ଷଷ୍ଠ ଶତାବ୍ଦୀ ର ଧର୍ମସଂସ୍କାର ଆନ୍ଦୋଳନ :ଜୈନ ଓ ବୌଦ୍ଧ ଧର୍ମର ନୀତି ର ମୂଲ୍ୟାୟନ ଓ ଭାରତୀୟ ସଂସ୍କୃତି କୁ ଅବଦାନ
Introduction
- ପରବର୍ତ୍ତୀ ବୈଦିକ ଯୁଗର ପ୍ରଭାବ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବଳବତ୍ତର ରହିଥିଲା ।
- ଏହି ସମୟରେ କାଶୀ, କୋଶଳ, ଅଙ୍ଗ, ମଗଧ, ମତ୍ସ୍ୟ ଆଦି ଷୋଡ଼ଶ ମହାଜନପଦ (ରାଜ୍ୟ)ର ଉତ୍ଥାନ ଘଟିଥିଲା।
- ସମାଜର ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଏବଂ ବୈଦିକ କର୍ମକାଣ୍ଡର ଜଟିଳତା କାୟା ବିସ୍ତାର କରିବାରେ ଲାଗିଥିଲା । ଯଜ୍ଞ, ପଶୁବଳି ଏବଂ ବ୍ୟୟବହୁଳ ପୂଜା ପଦ୍ଧତି ଆଦି ସମାଜକୁ ଗ୍ରାସ କରିଥିଲା।
- ଫଳରେ ବୈଶ୍ୟ, ଶୂଦ୍ର ତଥା ଅସ୍ପୃଶ୍ୟମାନଙ୍କର ସ୍ଥାନ ସମାଜରେ ଅତି ନୂନ ହୋଇପଡ଼ିଥିଲା ।
- ତେଣୁ ବ୍ରାହ୍ମଣଧର୍ମର ବିରୋଧାଭାସ ଭାବେ ଜୈନଧର୍ମ ଏବଂ ବୌଦ୍ଧ ଧର୍ମର ଉତ୍ଥାନ ଘଟିଥିଲା । ଏହି ଧର୍ମଦ୍ଵୟର ନୀତି ଏବଂ ପ୍ରଭାବ ଭାରତ ଇତିହାସକୁ ଋଦ୍ଧିମନ୍ତ କରିଥିଲା
- ବ୍ରାହ୍ମଣଧର୍ମକୁ ପ୍ରଥମେ ଶକ୍ତ ଧକ୍କା ଦେଇଥୁଲା ଜୈନଧର୍ମ । ସମସ୍ତ ଇନ୍ଦ୍ରିୟକୁ ଜୟ କରିବା ପାଇଁ ଜିନତ୍ୱ ପ୍ରାପ୍ତି କରୁଥିବା ବ୍ୟକ୍ତି ଜୈନ ନାମରେ ପରିଚିତ । ଜୈନଧର୍ମ କେବଳ ଜଣଙ୍କ ଦ୍ଵାରା ପ୍ରଚାରିତ ହୋଇ ନ ଥିଲା ।
- ଏହି ଧର୍ମ ୨୪ଟି ‘ତୀର୍ଥଙ୍କର’ଙ୍କ ଦ୍ବାରା ପରିପୁଷ୍ଟ ହୋଇଥିଲା । ଜୈନଧର୍ମର ପ୍ରବର୍ତ୍ତକ ପ୍ରଥମ ତୀର୍ଥଙ୍କର ଋଷଭନାଥ (ଆଦିନାଥ)ଙ୍କ ଠାରୁ ଆରମ୍ଭ କରି ନେମିନାଥଙ୍କ ପର୍ଯ୍ୟନ୍ତ ( ୨୨ତମ ତୀର୍ଥଙ୍କର) କାହାରି ସମ୍ବନ୍ଧରେ ଐତିହାସିକ ଉପାଦାନ ମିଳି ନଥାଏ ।
- ମାତ୍ର ତ୍ରୟୋବିଂଶ ତୀର୍ଥଙ୍କର ପାର୍ଶ୍ଵନାଥ ଜୈନଧର୍ମକୁ ସାକାର ରୂପରେଖ ପ୍ରଦାନ କରିଥିଲେ । ସେ ଅହିଂସା, ସତ୍ୟ, ଆସ୍ତେୟ, ଏବଂ ଅପରିଗ୍ରହ ଏହି ଚାରି ମହାସତ୍ୟ ପ୍ରକାଶ କରିଥିଲେ ଯାହା ‘ଚତୁର୍ଯାମ ଧର୍ମ’ ନାମରେ ବିଖ୍ୟାତ ।
ବଦ୍ଧମାନ ମହାବୀରଙ୍କ ଜୀବନୀ :
ବଦ୍ଧମାନ ମହାବୀର ଜୈନଧର୍ମର ଚତୁର୍ବିଂଶ ବା ଶେଷ ତୀର୍ଥଙ୍କର । ଜୈନଧର୍ମକୁ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଧର୍ମରେ ପରିଣତ କରି ତା'ର ପ୍ରଚାର ଏବଂ ପ୍ରସାର ପାଇଁ ମହାବୀର ନିଜକୁ ନିୟୋଜିତ କରିଥିଲେ । ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଏବଂ ବେଦକୁ ସେ ଅସ୍ୱୀକାର କରିଥିଲେ । ଜୈନଧର୍ମକୁ ପୂର୍ଣ ରୂପେ ପ୍ରତିଷ୍ଠା କରିଥିଲେ । ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଏବଂ ବେଦକୁ ସେ ଅସ୍ୱୀକାର । କରିଥିଲେ । ଜୈନଧର୍ମକୁ ପୂର୍ଣ ରୂପେ ପ୍ରତିଷ୍ଠା କରିଥିଲେ ମହାବୀର । ତାଙ୍କର ବାଣୀ ସର୍ବଜନାଦୃତ ହୋଇ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଶତାବ୍ଦୀରେ ଦେଖାଦେଇଥିବା ଧାର୍ମିକ ଜଟିଳତାର ସମାଧାନ କରିଥିଲା ।
ବର୍ଷମାନ ମହାବୀର ଖ୍ରୀ.ପୂ. ୫୪୦ (ମତା? ତାନ୍ତର ଖ୍ରୀ.ପୂ. ୫୯୯)ରେ ଉତ୍ତର ବିହାର ଅନ୍ତର୍ଗତ ବୈଶାଳୀ ନିକଟସ୍ଥ କୁନ୍ଦଗ୍ରାମରେ । ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସିଦ୍ଧାର୍ଥ ଜ୍ଞାତ୍ରିକ (ନାଟ) ମାନଙ୍କର ମୁଖ୍ୟ ରୂପେ ବଦିତ ଥିଲେ । ତାଙ୍କ ମାତା ତ୍ରିଶଳା ଥିଲେ ବିଦେହର ପ୍ରଭାବଶାଳୀ ଲିଚ୍ଛାବୀ ରାଜା ଚେତକଙ୍କର ଭଗ୍ନୀ । ଜନଶ୍ରୁତ ଅନୁସାରେ ଋଷଭଙ୍କ ପତ୍ନୀ ଦେବାନନ୍ଦାଙ୍କ ଗର୍ଭରୁ ଭୃଣ ହରଣ କରାଯାଇ ତ୍ରିଶଳାଙ୍କ ଗର୍ଭରେ ରୋପଣ କରାଯାଇଥିଲା । ମଥୁରାର ଏକ ଜୈନ ସ୍ଥାପତ୍ୟ ଏହି ଦୃଶ୍ୟ ପ୍ରଦର୍ଶନ କରିଥାଏ । ମହାବୀରଙ୍କ ପ୍ରକୃତ ତ ନାମ ଥିଲା ବର୍ଦ୍ଧମାନ । ସମୟ କ୍ରମେ ସେ ମହାବୀର ନାମରେ ପ୍ରସିଦ୍ଧି ଲାଭ କରିଥିଲେ । ଜୈନଧର୍ମଗ୍ରନ୍ଥ ମଧ୍ୟ ତାଙ୍କୁ ‘ନଟପୁତ୍ର’ ( ନାୟପୁତ୍ତ) ଭାବେ ବର୍ଣ୍ଣନା କରିଥାଏ । ସେ ମଧ୍ୟ ‘କାଷଭ’ (କାଷ୍ୟପ ଗୋତ୍ର) ତଥା ‘ବେଶାଳୀୟ’ (ବୈଶାଳୀ ଜନ୍ମସ୍ଥାନ) ରୂପେ ପରିଚିତ ।
ବାଲ୍ୟକାଳରେ ମହାବୀର ରାଜକୀୟ ପ୍ରାଚୁର୍ଯ୍ୟ ମଧ୍ୟରେ ପରିପାଳିତ ହୋଇଥିଲେ । ଉପଯୁକ୍ତ ସମୟରେ ତାଙ୍କୁ ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ଯୁଦ୍ଧବିଦ୍ୟା ତଥା ରାଜ୍ୟଶାସନ ଇତ୍ୟାଦି ଶିକ୍ଷା ପ୍ରଦାନ କରାଯାଇଥିଲା । ଉପଯୁକ୍ତ ସମୟରେ ତାଙ୍କୁ ଜଣେ ରୂପବତୀ ତରୁଣୀ ଯଶୋଦାଙ୍କ ସହ ବିବାହ କରାଇ ଦିଆଯାଇଥିଲା । ବର୍ଷ ମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ଥିଲା । ଯଶୋଦାଙ୍କଠାରୁ ଏକ କନ୍ୟା ଜାତ ହୋଇଥିଲା । ତାହାର ନାମ ଥିଲା ଅନୋଜା ବା ପ୍ରିୟଦର୍ଶିନୀ । ବୈବାହିକ ଜୀବନ ଆନନ୍ଦରେ ଅତିବାହିତ କରୁଥିଲେ ମଧ୍ୟ ବର୍ଷମାନ ସର୍ବଦା ଚିନ୍ତାଶ ଚିନ୍ତାଶୀଳ ରହୁଥିଲେ । ସଂସାରର ଭୋଗ, ବିଳାସ, ବ୍ୟସନ ଇତ୍ୟାଦି ତାଙ୍କୁ ଶାନ୍ତି ପ୍ରଦାନ କରିବାକୁ ସମର୍ଥ ହେଲା ନାହିଁ । ପିତା ସିଦ୍ଧାର୍ଥ ଏବଂ ମାତା ତ୍ରିଶଳାଙ୍କ ମୃତ୍ୟୁ ତାଙ୍କ ମନରେ ଗଭୀର ରେଖାପାତ କଲା । ସଂସାରର କ୍ଷଣଭଙ୍ଗୁରତା ସମ୍ପର୍କରେ ସେ ସଚେତନ ହେଲେ । । ଜନ୍ମ-ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ସେ ବ୍ୟାକୁଳ ହୋଇଠିଲେ ଏବଂ ୩୦ ବର୍ଷ ବୟସରେ ଗୃହତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ ।
ସନ୍ନ୍ୟାସ ଜୀବନ :
କୁନ୍ଦଗ୍ରାମ ତ୍ୟାଗ କରିବା ପରେ ପରେ ମହାବୀର ଦୀର୍ଘ ବାରବର୍ଷ ଧରି ସନ୍ନ୍ୟାସୀ ଜୀବନ ଯାପନ କରିଥିଲେ । ଶେଷରେ ଦିଗମ୍ବର (ବସ୍ତ୍ରଶୂନ୍ୟ) ହୋଇ ଭାରତର ବିଭିନ୍ନ ସ୍ଥାନରେ ଜଣେ ସନ୍ନ୍ୟାସୀ ରୂପେ ଭ୍ରମଣ କରିଥିଲେ । ଏହି ଭ୍ରମଣ ସମୟରେ ପର୍ବ ଅରଣ୍ୟ, ପଥପ୍ରାନ୍ତ, ବୃକ୍ଷମୂଳ, ନଦୀତୀର ଇତ୍ୟାଦି ସ୍ଥାନରେ ଦିବସ ଅବା ରାତ୍ରିରେ ସେ ଧ୍ୟାନମଗ୍ନ ରହୁଥିଲେ । ଲେ । ଏହିପରି ଭ୍ରମଣ କରିବା ସମୟରେ ଲାଢ଼ (ବଙ୍ଗଦେଶର ରାଢ଼) ର କତିପୟ ହୁଷ୍ଟ ବ୍ୟକ୍ତିଙ୍କ ଇଙ୍ଗିତରେ କୁକୁରମାନେ ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିଲେ ଅନେକ ସ୍ଥାନରେ ତାଙ୍କର ଦିଗମ୍ବର ବେଶ ପାଇଁ ସେ ଲୋକମାନଙ୍କ ଦ୍ଵାରା ଉପହାସର ପାତ୍ର ହୋଇଥିଲେ । କେତେବ ତେକ ସ୍ଥାନରେ ତାଙ୍କ ଉପରକୁ ଲୋକମାନେ ପଚାଫଳ, ଟେକା, ଖପରା, କାଷ୍ଠଖଣ୍ଡ ଇତ୍ୟାଦି ନିକ୍ଷେପ କରିଥିଲେ । ମହାବୀର ସେଥ୍ ସେଥିପ୍ରତି ଦୃଷ୍ଟିପାତ ନକରି କଠୋର ତପସ୍ୟାରେ ମଗ୍ନ ରହିଥିଲେ ।
ମାସ ଶୁକ୍ଳପକ୍ଷ । ସଂସାରର ରିଥିବାରୁ ସେ ଏହିଭଳି ଭାବରେ ଦୀର୍ଘ ବାରବର୍ଷ କଠୋର ଆତ୍ମସଂଯମରେ ବିନିଯୋଗ କରି ମହାବୀର ୪୨ ବର୍ଷରେ ବୈଶାଖ ମାସ ଦଶମୀ ତିଥିରେ କୃମିକ ଗ୍ରାମ ନିକଟରେ ପ୍ରବାହିତ ରିଜୁପାଳିକା ନଦୀ ତଟସ୍ଥ ଏକ ଶାଳବୃକ୍ଷ ମୂଳରେ ଧ୍ୟାନମଗ୍ନ ଥିଲାବେଳେ ଦିବ ‘କୈବଲ୍ୟ’ ପ୍ରାପ୍ତ ହୋଇଥିଲେ, ସେଥିପାଇଁ ସେ ‘କେବଳୀନ୍’ (ସର୍ବଜ୍ଞ, ସର୍ବଦ୍ରଷ୍ଟା) ରୂପେ ପରିଗଣିତ ହୋଇଥିଲେ ବନ୍ଧନକୁ ଛିନ୍ନ କରିଥିବାରୁ ସେ ‘ନିର୍ଗ୍ରନ୍ଥ’ ନାମରେ ସିଦ୍ଧ ହେଲେ । ସମସ୍ତ କାମନା, ବାସନା, ଆସକ୍ତି, ତଥା ଇନ୍ଦ୍ରିୟକୁ ଜୟ କରିଥ ‘ଜୀନ’ ରୂପେ ବିଖ୍ୟାତ ହୋଇଥିଲେ ଏବଂ ତାଙ୍କ ଦ୍ଵାରା ପ୍ରଚାରିତ ଧର୍ମ ‘ଜୈନଧର୍ମ’ ନାମରେ ନାମିତ ହୋଇଥିଲା ।
ଧର୍ମପ୍ରଚାର ଏବଂ ମୃତ୍ୟୁ :
ରାଜଧାନୀ କୈବଲ୍ୟ ପ୍ରାପ୍ତି ପରେ ମହାବୀର ଜୈନଧର୍ମର ପ୍ରଚାର ପାଇଁ ତତ୍ପର ହୋଇପଡ଼ିଥିଲେ । ସର୍ବପ୍ରଥମ ମଗଧର ପୁରାତନ ରାଜଗୃହ ସନ୍ନିକଟ ବିପୁଳାଚଳଠାରେ ସେ ନିଜର ଧର୍ମ ପ୍ରଚାର କରି ଏଗାର ଜଣ ବ୍ରାହ୍ମଣଙ୍କୁ ଜୈନଧର୍ମରେ ଦୀକ୍ଷିତ କରାଇଥ ଥିଲେ । ସେ କ୍ଷତ୍ରିୟ ହୋଇଥିବାରୁ କ୍ରମଶଃ ବିଭିନ୍ନ ରାଜ୍ୟରେ ରାଜାମାନେ ଏହି ଧର୍ମକୁ ଗ୍ରହଣ କରିବା ପାଇଁ ଆଗଭର ହୋଇଥିଲେ ।
ପୁତ୍ର ଅଜାତାଶତ୍ରୁ ତଥା ରାଜକର୍ମଚାରୀ ଏବଂ ମଗଧର ଅଂସଖ୍ୟ ପ୍ରଜା ଜୈନଧର୍ମରେ ଦୀକ୍ଷିତ ହୋଇଥିଲେ । ଅବନ୍ତୀର ରାଜା ଚଣ୍ଡ ପ୍ରଦ୍ୟୋତ ମଧ୍ଯ ଏହି ଧର୍ମ ଗ୍ରହଣ କରିଥିଲେ । ଦୀର୍ଘ ତିରିଶ ବର୍ଷ କାଳ ମଗଧ, ଅବନ୍ତୀ, ବୈଶାଳୀ, ଅଙ୍ଗ, ଚମ୍ପା, ମିଥ୍ଳା, ଶ୍ରାବସ୍ତୀ ଇତ୍ୟାଦି ସ୍ଥାନମାନଙ୍କରେ ନିଜର ଧର୍ମମତ ପ୍ରଚାର କରି ବଦ୍ଧମାନ ମହାବୀର ଖ୍ରୀ.ପୂ. ୫୨୭ (ମତାନ୍ତରେ ଖ୍ରୀ.ପୂ. ୪୬୮)ରେ ୭୨ ବର୍ଷ ବୟସରେ ବିହାରର ପାବାଠାରେ ମୃତ୍ୟୁବରଣ କରିଥିଲେ । ଏହା ସହିତ ଏକ ଦିବ୍ୟ ଜୀବନର ଅବସାନ ଘଟିଥିଲା ।
ଜୈନଧର୍ମର ବାଣୀ
ତ୍ରିରତ୍ନ :
ଏକ ଶୁଦ୍ଧପୂତ ଜୀବଯାପନ ନିମିତ୍ତ ବଦ୍ଧମାନ ମହାବୀର ତିନୋଟି ନୀତିର ଅବତାରଣା କରିଥିଲେ । ସେଗୁଡ଼ିକ ହେଲା—
9,
প্রা ด วิศ (ସଠିକ୍ ବିଶ୍ୱାସ)
ପ୍ରାด ด (ସଠିକ୍ ଜ୍ଞାନ)
ด ดิ (ଉପଯୁକ୍ତ ଆଚରଣ)
ମହାବୀରଙ୍କ ଏହି ତିନୋଟି ପବିତ୍ର ନୀତିକୁ ଜୈନଧର୍ମର ‘ତ୍ରିରତ୍ନ’ କୁହାଯାଏ । ଏହି ତିନୋଟି ନୀତି ଅବଲମ୍ବନ କଲେ ମଣିଷର ଚିତ୍ତ ଶୁଦ୍ଧି ହୋଇଥାଏ । ଏହା ଫଳରେ ସାଂସାରିକ ମାୟା, ମୋହ ତଥା ଭ୍ରମଜାଲରେ ମଣିଷ ପଡ଼େ ନାହିଁ । ମଣିଷର ଆତ୍ମାକୁ ସଦ୍ଗତି ମିଳିଥାଏ ଓ ଜନ୍ମମୃତ୍ଯୁର ବନ୍ଧନରୁ ମୁକ୍ତ ହୋଇ ସେ ନିର୍ବାଣପ୍ରାପ୍ତ ହୋଇଥାଏ ।
ପଞ୍ଚମହାବ୍ରତ :
ଜୀବନକୁ ନୀତିମୟ କରିବା ପାଇଁ ମହାବୀର ପାଞ୍ଚଗୋଟି ଉପଦେଶ ପ୍ରଦାନ କରିଥିଲେ । ସେଗୁଡ଼ିକ ହେଲା-
ଅହିଂସା – (ଜୀବପ୍ରତି ହିଂସା ଆଚରଣ କରନାହିଁ)
ସତ୍ୟ – ( ମିଥ୍ୟା ଆଚରଣ କରନାହିଁ)
ଅସ୍ତେୟ (ଅଚୌର୍ଯ୍ୟ) – (ପରଦ୍ରବ୍ୟ ଚୋରି କର ନାହିଁ)
ଅପରିଗ୍ରହ – (ପାର୍ଥବ ବସ୍ତୁ ପ୍ରତି ଆସକ୍ତ ହୁଅନାହିଁ)
ବ୍ରହ୍ମଚର୍ଯ୍ୟ – (ଆତ୍ମ-ସଂଯମ ଆଚରଣ କର)
ମହାବୀରଙ୍କ ଏହି ଉପଦେଶ ଜୈନଧର୍ମ ‘ପଞ୍ଚମହାବ୍ରତ’ (Five vows) ନାମରେ ଖ୍ୟାତ । ପ୍ରଥମ ଚାରିଗୋଟି ଉପଦେଶ ( ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ) ପାର୍ଶ୍ଵନାଥ ପ୍ରଦାନ କରିଥିଲାବେଳେ, ମହାବୀର ଶେଷ ବ୍ରତ (ବ୍ରହ୍ମଚର୍ଯ୍ୟ)ର ସ୍ରଷ୍ଟା ଥିଲେ । ଫଳରେ ପାର୍ଶ୍ଵନାଥଙ୍କ ଦ୍ୱାରା ପ୍ରଚଳିତ ‘ଚତୁର୍ଯାମ ଧର୍ମ’ ମହାବୀରଙ୍କ ଦ୍ଵାରା ‘ପାଞ୍ଚର୍ଯାମ ଧର୍ମ’ରେ ପରିଗଣିତ ହୋଇଥିଲା ।
ଜୀବତତ୍ତ୍ବ :
ସମଗ୍ର ବିଶ୍ଵ ଦୁଇଗୋଟି ସ୍ଵୟଂ ଶାସିତ ଉପାଦାନ ଦ୍ଵାରା ଗଠିତ ବୋଲି ବଦ୍ଧମାନ ମତବ୍ୟକ୍ତ କରିଥିଲେ । ସେ ଦୁଇଟି ହେଲା-‘ଜୀବ’ ଏବଂ ‘ଅଜୀବ’ । ‘ଜୀବତତ୍ତ୍ୱ’ ଅନୁସାରେ ମଣିଷର ମୃତ୍ୟୁପରେ ସ୍ଥୂ ଳଶରୀରକୁ ବାଦ ଦେଇ ଯାହା ଛାୟା ଆକାରରେ ରହିଥାଏ ତାହା ହିଁ ଜୀବ । ଏହି ଜୀବଗୁଡ଼ିକ କାର୍ଯ୍ୟହୀନ ଅବସ୍ଥାରେ ରହିଥାନ୍ତି । ସେମାନଙ୍କର ଓଜନ ନାହିଁ । ସେମାନେ ଶୁଦ୍ଧ, ଗୁଣରହିତ, ମୃତ୍ୟୁହୀନ, ଅଂସଖ୍ୟ ଏବଂ ଶାଶ୍ଵତ । ବିଶ୍ଵର ଉପର ଭାଗରେ ସେମାନଙ୍କର ସ୍ଥିତି । ନିଜର ଆତ୍ମ-ବିକୃତି ଫଳରେ ସେମାନେ ଧରାବତରଣ କରନ୍ତି ଏବଂ ବିଭିନ୍ନ ଭୌତିକ ଶରୀର (Material Body) ଧାରଣ କରନ୍ତି ।
82
ଭାରତ ଇତିହାସ
ଅଜୀବତତ୍ତ୍ବ :
ଞ୍ଚୋଟି ଉପାଦାନକୁ ନେଇ ଗଠିତ । ରେ ପରିଗଣିତ ହେଉଥିବାବେଳେ ଥିଲାବେଳେ ବର୍ଷମାନଙ୍କ ପ୍ରଚାରିତ ‘ଅଜୀବ ତତ୍ତ୍ବ ମଧ୍ଯ ଅତ୍ୟନ୍ତ ରୋମାଞ୍ଚକର । ଏହି ଅଜୀବ ତତ୍ତ୍ଵ ପାଞ୍ଚୋଟି ସେଗୁଡ଼ିକ ହେଲା – ଧର୍ମ, ଅଧର୍ମ, କାଳ, ଆକାଶ ଏବଂ ପୁଦ୍ଗଳ । ‘ଧର୍ମ’ ଗତିର ନିୟମ ହିସାବରେ ‘ଅଧର୍ମ’ ସ୍ଥାଣୁତ୍ବକୁ ପରିଚାଳିତ କରାଉଥିଲା । ‘କାଳ’ ଥିଲା ସମୟର ନିୟନ୍ତ୍ରକ । ‘ଆକାଶ’ ଶୂନ୍ୟତାର ପରିଚାୟକ ‘ପୁଦ୍ଗଳ’ ବସ୍ତୁର ନିୟମ ନିର୍ଦ୍ଧାରଣ କରୁଥିଲା ।
କର୍ମଶରୀର :
ମହାବୀରଙ୍କର ମତରେ ‘କର୍ମଶରୀର’ ପୁଦ୍ଗଳିକ କର୍ମ ଦ୍ୱାରା ଗଠିତ ହୋଇଥାଏ । ସେ ଆଠ ପ୍ରକାର ପୁଦ୍ଗୁଳିକ କର୍ମର କରିଥିଲା । ସେଗୁଡ଼ିକ ହେଲା-ଅବତାରଣା
ଜ୍ଞାନ ବାରଣୀୟ, ଦର୍ଶନ ବାରଣୀୟ, ମୋହନୀୟ, ଭେଦନୀୟ, ଆୟୁଷ୍କ, ନାମ୍ନ, ଗୋତ୍ର ଏବଂ ଅନ୍ତରାୟ ।
ମଣିଷ ସ୍ଥୂଳ ଶରୀର ଏହି ପୁଦ୍ଗଳିକ କର୍ମର ସମ୍ମିଶ୍ରଣରେ ଗଠିତ ହୋଇଥାଏ; ଯାହା ବିଭିନ୍ନ ଆକାର ଏବଂ ଜ୍ଞାନ ଦ୍ଵାରା ଆବଦ୍ଧ ହୋଇଥାଏ । ଏହି ସ୍ଥୂଳ ଶରୀରଗୁଡ଼ିକର ସମାହାରରେ ବିଶ୍ଵ ଗଠିତ ହୋଇଥାଏ । ଜନ୍ମ-ମରଣର ଏହି ସୀମାହୀନ ଚକ୍ର ହିଁ ବିଶ୍ୱ ସୃଷ୍ଟିର ମୂଳ ଉ ଉପାଦାନ ।
ଆତ୍ମା :
ଜୀବତ୍ଵର ଏବଂ ଅଜୀବତତ୍ତ୍ଵରୁ ଆତ୍ମା (Soul) ସମ୍ପର୍କରେ ସମ୍ୟକ୍ ଧାରଣା ଜାତ ହୋଇଥାଏ । ଆତ୍ମା ହେଉଛି ଜୀବର ଆଧାର । ଏହା ପଦାର୍ଥ (Matter) ସଂସ୍ପର୍ଶରେ ଆସିବା ଫଳରେ ସଂସର୍ଗ ହେତୁ ଦୁଃଖ ଭୋଗ କରିଥାଏ । ଫଳରେ ଜୀବ ଆତ୍ମାକୁ ବହନ କରି ବାରମ୍ବାର ଜନ୍ମଲାଭ କରିଥାଏ । ଆତ୍ମାର ମୂଳ ଲକ୍ଷ ହେଉଛି କର୍ମ ବନ୍ଧନରୁ ମଣିଷକୁ ମୁକ୍ତ କରାଇବା । ଏଣୁ କେବଳ ଜ୍ଞାନ ଏବଂ ଧ୍ୟାନ ଦ୍ଵାରା ମଣିଷ ଏହା ଲାଭ କରିବାକୁ ସକ୍ଷମ ହୋଇପାରିବ ।
କର୍ମବନ୍ଧନ ଏବଂ ଆତ୍ମାର ଉର୍ଦ୍ଧ୍ବଗମନ :
ମହାବୀରଙ୍କ ମତରେ ମଣିଷର କର୍ମ (Action) ତାହାର ଉଚ୍ଚ ଅଥବା ନୀଚ ଅବସ୍ଥା ପାଇଁ ଦାୟୀ । କର୍ମ ଆତ୍ମାକୁ ଘେରି ରହିଥାଏ ଏବଂ ଏହାକୁ ଏକ ନିର୍ଦ୍ଦିଷ୍ଟ ରୂପ ପ୍ରଦାନ କରିଥାଏ । ସୁକର୍ମ ମଣିଷକୁ ଉଚ୍ଚ ଅବସ୍ଥାକୁ ନେବାବେଳେ କୁକର୍ମ ତାହାକୁ ନୀଚ ସ୍ଥାନ ପ୍ରଦାନ କରିଥାଏ । ‘ପ୍ରବୃତ୍ତି’, ‘ଅଜ୍ଞତା’, ‘କାମନା’......ଇତ୍ୟାଦି ଦ୍ଵାରା ଆଚ୍ଛାଦିତ ହେବା ଫଳରେ ଆତ୍ମା ବନ୍ଧନ (Bondage) ଯୁକ୍ତ ହୋଇଥାଏ । ସୁକର୍ମ ଫଳରେ ଆମ୍ବା ଏହି ବନ୍ଧନରୁ କ୍ରମଶଃ ମୁକ୍ତ ହୋଇଥାଏ ଏବଂ ସର୍ବଶେଷରେ ମଣିଷ ସବୁତକ ସୁକର୍ମରେ ଲିପ୍ତ ହେଲେ ଆତ୍ମା କର୍ମବନ୍ଧନରୁ ମୁକ୍ତ ହୁଏ ଏବଂ ତାହାର ଉର୍ଦ୍ଧ୍ବ ଗମନ ହୋଇଥାଏ ।
ମୋକ୍ଷ :
ଆତ୍ମାର କର୍ମବନ୍ଧନରୁ ମୁକ୍ତିକୁ ଜୈନଧର୍ମରେ ‘ମୋକ୍ଷ’ କୁହାଯାଇଥାଏ । ପ୍ରତ୍ୟେକ ପଦାର୍ଥର ଦୁଇଟି ଅଂଶ ଅଛି- ଭୌତିକ ତଥା ଆମ୍ବିକ । ପ୍ରାଣୀ ଯେଉଁସବୁ କର୍ମ କରିଥାଏ, ତାହା ‘ଭୌତିକ ଅଂଶ’ । ଏହା ଅନ୍ଧକାର, ଅଶୁଦ୍ଧ ତଥା ବିନାଶକାରୀ ଅଟେ । ଅପର ପକ୍ଷରେ ‘ଆମ୍ବିକଅଂଶ’ ଆତ୍ମାକୁ ଆଲୋକିତ, ବିଶୁଦ୍ଧ ଏବଂ ଶାଶ୍ୱତ କରିଥାଏ । ଭୌତିକ ଅଂଶର ପ୍ରାବଲ୍ୟ ଫଳରେ ଆମ୍ବିକ ଅଂଶ ଅନ୍ଧାକାରାବୃତ ହୋଇଯାଏ । ଫଳରେ ଆତ୍ମାର ବାସ୍ତବ ସ୍ୱରୂପ ପ୍ରକଟିତ ହୋଇପାରେ ନାହିଁ । ଆମ୍ବା ସ୍ଵୟଂ ସ୍ଵରୂପରେ ପ୍ରକଟିତ ହେବାକୁ ‘ସିଦ୍ଧ ଶିଳା’ କୁହାଯାଏ । ଏହି ଅବସ୍ଥାରେ ଆତ୍ମା ଭୌତିକ ଅଂଶର କବଳରୁ ମୁକ୍ତି ଲାଭ କରି ବିଶୁଦ୍ଧ, ଜ୍ୟୋତିର୍ମୟ, ଅନନ୍ତ, ଅସୀମ ତଥା ଦିବ୍ୟରୂପରେ ପ୍ରକଟିତ ହୋଇଥାଏ । ମଣିଷ ସମସ୍ତ ଦୁଷ୍କର୍ମରୁ ମୁକ୍ତ ହେଲେ ତା'ର ଆତ୍ମା ଏହି ଅବସ୍ଥାରେ ଉପନୀତ ହୁଏ । ଫଳରେ ମନୁଷ୍ୟର ପୁନର୍ଜନ୍ମ ହୁଏ ନାହିଁ ଏବଂ ସେ ମୋକ୍ଷ ପ୍ରାପ୍ତ ହୋଇଥାଏ । ଶରୀର ଧାରଣ କରି ପୁନର୍ଜନ୍ମ ଲାଭ ନ କରିବା ହିଁ ମୋକ୍ଷ । କଠୋର ତପସ୍ୟା, ଆମ୍ବ ସଂଯମ, ଅନଶନଜନିତ ମୃତ୍ୟୁ ଦ୍ବାରା ହିଁ ଏହି ଅବସ୍ଥା ପ୍ରାପ୍ତ ହୋଇଥାଏ ।

ଷଷ୍ଠ ଶତାବ୍ଦୀର ଧର୍ମସଂସ୍କାର ଆନ୍ଦୋଳନ
83
ସ୍ୟାଦ୍ବାଦ :
ବର୍ଦ୍ଧମାନ ମହାବୀରଙ୍କ ଜୈନ ଦର୍ଶନ ‘ସ୍ୟାଦ୍ବାଦ’ ବା ‘ଅନେକାନ୍ତବାଦ’ (Theory of May be) ନାମରେ ନାମିତ । କୌଣସି ଗୋଟିଏ ପଦାର୍ଥ (ସ୍ୟାଦ) ସମ୍ପର୍କିତ ପ୍ରଶ୍ନ କେବଳ ଗୋଟିଏ ଉତ୍ତରରେ ସୀମାବଦ୍ଧ ନୁହେଁ ବୋଲି ମହାବୀର ମତବ୍ୟକ୍ତ କରିଥିଲେ । ଯଦି ପ୍ରଶ୍ନ ପଚରାଯାଏ- ଆତ୍ମା ଅଛି କି ? ଏହା ଗୋଟିଏ ନୁହେଁ, ସାତଗୋଟିଏ ସମ୍ଭାବ୍ୟ ଉତ୍ତର ପ୍ରଦାନ କରିବ । ଯଥା-
(୧) ପଦାର୍ଥଟି ଅଛି ।
(୨) ପଦାର୍ଥଟି ନାହିଁ ।
(୩) ପଦାର୍ଥଟି ଅଛି ଏବଂ ନାହିଁ ।
(୪) ପଦାର୍ଥଟି ଅବର୍ଣ୍ଣନୀୟ ।
(୫) ପଦାର୍ଥଟି ଅଛି ଏବଂ ଅବର୍ଣ୍ଣନୀୟ ।
(୬) ପଦାର୍ଥଟି ନାହିଁ ଏବଂ ଅବର୍ଣ୍ଣନୀୟ ।
(୭) ପଦାର୍ଥଟି ଅଛି, ନାହିଁ ଏବଂ ଅବର୍ଣ୍ଣନୀୟ ।
ଏହି ସ୍ୟାଦ୍ବାଦ ଜୈନଧର୍ମର ମହତ୍ଵ ସମସାମୟିକ ସମାଜରେ ଖୁବ୍ ଭଲଭାବେ ପ୍ରତିପାଦନ କରିବାରେ ସମର୍ଥ ହୋଇଥିଲା । ଏହି ଭାବନା ତତ୍କାଳୀନ ପ୍ରଚାରିତ ଧର୍ମ ମଧ୍ଯରେ ଥିଲା ଅନନ୍ୟ ।
କର୍ମବାଦ :
ମହାବୀର ‘କର୍ମବାଦ’ର ପ୍ରବକ୍ତା ଥିଲେ । ତାଙ୍କ ମତରେ ମଣିଷ ହେଉଛି ନିଜେ ନିଜର ଭାଗ୍ୟବିଧାତା । ନିଜ କର୍ମ ଦ୍ୱାରା ହିଁ ତା’ ସାଧନାର ସିଦ୍ଧି ମିଳିଥାଏ । ମଣିଷ କୁକର୍ମ କଲେ ତା’ର କୁଫଳ ତାକୁ ଭୋଗ କରିବାକୁ ପଡ଼ିଥାଏ । ସେ ସୁକର୍ମ କଲେ ତାହା ସାହାଯ୍ୟରେ ତାକୁ ସୁଫଳ ମିଳିଥାଏ ଏବଂ ଶେଷରେ ସେ ନିର୍ବାଣ ପ୍ରାପ୍ତ ହୋଇଥାଏ ।
ଅହିଂସା :
ମହାବୀର ଥିଲେ ଅହିଂସାର ପ୍ରବକ୍ତା । ତାଙ୍କର ବାଣୀ ଥୁଲା ‘ ଅହିଂସା ପରମୋ ଧର୍ମୀ’ । କାୟ-ମନ-ବାକ୍ୟରେ ସେ ଅହିଂସା ଆଚରଣ କରିବା ପାଇଁ ସମସ୍ତଙ୍କୁ ଉପଦେଶ ପ୍ରଦାନ କରିଥିଲେ । ତାଙ୍କ ମତରେ ଉଭୟ ଜଡ଼ ଏବଂ ଚେତନଙ୍କର ଜୀବନ ଅଛି । ସେମାନଙ୍କୁ ଆଘାତ କଲେ ସେମାନେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ତାଙ୍କ ମତରେ ଜଡ଼ ପଦାର୍ଥ ଯଥା- ଗଛ, ପଥର, ଜଳ, ମାଟି....ଇତ୍ୟାଦିକୁ ଆଘାତ କଲେ ସେମାନେ କଷ୍ଟ ପାଆନ୍ତି । ବସ୍ତୁତଃ ମନୁଷ୍ୟ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ଜଳ, ବୃକ୍ଷ, ମାଟି, ପଥର.... ସବୁ ଅହିଂସା ଆଚରଣ କରିବା ବିଧେୟ । ଜଳରେ ଥିବା କୀଟପତିଙ୍ଗଙ୍କ ମୃତ୍ୟୁ ହେବା ଭୟରେ ଜୈନମାନେ ପାଣି ଛାଣି ପିଇଥାନ୍ତି । ଠିକ୍ ସେହିପରି ନିଆଁରେ କୀଟପତଙ୍ଗମାନେ ପଡ଼ି ପୋଡ଼ିଯିବେ ବୋଲି ଜୈନମାନେ ରାତିରେ ଦୀପ ଜାଳି ରନ୍ଧନ ଅଥବା ଶୟନ କରନ୍ତି ନାହିଁ । ସୁତରାଂ ରାତି ପାଇଁ ସେମାନେ ସନ୍ଧ୍ୟା ପୂର୍ବରୁ ଖାଦ୍ୟ ଖାଇଦେଇ ସାରିଥାନ୍ତି । ନିଶ୍ଵାସ ନେବାବେଳେ ବାୟୁରେ ଥିବା କୀଟପତଙ୍ଗ ନାକ ଭିତରକୁ ଯାଇ ମରିଯିବା ଭୟରେ ଜୈନମାନେ ନାକରେ କନା ବାନ୍ଧିଥାନ୍ତି । ଏଥିରୁ ଜଣାପଡ଼ିଥାଏ ଯେ ମହାବୀରଙ୍କ ଅହିଂସା ଅତ୍ୟନ୍ତ କଠୋର ଥିଲା ।
ଈଶ୍ୱରଙ୍କର ଅସ୍ତିତ୍ବର ଅବମାନନା :
ମହାବୀର ଈଶ୍ୱରଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରିଥିଲେ । ତାଙ୍କ ମତରେ ଈଶ୍ଵର ବୋଲି କେହି ନାହାନ୍ତି । ଅତଏବ ତାଙ୍କ ନିର୍ଦ୍ଦେଶରେ ସମସ୍ତ ପରିଚାଳିତ ହେଉଥିବା କଥା ମିଥ୍ୟା ବୋଲି ସେ ମତବ୍ୟକ୍ତ କରିଥିଲେ । ଅପରନ୍ତୁ, ସେ ମଣିଷ ଉପରେ ଗୁରୁତ୍ୱାରୋପ କରିଥିଲେ । ମଣିଷ ନିଜ ସମସ୍ୟାର ସମାଧାନ କରି ଉନ୍ନତ ଆଧ୍ୟାତ୍ମିକ ଜୀବନଯାପନ କଲେ ନିର୍ବାଣ ଲାଭ କରିପାରିବ ବୋଲି ସେ ପରାମର୍ଶ ଦେଇଥିଲେ ।

0 Comments:
Post a Comment
Subscribe to Post Comments [Atom]
<< Home