।

​ବାସ୍ତବିକ ମୌର୍ଯ୍ୟ ଶାସନ ଥୁଲା ସୁଦୃଢ଼ । କେନ୍ଦ୍ରରୁ ସବୁ ଶାସନମାନ ନିୟନ୍ତ୍ରିତ ହେଉଥିଲା । ଏହାସତ୍ତ୍ବେ ମଧ୍ଯ ମୌର୍ଯ୍ୟ ସମ୍ରାଟମାନେ ଥିଲେ ପ୍ରଜାବତ୍ସଳ । ମୌର୍ଯ୍ୟ ଶାସନର ଏହି ମହନୀୟତା ଅଶୋକଙ୍କ କଳିଙ୍ଗ ଶିଳାନୁଶାସନରୁ ଜଣାପଡ଼ିଥାଏ–

​‘‘ସମସ୍ତ ମନୁଷ୍ୟମାନେ ମୋର ସନ୍ତାନ ସଦୃଶ । ମୁଁ ନିଜ ସନ୍ତାନ ସନ୍ତତିମାନଙ୍କ ପାଇଁ ଇହଲୋକ ଏବଂ ପରଲୋକରେ ଯେମିତି ସୁଖ କାମନା କରେ, ତାହା ମୁଁ ସମସ୍ତ ମନୁଷ୍ୟମାନଙ୍କ ପାଇଁ କାମନା କରେ ।’’

​ସାରାଂଶ

​୧. ଖ୍ରୀ.ପୂ. ୨୬୧ର କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନର ପ୍ରଥମ ଏବଂ ଶେଷ ଯୁଦ୍ଧ । ରାଜନୈତିକ, ଅର୍ଥନୈତିକ, ବାଣିଜ୍ୟିକ ଆଦି କାରଣ ତଥା କାରୁବାକୀ କିମ୍ବଦନ୍ତୀ ଏହି ଯୁଦ୍ଧ ପାଇଁ ପଥ ପରିଷ୍କାର କରିଦେଇଥିଲା । ଏହି ଯୁଦ୍ଧ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ଏହାର ଫଳାଫଳ ଥିଲା ସୁଦୂରପ୍ରସାରୀ ।

​୨. ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଅଶୋକଙ୍କ ବଳିଷ୍ଠ ନେତୃତ୍ବରେ ମୌର୍ଯ୍ୟ ଶାସନ ପରିପୁଷ୍ଟ ହୋଇଥିଲା । କେନ୍ଦ୍ରଶାସନରେ ସପ୍ତାଙ୍ଗ, ରାଜା, ତୀର୍ଥ, ମନ୍ତ୍ରୀପରିଷଦ, ରାଜସ୍ଵ ବ୍ୟବସ୍ଥା, ସାମରିକ ଶାସନ, ବିଚାର ବିଭାଗ, ଗୁପ୍ତଚର ବ୍ୟବସ୍ଥା, ଜନହିତକର କାର୍ଯ୍ୟ ଆଦି ଅନ୍ତର୍ଭୁକ୍ତ ଥିଲା ।

​୩. ମୌର୍ଯ୍ୟ ସମୟର ପ୍ରାଦେଶିକ ଶାସନ ଉନ୍ନତ ଥିଲା । ସେହି ସମୟରେ ଭାରତ ବର୍ଷ ପାଞ୍ଚଗୋଟି ପ୍ରଦେଶରେ ବିଭକ୍ତ ହୋଇଥିଲା । ଅଶୋକ ନୂତନ କର୍ମଚାରୀମାନ ନିଯୁକ୍ତ କରିଥିଲେ । ରାଜୁକ, ପ୍ରାଦେଶିକ ଏବଂ ଯୁକ୍ତ ତଥା ଧର୍ମମହାମାତ୍ର ଏମାନଙ୍କ ମଧ୍ୟରୁ ଅନ୍ୟତମ । ସେ ପ୍ରଜାବତ୍ସଳ ଶାସନ ପ୍ରଚଳନ କରିଥିଲେ । 

Jul 22, 2026

UNIT TEST

                     UNIT TEST-1

PM SHRI GOVT. H. S. SCHOOL, MAHIPUR

SUB-HISTORY              

 TIME-45MINS                          F. M-20

Read more »

ଷଷ୍ଠ ଶତାବ୍ଦୀ ର ଧର୍ମସଂସ୍କାର ଆନ୍ଦୋଳନ :ଜୈନ ଓ ବୌଦ୍ଧ ଧର୍ମର ନୀତି ର ମୂଲ୍ୟାୟନ ଓ ଭାରତୀୟ ସଂସ୍କୃତି କୁ ଅବଦାନ

                                                INTRODUCTION

  •  ପରବର୍ତ୍ତୀ ବୈଦିକ ଯୁଗର ପ୍ରଭାବ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବଳବତ୍ତର     ରହିଥିଲା । 

  • ଏହି ସମୟରେ କାଶୀ, କୋଶଳ, ଅଙ୍ଗ, ମଗଧ, ମତ୍ସ୍ୟ ଆଦି ଷୋଡ଼ଶ ମହାଜନପଦ (ରାଜ୍ୟ)ର ଉତ୍‌ଥାନ ଘଟିଥିଲା।
  • ସମାଜର ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଏବଂ ବୈଦିକ କର୍ମକାଣ୍ଡର ଜଟିଳତା କାୟା ବିସ୍ତାର କରିବାରେ ଲାଗିଥିଲା । ଯଜ୍ଞ, ପଶୁବଳି ଏବଂ ବ୍ୟୟବହୁଳ ପୂଜା ପଦ୍ଧତି ଆଦି ସମାଜକୁ ଗ୍ରାସ କରିଥିଲା।     

  • ଫଳରେ ବୈଶ୍ୟ, ଶୂଦ୍ର ତଥା ଅସ୍ପୃଶ୍ୟମାନଙ୍କର ସ୍ଥାନ ସମାଜରେ ଅତି ନୂନ ହୋଇପଡ଼ିଥିଲା ।

  • ତେଣୁ ବ୍ରାହ୍ମଣଧର୍ମର ବିରୋଧାଭାସ ଭାବେ ଜୈନଧର୍ମ ଏବଂ ବୌଦ୍ଧ ଧର୍ମର ଉତ୍‌ଥାନ ଘଟିଥିଲା । ଏହି ଧର୍ମଦ୍ଵୟର ନୀତି ଏବଂ ପ୍ରଭାବ ଭାରତ ଇତିହାସକୁ ଋଦ୍ଧିମନ୍ତ କରିଥିଲା                                   




                                     ଜୈନଧର୍ମ


  • ବ୍ରାହ୍ମଣଧର୍ମକୁ ପ୍ରଥମେ ଶକ୍ତ ଧକ୍‌କା ଦେଇଥୁଲା ଜୈନଧର୍ମ । ସମସ୍ତ ଇନ୍ଦ୍ରିୟକୁ ଜୟ କରିବା ପାଇଁ ଜିନତ୍ୱ ପ୍ରାପ୍ତି କରୁଥିବା ବ୍ୟକ୍ତି ଜୈନ ନାମରେ ପରିଚିତ । ଜୈନଧର୍ମ କେବଳ ଜଣଙ୍କ ଦ୍ଵାରା ପ୍ରଚାରିତ ହୋଇ ନ ଥିଲା ।   

  • ଏହି ଧର୍ମ ୨୪ଟି ‘ତୀର୍ଥଙ୍କର’ଙ୍କ ଦ୍ବାରା ପରିପୁଷ୍ଟ ହୋଇଥିଲା । ଜୈନଧର୍ମର ପ୍ରବର୍ତ୍ତକ ପ୍ରଥମ ତୀର୍ଥଙ୍କର ଋଷଭନାଥ (ଆଦିନାଥ)ଙ୍କ ଠାରୁ ଆରମ୍ଭ କରି ନେମିନାଥଙ୍କ ପର୍ଯ୍ୟନ୍ତ ( ୨୨ତମ ତୀର୍ଥଙ୍କର) କାହାରି ସମ୍ବନ୍ଧରେ ଐତିହାସିକ ଉପାଦାନ ମିଳି ନଥାଏ ।

  •  ମାତ୍ର ତ୍ରୟୋବିଂଶ ତୀର୍ଥଙ୍କର ପାର୍ଶ୍ଵନାଥ ଜୈନଧର୍ମକୁ ସାକାର ରୂପରେଖ ପ୍ରଦାନ କରିଥିଲେ । ସେ ଅହିଂସା, ସତ୍ୟ, ଆସ୍ତେୟ, ଏବଂ ଅପରିଗ୍ରହ ଏହି ଚାରି ମହାସତ୍ୟ ପ୍ରକାଶ କରିଥିଲେ ଯାହା ‘ଚତୁର୍ଯାମ ଧର୍ମ’ ନାମରେ ବିଖ୍ୟାତ ।


                 ବର୍ଦ୍ଧମାନ ମହାବୀର ଙ୍କ  ଜୀବନୀ:




  • ବଦ୍ଧମାନ ମହାବୀର ଜୈନଧର୍ମର ଚତୁର୍ବିଂଶ ବା ଶେଷ ତୀର୍ଥଙ୍କର । ଜୈନଧର୍ମକୁ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଧର୍ମରେ ପରିଣତ କରି ତା'ର ପ୍ରଚାର ଏବଂ ପ୍ରସାର ପାଇଁ ମହାବୀର ନିଜକୁ ନିୟୋଜିତ  କରିଥିଲେ । 
  • ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଏବଂ ବେଦକୁ ସେ ଅସ୍ୱୀକାର କରିଥିଲେ । ଜୈନଧର୍ମକୁ ପୂର୍ଣ ରୂପେ ପ୍ରତିଷ୍ଠା କରିଥିଲେ । । ତାଙ୍କର ବାଣୀ ସର୍ବଜନାଦୃତ ହୋଇ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଶତାବ୍ଦୀରେ ଦେଖାଦେଇଥିବା ଧାର୍ମିକ ଜଟିଳତାର ସମାଧାନ କରିଥିଲା ।


  • ବର୍ଷମାନ ମହାବୀର ଖ୍ରୀ.ପୂ. ୫୪୦ (ମତାନ୍ତର )ଖ୍ରୀ.ପୂ. ୫୯୯)ରେ ଉତ୍ତର ବିହାର ଅନ୍ତର୍ଗତ ବୈଶାଳୀ ନିକଟସ୍ଥ କୁନ୍ଦଗ୍ରାମରେ  ଜନ୍ମ ଗ୍ରହଣ କରିଥିଲେ । 
  • ତାଙ୍କ ପିତା ସିଦ୍ଧାର୍ଥ ଜ୍ଞାତ୍ରିକ (ନାଟ) ମାନଙ୍କର ମୁଖ୍ୟ ରୂପେ ବଦିତ ଥିଲେ । ତାଙ୍କ ମାତା ତ୍ରିଶଳା ଥିଲେ ବିଦେହର ପ୍ରଭାବଶାଳୀ ଲିଚ୍ଛାବୀ ରାଜା ଚେତକଙ୍କର ଭଗ୍ନୀ
  •  ଜନଶ୍ରୁତ ଅନୁସାରେ ଋଷଭଙ୍କ ପତ୍ନୀ ଦେବାନନ୍ଦାଙ୍କ ଗର୍ଭରୁ ଭୃଣ ହରଣ କରାଯାଇ ତ୍ରିଶଳାଙ୍କ ଗର୍ଭରେ ରୋପଣ କରାଯାଇଥିଲା । ମଥୁରାର ଏକ ଜୈନ ସ୍ଥାପତ୍ୟ ଏହି ଦୃଶ୍ୟ ପ୍ରଦର୍ଶନ କରିଥାଏ । 

  • ମହାବୀରଙ୍କ ପ୍ରକୃତ ତ ନାମ ଥିଲା ବର୍ଦ୍ଧମାନ । ସମୟ କ୍ରମେ ସେ ମହାବୀର ନାମରେ ପ୍ରସିଦ୍ଧି ଲାଭ କରିଥିଲେ । ଜୈନଧର୍ମଗ୍ରନ୍ଥ ମଧ୍ୟ ତାଙ୍କୁ ‘ନଟପୁତ୍ର’ ( ନାୟପୁତ୍ତ) ଭାବେ ବର୍ଣ୍ଣନା କରିଥାଏ । ସେ ମଧ୍ୟ ‘କାଷଭ’ (କାଷ୍ୟପ ଗୋତ୍ର) ତଥା ‘ବେଶାଳୀୟ’ (ବୈଶାଳୀ ଜନ୍ମସ୍ଥାନ) ରୂପେ ପରିଚିତ ।



  • ବାଲ୍ୟକାଳରେ ମହାବୀର ରାଜକୀୟ ପ୍ରାଚୁର୍ଯ୍ୟ ମଧ୍ୟରେ ପରିପାଳିତ ହୋଇଥିଲେ । ଉପଯୁକ୍ତ ସମୟରେ ତାଙ୍କୁ ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ଯୁଦ୍ଧବିଦ୍ୟା ତଥା ରାଜ୍ୟଶାସନ ଇତ୍ୟାଦି ଶିକ୍ଷା ପ୍ରଦାନ କରାଯାଇଥିଲା । 
  • ଉପଯୁକ୍ତ ସମୟରେ ତାଙ୍କୁ ଜଣେ ରୂପବତୀ ତରୁଣୀ ଯଶୋଦାଙ୍କ ସହ ବିବାହ କରାଇ ଦିଆଯାଇଥିଲା ।  ଦାମ୍ପତ୍ୟ ଜୀବନ ସୁଖମୟ ଥିଲା । ଯଶୋଦାଙ୍କଠାରୁ ଏକ କନ୍ୟା ଜାତ ହୋଇଥିଲା । ତାହାର ନାମ ଥିଲା ଅନୋଜା ବା ପ୍ରିୟଦର୍ଶିନୀ । 

  •  ପିତା ସିଦ୍ଧାର୍ଥ ଏବଂ ମାତା ତ୍ରିଶଳାଙ୍କ ମୃତ୍ୟୁ ତାଙ୍କ ମନରେ ଗଭୀର ରେଖାପାତ କଲା । ସଂସାରର କ୍ଷଣଭଙ୍ଗୁରତା ସମ୍ପର୍କରେ ସେ ସଚେତନ ହେଲେ । । ଜନ୍ମ-ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ସେ ବ୍ୟାକୁଳ ହୋଇଠିଲେ ଏବଂ ୩୦ ବର୍ଷ ବୟସରେ ଗୃହତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ ।


                      ସନ୍ନ୍ୟାସ ଜୀବନ :

  •  କୁନ୍ଦଗ୍ରାମ ତ୍ୟାଗ କରିବା ପରେ ପରେ ମହାବୀର ଦୀର୍ଘ ବାରବର୍ଷ ଧରି ସନ୍ନ୍ୟାସୀ ଜୀବନ ଯାପନ କରିଥିଲେ । ଶେଷରେ ଦିଗମ୍ବର (ବସ୍ତ୍ରଶୂନ୍ୟ) ହୋଇ ଭାରତର ବିଭିନ୍ନ ସ୍ଥାନରେ ଜଣେ ସନ୍ନ୍ୟାସୀ ରୂପେ ଭ୍ରମଣ କରିଥିଲେ     


  • ଏହିପରି ଭ୍ରମଣ କରିବା ସମୟରେ ଲା
  • ଢ଼ (ବଙ୍ଗଦେଶର ରାଢ଼) ର କତିପୟ ହୁଷ୍ଟ ବ୍ୟକ୍ତିଙ୍କ ଇଙ୍ଗିତରେ କୁକୁରମାନେ ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିଲେ ଅନେକ ସ୍ଥାନରେ ତାଙ୍କର ଦିଗମ୍ବର ବେଶ ପାଇଁ ସେ ଲୋକମାନଙ୍କ ଦ୍ଵାରା ଉପହାସର ପାତ୍ର ହୋଇଥିଲେ । କେତେବ ତେକ ସ୍ଥାନରେ ତାଙ୍କ ଉପରକୁ ଲୋକମାନେ ପଚାଫଳ, ଟେକା, ଖପରା, କାଷ୍ଠଖଣ୍ଡ ଇତ୍ୟାଦି ନିକ୍ଷେପ କରିଥିଲେ । ମହାବୀର ସେଥ୍ ସେଥିପ୍ରତି ଦୃଷ୍ଟିପାତ ନକରି କଠୋର ତପସ୍ୟାରେ ମଗ୍ନ ରହିଥିଲେ ।


  • ଦୀର୍ଘ ବାରବର୍ଷ କଠୋର ଆତ୍ମସଂଯମରେ ବିନିଯୋଗ କରି ମହାବୀର ୪୨ ବର୍ଷରେ ବୈଶାଖ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ଜୃମ୍ବିକ ଗ୍ରାମ ନିକଟରେ ପ୍ରବାହିତ ରିଜୁପାଳିକା ନ‌ଦୀ ତଟସ୍ଥ ଏକ ଶାଳବୃକ୍ଷ ମୂଳରେ ଧ୍ୟାନମଗ୍ନ ଥିଲାବେଳେ ଦିବ ‘କୈବଲ୍ୟ’ ପ୍ରାପ୍ତ ହୋଇଥିଲେ, ସେଥିପାଇଁ ସେ କେବଳୀନ୍’ (ସର୍ବଜ୍ଞ, ସର୍ବଦ୍ରଷ୍ଟା) ରୂପେ ପରିଗଣିତ ହୋଇଥିଲେ  

  • ବନ୍ଧନକୁ ଛିନ୍ନ କରିଥିବାରୁ ସେ ‘ନିର୍ଗ୍ରନ୍ଥ’ ନାମରେ ସିଦ୍ଧ ହେଲେ । 

  • ସମସ୍ତ କାମନା, ବାସନା, ଆସକ୍ତି, ତଥା ଇନ୍ଦ୍ରିୟକୁ ଜୟ କରିଥ ‘ଜୀନ’ ରୂପେ ବିଖ୍ୟାତ ହୋଇଥିଲେ ଏବଂ ତାଙ୍କ ଦ୍ଵାରା ପ୍ରଚାରିତ ଧର୍ମ ‘ଜୈନଧର୍ମ’ ନାମରେ ନାମିତ ହୋଇଥିଲା ।


                                      ଧର୍ମପ୍ରଚାର ଏବଂ ମୃତ୍ୟୁ :


  • କୈବଲ୍ୟ ପ୍ରାପ୍ତି ପରେ ମହାବୀର ଜୈନଧର୍ମର ପ୍ରଚାର ପାଇଁ ତତ୍ପର ହୋଇପଡ଼ିଥିଲେ । ସର୍ବପ୍ରଥମ ମଗଧର ପୁରାତନ ରାଜଗୃହ ସନ୍ନିକଟ ବିପୁଳାଚଳଠାରେ ସେ ନିଜର ଧର୍ମ ପ୍ରଚାର କରି ଏଗାର ଜଣ ବ୍ରାହ୍ମଣଙ୍କୁ ଜୈନଧର୍ମରେ ଦୀକ୍ଷିତ କରାଇଥ ଥିଲେ । ସେ କ୍ଷତ୍ରିୟ ହୋଇଥିବାରୁ କ୍ରମଶଃ ବିଭିନ୍ନ ରାଜ୍ୟରେ ରାଜାମାନେ ଏହି ଧର୍ମକୁ ଗ୍ରହଣ କରିବା ପାଇଁ ଆଗଭର ହୋଇଥିଲେ । 
  • ବୀମ୍ବିସର ଙ୍କ ପୁତ୍ର ଅଜାତାଶତ୍ରୁ ତଥା ରାଜକର୍ମଚାରୀ ଏବଂ ମଗଧର ଅଂସଖ୍ୟ ପ୍ରଜା ଜୈନଧର୍ମରେ ଦୀକ୍ଷିତ ହୋଇଥିଲେ । ଅବନ୍ତୀର ରାଜା ଚଣ୍ଡ ପ୍ରଦ୍ୟୋତ ମଧ୍ଯ ଏହି ଧର୍ମ ଗ୍ରହଣ କରିଥିଲେ । 
  • ଦୀର୍ଘ ତିରିଶ ବର୍ଷ କାଳ ମଗଧ, ଅବନ୍ତୀ, ବୈଶାଳୀ, ଅଙ୍ଗ, ଚମ୍ପା, ମିଥ୍‌ଳା, ଶ୍ରାବସ୍ତୀ ଇତ୍ୟାଦି ସ୍ଥାନମାନଙ୍କରେ ନିଜର ଧର୍ମମତ ପ୍ରଚାର କରି ବଦ୍ଧମାନ ମହାବୀର ଖ୍ରୀ.ପୂ. ୫୨୭ (ମତାନ୍ତରେ ଖ୍ରୀ.ପୂ. ୪୬୮)ରେ ୭୨ ବର୍ଷ ବୟସରେ ବିହାରର ପାବାଠାରେ ମୃତ୍ୟୁବରଣ କରିଥିଲେ ।

ଜୈନଧର୍ମର ବାଣୀ

ତ୍ରିରତ୍ନ :

ଏକ ଶୁଦ୍ଧପୂତ ଜୀବଯାପନ ନିମିତ୍ତ ବଦ୍ଧମାନ ମହାବୀର ତିନୋଟି ନୀତିର ଅବତାରଣା କରିଥିଲେ । ସେଗୁଡ଼ିକ ହେଲା

  • ସମ୍ୟକ ବିଶ୍ବାସ (Proper Faith) 

  • ସମ୍ୟକ ଜ୍ଞାନ(Proper Knowledge)
  • ସମ୍ୟକ ଚରିତ୍ର Proper Conduct)


ମହାବୀରଙ୍କ ଏହି ତିନୋଟି ପବିତ୍ର ନୀତିକୁ ଜୈନଧର୍ମର ‘ତ୍ରିରତ୍ନ’ କୁହାଯାଏ । ଏହି ତିନୋଟି ନୀତି ଅବଲମ୍ବନ କଲେ ମଣିଷର ଚିତ୍ତ ଶୁଦ୍ଧି ହୋଇଥାଏ । ଏହା ଫଳରେ ସାଂସାରିକ ମାୟା, ମୋହ ତଥା ଭ୍ରମଜାଲରେ ମଣିଷ ପଡ଼େ ନାହିଁ । ମଣିଷର ଆତ୍ମାକୁ ସଦ୍‌ଗତି ମିଳିଥାଏ ଓ ଜନ୍ମମୃତ୍ଯୁର ବନ୍ଧନରୁ ମୁକ୍ତ ହୋଇ ସେ ନିର୍ବାଣପ୍ରାପ୍ତ ହୋଇଥାଏ ।


ପଞ୍ଚମହାବ୍ରତ :


ଜୀବନକୁ ନୀତିମୟ କରିବା ପାଇଁ ମହାବୀର ପାଞ୍ଚଗୋଟି ଉପଦେଶ ପ୍ରଦାନ କରିଥିଲେ । ସେଗୁଡ଼ିକ ହେଲା-

ଅହିଂସା – (ଜୀବପ୍ରତି ହିଂସା ଆଚରଣ କରନାହିଁ)

ସତ୍ୟ – ( ମିଥ୍ୟା ଆଚରଣ କରନାହିଁ)

ଅସ୍ତେୟ (ଅଚୌର୍ଯ୍ୟ) – (ପରଦ୍ରବ୍ୟ ଚୋରି କର ନାହିଁ)

ଅପରିଗ୍ରହ – (ପାର୍ଥବ ବସ୍ତୁ ପ୍ରତି ଆସକ୍ତ ହୁଅନାହିଁ)

ବ୍ରହ୍ମଚର୍ଯ୍ୟ – (ଆତ୍ମ-ସଂଯମ ଆଚରଣ କର)


  • ମହାବୀରଙ୍କ ଏହି ଉପଦେଶ ଜୈନଧର୍ମ ‘ପଞ୍ଚମହାବ୍ରତ’ (Five vows) ନାମରେ ଖ୍ୟାତ । 

  • ପ୍ରଥମ ଚାରିଗୋଟି ଉପଦେଶ ( ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ) ପାର୍ଶ୍ଵନାଥ ପ୍ରଦାନ କରିଥିଲାବେଳେ, ମହାବୀର ଶେଷ ବ୍ରତ (ବ୍ରହ୍ମଚର୍ଯ୍ୟ)ର ସ୍ରଷ୍ଟା ଥିଲେ । ଫଳରେ ପାର୍ଶ୍ଵନାଥଙ୍କ ଦ୍ୱାରା ପ୍ରଚଳିତ ‘ଚତୁର୍ଯାମ ଧର୍ମ’ ମହାବୀରଙ୍କ ଦ୍ଵାରା ‘ପାଞ୍ଚର୍ଯାମ ଧର୍ମ’ରେ ପରିଗଣିତ ହୋଇଥିଲା ।


ଜୀବତତ୍ତ୍ବ :


  • ସମଗ୍ର ବିଶ୍ଵ ଦୁଇଗୋଟି ସ୍ଵୟଂ ଶାସିତ ଉପାଦାନ ଦ୍ଵାରା ଗଠିତ ବୋଲି ବଦ୍ଧମାନ ମତବ୍ୟକ୍ତ କରିଥିଲେ । ସେ ଦୁଇଟି ହେଲା-‘ଜୀବ’ ଏବଂ ‘ଅଜୀବ’ 
  • ଯେଉଁଥିରେ ଜୀବନ ଅଛି ତାହାକୁ ଜୀବ କୁହାଯାଏ |ଏହାର  ଚେତନା ଅଛି  |ଏହା ସୁଖ ଦୁଃଖ  ଅନୁଭବ କରେ |କର୍ମ କରେ ,କର୍ମଫଳ ଭୋଗ କରେ |
  • ଉଦାହରଣ : ମନୁଷ୍ୟ ,ପଶୁପକ୍ଷୀ ,କୀଟ ପତଙ୍ଗ ,ଗଛ  ଈତ୍ୟାଦି |

ଅଜୀବତତ୍ତ୍ବ :

  • ଯେଉଁଥିରେ ଚେତନା ନାହି ତାହା ଅଜୀବ |ଏହା ସୁଖ ଦୁଃଖ ଅନୁଭବ କରି ପାରେ ନାହି  |ଏହା କେବଳ ଜଡ ପଦାର୍ଥ |


  •  ଏହା ପାଞ୍ଚୋଟି ଉପାଦାନକୁ ନେଇ ଗଠିତ । ସେଗୁଡ଼ିକ ହେଲା – ଧର୍ମ, ଅଧର୍ମ, କାଳ, ଆକାଶ ଏବଂ ପୁଦ୍‌ଗଳ ।

  •  ‘ଧର୍ମ’ ଗତିର ସହାୟକ
  •  ‘ଅଧର୍ମ’ ବିଶ୍ରାମର ସହାୟକ ତତ୍ଵ । 
  •  ‘କାଳ’ ଥିଲା ସମୟର ନିୟନ୍ତ୍ରକ ।
  •  ‘ଆକାଶ’ ଶୂନ୍ୟତାର ପରିଚାୟକ 
  • ‘ପୁଦ୍‌ଗଳ’-(ପଦାର୍ଥ )  [ମାଟି,ପାଣି ,ପଥର ,ଶରୀର।]


କର୍ମଶରୀର :

  • ଆମେ ଯେଉଁ ଭଲ କିମ୍ବା ଖରାପ କର୍ମ କରୁ ,ସେସବୁର ଛାପ ଜୀବାତ୍ମା ସହିତ ରହିଯାଏ |ଏହି କର୍ମର ସଞ୍ଚୟକୁ କର୍ମ ଶରୀର କୁହାଯାଏ |
  • ମୃତ୍ୟୁ ପରେ ସ୍ଥୂଳ  ଶରୀର ନଷ୍ଟ ହୋଇଯାଏ ,କିନ୍ତୁ କର୍ମ ଶରୀର ଜୀବାତ୍ମା ସହିତ ରହିଥାଏ | ପରବର୍ତୀ ଜନ୍ମରେ  ଜୀବ ସେହି କର୍ମ ଅନୁସାରେ ସୁଖ କିମ୍ବା ଦୁଃଖ ର ଫଳ ପାଇଥାଏ |
  • କର୍ମ ଶରୀର ଉପରେ ମହାବୀର ଗୁରୁତ୍ଵ  ଦେଇଥିଲେ |


ଆତ୍ମା :


  • ଆତ୍ମା ହେଉଛି ଜୀବର ଆଧାର ।
  • ଆତ୍ମା ଅମର । 
  • କର୍ମ ଦ୍ଵାରା ଆତ୍ମା ବନ୍ଧନରେ ପଡେ |
  • ଆତ୍ମାର ମୂଳ ଲକ୍ଷ ହେଉଛି କର୍ମ ବନ୍ଧନରୁ ମଣିଷକୁ ମୁକ୍ତ କରାଇବା । 
  • ଏଣୁ କେବଳ ଜ୍ଞାନ ଏବଂ ଧ୍ୟାନ ଦ୍ଵାରା ମଣିଷ ଏହା ଲାଭ କରିବାକୁ ସକ୍ଷମ ହୋଇପାରିବ ।


କର୍ମବନ୍ଧନ ଏବଂ ଆତ୍ମାର ଉର୍ଦ୍ଧ୍ବଗମନ :

  • ମହାବୀରଙ୍କ ମତରେ ମଣିଷର କର୍ମ (Action) ତାହାର ଉଚ୍ଚ ଅଥବା ନୀଚ ଅବସ୍ଥା ପାଇଁ ଦାୟୀ ।
  •  କର୍ମ ଆତ୍ମାକୁ ଘେରି ରହିଥାଏ ଏବଂ ଏହାକୁ ଏକ ନିର୍ଦ୍ଦିଷ୍ଟ ରୂପ ପ୍ରଦାନକରିଥାଏ
  •  ସୁକର୍ମ ମଣିଷକୁ ଉଚ୍ଚ ଅବସ୍ଥାକୁ ନେବାବେଳେ କୁକର୍ମ ତାହାକୁ ନୀଚ ସ୍ଥାନ ପ୍ରଦାନ କରିଥାଏ । 
  • ‘ପ୍ରବୃତ୍ତି’, ‘ଅଜ୍ଞତା’, ‘କାମନା’......ଇତ୍ୟାଦି ଦ୍ଵାରା ଆଚ୍ଛାଦିତ ହେବା ଫଳରେ ଆତ୍ମା ବନ୍ଧନ (Bondage) ଯୁକ୍ତ ହୋଇଥାଏ । 
  • ସୁକର୍ମ ଫଳରେ ଆମ୍ବା ଏହି ବନ୍ଧନରୁ କ୍ରମଶଃ ମୁକ୍ତ ହୋଇଥାଏ ଏବଂ ସର୍ବଶେଷରେ ମଣିଷ ସବୁତକ ସୁକର୍ମରେ ଲିପ୍ତ ହେଲେ ଆତ୍ମା କର୍ମବନ୍ଧନରୁ ମୁକ୍ତ ହୁଏ ଏବଂ ତାହାର ଉର୍ଦ୍ଧ୍ବ ଗମନ ହୋଇଥାଏ ।


ମୋକ୍ଷ :


  • ଆତ୍ମାର କର୍ମବନ୍ଧନରୁ ମୁକ୍ତିକୁ ଜୈନଧର୍ମରେ ‘ମୋକ୍ଷ’ କୁହାଯାଇଥାଏ ।  


  •  ପ୍ରତ୍ୟେକ ପଦାର୍ଥର ଦୁଇଟି ଅଂଶ ଅଛି- ଭୌତିକ ତଥା ଆମ୍ବିକ । 

  • ପ୍ରାଣୀ ଯେଉଁସବୁ କର୍ମ କରିଥାଏ, ତାହା ‘ଭୌତିକ ଅଂଶ’ । ଏହା ଅନ୍ଧକାର, ଅଶୁଦ୍ଧ ତ‌ଥା ବିନାଶକାରୀ ଅଟେ ।

  •  ଅପର ପକ୍ଷରେ ‘ଆମ୍ବିକଅଂଶ’ ଆତ୍ମାକୁ ଆଲୋକିତ, ବିଶୁଦ୍ଧ ଏବଂ ଶାଶ୍ୱତ କରିଥାଏ । 

  •  ଆମ୍ବା ସ୍ଵୟଂ ସ୍ଵରୂପରେ ପ୍ରକଟିତ ହେବାକୁ ‘ସିଦ୍ଧ ଶିଳା’ କୁହାଯାଏ ।  (ଯେଉଁ ଆତ୍ମା କର୍ମ ବନ୍ଧନରୁ ମୁକ୍ତ ହୋଇ ମୋକ୍ଷ ପାଏ ,ସେ ସିଦ୍ଧ କୁହାଯାଏ |ସେହି ସିଦ୍ଧ ଆତ୍ମା ମାନେ ଯେଉଁ ସ୍ଥାନରେ ବାସ କରନ୍ତି ,ତାହାକୁ ସିଦ୍ଧଶିଳା କୁହାଯାଏ |ସେଠାରେ ଜନ୍ମ ,ମୃତ୍ୟୁ ,ଦୁଃଖ ଓ କର୍ମ ବନ୍ଧନ ନଥାଏ |

  • କଠୋର ତପସ୍ୟା, ଆମ୍ବ ସଂଯମ, ଅନଶନଜନିତ ମୃତ୍ୟୁ ଦ୍ବାରା ହିଁ ଏହି ଅବସ୍ଥା ପ୍ରାପ୍ତ ହୋଇଥାଏ ।




ସ୍ୟାଦ୍‌ବାଦ :


  • ବର୍ଦ୍ଧମାନ ମହାବୀରଙ୍କ ଜୈନ ଦର୍ଶନ ‘ସ୍ୟାଦ୍‌ବାଦ’ ବା ‘ଅନେକାନ୍ତବାଦ’ (Theory of May be) ନାମରେ ନାମିତ । 
  • କୌଣସି ଗୋଟିଏ ପଦାର୍ଥ (ସ୍ୟାଦ) ସମ୍ପର୍କିତ ପ୍ରଶ୍ନ କେବଳ ଗୋଟିଏ ଉତ୍ତରରେ ସୀମାବଦ୍ଧ ନୁହେଁ ବୋଲି ମହାବୀର ମତବ୍ୟକ୍ତ କରିଥିଲେ । 
  • ଯଦି ପ୍ରଶ୍ନ ପଚରାଯାଏ- ଆତ୍ମା ଅଛି କି ? ଏହା ଗୋଟିଏ ନୁହେଁ, ସାତଗୋଟିଏ ସମ୍ଭାବ୍ୟ ଉତ୍ତର ପ୍ରଦାନ କରିବ । ଯଥା-


(୧) ପଦାର୍ଥଟି ଅଛି ।


(୨) ପଦାର୍ଥଟି ନାହିଁ ।


(୩) ପଦାର୍ଥଟି ଅଛି ଏବଂ ନାହିଁ ।


(୪) ପଦାର୍ଥଟି ଅବର୍ଣ୍ଣନୀୟ ।


(୫) ପଦାର୍ଥଟି ଅଛି ଏବଂ ଅବର୍ଣ୍ଣନୀୟ ।


(୬) ପଦାର୍ଥଟି ନାହିଁ ଏବଂ ଅବର୍ଣ୍ଣନୀୟ ।


(୭) ପଦାର୍ଥଟି ଅଛି, ନାହିଁ ଏବଂ ଅବର୍ଣ୍ଣନୀୟ ।



କର୍ମବାଦ :


  • ମହାବୀର ‘କର୍ମବାଦ’ର ପ୍ରବକ୍ତା ଥିଲେ । 

  • ତାଙ୍କ ମତରେ ମଣିଷ ହେଉଛି ନିଜେ ନିଜର ଭାଗ୍ୟବିଧାତା । ନିଜ କର୍ମ ଦ୍ୱାରା ହିଁ ତା’ ସାଧନାର ସିଦ୍ଧି ମିଳିଥାଏ । 

  • ମଣିଷ କୁକର୍ମ କଲେ ତା’ର କୁଫଳ ତାକୁ ଭୋଗ କରିବାକୁ ପଡ଼ିଥାଏ ।

  •  ସେ ସୁକର୍ମ କଲେ ତାହା ସାହାଯ୍ୟରେ ତାକୁ ସୁଫଳ ମିଳିଥାଏ ଏବଂ ଶେଷରେ ସେ ନିର୍ବାଣ ପ୍ରାପ୍ତ ହୋଇଥାଏ ।


ଅହିଂସା :


  • ମହାବୀର ଥିଲେ ଅହିଂସାର ପ୍ରବକ୍ତା । 

  • ତାଙ୍କର ବାଣୀ ଥୁଲା ‘ ଅହିଂସା ପରମୋ ଧର୍ମୀ’ । କାୟ-ମନ-ବାକ୍ୟରେ ସେ ଅହିଂସା ଆଚରଣ କରିବା ପାଇଁ ସମସ୍ତଙ୍କୁ ଉପଦେଶ ପ୍ରଦାନ କରିଥିଲେ । 

  • ତାଙ୍କ ମତରେ ଉଭୟ ଜଡ଼ ଏବଂ ଚେତନଙ୍କର ଜୀବନ ଅଛି । ସେମାନଙ୍କୁ ଆଘାତ କଲେ ସେମାନେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ତାଙ୍କ ମତରେ ଜଡ଼ ପଦାର୍ଥ ଯଥା- ଗଛ, ପଥର, ଜଳ, ମାଟି....ଇତ୍ୟାଦିକୁ ଆଘାତ କଲେ ସେମାନେ କଷ୍ଟ ପାଆନ୍ତି । ବସ୍ତୁତଃ ମନୁଷ୍ୟ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ଜଳ, ବୃକ୍ଷ, ମାଟି, ପଥର.... ସବୁ ଅହିଂସା ଆଚରଣ କରିବା ବିଧେୟ । 

  •  ଜଳରେ ଥିବା କୀଟପତିଙ୍ଗଙ୍କ ମୃତ୍ୟୁ ହେବା ଭୟରେ ଜୈନମାନେ ପାଣି ଛାଣି ପିଇଥାନ୍ତି । ଠିକ୍ ସେହିପରି ନିଆଁରେ କୀଟପତଙ୍ଗମାନେ ପଡ଼ି ପୋଡ଼ିଯିବେ ବୋଲି ଜୈନମାନେ ରାତିରେ ଦୀପ ଜାଳି ରନ୍ଧନ ଅଥବା ଶୟନ କରନ୍ତି ନାହିଁ । ସୁତରାଂ ରାତି ପାଇଁ ସେମାନେ ସନ୍ଧ୍ୟା ପୂର୍ବରୁ ଖାଦ୍ୟ ଖାଇଦେଇ ସାରିଥାନ୍ତି । ନିଶ୍ଵାସ ନେବାବେଳେ ବାୟୁରେ ଥିବା କୀଟପତଙ୍ଗ ନାକ ଭିତରକୁ ଯାଇ ମରିଯିବା ଭୟରେ ଜୈନମାନେ ନାକରେ କନା ବାନ୍ଧିଥାନ୍ତି । ଏଥିରୁ ଜଣାପଡ଼ିଥାଏ ଯେ ମହାବୀରଙ୍କ ଅହିଂସା ଅତ୍ୟନ୍ତ କଠୋର ଥିଲା ।


ଈଶ୍ୱରଙ୍କର ଅସ୍ତିତ୍ବର ଅବମାନନା :


  • ମହାବୀର ଈଶ୍ୱରଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରିଥିଲେ । ତାଙ୍କ ମତରେ ଈଶ୍ଵର ବୋଲି କେହି ନାହାନ୍ତି । ଅତଏବ ତାଙ୍କ ନିର୍ଦ୍ଦେଶରେ ସମସ୍ତ ପରିଚାଳିତ ହେଉଥିବା କଥା ମିଥ୍ୟା ବୋଲି ସେ ମତବ୍ୟକ୍ତ କରିଥିଲେ । 
  • ଅପରନ୍ତୁ, ସେ ମଣିଷ ଉପରେ ଗୁରୁତ୍ୱାରୋପ କରିଥିଲେ । ମଣିଷ ନିଜ ସମସ୍ୟାର ସମାଧାନ କରି ଉନ୍ନତ ଆଧ୍ୟାତ୍ମିକ ଜୀବନଯାପନ କଲେ ନିର୍ବାଣ ଲାଭ କରିପାରିବ ବୋଲି ସେ ପରାମର୍ଶ ଦେଇଥିଲେ ।

ବେଦକୁ ଅସ୍ଵୀକାର 

  • ବର୍ଦ୍ଧମାନ ମହାବୀର ବେଦ କୁ ଅସ୍ଵୀକାର କରିଥଲେ |ବୈଦିକ ବର୍ଣନା ତଥା ଆଚରଣ ସମ୍ପୂର୍ଣ ମିଥ୍ୟାଚାର ଉପରେ   ପର୍ଜ୍ୟବେସିତ ବୋଲି ସେ କହିଥିଲେ ।  
  • ସତ୍ୟ ,Ahmisa,ସଂଯମ ,ତପସ୍ୟା ,ସଦାଚାର କୁ ମୋକ୍ଷ ର ପ୍ରକୃତ ପଥ ବୋଲି କହିଥିଲେ । 

          ବ୍ରାହ୍ମଣ ମାନଙ୍କ  ପ୍ରାଧାନ୍ଯ କୁ ଅସ୍ଵୀକାର:  

  •   ବ୍ରାହ୍ମଣ ମାନଙ୍କ  ପ୍ରାଧାନ୍ଯ କୁ ଅସ୍ଵୀକାରକରିଥିଲେ । 
  • କର୍ମକାଣ୍ଡ ତଥା ଯାଗ jajna   ମାଧ୍ୟମରେ ସେମାନେ ସମାଜକୁ ଶୋଷଣ କରୁଛନ୍ତି  ବୋଲି ମହାବୀର କହିଛନ୍ତି । 
  • ହିଷ୍ଟୋ

  • ଷଷ୍ଠ ଶତାବ୍ଦୀର ଧର୍ମସଂସ୍କାର ଆନ୍ଦୋଳନ

  • 85

  • ଅହିଂସା ପରମଧର୍ମର ପ୍ରବକ୍ତା :

  • ମହାବୀର ଥିଲେ ଅହିଂସାର ଆଦ୍ୟ ପ୍ରବକ୍ତା । ଜଟିଳ ଯାଗଯଜ୍ଞ ଏବଂ ବୈଦିକ କର୍ମକାଣ୍ଡ ବିରୁଦ୍ଧରେ ସେ ଦୃଢ଼ ସ୍ଵର ଉତ୍ତୋଳନ କରିଥିଲେ । ‘ଜୀବେଦୟା’ ଥୁଲା ତାଙ୍କ ଧର୍ମର ଅନ୍ୟତମ ବାଣୀ । ସକଳ ସଜୀବ ଏବଂ ନିର୍ଜୀବ ଯେ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ କାହାରିକୁ କ୍ଲେଶ ଦେବା ଅନୁଚିତ-ଏହା ମହାବୀର ପ୍ରଚାର କରିଥିଲେ । ପରବର୍ତ୍ତୀ ସମୟରେ ଭାରତ ତଥା ଭାରତ ବାହାରର ବହୁ ମନୀଷୀ ଏହି ଅହିଂସା ନୀତି ଦ୍ଵାରା ପ୍ରଭାବିତ ହୋଇଥିଲେ ।

  • ସୁସ୍ଥ ସାମାଜିକ ପରମ୍ପରା ସୃଷ୍ଟି :

  • ଜୈନଧର୍ମ ସୁସ୍ଥ ସାମାଜିକ ବାତାବରଣ ସୃଷ୍ଟି କରିବାରେ ପ୍ରଧାନ ଭୂମିକା ଗ୍ରହଣ କରିଥିଲା । ବୈଦିକ ଯୁଗରେ ଭାରତୀୟ ସମାଜ ଜାତିଭିଭିକ ଥିଲା ଏବଂ ସମାଜର ବୈଶ୍ୟ, ଶୂଦ୍ର ଇତ୍ୟାଦି ଜାତିର ଲୋକମାନେ ଉଚ୍ଚବଂଶୀୟ ଲୋକମାନଙ୍କ ଦ୍ଵାରା ଉପେକ୍ଷିତ ହେଉଥିଲେ । ମାତ୍ର ଜୈନଧର୍ମ ଏହି କଳଙ୍କିତ ପରମ୍ପରାର ପୂର୍ଣ୍ଣଚ୍ଛେଦ ପକାଇଥିଲା । ଜାତି, ବର୍ଷ, ଜନ୍ମ ନିର୍ବିଶେଷରେ ସମସ୍ତେ ଏହି ଧର୍ମ ଗ୍ରହଣ କରିପାରୁଥିଲେ । ସାମାଜିକ ଅସ୍ପୃଶ୍ୟତାକୁ ଦୂରେଇଦେଇ ଏହି ଧର୍ମ ପରସ୍ପର ମଧ୍ୟରେ ଭ୍ରାତୃତ୍ଵର ବୀଜ ବପନ କରିଥିଲା ଏବଂ ସମାଜରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିଥିଲା ।

  • ବଣିକ ଗୋଷ୍ଠୀର ଉତ୍‌ଥାନ :

  • ଜୈନଧର୍ମ ପ୍ରଥମେ ବିଶେଷ କରି ବଣିକଗୋଷ୍ଠୀ ମଧ୍ୟରେ ଆଦୃତ ହେବାକୁ ଲାଗିଲା । ଫଳରେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ଵର ଭାବ ବୃଦ୍ଧି ପାଇଲା । ସେମାନେ କ୍ରମଶଃ ନିଗମମାନ (Guilds) ଗଠନ କଲେ । ଏହି ନିଗମ ସାହାଯ୍ୟରେ ସେମାନେ ବାଣିଜ୍ୟ ବ୍ୟବସାୟକୁ ସୂଚାରୁ ରୂପେ ପରିଚାଳନା କଲେ ଏବଂ ସାମାଜିକ ପ୍ରତିଷ୍ଠା ମଧ୍ୟ ଲାଭ କଲେ । ପରବର୍ତ୍ତୀ ସମୟରେ ସେମାନେ କ୍ରମଶଃ ରାଜନ୍ୟବର୍ଗର ନିକଟତର ହେବାକୁ ଲାଗିଲେ । ପୂର୍ବରୁ ସମାଜରେ ସେମାନଙ୍କ ଯେଉଁ ସ୍ଥିତି ରହିଥୁଲା ତା’ର ଉନ୍ନତି ଘଟିଲା ।

  • ଭବିଷ୍ୟତ ଧର୍ମାନ୍ତରୀକରଣକୁ ରୋକିବାକୁ ପ୍ରଯତ୍ନ :

  • ବୈଦିକ ଧର୍ମ ଜାଲରେ ଛନ୍ଦି ହୋଇ ସାଧାରଣ ମଣିଷ ଛଟପଟ ହେଉଥିଲା । ତା’ର ଜୀବନ ଦୁର୍ବିସହ ହୋଇ ପଡ଼ିଥିଲା । ଜୈନଧର୍ମ ସମାଜରୁ ଜାତିପ୍ରଥା ଦୂରେଇ ଦେବାର ପ୍ରୟାସ କରିବାରୁ ସମାଜର ଦଳିତ, ନିଷ୍ପେସିତ ଏବଂ ଅବହେଳିତ ମଣିଷ ଜୈନଧର୍ମରେ ଦୀକ୍ଷିତ ହେବାକୁ ଶ୍ରେୟସ୍କର ମନେକଲେ । ତାହା ହୋଇ ନ ଥିଲେ ପରବର୍ତ୍ତୀ ସମୟରେ ବ୍ରାହ୍ମଣମାନଙ୍କର ଦାଉ ସମ୍ଭାଳି ନ ପାରି ଏହି ମଣିଷମାନେ ଇସ୍‌ଲାମ୍ ବା ଅନ୍ୟ ଧର୍ମକୁ ଆଦରି ନେଇଥାନ୍ତେ । ଜୈନଧର୍ମ କଠୋରପନ୍ଥୀ ହିନ୍ଦୁମାନଙ୍କର ଆଖୁ ଖୋଲିଦେଇଥିଲା । ଫଳରେ ହିନ୍ଦୁଧର୍ମକୁ ସରଳ କରିବାରେ ଚେଷ୍ଟା ଅନ୍ୟ ସଂସ୍କାରକମାନେ କରିଥିଲେ ।

  • ଦାନୀ ଏବଂ ପରୋପକାରୀ ହେବାପାଇଁ ପ୍ରେରଣା :

  • ଜୈନଧର୍ମ ଲୋକମାନଙ୍କୁ ଦାନୀ ତଥା ପରୋପକାରୀ ହେବା ପାଇଁ ପ୍ରବର୍ଭାଇ ଥିଲା । ଜୈନଧର୍ମକୁ ପ୍ରୋତ୍ସାହିତ କରୁଥିବା ରାଜାମାନେ ଜୈନ ସନ୍ନ୍ୟାସୀମାନଙ୍କ ନିମିତ୍ତ ପର୍ବତ ଖନନ କରି ଗୁମ୍ଫା ନିର୍ମାଣ ( ଖାରବେଳଙ୍କ ଉଦାହରଣ), ଖାଦ୍ୟ ତଥା ବସ୍ତ୍ର ପ୍ରଦାନ ଇତ୍ୟାଦି କର୍ମ ସମ୍ପାଦନ କରୁଥିଲେ । ପରବର୍ତ୍ତୀ ସମୟରେ ଏହି କର୍ମ ଅନ୍ୟମାନଙ୍କ ଦ୍ବାରା ଅନୁସୃତ ହୋଇଥିଲା । ଫଳରେ ଅନେକ ଦାତବ୍ୟ ଅନୁଷ୍ଠାନ ଲୋକମାନଙ୍କର ସାହାଯ୍ୟ ପାଇ ଗଢ଼ିଉଠିଲା ଏବଂ ସମାଜ କଲ୍ୟାଣ ନିମିତ୍ତ ଲୋକମାନଙ୍କୁ ଆଗ୍ରହୀ କରାଇଲା ।

  • କଳା ସ୍ଥାପତ୍ୟର ସମୃଦ୍ଧି :

  • ଜୈନଧର୍ମ ଭାରତବର୍ଷରେ କଳା ଓ ସ୍ଥାପତ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲା । ପ୍ରଥମାବସ୍ଥାରେ ଜୈନମାନେ ସ୍ତୂପ ତଥା ଗୁମ୍ଫା ଇତ୍ୟାଦି ନିର୍ମାଣ କରୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଜୈନତୀର୍ଥଙ୍କର ମୂର୍ତ୍ତିଗୁଡ଼ିକ ନିର୍ମାଣ କରିବାରେ ଲାଗିଲେ । ରାଜାମାନଙ୍କର ପୃଷ୍ଠପୋଷକତା ଲାଭ କରି ଜୈନକଳା ଓ ସ୍ଥାପତ୍ୟର ବିକାଶ ଘଟିଲା । ମଥୁରା, ବୁନ୍ଦେଇଖଣ୍ଡ ଏବଂ ମଧ୍ୟପ୍ରଦେଶର ଉତ୍ତର ଭାଗରେ ସୁନ୍ଦର

  • N।

  • CL

  • X
  • ଜଣାଯାଏ । ଏହାର ସଂସ୍କାର ବିଭାବ ଧାର୍ମିକ ବା

  • ମହାବୀର ଜୈନ ବୈଦିକ ଧର୍ମକ ଏକ ଶକ୍ତ ଧକ୍‌କା ଦେଇଥିଲେ । ନିଜର ବାଣୀ ଧର୍ମର ପ୍ରଚାର କରିଥିଲେ । ତାଙ୍କର ବାଣୀ ଲୋକମାନଙ୍କ ବୈଦିକ କର୍ମକାଣ୍ଡ କବଳରୁ ମୁକ୍ତି ର ବାଣୀ ମାଧ୍ୟମରେ ସେ ଲୋକମାନଙ୍କ ମଧ୍ୟରେ ଜୈନ ମକ୍ତି କରି ଏକ ଶାନ୍ତ ତଥା ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥିଲା ।

  • ଅବଦାନ ଭାରତୀୟ ସଂସ୍କୃତିକୁ ଜୈନଧର୍ମର

  • ଭାରତୀୟ ସଂସ୍କୃତିର ବିଭିନ୍ନ ବିଭାବକୁ ଏହା ଏହା ପ୍ରଭାବିତ କରିଥିଲା ବହୁ ଭାବରେ । ଜୈନଧର୍ମ କେବଳ ଭାରତର ଧାର୍ମିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ନ ଥିଲା; ପରନ୍ତୁ । ପରିପୁଷ୍ଟ କରିଥିଲା । ଜୈନଧର୍ମର ଏହି ଅବଦାନ ଥିଲା ଅତୁଳନୀୟ । ଭାରତୀୟ ସଂସ୍କୃତିକୁ ଜୈନଧର୍ମର ଅବଦାନ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଅଛି ।

  • ସାହିତ୍ୟ ଏବଂ ଆଞ୍ଚଳିକ ଭାଷା :

  • ଫଳରେ ‘ମାଗଧୀ’ ବା ‘ସୌରସେନା’ ପ୍ରଚାରିତ ହୋଇଥିଲା । ସମୟକ୍ରମେ ହୋଇଥିଲା ଅନେକ ସଂସ୍କୃତ’ ଭାଷାରେ ମଧ୍ୟ ‘ ଅଙ୍ଗ’, ତ୍ରରେ ଏ ସମସ୍ତ ଥିଲା ଅନବଦ୍ୟ ବଦ୍ଧମାନ ମହାବୀର ଅର୍ଦ୍ଧ-ମାଗଧୀ ଭାଷାରେ ତାଙ୍କର ଧର୍ମବାଣୀ ପ୍ରଚାର କରିଥିଲେ । ଫଳ ଜାଣିଥିବା ବ୍ୟକ୍ତି ଏହା ବୁଝିପାରୁଥିଲେ । ପ୍ରାଥମିକ ଅବସ୍ଥାରେ ଏହି ଦୁଇ ଭାଷା ବହୁଳ ମାତ୍ରାରେ ‘ପ୍ରାକୃତ’ ଭାଷାରେ ପ୍ରଭୂତ ପରିମାଣରେ ଜୈନଗ୍ରନ୍ଥ ରଚିତ ହୋଇଥିଲା । ଏହାପରେ ‘ଅପଭ୍ରଂଶ’ ଭାଷାରେ ରଚିତ ଜୈନଗ୍ରନ୍ଥି । ତେଣୁ ବାସ୍ତବ କ୍ଷେତ୍ରରେ ବହୁ ଆଞ୍ଚଳିକ ଭାଷାକୁ ଉନ୍ନତ କରାଇଥିଲା ଜୈନଧର୍ମ । ‘ ସଂସ୍କୃ ‘ଉପାଙ୍ଗ’, ‘ଆଗମ’, ‘କଳ୍ପସୂତ୍ର’ ଇତ୍ୟାଦି ଜୈନ ଗ୍ରନ୍ଥ ରଚିତ ହୋଇଥୁଲା । ଧର୍ମ ଦର୍ଶନ ତଥା ସାହିତ୍ୟକ୍ଷେତ୍ର ସୃଷ୍ଟି । ତେଣୁ ଭାରତବର୍ଷରେ ଆଞ୍ଚଳିକ ଭାଷା ସହିତ ସାହିତ୍ୟ କ୍ଷେତ୍ରରେ ଜୈନଧର୍ମର ଅବଦାନ ଥିଲା ଅତୁଳନୀୟ ।

  • ରାଜନୈତିକ କ୍ଷେତ୍ରରେ ପ୍ରଭାବ :

  • ଭାରତର ରାଜନୈତିକ କ୍ଷେତ୍ରରେ ଜୈନଧର୍ମ ବିପୁଳ ପରିବର୍ତ୍ତନ ଆଣିଥିଲା । ବିଭିନ୍ନ ରାଜ୍ୟ ମଧ୍ୟରେ ଥିବା ପାରସ୍ପରିକ ହିଂସା ଏବଂ ଦ୍ବେଷକୁ ଏହା ବହୁ ପରିମାଣରେ ପ୍ରଶମିତ କରିଥିଲା । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ଜଣେ ପରାକ୍ରମଶାଳୀ ରାଜାଙ୍କୁ ଏହି ଧର୍ମ ଉଦାର ‘ଚନ୍ଦ୍ରମୁନି’ରେ ପରିଗଣିତ କରିଥିଲା । କଳିଙ୍ଗ ଗୌରବ ମହାମେଘବାହନ ଐର ଖାରବେଳ ଶେଷରେ ଜଣେ ଉଦାର, ଧାର୍ମିକ ତଥ ଧର୍ମସହିଷ୍ଣୁତାର ମୂର୍ତିମନ୍ତ ପ୍ରତୀକ ଭାବେ ଏହି ଜୈନଧର୍ମ ଦ୍ଵାରା ହିଁ ପ୍ରଭାବିତ ହୋଇଥିଲେ । ଏହିଭଳି ଭାବରେ ଅନେକ ଦୃଷ୍ଟାନ୍ତ ଦିଆଯାଇପାରେ । ମୋଟ ଉପରେ ରାଜନ୍ୟବର୍ଗଙ୍କୁ ଏହି ଧର୍ମ ବହୁ ପରିମାଣରେ ଉଦାର ଓ ସହିଷ୍ଣୁ କରାଇଥିଲା ।Here is the complete Odia text extracted from the provided image:
  • **ଷଷ୍ଠ ଶତାବ୍ଦୀର ଧର୍ମସଂସ୍କାର ଆନ୍ଦୋଳନ | 85**
  • ### ଅହିଂସା ପରମଧର୍ମର ପ୍ରବକ୍ତା :
  • ମହାବୀର ଥିଲେ ଅହିଂସାର ଆଦର୍ଶ ପ୍ରବକ୍ତା । ଜଟିଳ ଯାଗଯଜ୍ଞ ଏବଂ ଵୈଦିକ କର୍ମକାଣ୍ଡ ବିରୁଦ୍ଧରେ ସେ ଦୃଢ଼ ସ୍ଵର ଉତ୍ତୋଳନ କରିଥିଲେ । 'ଜୀବଦୟା' ଥିଲା ତାଙ୍କ ଧର୍ମର ଅନ୍ୟତମ ବାଣୀ । ସଜୀବ ସଜୀବ ଏବଂ ନିର୍ଜୀବ ସେ ସବୁଥା ଅନୁଭବ କରନ୍ତି ଏବଂ କାହାରିକି କ୍ଲେଶ ଦେବା ଅନୁଚିତ – ଏହା ମହାବୀର ପ୍ରଚାର କରିଥିଲେ । ପରବର୍ତ୍ତୀ ସମୟରେ ଭାରତ ତଥା ଭାରତ ବାହାରର ବହୁ ମନୀଷୀ ଏହି ଅହିଂସା ନୀତି ଦ୍ଵାରା ପ୍ରଭାବିତ ହୋଇଥିଲେ ।
  • ### ସୁସ୍ଥ ସାମାଜିକ ପରମ୍ପରା ସୃଷ୍ଟି :
  • ଜୈନଧର୍ମ ସୁସ୍ଥ ସାମାଜିକ ବାତାବରଣ ସୃଷ୍ଟି କରିବାରେ ପ୍ରଧାନ ଭୂମିକା ଗ୍ରହଣ କରିଥିଲା । ଵୈଦିକ ଯୁଗରେ ଭାରତୀୟ ସମାଜ ଜାତିଭିତ୍ତିକ ଥିଲା ଏବଂ ସମାଜର ଦଳିତ, ଶୂଦ୍ର ଇତ୍ୟାଦି ଜାତିର ଲୋକମାନେ ଉଚ୍ଚଶ୍ରେଣୀୟ ଲୋକମାନଙ୍କ ଦ୍ଵାରା ଉପେକ୍ଷିତ ହେଉଥିଲେ । ମାତ୍ର ଜୈନଧର୍ମ ଏହି କଳଙ୍କିତ ପରମ୍ପରାର ପୂର୍ଣ୍ଣଚ୍ଛେଦ ପକାଇଥିଲା । ଜାତି, ବର୍ଣ୍ଣ, ଜନ୍ମ ନିର୍ବିଶେଷରେ ସମସ୍ତେ ଏହି ଧର୍ମ ଗ୍ରହଣ କରିପାରୁଥିଲେ । ସାମାଜିକ ଅସ୍ପୃଶ୍ୟତାକୁ ଦୂରେଇଦେଇ ଏହି ଧର୍ମ ପରସ୍ପର ମଧ୍ୟରେ ଭ୍ରାତୃତ୍ଵର ଭାବ ବପନ କରିଥିଲା ଏବଂ ସମାଜରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିଥିଲା ।
  • ### ବଣିକ ଗୋଷ୍ଠୀର ଉତ୍ଥାନ :
  • ଜୈନଧର୍ମ ପ୍ରଥମେ ବିଶେଷ କରି ବଣିକଗୋଷ୍ଠୀ ମଧ୍ୟରେ ଆଦୃତ ହେବାକୁ ଲାଗିଲା । ଫଳରେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ଵର ଭାବ ବୃଦ୍ଧି ପାଇଲା । ସେମାନେ କ୍ରମଶଃ ନିଗମମାନ (Guilds) ଗଠନ କଲେ । ଏହି ନିଗମ ସାହାଯ୍ୟରେ ସେମାନେ ବାଣିଜ୍ୟ ବ୍ୟବସାୟକୁ ସୁଚାରୁ ରୂପେ ପରିଚାଳନା କଲେ ଏବଂ ସାମାଜିକ ପ୍ରତିଷ୍ଠା ମଧ୍ୟ ଲାଭ କଲେ । ପରବର୍ତ୍ତୀ ସମୟରେ ସେମାନେ କ୍ରମଶଃ ରାଜନ୍ୟବର୍ଗର ନିକଟତର ହେବାକୁ ଲାଗିଲେ । ପୂର୍ବରୁ ସମାଜରେ ସେମାନଙ୍କ ଯେଉଁ ସ୍ଥିତି ରହିଥିଲା ତା’ର ଉନ୍ନତି ଘଟିଲା ।
  • ### ଭବିଷ୍ୟତ ଧର୍ମାନ୍ତରୀକରଣକୁ ରୋକିବାକୁ ପ୍ରୟାସ :
  • ଵୈଦିକ ଧର୍ମ ଜାଲରେ ଛନ୍ଦି ହୋଇ ସାଧାରଣ ମଣିଷ ଛଟପଟ ହେଉଥିଲା । ତା’ର ଜୀବନ ଦୁର୍ବିସହ ହୋଇ ପଡ଼ିଥିଲା । ଜୈନଧର୍ମ ସମାଜରୁ ଜାତିପ୍ରଥା ଦୂରେଇ ଦେବାର ପ୍ରୟାସ କରିବାରୁ ସମାଜର ଦଳିତ, ନିଷ୍ପେଷିତ ଏବଂ ଅବହେଳିତ ମଣିଷ ଜୈନଧର୍ମରେ ଦୀକ୍ଷିତ ହେବାକୁ ଶ୍ରେୟସ୍କର ମନେକଲେ । ତାହା ହୋଇ ନ ଥିଲେ ପରବର୍ତ୍ତୀ ସମୟରେ ବ୍ରାହ୍ମଣମାନଙ୍କର ଦାବି ସମ୍ଭାଳି ନ ପାରି ଏହି ମଣିଷମାନେ ଇସଲାମ୍‌ ବା ଅନ୍ୟ ଧର୍ମକୁ ଆଦରି ନେଇଥାନ୍ତେ । ଜୈନଧର୍ମ କଠୋରପନ୍ଥୀ ହିନ୍ଦୁମାନଙ୍କର ଆଖି ଖୋଲିଦେଇଥିଲା । ଫଳରେ ହିନ୍ଦୁଧର୍ମକୁ ସରଳ କରିବାରେ ଚେଷ୍ଟା ଅନ୍ୟ ସଂସ୍କାରକମାନେ କରିଥିଲେ ।
  • ### ଦାନୀ ଏବଂ ପରୋପକାରୀ ହେବାପାଇଁ ପ୍ରେରଣା :
  • ଜୈନଧର୍ମ ଲୋକମାନଙ୍କୁ ଦାନୀ ତଥା ପରୋପକାରୀ ହେବା ପାଇଁ ପ୍ରବର୍ତ୍ତାଉ ଥିଲା । ଜୈନଧର୍ମକୁ ପ୍ରୋତ୍ସାହିତ କରୁଥିବା ରାଜାମାନେ ଜୈନ ସନ୍ନ୍ୟାସୀମାନଙ୍କ ନିମିତ୍ତ ପର୍ବତ ଖନନ କରି ଗୁମ୍ଫା ନିର୍ମାଣ (ଖାରବେଳଙ୍କ ଉଦାହରଣ), ଖାଦ୍ୟ ତଥା ବସ୍ତ୍ର ପ୍ରଦାନ ଇତ୍ୟାଦି କର୍ମ ସମ୍ପାଦନ କରୁଥିଲେ । ପରବର୍ତ୍ତୀ ସମୟରେ ଏହି କର୍ମ ଅନ୍ୟମାନଙ୍କ ଦ୍ଵାରା ଅନୁସୃତ ହୋଇଥିଲା । ଫଳରେ ଅନେକ ଦାତବ୍ୟ ଅନୁଷ୍ଠାନ ଲୋକମାନଙ୍କର ସାହାଯ୍ୟ ପାଇ ଗଢ଼ିଉଠିଲା ଏବଂ ସମାଜ କଲ୍ୟାଣ ନିମିତ୍ତ ଲୋକମାନଙ୍କୁ ଆଗ୍ରହୀ କରାଗଲା ।
  • ### କଳା ସ୍ଥାପତ୍ୟର ସମୃଦ୍ଧି :
  • ଜୈନଧର୍ମ ଭାରତବର୍ଷରେ କଳା ଓ ସ୍ଥାପତ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲା । ପ୍ରଥମାବସ୍ଥାରେ ଜୈନମାନେ ସ୍ତୂପ ତଥା ଗୁମ୍ଫା ଇତ୍ୟାଦି ନିର୍ମାଣ କରୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଜୈନତୀର୍ଥଙ୍କର ମୂର୍ତ୍ତିଗୁଡ଼ିକ ନିର୍ମାଣ କରିବାରେ ଲାଗିଲେ । ରାଜାମାନଙ୍କର ପୃଷ୍ଠପୋଷକତା ଲାଭ କରି ଜୈନକଳା ଓ ସ୍ଥାପତ୍ୟର ବିକାଶ ଘଟିଲା । ମଥୁରା, ବୁନ୍ଦେଲଖଣ୍ଡ ଏବଂ ମଧ୍ୟପ୍ରଦେଶର ଉତ୍ତର ଭାଗରେ ସୁନ୍ଦର

Here is the complete Odia text extracted from the image:
**86 | ଭାରତ ଇତିହାସ**
[Image Caption: **ମାଉଣ୍ଟଆବୁର ଜୈନ ସ୍ଥାପତ୍ୟ**]
ଜୈନମୂର୍ତ୍ତିମାନ ମିଳିଅଛି । କର୍ଣ୍ଣାଟକରେ ଶ୍ରବଣବେଲଗୋଲାରେ ଅବସ୍ଥିତ ଗୋମଟେଶ୍ଵର ନାମକ ବାହୁବଳିଙ୍କ ମୂର୍ତ୍ତି ଜୈନ ସ୍ଥାପତ୍ୟର ଜ୍ଵଲନ୍ତ ନିଦର୍ଶନ । ଭୁବନେଶ୍ଵରର ଉଦୟଗିରି, ମଧ୍ୟପ୍ରଦେଶ, ଏଲୋରା ଏବଂ ମହାରାଷ୍ଟ୍ରର ଜୈନଗୁମ୍ଫାସମୂହ ଜୈନକଲାର ଅନନ୍ୟ ନିଦର୍ଶନ । ବିହାରର ପାର୍ଶ୍ଵନାଥ ପର୍ବତ, ପାବାପୁରୀ ଏବଂ ରାଜଗିରି; କାଥିଆୱାଡ଼ର ଗିରନାର ଏବଂ ପାଲିତାନ; ରାଜସ୍ଥାନର ଆବୁପର୍ବତରେ ଦିଲୱାଡ଼ା; ଓଡ଼ିଶାର ଖଣ୍ଡଗିରି ଏବଂ ଉଦୟଗିରି ଇତ୍ୟାଦି ଜୈନ ଧର୍ମକ୍ଷେତ୍ର ରୂପେ ଅଭିହିତ । ଦିଲୱାଡ଼ାର ଜୈନ ମନ୍ଦିରର କାରୁକାର୍ଯ୍ୟ ବିଶ୍ଵକୁ ବିସ୍ମିତ କରିଥାଏ ।
ବାସ୍ତବିକ ମହାବୀରଙ୍କ ପ୍ରଚାରିତ ଜୈନଧର୍ମ ପ୍ରଥମ ଥର ପାଇଁ ବ୍ରାହ୍ମଣଧର୍ମ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲା । ମହାବୀରଙ୍କ ତ୍ୟାଗପୂତ ଜୀବନ ଏବଂ ମଧୁର ଧର୍ମବାଣୀ ତାଙ୍କ ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିଥିଲା । ରାଜାମାନଙ୍କର ପୃଷ୍ଠପୋଷକତା ଲାଭକରି ଏହି ଧର୍ମ ପ୍ରସାରିତ ହେବାରେ ଲାଗିଲା । ମହାବୀରଙ୍କ ମୃତ୍ୟୁପରେ ଜୈନମାନେ **‘ଦିଗମ୍ବର’** ଏବଂ **‘ଶ୍ଵେତାମ୍ବର’** ଏହି ଦୁଇଭାଗରେ ବିଭକ୍ତ ହୋଇଗଲେ । ଏହା ଜୈନଧର୍ମକୁ ଏକ ଶକ୍ତ ଧକ୍କା ଦେଇଥିଲା । ଜୈନଧର୍ମ ତା’ର କଳା, ସ୍ଥାପତ୍ୟ ଏବଂ ଭାସ୍କର୍ଯ୍ୟର ନିଦର୍ଶନ ଭାରତର ବିଭିନ୍ନ ସ୍ଥାନରେ ଛାଡ଼ି ଯାଇଛି । ସମୟକ୍ରମେ ଜୈନଧର୍ମ ପ୍ରଚାରରେ ଶିଥିଳତା ପରିଲକ୍ଷିତ ହୋଇଥିଲେ ମଧ୍ୟ ଏହା ଭାରତବର୍ଷରେ ବିଭିନ୍ନ ସମୟ ଅତିକ୍ରାନ୍ତ କରି ତିଷ୍ଠି ରହିଥିଲା ଏବଂ ଏବେ ମଧ୍ୟ ରହିଅଛି । ଏହା ହିଁ ଜୈନଧର୍ମର ଶ୍ରେଷ୍ଠତ୍ଵ ବୋଲି ମନ୍ତବ୍ୟ କଲେ ବୋଧହୁଏ ସତ୍ୟର ଅପଲାପ ହେବ ନାହିଁ ।
### ବୌଦ୍ଧଧର୍ମ
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବ୍ରାହ୍ମଣ ଧର୍ମକୁ ଅନ୍ୟ ଏକ ଶକ୍ତ ଧକ୍କା ଦେଇଥିଲା ବୌଦ୍ଧଧର୍ମ । କଠୋର ଜାତିପ୍ରଥା ଏବଂ ବହୁ ଦେବାଦେବୀଙ୍କ ପୂଜନ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିଥିଲା । ଏହି ମାୟାଜାଲରେ କବଳିତ ଅସଂଖ୍ୟ ମୋହଗ୍ରସ୍ତ ମଣିଷମାନଙ୍କୁ ମୁକ୍ତ କରିବା ପାଇଁ ପ୍ରୟାସୀ ହୋଇଥିଲେ ଗୌତମ ବୁଦ୍ଧ । ମହାବୀରଙ୍କ ଠାରୁ ଆହୁରି ସରଳ ଭାବରେ ସେ ପ୍ରଚାର କରିଥିଲେ ବୌଦ୍ଧଧର୍ମର ନୀତିବାଣୀ । ସନ୍ତପ୍ତ ମାନବର ମନରେ ଏହି ବାଣୀ ପ୍ରଲେପ କରିଥିଲା ଶାନ୍ତିର ଚନ୍ଦନ । ମୋକ୍ଷଲାଭ ବା ନିର୍ବାଣ ପ୍ରାପ୍ତି ନିମିତ୍ତ ଏତେ ଯେ ସହଜ ମାର୍ଗ ଥାଇପାରେ, ତାହା ପ୍ରଥମ ଥର ପାଇଁ ସେମାନେ ଉପଲବ୍ଧ କରିଥିଲେ । ମଣିଷର ଅଶାନ୍ତ, ଆନ୍ଦୋଳିତ ତଥା ବିଷାଦଗ୍ରସ୍ତ ହୃଦୟରେ ପ୍ରବାହିତ ହୋଇଥିଲା ଚେତନାର ମହାବିନା । ଶହ ଶହ ସଂଖ୍ୟାରେ ସେହି ତମଗ୍ରସ୍ତ ମଣିଷ ବୁଦ୍ଧଦେବଙ୍କ ପଦାରବିନ୍ଦରେ ନିଜକୁ ସମର୍ପଣ କରି ବୌଦ୍ଧଧର୍ମକୁ ଗ୍ରହଣ କରିନେଇଥିଲେ । ଅଗଣିତ ନରନାରୀଙ୍କୁ ଖୁପାବୃତ ଅନ୍ଧାରରୁ ମୁକ୍ତ କରି ସେମାନଙ୍କୁ ଜ୍ଞାନର ଆଲୋକ ଦେଖାଇବା ହେତୁ ମହାତ୍ମା ବୁଦ୍ଧଙ୍କୁ **‘ଏସିଆର ଆଲୋକ’ (The light of Asia)** ରୂପେ ପରିଗଣିତ କରାଯାଇଥାଏ ।
### ଗୌତମ ବୁଦ୍ଧଙ୍କ ଜୀବନୀ
ଖ୍ରୀଷ୍ଟପୂର୍ବ ୫୬୬ରେ (ମତାନ୍ତରେ ୫୬୭ରେ) ଗୌତମବୁଦ୍ଧ ଆଧୁନିକ ନେପାଳସ୍ଥିତ କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଉପବନରେ ପବିତ୍ର ବୈଶାଖ ପୂର୍ଣ୍ଣିମା ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶୁଦ୍ଧୋଦନ ଶାක්‍ୟବଂଶୀୟ କ୍ଷତ୍ରିୟ ଥିଲେ । ସେ ଥିଲେ କପିଳବାସ୍ତୁ ସାଧାରଣତନ୍ତ୍ରର ଶାସକ । ଗୌତମଙ୍କ ମାତାଙ୍କ ନାମ ଥିଲା ମାୟାଦେବୀ । ବୌଦ୍ଧଜାତକର ବର୍ଣ୍ଣନାନୁଯାୟୀ ମାୟାଦେବୀ ହାତୀଦନ୍ତ ପଲଙ୍କରେ ଶୟନ କରିଥିବାବେଳେ ଗୋଟିଏ ଶ୍ଵେତହସ୍ତୀ ଶୁଣ୍ଢରେ ଧଳାପଦ୍ମ ଧାରଣ କରି ପଲଙ୍କ ବୃତ୍ତପାର୍ଶ୍ଵରେ ଗରିଥର ପ୍ରଦକ୍ଷିଣ କରି ତାଙ୍କ ଗର୍ଭରେ ପ୍ରବେଶ କରୁଥିବା କଥା ସ୍ଵପ୍ନରେ ଦେଖିଥିଲେ । ଶୁଦ୍ଧୋଦନ ତାଙ୍କଠାରୁ ଏହା ଜାଣି ଗଣକଙ୍କ ଠାରୁ ଅନୁସନ୍ଧାନ କରି ବୁଝିଥିଲେ ଯେ ରାଣୀଙ୍କ