Jul 22, 2026

ଷଷ୍ଠ ଶତାବ୍ଦୀ ର ଧର୍ମସଂସ୍କାର ଆନ୍ଦୋଳନ :ଜୈନ ଓ ବୌଦ୍ଧ ଧର୍ମର ନୀତି ର ମୂଲ୍ୟାୟନ ଓ ଭାରତୀୟ ସଂସ୍କୃତି କୁ ଅବଦାନ

   INTRODUCTION

  •  ପରବର୍ତ୍ତୀ ବୈଦିକ ଯୁଗର ପ୍ରଭାବ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବଳବତ୍ତର     ରହିଥିଲା । 

  • ଏହି ସମୟରେ କାଶୀ, କୋଶଳ, ଅଙ୍ଗ, ମଗଧ, ମତ୍ସ୍ୟ ଆଦି ଷୋଡ଼ଶ ମହାଜନପଦ (ରାଜ୍ୟ)ର ଉତ୍‌ଥାନ ଘଟିଥିଲା।
  • ସମାଜର ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଏବଂ ବୈଦିକ କର୍ମକାଣ୍ଡର ଜଟିଳତା କାୟା ବିସ୍ତାର କରିବାରେ ଲାଗିଥିଲା । ଯଜ୍ଞ, ପଶୁବଳି ଏବଂ ବ୍ୟୟବହୁଳ ପୂଜା ପଦ୍ଧତି ଆଦି ସମାଜକୁ ଗ୍ରାସ କରିଥିଲା।     

  • ଫଳରେ ବୈଶ୍ୟ, ଶୂଦ୍ର ତଥା ଅସ୍ପୃଶ୍ୟମାନଙ୍କର ସ୍ଥାନ ସମାଜରେ ଅତି ନୂନ ହୋଇପଡ଼ିଥିଲା ।

  • ତେଣୁ ବ୍ରାହ୍ମଣଧର୍ମର ବିରୋଧାଭାସ ଭାବେ ଜୈନଧର୍ମ ଏବଂ ବୌଦ୍ଧ ଧର୍ମର ଉତ୍‌ଥାନ ଘଟିଥିଲା । ଏହି ଧର୍ମଦ୍ଵୟର ନୀତି ଏବଂ ପ୍ରଭାବ ଭାରତ ଇତିହାସକୁ ଋଦ୍ଧିମନ୍ତ କରିଥିଲା                                   




                                     ଜୈନଧର୍ମ


  • ବ୍ରାହ୍ମଣଧର୍ମକୁ ପ୍ରଥମେ ଶକ୍ତ ଧକ୍‌କା ଦେଇଥୁଲା ଜୈନଧର୍ମ । ସମସ୍ତ ଇନ୍ଦ୍ରିୟକୁ ଜୟ କରିବା ପାଇଁ ଜିନତ୍ୱ ପ୍ରାପ୍ତି କରୁଥିବା ବ୍ୟକ୍ତି ଜୈନ ନାମରେ ପରିଚିତ । ଜୈନଧର୍ମ କେବଳ ଜଣଙ୍କ ଦ୍ଵାରା ପ୍ରଚାରିତ ହୋଇ ନ ଥିଲା ।   

  • ଏହି ଧର୍ମ ୨୪ଟି ‘ତୀର୍ଥଙ୍କର’ଙ୍କ ଦ୍ବାରା ପରିପୁଷ୍ଟ ହୋଇଥିଲା । ଜୈନଧର୍ମର ପ୍ରବର୍ତ୍ତକ ପ୍ରଥମ ତୀର୍ଥଙ୍କର ଋଷଭନାଥ (ଆଦିନାଥ)ଙ୍କ ଠାରୁ ଆରମ୍ଭ କରି ନେମିନାଥଙ୍କ ପର୍ଯ୍ୟନ୍ତ ( ୨୨ତମ ତୀର୍ଥଙ୍କର) କାହାରି ସମ୍ବନ୍ଧରେ ଐତିହାସିକ ଉପାଦାନ ମିଳି ନଥାଏ ।

  •  ମାତ୍ର ତ୍ରୟୋବିଂଶ ତୀର୍ଥଙ୍କର ପାର୍ଶ୍ଵନାଥ ଜୈନଧର୍ମକୁ ସାକାର ରୂପରେଖ ପ୍ରଦାନ କରିଥିଲେ । ସେ ଅହିଂସା, ସତ୍ୟ, ଆସ୍ତେୟ, ଏବଂ ଅପରିଗ୍ରହ ଏହି ଚାରି ମହାସତ୍ୟ ପ୍ରକାଶ କରିଥିଲେ ଯାହା ‘ଚତୁର୍ଯାମ ଧର୍ମ’ ନାମରେ ବିଖ୍ୟାତ ।


                 ବର୍ଦ୍ଧମାନ ମହାବୀର ଙ୍କ  ଜୀବନୀ:




  • ବଦ୍ଧମାନ ମହାବୀର ଜୈନଧର୍ମର ଚତୁର୍ବିଂଶ ବା ଶେଷ ତୀର୍ଥଙ୍କର । ଜୈନଧର୍ମକୁ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଧର୍ମରେ ପରିଣତ କରି ତା'ର ପ୍ରଚାର ଏବଂ ପ୍ରସାର ପାଇଁ ମହାବୀର ନିଜକୁ ନିୟୋଜିତ  କରିଥିଲେ । 
  • ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଏବଂ ବେଦକୁ ସେ ଅସ୍ୱୀକାର କରିଥିଲେ । ଜୈନଧର୍ମକୁ ପୂର୍ଣ ରୂପେ ପ୍ରତିଷ୍ଠା କରିଥିଲେ । । ତାଙ୍କର ବାଣୀ ସର୍ବଜନାଦୃତ ହୋଇ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଶତାବ୍ଦୀରେ ଦେଖାଦେଇଥିବା ଧାର୍ମିକ ଜଟିଳତାର ସମାଧାନ କରିଥିଲା ।


  • ବର୍ଷମାନ ମହାବୀର ଖ୍ରୀ.ପୂ. ୫୪୦ (ମତାନ୍ତର )ଖ୍ରୀ.ପୂ. ୫୯୯)ରେ ଉତ୍ତର ବିହାର ଅନ୍ତର୍ଗତ ବୈଶାଳୀ ନିକଟସ୍ଥ କୁନ୍ଦଗ୍ରାମରେ  ଜନ୍ମ ଗ୍ରହଣ କରିଥିଲେ । 
  • ତାଙ୍କ ପିତା ସିଦ୍ଧାର୍ଥ ଜ୍ଞାତ୍ରିକ (ନାଟ) ମାନଙ୍କର ମୁଖ୍ୟ ରୂପେ ବଦିତ ଥିଲେ । ତାଙ୍କ ମାତା ତ୍ରିଶଳା ଥିଲେ ବିଦେହର ପ୍ରଭାବଶାଳୀ ଲିଚ୍ଛାବୀ ରାଜା ଚେତକଙ୍କର ଭଗ୍ନୀ
  •  ଜନଶ୍ରୁତ ଅନୁସାରେ ଋଷଭଙ୍କ ପତ୍ନୀ ଦେବାନନ୍ଦାଙ୍କ ଗର୍ଭରୁ ଭୃଣ ହରଣ କରାଯାଇ ତ୍ରିଶଳାଙ୍କ ଗର୍ଭରେ ରୋପଣ କରାଯାଇଥିଲା । ମଥୁରାର ଏକ ଜୈନ ସ୍ଥାପତ୍ୟ ଏହି ଦୃଶ୍ୟ ପ୍ରଦର୍ଶନ କରିଥାଏ । 

  • ମହାବୀରଙ୍କ ପ୍ରକୃତ ତ ନାମ ଥିଲା ବର୍ଦ୍ଧମାନ । ସମୟ କ୍ରମେ ସେ ମହାବୀର ନାମରେ ପ୍ରସିଦ୍ଧି ଲାଭ କରିଥିଲେ । ଜୈନଧର୍ମଗ୍ରନ୍ଥ ମଧ୍ୟ ତାଙ୍କୁ ‘ନଟପୁତ୍ର’ ( ନାୟପୁତ୍ତ) ଭାବେ ବର୍ଣ୍ଣନା କରିଥାଏ । ସେ ମଧ୍ୟ ‘କାଷଭ’ (କାଷ୍ୟପ ଗୋତ୍ର) ତଥା ‘ବେଶାଳୀୟ’ (ବୈଶାଳୀ ଜନ୍ମସ୍ଥାନ) ରୂପେ ପରିଚିତ ।



  • ବାଲ୍ୟକାଳରେ ମହାବୀର ରାଜକୀୟ ପ୍ରାଚୁର୍ଯ୍ୟ ମଧ୍ୟରେ ପରିପାଳିତ ହୋଇଥିଲେ । ଉପଯୁକ୍ତ ସମୟରେ ତାଙ୍କୁ ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ଯୁଦ୍ଧବିଦ୍ୟା ତଥା ରାଜ୍ୟଶାସନ ଇତ୍ୟାଦି ଶିକ୍ଷା ପ୍ରଦାନ କରାଯାଇଥିଲା । 
  • ଉପଯୁକ୍ତ ସମୟରେ ତାଙ୍କୁ ଜଣେ ରୂପବତୀ ତରୁଣୀ ଯଶୋଦାଙ୍କ ସହ ବିବାହ କରାଇ ଦିଆଯାଇଥିଲା ।  ଦାମ୍ପତ୍ୟ ଜୀବନ ସୁଖମୟ ଥିଲା । ଯଶୋଦାଙ୍କଠାରୁ ଏକ କନ୍ୟା ଜାତ ହୋଇଥିଲା । ତାହାର ନାମ ଥିଲା ଅନୋଜା ବା ପ୍ରିୟଦର୍ଶିନୀ । 

  •  ପିତା ସିଦ୍ଧାର୍ଥ ଏବଂ ମାତା ତ୍ରିଶଳାଙ୍କ ମୃତ୍ୟୁ ତାଙ୍କ ମନରେ ଗଭୀର ରେଖାପାତ କଲା । ସଂସାରର କ୍ଷଣଭଙ୍ଗୁରତା ସମ୍ପର୍କରେ ସେ ସଚେତନ ହେଲେ । । ଜନ୍ମ-ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ସେ ବ୍ୟାକୁଳ ହୋଇଠିଲେ ଏବଂ ୩୦ ବର୍ଷ ବୟସରେ ଗୃହତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ ।


                      ସନ୍ନ୍ୟାସ ଜୀବନ :

  •  କୁନ୍ଦଗ୍ରାମ ତ୍ୟାଗ କରିବା ପରେ ପରେ ମହାବୀର ଦୀର୍ଘ ବାରବର୍ଷ ଧରି ସନ୍ନ୍ୟାସୀ ଜୀବନ ଯାପନ କରିଥିଲେ । ଶେଷରେ ଦିଗମ୍ବର (ବସ୍ତ୍ରଶୂନ୍ୟ) ହୋଇ ଭାରତର ବିଭିନ୍ନ ସ୍ଥାନରେ ଜଣେ ସନ୍ନ୍ୟାସୀ ରୂପେ ଭ୍ରମଣ କରିଥିଲେ     


  • ଏହିପରି ଭ୍ରମଣ କରିବା ସମୟରେ ଲା
  • ଢ଼ (ବଙ୍ଗଦେଶର ରାଢ଼) ର କତିପୟ ହୁଷ୍ଟ ବ୍ୟକ୍ତିଙ୍କ ଇଙ୍ଗିତରେ କୁକୁରମାନେ ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିଲେ ଅନେକ ସ୍ଥାନରେ ତାଙ୍କର ଦିଗମ୍ବର ବେଶ ପାଇଁ ସେ ଲୋକମାନଙ୍କ ଦ୍ଵାରା ଉପହାସର ପାତ୍ର ହୋଇଥିଲେ । କେତେବ ତେକ ସ୍ଥାନରେ ତାଙ୍କ ଉପରକୁ ଲୋକମାନେ ପଚାଫଳ, ଟେକା, ଖପରା, କାଷ୍ଠଖଣ୍ଡ ଇତ୍ୟାଦି ନିକ୍ଷେପ କରିଥିଲେ । ମହାବୀର ସେଥ୍ ସେଥିପ୍ରତି ଦୃଷ୍ଟିପାତ ନକରି କଠୋର ତପସ୍ୟାରେ ମଗ୍ନ ରହିଥିଲେ ।


  • ଦୀର୍ଘ ବାରବର୍ଷ କଠୋର ଆତ୍ମସଂଯମରେ ବିନିଯୋଗ କରି ମହାବୀର ୪୨ ବର୍ଷରେ ବୈଶାଖ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ଜୃମ୍ବିକ ଗ୍ରାମ ନିକଟରେ ପ୍ରବାହିତ ରିଜୁପାଳିକା ନ‌ଦୀ ତଟସ୍ଥ ଏକ ଶାଳବୃକ୍ଷ ମୂଳରେ ଧ୍ୟାନମଗ୍ନ ଥିଲାବେଳେ ଦିବ ‘କୈବଲ୍ୟ’ ପ୍ରାପ୍ତ ହୋଇଥିଲେ, ସେଥିପାଇଁ ସେ କେବଳୀନ୍’ (ସର୍ବଜ୍ଞ, ସର୍ବଦ୍ରଷ୍ଟା) ରୂପେ ପରିଗଣିତ ହୋଇଥିଲେ  

  • ବନ୍ଧନକୁ ଛିନ୍ନ କରିଥିବାରୁ ସେ ‘ନିର୍ଗ୍ରନ୍ଥ’ ନାମରେ ସିଦ୍ଧ ହେଲେ । 

  • ସମସ୍ତ କାମନା, ବାସନା, ଆସକ୍ତି, ତଥା ଇନ୍ଦ୍ରିୟକୁ ଜୟ କରିଥ ‘ଜୀନ’ ରୂପେ ବିଖ୍ୟାତ ହୋଇଥିଲେ ଏବଂ ତାଙ୍କ ଦ୍ଵାରା ପ୍ରଚାରିତ ଧର୍ମ ‘ଜୈନଧର୍ମ’ ନାମରେ ନାମିତ ହୋଇଥିଲା ।


                                      ଧର୍ମପ୍ରଚାର ଏବଂ ମୃତ୍ୟୁ :


  • କୈବଲ୍ୟ ପ୍ରାପ୍ତି ପରେ ମହାବୀର ଜୈନଧର୍ମର ପ୍ରଚାର ପାଇଁ ତତ୍ପର ହୋଇପଡ଼ିଥିଲେ । ସର୍ବପ୍ରଥମ ମଗଧର ପୁରାତନ ରାଜଗୃହ ସନ୍ନିକଟ ବିପୁଳାଚଳଠାରେ ସେ ନିଜର ଧର୍ମ ପ୍ରଚାର କରି ଏଗାର ଜଣ ବ୍ରାହ୍ମଣଙ୍କୁ ଜୈନଧର୍ମରେ ଦୀକ୍ଷିତ କରାଇଥ ଥିଲେ । ସେ କ୍ଷତ୍ରିୟ ହୋଇଥିବାରୁ କ୍ରମଶଃ ବିଭିନ୍ନ ରାଜ୍ୟରେ ରାଜାମାନେ ଏହି ଧର୍ମକୁ ଗ୍ରହଣ କରିବା ପାଇଁ ଆଗଭର ହୋଇଥିଲେ । 
  • ବୀମ୍ବିସର ଙ୍କ ପୁତ୍ର ଅଜାତାଶତ୍ରୁ ତଥା ରାଜକର୍ମଚାରୀ ଏବଂ ମଗଧର ଅଂସଖ୍ୟ ପ୍ରଜା ଜୈନଧର୍ମରେ ଦୀକ୍ଷିତ ହୋଇଥିଲେ । ଅବନ୍ତୀର ରାଜା ଚଣ୍ଡ ପ୍ରଦ୍ୟୋତ ମଧ୍ଯ ଏହି ଧର୍ମ ଗ୍ରହଣ କରିଥିଲେ । 
  • ଦୀର୍ଘ ତିରିଶ ବର୍ଷ କାଳ ମଗଧ, ଅବନ୍ତୀ, ବୈଶାଳୀ, ଅଙ୍ଗ, ଚମ୍ପା, ମିଥ୍‌ଳା, ଶ୍ରାବସ୍ତୀ ଇତ୍ୟାଦି ସ୍ଥାନମାନଙ୍କରେ ନିଜର ଧର୍ମମତ ପ୍ରଚାର କରି ବଦ୍ଧମାନ ମହାବୀର ଖ୍ରୀ.ପୂ. ୫୨୭ (ମତାନ୍ତରେ ଖ୍ରୀ.ପୂ. ୪୬୮)ରେ ୭୨ ବର୍ଷ ବୟସରେ ବିହାରର ପାବାଠାରେ ମୃତ୍ୟୁବରଣ କରିଥିଲେ ।

ଜୈନଧର୍ମର ବାଣୀ

ତ୍ରିରତ୍ନ :

ଏକ ଶୁଦ୍ଧପୂତ ଜୀବଯାପନ ନିମିତ୍ତ ବଦ୍ଧମାନ ମହାବୀର ତିନୋଟି ନୀତିର ଅବତାରଣା କରିଥିଲେ । ସେଗୁଡ଼ିକ ହେଲା

  • ସମ୍ୟକ ବିଶ୍ବାସ (Proper Faith) 

  • ସମ୍ୟକ ଜ୍ଞାନ(Proper Knowledge)
  • ସମ୍ୟକ ଚରିତ୍ର Proper Conduct)


ମହାବୀରଙ୍କ ଏହି ତିନୋଟି ପବିତ୍ର ନୀତିକୁ ଜୈନଧର୍ମର ‘ତ୍ରିରତ୍ନ’ କୁହାଯାଏ । ଏହି ତିନୋଟି ନୀତି ଅବଲମ୍ବନ କଲେ ମଣିଷର ଚିତ୍ତ ଶୁଦ୍ଧି ହୋଇଥାଏ । ଏହା ଫଳରେ ସାଂସାରିକ ମାୟା, ମୋହ ତଥା ଭ୍ରମଜାଲରେ ମଣିଷ ପଡ଼େ ନାହିଁ । ମଣିଷର ଆତ୍ମାକୁ ସଦ୍‌ଗତି ମିଳିଥାଏ ଓ ଜନ୍ମମୃତ୍ଯୁର ବନ୍ଧନରୁ ମୁକ୍ତ ହୋଇ ସେ ନିର୍ବାଣପ୍ରାପ୍ତ ହୋଇଥାଏ ।


ପଞ୍ଚମହାବ୍ରତ :


ଜୀବନକୁ ନୀତିମୟ କରିବା ପାଇଁ ମହାବୀର ପାଞ୍ଚଗୋଟି ଉପଦେଶ ପ୍ରଦାନ କରିଥିଲେ । ସେଗୁଡ଼ିକ ହେଲା-

ଅହିଂସା – (ଜୀବପ୍ରତି ହିଂସା ଆଚରଣ କରନାହିଁ)

ସତ୍ୟ – ( ମିଥ୍ୟା ଆଚରଣ କରନାହିଁ)

ଅସ୍ତେୟ (ଅଚୌର୍ଯ୍ୟ) – (ପରଦ୍ରବ୍ୟ ଚୋରି କର ନାହିଁ)

ଅପରିଗ୍ରହ – (ପାର୍ଥବ ବସ୍ତୁ ପ୍ରତି ଆସକ୍ତ ହୁଅନାହିଁ)

ବ୍ରହ୍ମଚର୍ଯ୍ୟ – (ଆତ୍ମ-ସଂଯମ ଆଚରଣ କର)


  • ମହାବୀରଙ୍କ ଏହି ଉପଦେଶ ଜୈନଧର୍ମ ‘ପଞ୍ଚମହାବ୍ରତ’ (Five vows) ନାମରେ ଖ୍ୟାତ । 

  • ପ୍ରଥମ ଚାରିଗୋଟି ଉପଦେଶ ( ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ) ପାର୍ଶ୍ଵନାଥ ପ୍ରଦାନ କରିଥିଲାବେଳେ, ମହାବୀର ଶେଷ ବ୍ରତ (ବ୍ରହ୍ମଚର୍ଯ୍ୟ)ର ସ୍ରଷ୍ଟା ଥିଲେ । ଫଳରେ ପାର୍ଶ୍ଵନାଥଙ୍କ ଦ୍ୱାରା ପ୍ରଚଳିତ ‘ଚତୁର୍ଯାମ ଧର୍ମ’ ମହାବୀରଙ୍କ ଦ୍ଵାରା ‘ପାଞ୍ଚର୍ଯାମ ଧର୍ମ’ରେ ପରିଗଣିତ ହୋଇଥିଲା ।


ଜୀବତତ୍ତ୍ବ :


  • ସମଗ୍ର ବିଶ୍ଵ ଦୁଇଗୋଟି ସ୍ଵୟଂ ଶାସିତ ଉପାଦାନ ଦ୍ଵାରା ଗଠିତ ବୋଲି ବଦ୍ଧମାନ ମତବ୍ୟକ୍ତ କରିଥିଲେ । ସେ ଦୁଇଟି ହେଲା-‘ଜୀବ’ ଏବଂ ‘ଅଜୀବ’ 
  • ଯେଉଁଥିରେ ଜୀବନ ଅଛି ତାହାକୁ ଜୀବ କୁହାଯାଏ |ଏହାର  ଚେତନା ଅଛି  |ଏହା ସୁଖ ଦୁଃଖ  ଅନୁଭବ କରେ |କର୍ମ କରେ ,କର୍ମଫଳ ଭୋଗ କରେ |
  • ଉଦାହରଣ : ମନୁଷ୍ୟ ,ପଶୁପକ୍ଷୀ ,କୀଟ ପତଙ୍ଗ ,ଗଛ  ଈତ୍ୟାଦି |

ଅଜୀବତତ୍ତ୍ବ :

  • ଯେଉଁଥିରେ ଚେତନା ନାହି ତାହା ଅଜୀବ |ଏହା ସୁଖ ଦୁଃଖ ଅନୁଭବ କରି ପାରେ ନାହି  |ଏହା କେବଳ ଜଡ ପଦାର୍ଥ |


  •  ଏହା ପାଞ୍ଚୋଟି ଉପାଦାନକୁ ନେଇ ଗଠିତ । ସେଗୁଡ଼ିକ ହେଲା – ଧର୍ମ, ଅଧର୍ମ, କାଳ, ଆକାଶ ଏବଂ ପୁଦ୍‌ଗଳ ।

  •  ‘ଧର୍ମ’ ଗତିର ସହାୟକ
  •  ‘ଅଧର୍ମ’ ବିଶ୍ରାମର ସହାୟକ ତତ୍ଵ । 
  •  ‘କାଳ’ ଥିଲା ସମୟର ନିୟନ୍ତ୍ରକ ।
  •  ‘ଆକାଶ’ ଶୂନ୍ୟତାର ପରିଚାୟକ 
  • ‘ପୁଦ୍‌ଗଳ’-(ପଦାର୍ଥ )  [ମାଟି,ପାଣି ,ପଥର ,ଶରୀର।]


କର୍ମଶରୀର :

  • ଆମେ ଯେଉଁ ଭଲ କିମ୍ବା ଖରାପ କର୍ମ କରୁ ,ସେସବୁର ଛାପ ଜୀବାତ୍ମା ସହିତ ରହିଯାଏ |ଏହି କର୍ମର ସଞ୍ଚୟକୁ କର୍ମ ଶରୀର କୁହାଯାଏ |
  • ମୃତ୍ୟୁ ପରେ ସ୍ଥୂଳ  ଶରୀର ନଷ୍ଟ ହୋଇଯାଏ ,କିନ୍ତୁ କର୍ମ ଶରୀର ଜୀବାତ୍ମା ସହିତ ରହିଥାଏ | ପରବର୍ତୀ ଜନ୍ମରେ  ଜୀବ ସେହି କର୍ମ ଅନୁସାରେ ସୁଖ କିମ୍ବା ଦୁଃଖ ର ଫଳ ପାଇଥାଏ |
  • କର୍ମ ଶରୀର ଉପରେ ମହାବୀର ଗୁରୁତ୍ଵ  ଦେଇଥିଲେ |


ଆତ୍ମା :


  • ଆତ୍ମା ହେଉଛି ଜୀବର ଆଧାର ।
  • ଆତ୍ମା ଅମର । 
  • କର୍ମ ଦ୍ଵାରା ଆତ୍ମା ବନ୍ଧନରେ ପଡେ |
  • ଆତ୍ମାର ମୂଳ ଲକ୍ଷ ହେଉଛି କର୍ମ ବନ୍ଧନରୁ ମଣିଷକୁ ମୁକ୍ତ କରାଇବା । 
  • ଏଣୁ କେବଳ ଜ୍ଞାନ ଏବଂ ଧ୍ୟାନ ଦ୍ଵାରା ମଣିଷ ଏହା ଲାଭ କରିବାକୁ ସକ୍ଷମ ହୋଇପାରିବ ।


କର୍ମବନ୍ଧନ ଏବଂ ଆତ୍ମାର ଉର୍ଦ୍ଧ୍ବଗମନ :

  • ମହାବୀରଙ୍କ ମତରେ ମଣିଷର କର୍ମ (Action) ତାହାର ଉଚ୍ଚ ଅଥବା ନୀଚ ଅବସ୍ଥା ପାଇଁ ଦାୟୀ ।
  •  କର୍ମ ଆତ୍ମାକୁ ଘେରି ରହିଥାଏ ଏବଂ ଏହାକୁ ଏକ ନିର୍ଦ୍ଦିଷ୍ଟ ରୂପ ପ୍ରଦାନକରିଥାଏ 
  •  ସୁକର୍ମ ମଣିଷକୁ ଉଚ୍ଚ ଅବସ୍ଥାକୁ ନେବାବେଳେ କୁକର୍ମ ତାହାକୁ ନୀଚ ସ୍ଥାନ ପ୍ରଦାନ କରିଥାଏ । 
  • ‘ପ୍ରବୃତ୍ତି’, ‘ଅଜ୍ଞତା’, ‘କାମନା’......ଇତ୍ୟାଦି ଦ୍ଵାରା ଆଚ୍ଛାଦିତ ହେବା ଫଳରେ ଆତ୍ମା ବନ୍ଧନ (Bondage) ଯୁକ୍ତ ହୋଇଥାଏ । 
  • ସୁକର୍ମ ଫଳରେ ଆମ୍ବା ଏହି ବନ୍ଧନରୁ କ୍ରମଶଃ ମୁକ୍ତ ହୋଇଥାଏ ଏବଂ ସର୍ବଶେଷରେ ମଣିଷ ସବୁତକ ସୁକର୍ମରେ ଲିପ୍ତ ହେଲେ ଆତ୍ମା କର୍ମବନ୍ଧନରୁ ମୁକ୍ତ ହୁଏ ଏବଂ ତାହାର ଉର୍ଦ୍ଧ୍ବ ଗମନ ହୋଇଥାଏ ।


ମୋକ୍ଷ :


  • ଆତ୍ମାର କର୍ମବନ୍ଧନରୁ ମୁକ୍ତିକୁ ଜୈନଧର୍ମରେ ‘ମୋକ୍ଷ’ କୁହାଯାଇଥାଏ ।  


  •  ପ୍ରତ୍ୟେକ ପଦାର୍ଥର ଦୁଇଟି ଅଂଶ ଅଛି- ଭୌତିକ ତଥା ଆମ୍ବିକ । 

  • ପ୍ରାଣୀ ଯେଉଁସବୁ କର୍ମ କରିଥାଏ, ତାହା ‘ଭୌତିକ ଅଂଶ’ । ଏହା ଅନ୍ଧକାର, ଅଶୁଦ୍ଧ ତ‌ଥା ବିନାଶକାରୀ ଅଟେ ।

  •  ଅପର ପକ୍ଷରେ ‘ଆମ୍ବିକଅଂଶ’ ଆତ୍ମାକୁ ଆଲୋକିତ, ବିଶୁଦ୍ଧ ଏବଂ ଶାଶ୍ୱତ କରିଥାଏ । 

  •  ଆମ୍ବା ସ୍ଵୟଂ ସ୍ଵରୂପରେ ପ୍ରକଟିତ ହେବାକୁ ‘ସିଦ୍ଧ ଶିଳା’ କୁହାଯାଏ ।  (ଯେଉଁ ଆତ୍ମା କର୍ମ ବନ୍ଧନରୁ ମୁକ୍ତ ହୋଇ ମୋକ୍ଷ ପାଏ ,ସେ ସିଦ୍ଧ କୁହାଯାଏ |ସେହି ସିଦ୍ଧ ଆତ୍ମା ମାନେ ଯେଉଁ ସ୍ଥାନରେ ବାସ କରନ୍ତି ,ତାହାକୁ ସିଦ୍ଧଶିଳା କୁହାଯାଏ |ସେଠାରେ ଜନ୍ମ ,ମୃତ୍ୟୁ ,ଦୁଃଖ ଓ କର୍ମ ବନ୍ଧନ ନଥାଏ |

  • କଠୋର ତପସ୍ୟା, ଆମ୍ବ ସଂଯମ, ଅନଶନଜନିତ ମୃତ୍ୟୁ ଦ୍ବାରା ହିଁ ଏହି ଅବସ୍ଥା ପ୍ରାପ୍ତ ହୋଇଥାଏ ।




ସ୍ୟାଦ୍‌ବାଦ :


  • ବର୍ଦ୍ଧମାନ ମହାବୀରଙ୍କ ଜୈନ ଦର୍ଶନ ‘ସ୍ୟାଦ୍‌ବାଦ’ ବା ‘ଅନେକାନ୍ତବାଦ’ (Theory of May be) ନାମରେ ନାମିତ । 
  • କୌଣସି ଗୋଟିଏ ପଦାର୍ଥ (ସ୍ୟାଦ) ସମ୍ପର୍କିତ ପ୍ରଶ୍ନ କେବଳ ଗୋଟିଏ ଉତ୍ତରରେ ସୀମାବଦ୍ଧ ନୁହେଁ ବୋଲି ମହାବୀର ମତବ୍ୟକ୍ତ କରିଥିଲେ । 
  • ଯଦି ପ୍ରଶ୍ନ ପଚରାଯାଏ- ଆତ୍ମା ଅଛି କି ? ଏହା ଗୋଟିଏ ନୁହେଁ, ସାତଗୋଟିଏ ସମ୍ଭାବ୍ୟ ଉତ୍ତର ପ୍ରଦାନ କରିବ । ଯଥା-


(୧) ପଦାର୍ଥଟି ଅଛି ।


(୨) ପଦାର୍ଥଟି ନାହିଁ ।


(୩) ପଦାର୍ଥଟି ଅଛି ଏବଂ ନାହିଁ ।


(୪) ପଦାର୍ଥଟି ଅବର୍ଣ୍ଣନୀୟ ।


(୫) ପଦାର୍ଥଟି ଅଛି ଏବଂ ଅବର୍ଣ୍ଣନୀୟ ।


(୬) ପଦାର୍ଥଟି ନାହିଁ ଏବଂ ଅବର୍ଣ୍ଣନୀୟ ।


(୭) ପଦାର୍ଥଟି ଅଛି, ନାହିଁ ଏବଂ ଅବର୍ଣ୍ଣନୀୟ ।



କର୍ମବାଦ :


  • ମହାବୀର ‘କର୍ମବାଦ’ର ପ୍ରବକ୍ତା ଥିଲେ । 

  • ତାଙ୍କ ମତରେ ମଣିଷ ହେଉଛି ନିଜେ ନିଜର ଭାଗ୍ୟବିଧାତା । ନିଜ କର୍ମ ଦ୍ୱାରା ହିଁ ତା’ ସାଧନାର ସିଦ୍ଧି ମିଳିଥାଏ । 

  • ମଣିଷ କୁକର୍ମ କଲେ ତା’ର କୁଫଳ ତାକୁ ଭୋଗ କରିବାକୁ ପଡ଼ିଥାଏ ।

  •  ସେ ସୁକର୍ମ କଲେ ତାହା ସାହାଯ୍ୟରେ ତାକୁ ସୁଫଳ ମିଳିଥାଏ ଏବଂ ଶେଷରେ ସେ ନିର୍ବାଣ ପ୍ରାପ୍ତ ହୋଇଥାଏ ।


ଅହିଂସା :


  • ମହାବୀର ଥିଲେ ଅହିଂସାର ପ୍ରବକ୍ତା । 

  • ତାଙ୍କର ବାଣୀ ଥୁଲା ‘ ଅହିଂସା ପରମୋ ଧର୍ମୀ’ । କାୟ-ମନ-ବାକ୍ୟରେ ସେ ଅହିଂସା ଆଚରଣ କରିବା ପାଇଁ ସମସ୍ତଙ୍କୁ ଉପଦେଶ ପ୍ରଦାନ କରିଥିଲେ । 

  • ତାଙ୍କ ମତରେ ଉଭୟ ଜଡ଼ ଏବଂ ଚେତନଙ୍କର ଜୀବନ ଅଛି । ସେମାନଙ୍କୁ ଆଘାତ କଲେ ସେମାନେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ତାଙ୍କ ମତରେ ଜଡ଼ ପଦାର୍ଥ ଯଥା- ଗଛ, ପଥର, ଜଳ, ମାଟି....ଇତ୍ୟାଦିକୁ ଆଘାତ କଲେ ସେମାନେ କଷ୍ଟ ପାଆନ୍ତି । ବସ୍ତୁତଃ ମନୁଷ୍ୟ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ଜଳ, ବୃକ୍ଷ, ମାଟି, ପଥର.... ସବୁ ଅହିଂସା ଆଚରଣ କରିବା ବିଧେୟ । 

  •  ଜଳରେ ଥିବା କୀଟପତିଙ୍ଗଙ୍କ ମୃତ୍ୟୁ ହେବା ଭୟରେ ଜୈନମାନେ ପାଣି ଛାଣି ପିଇଥାନ୍ତି । ଠିକ୍ ସେହିପରି ନିଆଁରେ କୀଟପତଙ୍ଗମାନେ ପଡ଼ି ପୋଡ଼ିଯିବେ ବୋଲି ଜୈନମାନେ ରାତିରେ ଦୀପ ଜାଳି ରନ୍ଧନ ଅଥବା ଶୟନ କରନ୍ତି ନାହିଁ । ସୁତରାଂ ରାତି ପାଇଁ ସେମାନେ ସନ୍ଧ୍ୟା ପୂର୍ବରୁ ଖାଦ୍ୟ ଖାଇଦେଇ ସାରିଥାନ୍ତି । ନିଶ୍ଵାସ ନେବାବେଳେ ବାୟୁରେ ଥିବା କୀଟପତଙ୍ଗ ନାକ ଭିତରକୁ ଯାଇ ମରିଯିବା ଭୟରେ ଜୈନମାନେ ନାକରେ କନା ବାନ୍ଧିଥାନ୍ତି । ଏଥିରୁ ଜଣାପଡ଼ିଥାଏ ଯେ ମହାବୀରଙ୍କ ଅହିଂସା ଅତ୍ୟନ୍ତ କଠୋର ଥିଲା ।


ଈଶ୍ୱରଙ୍କର ଅସ୍ତିତ୍ବର ଅବମାନନା :


  • ମହାବୀର ଈଶ୍ୱରଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରିଥିଲେ । ତାଙ୍କ ମତରେ ଈଶ୍ଵର ବୋଲି କେହି ନାହାନ୍ତି । ଅତଏବ ତାଙ୍କ ନିର୍ଦ୍ଦେଶରେ ସମସ୍ତ ପରିଚାଳିତ ହେଉଥିବା କଥା ମିଥ୍ୟା ବୋଲି ସେ ମତବ୍ୟକ୍ତ କରିଥିଲେ । 
  • ଅପରନ୍ତୁ, ସେ ମଣିଷ ଉପରେ ଗୁରୁତ୍ୱାରୋପ କରିଥିଲେ । ମଣିଷ ନିଜ ସମସ୍ୟାର ସମାଧାନ କରି ଉନ୍ନତ ଆଧ୍ୟାତ୍ମିକ ଜୀବନଯାପନ କଲେ ନିର୍ବାଣ ଲାଭ କରିପାରିବ ବୋଲି ସେ ପରାମର୍ଶ ଦେଇଥିଲେ ।

ବେଦକୁ ଅସ୍ଵୀକାର 

  • ବର୍ଦ୍ଧମାନ ମହାବୀର ବେଦ କୁ ଅସ୍ଵୀକାର କରିଥଲେ |ବୈଦିକ ବର୍ଣନା ତଥା ଆଚରଣ ସମ୍ପୂର୍ଣ ମିଥ୍ୟାଚାର ଉପରେ   ପର୍ଜ୍ୟବେସିତ ବୋଲି ସେ କହିଥିଲେ ।  
  • ସତ୍ୟ ,Ahmisa,ସଂଯମ ,ତପସ୍ୟା ,ସଦାଚାର କୁ ମୋକ୍ଷ ର ପ୍ରକୃତ ପଥ ବୋଲି କହିଥିଲେ । 

   ବ୍ରାହ୍ମଣ ମାନଙ୍କ  ପ୍ରାଧାନ୍ଯ କୁ ଅସ୍ଵୀକାର:  

  •   ବ୍ରାହ୍ମଣ ମାନଙ୍କ  ପ୍ରାଧାନ୍ଯ କୁ ଅସ୍ଵୀକାରକରିଥିଲେ ।   

  • କର୍ମକାଣ୍ଡ ତଥା ଯାଗ jajna   ମାଧ୍ୟମରେ ସେମାନେ ସମାଜକୁ ଶୋଷଣ କରୁଛନ୍ତି  ବୋଲି ମହାବୀର କହିଛନ୍ତି ।  


              ଭାରତୀୟ ସଂସ୍କୃତିକୁ ଜୈନଧର୍ମର   ଅବଦାନ


ଜୈନଧର୍ମ କେବଳ ଭାରତର ଧାର୍ମିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ନ ଥିଲା; ପରନ୍ତୁ ଭାରତୀୟ ସଂସ୍କୃତିର ବିଭିନ୍ନ ବିଭାଗକୁ   ପରିପୁଷ୍ଟ କରିଥିଲା । ଜୈନଧର୍ମର ଏହି ଅବଦାନ ଥିଲା ଅତୁଳନୀୟ । ଭାରତୀୟ ସଂସ୍କୃତିକୁ ଏହା ପ୍ରଭାବିତ କରିଥିଲା ବହୁଳ ଭାବରେ  । ଜୈନଧର୍ମର ଅବଦାନ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଅଛି ।

ସାହିତ୍ୟ ଏବଂ ଆଞ୍ଚଳିକ ଭାଷା :

  • ​ବର୍ଦ୍ଧମାନ ମହାବୀର ଅର୍ଦ୍ଧ ମାଗଧୀ ଭାଷାରେ ତାଙ୍କର ଧର୍ମବାଣୀ ପ୍ରଚାର କରିଥିଲେ । ଫଳରେ ‘ମାଗଧୀ’ ବା ‘ସୌରସେନୀ’ ଜାଣିଥିବା ବ୍ୟକ୍ତି ଏହା ବୁଝିପାରୁଥିଲେ । ପ୍ରାଥମିକ ଅବସ୍ଥାରେ ଏହି ଦୁଇ ଭାଷା ବହୁଳ ମାତ୍ରାରେ ପ୍ରଚାରିତ ହୋଇଥିଲା । 
  • ସମୟକ୍ରମେ ‘ପ୍ରାକୃତ’ ଭାଷାରେ ପ୍ରଭୂତ ପରିମାଣରେ ଜୈନଗ୍ରନ୍ଥ ରଚିତ ହୋଇଥିଲା । ଏହାପରେ ‘ଅପଭ୍ରଂଶ’ ଭାଷାରେ ରଚିତ ହୋଇଥିଲା ଅନେକ ଜୈନଗ୍ରନ୍ଥ ।
  • ସଂସ୍କୃତ’ ଭାଷାରେ ମଧ୍ୟ ‘ଅଙ୍ଗ’, ‘ଉପାଙ୍ଗ’, ‘ଆଗମ’, ‘କଳ୍ପସୂତ୍ର’ ଇତ୍ୟାଦି ବୈଶିଷ୍ଟ୍ୟପୂର୍ଣ୍ଣ ଜୈନ ଗ୍ରନ୍ଥ ରଚିତ ହୋଇଥିଲା ।

ରାଜନୈତିକ କ୍ଷେତ୍ରରେ ପ୍ରଭାବ :


  • ଭାରତର ରାଜନୈତିକ କ୍ଷେତ୍ରରେ ଜୈନଧର୍ମ ବିପୁଳ ପରିବର୍ତ୍ତନ ଆଣିଥିଲା । ବିଭିନ୍ନ ରାଜ୍ୟ ମଧ୍ୟରେ ଥିବା ପାରସ୍ପରିକ ହିଂସା ଏବଂ ଦ୍ବେଷକୁ ଏହା ବହୁ ପରିମାଣରେ ପ୍ରଶମିତ କରିଥିଲା ।

  •  ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ଜଣେ ପରାକ୍ରମଶାଳୀ ରାଜାଙ୍କୁ ଏହି ଧର୍ମ ଉଦାର ‘ଚନ୍ଦ୍ରମୁନି’ରେ ପରିଗଣିତ କରିଥିଲା ।   

  • କଳିଙ୍ଗ ଗୌରବ ମହାମେଘବାହନ ଐର ଖାରବେଳ ଶେଷରେ ଜଣେ ଉଦାର, ଧାର୍ମିକ ତଥ ଧର୍ମସହିଷ୍ଣୁତାର ମୂର୍ତିମନ୍ତ ପ୍ରତୀକ ଭାବେ ଏହି ଜୈନଧର୍ମ ଦ୍ଵାରା ହିଁ ପ୍ରଭାବିତ ହୋଇଥିଲେ । 




ଅହିଂସା ପରମଧର୍ମର ପ୍ରବକ୍ତା :


  • ମହାବୀର ଥିଲେ ଅହିଂସାର ଆଦ୍ୟ ପ୍ରବକ୍ତା । ଜଟିଳ ଯାଗଯଜ୍ଞ ଏବଂ ବୈଦିକ କର୍ମକାଣ୍ଡ ବିରୁଦ୍ଧରେ ସେ ଦୃଢ଼ ସ୍ଵର ଉତ୍ତୋଳନ କରିଥିଲେ ।

  •  ‘ଜୀବେଦୟା’ ଥୁଲା ତାଙ୍କ ଧର୍ମର ଅନ୍ୟତମ ବାଣୀ । 

  • ସକଳ ସଜୀବ ଏବଂ ନିର୍ଜୀବ ଯେ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ କାହାରିକୁ କ୍ଲେଶ ଦେବା ଅନୁଚିତ-ଏହା ମହାବୀର ପ୍ରଚାର କରିଥିଲେ ।

  •  ପରବର୍ତ୍ତୀ ସମୟରେ ଭାରତ ତଥା ଭାରତ ବାହାରର ବହୁ ମନୀଷୀ ଏହି ଅହିଂସା ନୀତି ଦ୍ଵାରା ପ୍ରଭାବିତ ହୋଇଥିଲେ ।

ସୁସ୍ଥ ସାମାଜିକ ପରମ୍ପରା ସୃଷ୍ଟି :

  • ଜୈନଧର୍ମ ସୁସ୍ଥ ସାମାଜିକ ବାତାବରଣ ସୃଷ୍ଟି କରିବାରେ ପ୍ରଧାନ ଭୂମିକା ଗ୍ରହଣ କରିଥିଲା । 

  • ବୈଦିକ ଯୁଗରେ ଭାରତୀୟ ସମାଜ ଜାତିଭିଭିକ ଥିଲା ଏବଂ ସମାଜର ବୈଶ୍ୟ, ଶୂଦ୍ର ଇତ୍ୟାଦି ଜାତିର ଲୋକମାନେ ଉଚ୍ଚବଂଶୀୟ ଲୋକମାନଙ୍କ ଦ୍ଵାରା ଉପେକ୍ଷିତ ହେଉଥିଲେ । 

  • ମାତ୍ର ଜୈନଧର୍ମ ଏହି କଳଙ୍କିତ ପରମ୍ପରାର ପୂର୍ଣ୍ଣଚ୍ଛେଦ ପକାଇଥିଲା । ଜାତି, ବର୍ଣ, ଜନ୍ମ ନିର୍ବିଶେଷରେ ସମସ୍ତେ ଏହି ଧର୍ମ ଗ୍ରହଣ କରିପାରୁଥିଲେ । 

ବଣିକ ଗୋଷ୍ଠୀର ଉତ୍‌ଥାନ :


  • ଜୈନଧର୍ମ ପ୍ରଥମେ ବିଶେଷ କରି ବଣିକଗୋଷ୍ଠୀ ମଧ୍ୟରେ ଆଦୃତ ହେବାକୁ ଲାଗିଲା । ଫଳରେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ଵର ଭାବ ବୃଦ୍ଧି ପାଇଲା । 

  •  ସେମାନେ କ୍ରମଶଃ ନିଗମମାନ (Guilds) ଗଠନ କଲେ । ଏହି ନିଗମ ସାହାଯ୍ୟରେ ସେମାନେ ବାଣିଜ୍ୟ ବ୍ୟବସାୟକୁ ସୂଚାରୁ ରୂପେ ପରିଚାଳନା କଲେ ଏବଂ ସାମାଜିକ ପ୍ରତିଷ୍ଠା ମଧ୍ୟ ଲାଭ କଲେ ।

ଭବିଷ୍ୟତ ଧର୍ମାନ୍ତରୀକରଣକୁ ରୋକିବାକୁ ପ୍ରଯତ୍ନ :


  • ବୈଦିକ ଧର୍ମ ଜାଲରେ ଛନ୍ଦି ହୋଇ ସାଧାରଣ ମଣିଷ ଛଟପଟ ହେଉଥିଲା । ତା’ର ଜୀବନ ଦୁର୍ବିସହ ହୋଇ ପଡ଼ିଥିଲା । 

  • ଜୈନଧର୍ମ ସମାଜରୁ ଜାତିପ୍ରଥା ଦୂରେଇ ଦେବାର ପ୍ରୟାସ କରିବାରୁ ସମାଜର ଦଳିତ, ନିଷ୍ପେସିତ ଏବଂ ଅବହେଳିତ ମଣିଷ ଜୈନଧର୍ମରେ ଦୀକ୍ଷିତ ହେବାକୁ ଶ୍ରେୟସ୍କର ମନେକଲେ । 

  • ତାହା ହୋଇ ନ ଥିଲେ ପରବର୍ତ୍ତୀ ସମୟରେ ବ୍ରାହ୍ମଣମାନଙ୍କର ଦାଉ ସମ୍ଭାଳି ନ ପାରି ଏହି ମଣିଷମାନେ ଇସ୍‌ଲାମ୍ ବା ଅନ୍ୟ ଧର୍ମକୁ ଆଦରି ନେଇଥାନ୍ତେ ।

  •  ଜୈନଧର୍ମ କଠୋରପନ୍ଥୀ ହିନ୍ଦୁମାନଙ୍କର ଆଖୁ ଖୋଲିଦେଇଥିଲା । ଫଳରେ ହିନ୍ଦୁଧର୍ମକୁ ସରଳ କରିବାରେ ଚେଷ୍ଟା ଅନ୍ୟ ସଂସ୍କାରକମାନେ କରିଥିଲେ ।

ଦାନୀ ଏବଂ ପରୋପକାରୀ ହେବାପାଇଁ ପ୍ରେରଣା :


ଜୈନଧର୍ମ ଲୋକମାନଙ୍କୁ ଦାନୀ ତଥା ପରୋପକାରୀ ହେବା ପାଇଁ ପ୍ରବର୍ଭାଇ ଥିଲା । ଜୈନଧର୍ମକୁ ପ୍ରୋତ୍ସାହିତ କରୁଥିବା ରାଜାମାନେ ଜୈନ ସନ୍ନ୍ୟାସୀମାନଙ୍କ ନିମିତ୍ତ ପର୍ବତ ଖନନ କରି ଗୁମ୍ଫା ନିର୍ମାଣ ( ଖାରବେଳଙ୍କ ଉଦାହରଣ), ଖାଦ୍ୟ ତଥା ବସ୍ତ୍ର ପ୍ରଦାନ ଇତ୍ୟାଦି କର୍ମ ସମ୍ପାଦନ କରୁଥିଲେ । ପରବର୍ତ୍ତୀ ସମୟରେ ଏହି କର୍ମ ଅନ୍ୟମାନଙ୍କ ଦ୍ବାରା ଅନୁସୃତ ହୋଇଥିଲା । ଫଳରେ ଅନେକ ଦାତବ୍ୟ ଅନୁଷ୍ଠାନ ଲୋକମାନଙ୍କର ସାହାଯ୍ୟ ପାଇ ଗଢ଼ିଉଠିଲା ଏବଂ ସମାଜ କଲ୍ୟାଣ ନିମିତ୍ତ
ଲୋକମାନଙ୍କୁ ଆଗ୍ରହୀ କରାଇଲା ।

କଳା ସ୍ଥାପତ୍ୟର ସମୃଦ୍ଧି :


  •  ପ୍ରଥମାବସ୍ଥାରେ ଜୈନମାନେ ସ୍ତୂପ ତଥା ଗୁମ୍ଫା ଇତ୍ୟାଦି ନିର୍ମାଣ କରୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଜୈନତୀର୍ଥଙ୍କର ମୂର୍ତ୍ତିଗୁଡ଼ିକ ନିର୍ମାଣ କରିବାରେ ଲାଗିଲେ । 

  • ରାଜାମାନଙ୍କର ପୃଷ୍ଠପୋଷକତା ଲାଭ କରି ଜୈନକଳା ଓ ସ୍ଥାପତ୍ୟର ବିକାଶ ଘଟିଲା। 

  • ମଥୁରା, ବୁନ୍ଦେଇଖଣ୍ଡ ଏବଂ ମଧ୍ୟପ୍ରଦେଶର ଉତ୍ତର ଭାଗରେ ସୁନ୍ଦରଜୈନମୂର୍ତ୍ତିମାନ ମିଳିଅଛି । 


  • କର୍ଣ୍ଣାଟକରେ ଶ୍ରବଣବେଲଗୋଲାରେ ଅବସ୍ଥିତ ଗୋମଟେଶ୍ଵର ନାମକ ବାହୁବଳିଙ୍କ ମୂର୍ତ୍ତି ଜୈନ ସ୍ଥାପତ୍ୟର ଜ୍ଵଲନ୍ତ ନିଦର୍ଶନ । 

  • ଭୁବନେଶ୍ଵରର ଉଦୟଗିରି, ମଧ୍ୟପ୍ରଦେଶ, ଏଲୋରା ଏବଂ ମହାରାଷ୍ଟ୍ରର ଜୈନଗୁମ୍ଫାସମୂହ ଜୈନକଲାର ଅନନ୍ୟ ନିଦର୍ଶନ । 


  • ବିହାରର ପାର୍ଶ୍ଵନାଥ ପର୍ବତ, ପାବାପୁରୀ ଏବଂ ରାଜଗିରି; କାଥିଆୱାଡ଼ର ଗିରନାର ଏବଂ ପାଲିତାନ; ରାଜସ୍ଥାନର ଆବୁପର୍ବତରେ ଦିଲୱାଡ଼ା;ଓଡ଼ିଶାର ଖଣ୍ଡଗିରି ଏବଂ ଉଦୟଗିରି ଇତ୍ୟାଦି ଜୈନ ଧର୍ମକ୍ଷେତ୍ର ରୂପେ  ଅଭିହିତ । 
   

                                    ସାରାଂଶ


  • ବାସ୍ତବିକ ମହାବୀରଙ୍କ ପ୍ରଚାରିତ ଜୈନଧର୍ମ ପ୍ରଥମ ଥର ପାଇଁ ବ୍ରାହ୍ମଣଧର୍ମ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲା ।

  •  ମହାବୀରଙ୍କ ତ୍ୟାଗପୂତ ଜୀବନ ଏବଂ ମଧୁର ଧର୍ମବାଣୀ ତାଙ୍କ ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିଥିଲା । ରାଜାମାନଙ୍କର ପୃଷ୍ଠପୋଷକତା ଲାଭକରି ଏହି ଧର୍ମ ପ୍ରସାରିତ ହେବାରେ ଲାଗିଲା ।

  •  ମହାବୀରଙ୍କ ମୃତ୍ୟୁପରେ ଜୈନମାନେ **‘ଦିଗମ୍ବର’** ଏବଂ **‘ଶ୍ଵେତାମ୍ବର’** ଏହି ଦୁଇଭାଗରେ ବିଭକ୍ତ ହୋଇଗଲେ । ଏହା ଜୈନଧର୍ମକୁ ଏକ ଶକ୍ତ ଧକ୍କା ଦେଇଥିଲା । 

  • ଜୈନଧର୍ମ ତା’ର କଳା, ସ୍ଥାପତ୍ୟ ଏବଂ ଭାସ୍କର୍ଯ୍ୟର ନିଦର୍ଶନ ଭାରତର ବିଭିନ୍ନ ସ୍ଥାନରେ ଛାଡ଼ି ଯାଇଛି । 

  • ସମୟକ୍ରମେ ଜୈନଧର୍ମ ପ୍ରଚାରରେ ଶିଥିଳତା ପରିଲକ୍ଷିତ ହୋଇଥିଲେ ମଧ୍ୟ ଏହା ଭାରତବର୍ଷରେ ବିଭିନ୍ନ ସମୟ ଅତିକ୍ରାନ୍ତ କରି ତିଷ୍ଠି ରହିଥିଲା ଏବଂ ଏବେ ମଧ୍ୟ ରହିଅଛି । 


​ବୌଦ୍ଧଧର୍ମ

  • ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବ୍ରାହ୍ମଣ ଧର୍ମକୁ ଅନ୍ୟ ଏକ ଶକ୍ତ ଧକ୍‌କା ଦେଇଥିଲା ବୌଦ୍ଧଧର୍ମ । କଠୋର ଜାତିପ୍ରଥା ଏବଂ ବହୁ ଦେବାଦେବୀଙ୍କ ପୂଜନ ସାଧାରଣ ଜନତାକୁ ବିଭ୍ରାନ୍ତ କରିଥିଲା । 

  • ଏହି ମାୟାଜାଲରେ କବଳିତ ଅସଂଖ୍ୟ ମୋହଗ୍ରସ୍ତ ମଣିଷମାନଙ୍କୁ ମୁକ୍ତ କରିବା ପାଇଁ ପ୍ରୟାସୀ ହୋଇଥିଲେ ଗୌତମ ବୁଦ୍ଧ । 

  • ମହାବୀରଙ୍କ ଠାରୁ ଆହୁରି ସରଳ ଭାବରେ ସେ ପ୍ରଚାର କରିଥିଲେ ବୌଦ୍ଧଧର୍ମର ନୀତିବାଣୀ । ମୋକ୍ଷଲାଭ ବା ନିର୍ବାଣ ପ୍ରାପ୍ତି ନିମିତ୍ତ ଏତେ ସହଜ ମାର୍ଗ ଥାଇପାରେ, ତାହା ପ୍ରଥମ ଥର ପାଇଁ ଲୋକମାନେ ଉପଲବ୍‌ଧ କରିଥିଲେ ।  

  • ଅଗଣିତ ନରନାରୀଙ୍କୁ ସ୍ତୂପୀକୃତ ଅନ୍ଧାରରୁ ମୁକ୍ତ କରି ସେମାନଙ୍କୁ ଜ୍ଞାନର ଆଲୋକ ଦେଖାଇବା ହେତୁ ମହାତ୍ମା ବୁଦ୍ଧଙ୍କୁ ‘ଏସିଆର ଆଲୋକ’ (The Light of Asia) ରୂପେ ପରିଗଣିତ କରାଯାଇଥାଏ ।

​ଗୌତମ ବୁଦ୍ଧଙ୍କ ଜୀବନୀ :

  • ​ଖ୍ରୀଷ୍ଟପୂର୍ବ ୫୬୬ରେ (ମତାନ୍ତରେ ୫୬୭ରେ) ଗୌତମବୁଦ୍ଧ ଆଧୁନିକ ନେପାଳସ୍ଥିତ କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଉପବନରେ ପବିତ୍ର ବୈଶାଖ ପୂର୍ଣିମା ଦିନ ଜନ୍ମଗ୍ରହଣ କରିଥିଲେ । 

  • ତାଙ୍କ ପିତା ଶୁଦ୍ଧୋଦନ କପିଳବାସ୍ତୁର ଶାକ୍ୟ ସାଧାରଣତନ୍ତ୍ରର ଶାସକ ଥିଲେ । ଗୌତମଙ୍କ ମାତାଙ୍କ ନାମ ଥିଲା ମାୟାଦେବୀ

  •  ବୌଦ୍ଧଜାତକର ବର୍ଣନାନୁଯାୟୀ ମାୟାଦେବୀ ହାତୀଦନ୍ତ ପଲଙ୍କରେ ଶୟନ କରିଥିବାବେଳେ ଗୋଟିଏ ଧଳାହାତୀ ଶୁଣ୍ଢରେ ଧଳାପଦ୍ମ ଧାରଣ କରି ପଲଙ୍କ ଚତୁଃପାର୍ଶ୍ଵରେ ଚାରିଥର ପ୍ରଦକ୍ଷିଣ କରି ତାଙ୍କ ଗର୍ଭରେ ପ୍ରବେଶ କରୁଥିବା କଥା ସ୍ୱପ୍ନରେ ଦେଖୁଲେ । ଶୁଦ୍ଧୋଦନ ତାଙ୍କଠାରୁ ଏହା ଜାଣି ଗଣକଙ୍କ ଠାରୁ ଅନୁସନ୍ଧାନ କରି ବୁଝିଥିଲେ ଯେ ରାଣୀଙ୍କ ଗର୍ଭରୁ ଜାତ ହେଉଥିବା ସନ୍ତାନ ଭବିଷ୍ୟତରେ ବିଶ୍ଵ ବିଖ୍ୟାତ ସମ୍ରାଟ ବା ଯୋଗୀ ହେବେ । 

  • ଉପଯୁକ୍ତ ସମୟରେ ଗୌତମ ଭୂମିଷ୍ଠ ହେଲେ । ମାତ୍ର ଭାଗ୍ୟର ବିଡ଼ମ୍ବନା ହେତୁ ଗୌତମଙ୍କ ଜନ୍ମର ସାତଦିନ ପରେ ମାୟାଦେବୀ ଇହଲୀଳା ସମ୍ବରଣ କଲେ । ଫଳରେ ତାଙ୍କ ଲାଳନପାଳନର ଦାୟିତ୍ଵ ତାଙ୍କର ମାଉସୀ ମହାପ୍ରଜାପତି ଗୌତମୀଙ୍କ ଉପରେ ନ୍ୟସ୍ତ ହେଲା । ଗୌତମୀଙ୍କ ଦ୍ବାରା ପରିପାଳିତ ହେଉଥିବା ହେତୁ ତାଙ୍କୁ ଗୌତମ କୁହାଯାଏ । 
  • ତାଙ୍କର ବାଲ୍ୟନାମ ଥିଲା ସିଦ୍ଧାର୍ଥ ।

  • ସେ ଯଶୋଧାରା ବା ଗୋପାଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା ଏବଂ ତାର ନାମ ଥିଲା ରାହୁଳ (ବନ୍ଧନ) । 

  • ସେ ନିଜ ସାରଥ୍ ଛନ୍ନା (ଛାନ୍ଦକ) ସହିତ ନଗର ଭ୍ରମଣ କଲାବେଳେ ଜଣେ ବୃଦ୍ଧ, ବ୍ୟାଧୂଗ୍ରସ୍ତ ଲୋକ, ଶବ ଏବଂ ସନ୍ନ୍ୟାସୀ ଏହି ଚାରିଗୋଟି ଦୃଶ୍ୟ ଦେଖୁ ସଂସାର ତ୍ୟାଗ କରିବାକୁ ମନସ୍ଥ କଲେସମସ୍ତେ ରାଜ ପ୍ରାସାଦରେ ଶୋଇଥିଲାବେଳେ ସେ ନିଜ ପୁତ୍ର ଏବଂ ସ୍ତ୍ରୀଙ୍କୁ ତ୍ୟାଗକରି ସନ୍ନ୍ୟାସୀ ହୋଇଗଲେ । ଏହି ତ୍ୟାଗକୁ ‘ମହାନିଷ୍କ୍ରମଣ’ ବା ‘ମହାଭିନିଷ୍କ୍ରମଣ’ (Great Renunciation) ରୂପେ ବୌଦ୍ଧଗ୍ରନ୍ଥରେ ବର୍ଣ୍ଣନା କରାଯାଇଅଛି ।

  • ​ଏହାପରେ ଗୌତମ ଆଲାର କାଲାମ୍ ଏବଂ ରୁଦ୍ରକ ରାମପୁତ୍ରଙ୍କ ଠାରୁ ଶିକ୍ଷା ଲାଭ କଲେ । ସେଥିରେ ସେ ଅସନ୍ତୁଷ୍ଟ ହୋଇ ଉରୁବିଲ୍ଵକୁ ପଳାୟନ କରି କଠୋର ତପସ୍ୟା କଲେ । 

  • ଶେଷରେ ମୁମୂର୍ଷୁ ଅବସ୍ଥାରେ ସେ ସୁଜାତା ନାମ୍ନୀ ଜନୈକା କନ୍ୟା (ଗଉଡ଼ୁଣୀ) ଠାରୁ କ୍ଷୀରୀ ଖାଇ ନିଜର ଜୀବନ ବଞ୍ଚାଇ ଥିଲେ ।

  • ଏହା ପରେ ନିରଞ୍ଜନା ନଦୀ ରେ ସ୍ନାନ କରି ତାହାରି ତଟଦେଶରେ ଥିବା ଏକ ଅଶ୍ଵତ୍‌ଥ ବୃକ୍ଷ ମୂଳରେ ଧ୍ୟାନମଗ୍ନ ହେଲେ । ଏହି ଯୋଗାସୀନ ଅବସ୍ଥାରେ ତାଙ୍କର ଅନ୍ତର ଦିବ୍ୟ ଜ୍ଞାନାଲୋକରେ ଉଦ୍‌ଭାସିତ ହେଲା । ସଂସାର ବନ୍ଧନରୁ ମୁକ୍ତ ହେବା ପାଇଁ ସେ ସତ୍‌ପଥର ସନ୍ଧାନ ପାଇଥିଲେ ।

  • ଗୌତମ ପଇଁତିରିଶ ବର୍ଷ ବୟସରେ ବୋଧୂ ବା ଦିବ୍ୟଜ୍ଞାନ ଲାଭକରି ‘ବୁଦ୍ଧ’ ନାମରେ ନାମିତ ହେଲେ ।

ସେ ଯେଉଁ ଅଶ୍ୱତ୍‌ଥ ବୃକ୍ଷ ମୂଳରେ ଧ୍ଯାନ କରୁଥିଲେ ସେହି ବୃକ୍ଷ ‘ବୋଧୂଦ୍ରୁମ’ ନାମରେ ପ୍ରସିଦ୍ଧ ହେଲା । ସମୟକ୍ରମେ ତାଙ୍କର ଧ୍ୟାନ କରୁଥିବା ସ୍ଥାନ ‘ବୁଦ୍ଧଗୟା’ ନାମରେ ବିଦିତ ହେଲା ।

ଧର୍ମଚକ୍ର ପ୍ରବର୍ତନ


  • ​କିଛି ସମୟ ପର୍ଯ୍ୟନ୍ତ ଗୌତମ ପ୍ରାପ୍ତ ହୋଇଥିବା ଦିବ୍ୟଜ୍ଞାନକୁ ପ୍ରଚାର କରିବେ କି ନାହିଁ ବୋଲି ଦ୍ବନ୍ଦ୍ବ ଭିତରେ ବୁଡ଼ି ରହିଲେ । ଶେଷରେ ସମାଜର କଲ୍ୟାଣ ନିମିତ୍ତ ସେ ସେହି ଦିବ୍ୟଜ୍ଞାନକୁ ବିତରଣ କରିବା ପାଇଁ ମନସ୍ଥ କଲେ ।

  •  ସେ ନିରଞ୍ଜନା ନଦୀ କୂଳରେ ବାରାଣାସୀ ନିକଟସ୍ଥ ସାରନାଥଠାକୁ ଯାତ୍ରା କରିଥିଲେ । ସାରନାଥର ଏକ ମୃଗବିହାର (ମୃଗଦାବ) ଠାରେ ସେ ନିଜର ପାଞ୍ଚଜଣ ବ୍ରାହ୍ମଣ ସାଥ୍‌ମାନଙ୍କ(  ସାରିପୁତ୍ତ, ମୋଗ୍ଗଲ୍ଲାନ, ଆନନ୍ଦ, ଉପାଳୀ, ଅଶ୍ବଜିତ୍ ) ସମ୍ମୁଖରେ ପ୍ରଥମେ ନିଜର ଧର୍ମବାଣୀ ଶୁଣାଇଥିଲେ । ସେମାନେ ବୁଦ୍ଧଦେବଙ୍କ ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ବୁଦ୍ଧଙ୍କ ଦ୍ଵାରା ଏହି ଧର୍ମ ପ୍ରଚାର ‘ଧର୍ମଚକ୍ର ପ୍ରବର୍ତ୍ତନ’ (Turning the Wheel of Law) ନାମରେ ପ୍ରସିଦ୍ଧ ଲାଭ କରିଥିଲା ।

  •  ଏହାପରେ ବୁଦ୍ଧ ରାଜଗୃହ, କପିଳବାସ୍ତୁ, ନାଳନ୍ଦା, କୌଶାମ୍ବୀ, ଚମ୍ପା, ପାବା, କୁଶୀନଗର ଇତ୍ୟାଦି ସ୍ଥାନ ଭ୍ରମଣ କରି ନିଜ ଧର୍ମମତ ପ୍ରଚାର କରିଥିଲେ । (ଉତ୍କଳର ଦୁଇ ବଣିକଭ୍ରାତା ତାପସୁ ଏବଂ ଭଲ୍ଲିକ ମଧ୍ଯ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ) । ସାରିପୁତ୍ତ, ମୋଗ୍ଗଲ୍ଲାନ, ଆନନ୍ଦ, ଉପାଳୀ, ଅଶ୍ବଜିତ୍ ଇତ୍ୟାଦି ଶିଷ୍ୟମାନେ ବୌଦ୍ଧଧର୍ମ ପ୍ରଚାରରେ ନିଜକୁ ସମ୍ପୂର୍ଣ ରୂପେ ନିୟୋଜିତ କରିଥିଲେ । 

  • ଖୁବ୍ କମ୍ ସମୟ ମଧ୍ୟରେ ବୌଦ୍ଧଧର୍ମ ଭାରତର ବିଭିନ୍ନ ରାଜ୍ୟରେ ଦ୍ରୁତ ଭାବରେ ପ୍ରସାରିତ ହୋଇଥିଲା ।

  •  ଖ୍ରୀ.ପୂ. ୪୮୭ ବା ୪୮୬ରେ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର କୁଶୀନଗରଠାରେ ବୈଶାଖ ପୂର୍ଣ୍ଣିମା ଦିନ ବୁଦ୍ଧ ଇହଲୀଳା ସମ୍ଭରଣ କରିଥିଲେ । ତାଙ୍କର ଏହି ମୃତ୍ୟୁକୁ ବୌଦ୍ଧ ଗ୍ରନ୍ଥରେ ‘ମହାପରିନିର୍ବାଣ’ ନାମରେ ଅଭିହିତ କରାଯାଇଅଛି । 

  • ବୁଦ୍ଧଙ୍କ ମୃତ୍ୟୁପରେ ତାଙ୍କର ବାଣୀକୁ ତାଙ୍କର ଶିଷ୍ୟମାନେ ସାରା ଭାରତରେ ପ୍ରଚାର କରିଥିଲେ ଏବଂ ଏହାଦ୍ଵାରା ବୌଦ୍ଧଧର୍ମ ବହୁଳ ଭାବରେ ପ୍ରସାରିତ ହୋଇଥିଲା ।

​ବୌଦ୍ଧଧର୍ମର ବାଣୀ

ଗୌତମ ବୁଦ୍ଧଙ୍କ ପ୍ରଚାରିତ ବୌଦ୍ଧଧର୍ମ ଜନମାନସରେ ନୂତନ ଜାଗରଣ ସୃଷ୍ଟି କରିଥିଲା । ଏହି ଧର୍ମ ଏତେ ସରଳ ଥିଲା ଯେ ଲୋକମାନେ ଏହାକୁ ଅନାୟାସରେ ହୃଦ୍‌ବୋଧ କରିପାରୁଥିଲେ । ମଣିଷ ଆଗରେ ବୁଦ୍ଧଦେବ ବିଭିନ୍ନ ପ୍ରକାର ଦୁଃଖର ଅବତାରଣା କରି ଏହି ଦୁଃଖ ସମୂହରୁ ମୁକ୍ତି ଲାଭ କରିବା ପାଇଁ ଉପାୟ ବତାଇ ଦେଇଥିଲେ । ନିମ୍ନରେ ତାଙ୍କର ବାଣୀ ସମ୍ପର୍କରେ ବର୍ଣ୍ଣନା କରାଯାଇଅଛି ।

     ଚାରି ଆର୍ଯ୍ୟସତ୍ୟ-

​ବୁଦ୍ଧଦେବ ସଂସାରର ଚାରିଗୋଟି ନିଷ୍ଠୁର ସତ୍ୟକୁ ଉପଲବ୍ଧି କରିଥିଲେ । ଏହି ଚାରିଗୋଟି ସତ୍ୟ ‘ଚତ୍ବାରି ଆର୍ଯ୍ୟ ସତ୍ୟାନି’ ବା ‘ଚାରି ଆର୍ଯ୍ୟସତ୍ୟ’ ନାମରେ ପ୍ରସିଦ୍ଧ । ସେଗୁଡିକ ହେଲା–

  1. ଦୁଃଖ : ଏ ସଂସାର ଦୁଃଖମୟ । ଜରା, ବ୍ୟାଧୂ, କ୍ଲେଶ, ମୃତ୍ୟୁ ଆଦି ଯୋଗୁଁ ମଣିଷ ଦୁଃଖ ଜାଲରେ ପଡ଼ି ଛଟପଟ ହୋଇଥାଏ ।

  1. ଦୁଃଖ ସମୁଦାୟ : ଦୁଃଖର କାରଣ ହେଉଛି କାମନା ବା ତୃଷ୍ଣା । ମଣିଷ ଆହରଣ, ଭୋଗ, ବିଳାସ, ତୃପ୍ତି.... ନିମିତ୍ତ ବିଭିନ୍ନ କାମନାମାନ କରିଥାଏ । ଏହି କାମନାରୂପକ ଅଭିଳାଷର ପୂରଣ ପାଇଁ ସେ ସତତ ଚେଷ୍ଟିତ ହୁଏ । ଏହା ଦୁଃଖର କାରଣ ହୋଇଥାଏ ।

  1. ଦୁଃଖ ନିରୋଧ : କାମନାର ବିନାଶରେ ଦୁଃଖର ବିନାଶ । ମଣିଷ ନିଜ ମନର କାମନା ବା ତୃଷ୍ଣାକୁ ଦମନ କଲେ ଦୁଃଖର ଅନ୍ତ ହୋଇଯିବ । ଅର୍ଥାତ୍ ବିଭିନ୍ନ ଇଚ୍ଛାକୁ ଦମନ କଲେ ତତ୍‌ଜନିତ ଚିନ୍ତାରୁ ମୁକ୍ତି ମିଳିଥାଏ ।

  1. ଦୁଃଖ ନିରୋଧ ମାର୍ଗ : ଦୁଃଖରୁ ମୁକ୍ତିଲାଭ କରିବା ନିମିତ୍ତ ମାର୍ଗ ରହିଅଛି । ଏକ ନିର୍ଦ୍ଦିଷ୍ଟ ମାର୍ଗରେ ପରିଚାଳିତ ହେଲେ ଅର୍ଥାତ୍ ସଠିକ ସାଧନା କଲେ ମଣିଷର ‘ଚିତ୍ତ ନିରୋଧ’ ହୋଇପାରିବ ଏବଂ ମଣିଷ ସମସ୍ତ ଦୁଃଖରୁ ମୁକ୍ତି ଲାଭ କରିପାରିବ । ଏହି ମାର୍ଗକୁ ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ କୁହାଯାଏ ।

​ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ :

​‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ହେଉଛି ବୌଦ୍ଧଧର୍ମର ଅନ୍ୟତମ ବାଣୀ । ଏହି ମାର୍ଗ ଅବଲମ୍ବନ କଲେ ମନୁଷ୍ୟର ସକଳ କାମନାର ବିନାଶ ହୋଇଥାଏ । ଫଳରେ ମଣିଷର ‘ପ୍ରଜ୍ଞା’, ‘ଶୀଳ’ ଓ ‘ସମାଧୂ’ ଏ ସମସ୍ତ ବିକସିତ ହୁଏ ଏବଂ ସେ ନିର୍ବାଣପ୍ରାପ୍ତ ହୋଇଥାଏ ।

ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ (ଦୁଃଖ-ନିରୋଧଗାମିନୀ-ପ୍ରତିପଦ୍) ଗୁଡ଼ିକ ହେଲା—

  • ​ସମ୍ୟକ୍ ବାକ୍- (ସତ୍ ବାକ୍ୟ)ମିଥ୍ୟା, କୁତ୍ସା, ଅପ୍ରିୟ କଥା ଓ ନିରର୍ଥକ କଥାରୁ ନିବୃତ୍ତ ରହିବା।

  • ​ସମ୍ୟକ୍ କର୍ମ-(ସତ୍ କର୍ମ)ହତ୍ୟା କରିବା, ଚୋରି କରିବା, ମିଥ୍ୟା କହିବା, ଇନ୍ଦ୍ରିୟାସକ୍ତ ହେବା, ମାଦକ ଦ୍ରବ୍ୟ ସେବନ କରିବାରୁ ନିବୃତ୍ତ ରହିବା।

  • ​ସମ୍ୟକ୍ ଜୀବିକା- (ସତ୍ ଜୀବନ)-ସାଧୁ ଉପାୟରେ ଜୀବିକା ଅର୍ଜନ କରିବା

  • ସମ୍ୟକ୍ ଉଦ୍ୟମ-(ସତ୍ ଉଦ୍ୟମ)ମନରୁ ଅଶୁଭ ଚିନ୍ତା ପରିହାର କରିବା ଓ ଶୁଭ ଚିନ୍ତା ଧାରଣ କରିବା।

  • ସମ୍ୟକ୍ ସ୍ମୃତି- (ସତ୍ ସ୍ମୃତି)- ଜାଗତିକ ପଦାର୍ଥର ଭଙ୍ଗୁରଶୀଳତା ସମ୍ପର୍କରେ ସର୍ବଦା ସଚେତନ ରହିବା।

  • ସମ୍ୟକ୍ ସମାଧୂ -(ସତ୍ ସମାଧି)- ଦିବ୍ୟଜ୍ଞାନ ଲାଭ ପାଇଁ ତପସ୍ୟା କରିବା

  • ​ସମ୍ୟକ୍ ଦୃଷ୍ଟି-(ସତ୍ ଦର୍ଶନ)- ଆର୍ଯ୍ୟ ସତ୍ୟ ସମ୍ବନ୍ଧରେ ଜ୍ଞାନ।

  • ସମ୍ୟକ୍ ସଙ୍କଳ୍ପ -(ସତ୍ ସଂକଳ୍ପ)= ଦ୍ୱାରା ପ୍ରଦର୍ଶିତ ମାର୍ଗ ଅନୁସରଣ ପାଇଁ ସଂକଳ୍ପ।

​ଏଗୁଡ଼ିକ ମଧ୍ୟରୁ ପ୍ରଥମ ତିନୋଟି (ସମ୍ୟକ୍ ବାକ୍, ସମ୍ୟକ୍ କର୍ମ ଏବଂ ସମ୍ୟକ୍ ଜୀବିକା) ମଣିଷର ‘ଶୀଳ’କୁ ସୁପରିଚାଳିତ କରିଥାଏ । 


ଏହାର ପର ତିନୋଟି (ସମ୍ୟକ୍ ଉଦ୍ୟମ, ସମ୍ୟକ୍ ସ୍ମୃତି ଏବଂ ସମ୍ୟକ୍ ସମାଧୁ) ଦ୍ଵାରା ମନୁଷ୍ୟର ‘ସମାଧି’ ସୁରକ୍ଷିତ ହୋଇଥାଏ ଏବଂ ଶେଷ ଦୁଇଟି (ସମ୍ୟକ୍ ଦୃଷ୍ଟି ଓ ସମ୍ୟକ୍ ସଙ୍କଳ୍ପ) ଦ୍ଵାରା ମଣିଷର ‘ପ୍ରଜ୍ଞା’ ଉଦ୍‌ଭାସିତ ହୋଇଥାଏ । 


ଗୌତମ ବୁଦ୍ଧଙ୍କର ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’କୁ ‘ମଧ୍ୟମ ମାର୍ଗ’ ବା ‘ମଝିମ୍ ମାର୍ଗ’ (Middle Path) କୁହାଯାଇଥାଏ । କାରଣ, ଏହା ଦୁଇଟି ବିରୋଧୀ ଚରମ ମାର୍ଗକୁ ବର୍ଜନ କରିଥାଏ ।

​ଦଶଶୀଳ ନୀତି :

​ଏକ ଶୁଦ୍ଧ ପୂତ ଏବଂ ନୀତିମୟ ଜୀବନଯାପନ ପାଇଁ ବୁଦ୍ଧଦେବ ଦଶଗୋଟି ଉପଦେଶ ପ୍ରଦାନ କରିଥିଲେ । ସେଗୁଡ଼ିକୁ ‘ଦଶଶୀଳ ନୀତି’ ନାମରେ ନାମିତ କରାଯାଇଥାଏ । ସେଗୁଡ଼ିକ ହେଲା–

  1. ​ଜୀବହିଂସା କରନାହିଁ

  1. ​ଚୋରୀ କରନାହିଁ

  1. ​ବ୍ୟଭିଚାର କରନାହିଁ

  1. ​ମିଥ୍ୟା କୁହନାହିଁ

  1. ​ମାଦକ ଦ୍ରବ୍ୟ ସେବନ କରନାହିଁ

  1. ​ସୁକୋମଳ ଶଯ୍ୟାରେ ଶୟନ କରନାହିଁ

  1. ​ନୃତ୍ୟ, ଗୀତ ଆଦି ବ୍ୟସନ ପ୍ରତି ଆକୃଷ୍ଟ ହୁଅନାହିଁ

  1. ​ଅସମୟରେ ଭୋଜନ କର ନାହିଁ

  1. ​ସୁବର୍ଣ ଆଦି ମୂଲ୍ୟବାନ୍ ବସ୍ତୁ ଗ୍ରହଣ କରନାହିଁ

  1. ​ଅର୍ଥ ସଞ୍ଚୟ କରନାହିଁ

​ଏହି ‘ଦଶଶୀଳ ନୀତି’ ଅବଲମ୍ବନ କଲେ ମଣିଷ ଜୀବନ ନୀତିମୟ ହୋଇଥାଏ । ଏହି ନୀତିନିଷ୍ଠ ଜୀବନ ଯାପନ କଲେ ମଣିଷର ଚରିତ୍ର ଉଦାର ତଥା ନମ୍ର ହୋଇଥାଏ । ଫଳରେ ମଣିଷ ସୁଗୁଣର ଅଧିକାରୀ ହୋଇପାରିଥାଏ । ସୁଗୁଣର ଅଧିକାରୀ ହେଲେ ସେ ସତ୍‌କର୍ମ କରିବା ପାଇଁ ଆଗ୍ରହୀ ହୋଇଥାଏ । ଏହି ସତ୍‌କର୍ମ ତାହାକୁ ନିର୍ବାଣ ପ୍ରାପ୍ତି ନିମିତ୍ତ ସହାୟକ ହୋଇଥାଏ ।

ପ୍ରତିତ୍ୟ ସମୁତ୍‌ପାଦ :

  • ​ଏହି ବୈଚିତ୍ରମୟ ସୃଷ୍ଟିର ରହସ୍ୟ ଅନୁଧ୍ୟାନ କରିବାକୁ ଯାଇ ବୁଦ୍ଧଦେବ ଯେଉଁ ନିୟମର ଅବତାରଣା କରିଥିଲେ ତାହା ‘ପ୍ରତିତ୍ୟ ସମୁତ୍‌ପାଦ’ ନାମରେ ଖ୍ୟାତ । 
  • ତାଙ୍କ ମତରେ ଏହି ପୃଥ‌ିବୀ ଈଶ୍ଵରଙ୍କ ଦ୍ୱାରା ସୃଷ୍ଟ ନୁହେଁ ଅଥବା ଆକସ୍ମିକ ଭାବେ ସୃଷ୍ଟି ହୋଇନାହିଁ ବା ପ୍ରକୃତି ଅଥବା ଶାଶ୍ୱତ ପରମାଣୁ ଗୁଡ଼ିକ ଦ୍ବାରା ସୃଷ୍ଟି ହୋଇନାହିଁ । ଏହି ସୃଷ୍ଟି କେତୋଟି ଅବସ୍ଥା (Condition) ଦ୍ୱାରା ପ୍ରଭାବିତ ହୋଇଥାଏ । 

​ନିର୍ବାଣ :

  • ସାଂସାରିକ ଦୁଃଖରୁ ମୁକ୍ତି ଲାଭ କରିବାର ଅନ୍ୟନାମ ‘ନିର୍ବାଣ’ (Salvation) ଏହାର ଅର୍ଥ ହେଉଛି ଦୁଃଖ ଉତ୍ପନ୍ନକାରୀ କାରଣଗୁଡ଼ିକର ପରିସମାପ୍ତି ଘଟାଇବା । 
  • ନିର୍ବାଣ ଏକ ଏମିତି ଅବସ୍ଥା ଯାହା ବର୍ଣ୍ଣନାତୀତ । ଏହା ଅକ୍ଷୟ (ଅଜରା), ଅବ୍ୟାଧ (ରୋଗଶୂନ୍ୟ), ଅମୃତ (ମୃତ୍ୟୁହୀନ), ଅଶୋକ (ଶୋକଶୂନ୍ୟ) ଏବଂ ଅସଂକ୍ଲିଷ୍ଟ (ଅପବିତ୍ରତାହୀନ) । 
  • ମଣିଷ ଜୀବିତାବସ୍ଥାରେ ମଧ୍ୟ ଏହି ନିର୍ବାଣ ଲାଭ କରିପାରିବ । କାରଣ ଯାତନା (Sufferings) ସମ୍ଭବ ହୋଇଥାଏ ସ୍ଥିତି (Existence) ଥିଲେ ଏବଂ ସ୍ଥିତି ଏକ ସ୍ଥୂଳ ଶରୀର ବା ଭୌତିକ ଶରୀର (Physical body) ମାଧ୍ୟମରେ ନିଜକୁ ଜାହିର କରିଥାଏ । 
  • ତେଣୁ ମଣିଷ କାମନା ଶୂନ୍ୟ ହେବା ଉଚିତ୍ । ମଣିଷ କାମନାଶୂନ୍ୟ ହେଲେ ନିର୍ବାଣ ଲାଭ କରିଥାଏ ।

​ବ୍ରହ୍ମବିହାର :

  • ​ମଣିଷ କାମନାବିହୀନ ଅବସ୍ଥାରେ ଉପନୀତ ହେବାକୁ ହେଲେ ସଦାଚାରୀ ହେବା ବିଧେୟ ବୋଲି ବୁଦ୍ଧ ମତବ୍ୟକ୍ତ କରିଥିଲେ । 
  • ଏହି ସଦାଚାରର ଆଚରଣ ନିମିତ୍ତ ଏକ ନିର୍ମଳ ମନ ସତତ ଆବଶ୍ୟକ ।
  •  ଏହି ନିର୍ମଳ ମନ ପୁଣି ଚାରିଗୋଟି ସଦ୍‌ଗୁଣରେ ପରିପୂର୍ଣ । ସେଗୁଡ଼ିକ ହେଉଛି – ‘ଉପେକ୍‌ଖା’ (ସମସ୍ତଙ୍କ ପାଇଁ ସମଭାବାପନ୍ନ ହେବା), ‘ମେତ୍ତା’ (ସମସ୍ତଙ୍କ ପାଇଁ ମୈତ୍ରୀ ଭାବ ପୋଷଣ କରିବା), ‘ମୁଦିତା’ (ଅନ୍ୟର ସଫଳତାରେ ଆନନ୍ଦ ଲାଭ କରିବା) ଏବଂ ‘କରୁଣା’ (ଦୟା) । ଏହି ଚାରୋଟି ସଦ୍‌ଗୁଣକୁ ବୌଦ୍ଧଧର୍ମରେ ‘ବ୍ରହ୍ମବିହାର’ କୁହାଯାଇଥାଏ । 
  • ଏହା ସାହାଯ୍ୟରେ ମଣିଷ ନିର୍ମଳ ମନର ଅଧୁକାରୀ ହୋଇ ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ଅନୁସରଣ କରି ନିର୍ବାଣପ୍ରାପ୍ତ ହୋଇଥାଏ ।

କର୍ମବାଦ :

  • ​ଗୌତମ ବୁଦ୍ଧ ଥିଲେ ‘କର୍ମବାଦ’ (Theory of Karma)ର ପ୍ରବକ୍ତା । ତାଙ୍କ ମତରେ ମନୁଷ୍ୟ ତା’ର କୃତକର୍ମ ଅନୁସାରେ ଫଳ ପ୍ରାପ୍ତି ହୋଇଥାଏ ।

  •  ଦୁଷ୍କର୍ମ ତାହାକୁ ବାରମ୍ବାର କାମନାସକ୍ତ କରାଇଥାଏ । ଏହା ଫଳରେ ସେ ବାରମ୍ବାର ଜନ୍ମଗ୍ରହଣ କରେ ଏବଂ କାମନାର ବନ୍ଧନରୁ ମୁକ୍ତି ପାଇପାରେ ନାହିଁ; କିନ୍ତୁ ମଣିଷ ସତ୍‌କର୍ମ କଲେ ଏହା ତାହାକୁ କ୍ରମଶଃ କାମନାରୁ ମୁକ୍ତ କରାଇଥାଏ । ଫଳରେ ସେ ଇହଧାମରେ ନିର୍ବାଣ ପାଇବା ସଙ୍ଗେ ସଙ୍ଗେ ମୃତ୍ୟୁପରେ ମଧ୍ଯ ନିର୍ବାଣ ପ୍ରାପ୍ତ ହୋଇଥାଏ । 

  • ଏଣୁ ମଣିଷ ଜୀବନ ପାଇଁ ସତ୍‌କର୍ମ ଏକାନ୍ତ ଆବଶ୍ୟକ ବୋଲି ବୁଦ୍ଧ ମତବ୍ୟକ୍ତ କରିଥିଲେ । ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ସତ୍ କର୍ମରେ ମଣିଷକୁ ବାନ୍ଧି ରଖୁବା ପାଇଁ ନିୟନ୍ତ୍ରକ ହିସାବରେ କାର୍ଯ୍ୟ କରିଥାଏ ।

 

​ଅହିଂସା :

​ବର୍ଦ୍ଧମାନ ମହାବୀରଙ୍କ ପରି ବୁଦ୍ଧ ଥିଲେ ଅହିଂସାର ପ୍ରବକ୍ତା । ସତ୍‌କାର୍ଯ୍ୟ ଠାରୁ ଅହିଂସା ଆଚରଣ ଅଧ୍ବକ ମହାନ ବୋଲି ସେ ମତବ୍ୟକ୍ତ କରିଥିଲେ ।

 ସେ ମାଂସ ଭକ୍ଷଣକୁ ନିରୁତ୍ସାହିତ କରିଥିଲେ । ଏହା ଫଳରେ ଶିକାର ଏବଂ ପଶୁବଧ ପାଇଁ ଲୋକମାନେ ମନବଳାଇବାରୁ କ୍ଷାନ୍ତ ହୋଇଥିଲେ । 

ଅବଶ୍ୟ ବୁଦ୍ଧଙ୍କ ଅହିଂସା ମହାବୀରଙ୍କ ଅହିଂସାଠାରୁ ମହତ୍ତର ନ ଥିଲା । କାରଣ, କେତେକ କ୍ଷେତ୍ରରେ (ଉଦାହରଣ ସ୍ବରୂପ ଜୀବନ ରକ୍ଷା ପାଇଁ) ବୁଦ୍ଧ ମାଂସ ଭକ୍ଷଣ କରିବାକୁ ମଧ୍ଯ ନିଜ ଶିଷ୍ୟମାନଙ୍କୁ ଉପଦେଶ ଦେଇଥିଲେ ।

ତ୍ରିରତ୍ନ :

​ବୁଦ୍ଧଦେବ ଧର୍ମ ଏବଂ ସଂଘ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଥମେ ବୁଦ୍ଧ ନିଜେ ଭିକ୍ଷୁମାନଙ୍କୁ ସଂଘରେ ଗ୍ରହଣ କରୁଥିଲେ ଏବଂ ସେମାନଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଉଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ବିଶ୍ଵସ୍ତ ଶିଷ୍ୟମାନଙ୍କ ହସ୍ତରେ ଏହି କର୍ମ ନ୍ୟସ୍ତ ରହିଲା । ସଂଘରେ ଯୋଗଦେବା ପାଇଁ ନିରାସକ୍ତିର ଚିହ୍ନ ସ୍ୱରୂପ ମସ୍ତକ ମୁଣ୍ଡନ କରି ବୌଦ୍ଧ ସଂଘର ସଭାପତିଙ୍କ ନିକଟରେ ଜଣଙ୍କୁ ଶପଥ ନେବାକୁ ପଡ଼ୁଥିଲା । ଏହି ଶପଥବେଳେ ସେ ଉଚ୍ଚାରଣ କରୁଥିଲା–

  • ବୁଦ୍ଧଂ ଶରଣଂ ଗଚ୍ଛାମି (ମୁଁ ବୁଦ୍ଧଦେବଙ୍କର ଶରଣାଗତ ହେଉଅଛି)

  • ଧମ୍ମଂ ଶରଣଂ ଗଚ୍ଛାମି (ମୁଁ ବୌଦ୍ଧଧର୍ମର ଶରଣାଗତ ହେଉଅଛି)

  • ସଂଘଂ ଶରଣଂ ଗଚ୍ଛାମି (ମୁଁ ବୌଦ୍ଧସଂଘର ଶରଣାଗତ ହେଉଅଛି)

​ଏହି ତିନି ନିୟମକୁ ବୌଦ୍ଧଧର୍ମର ‘ତ୍ରିରତ୍ନ’ ହିସାବରେ ପରିଗଣିତ କରାଯାଇଥାଏ । ବୌଦ୍ଧସଂଘରେ ଯୋଗଦେବା ମାତ୍ରେ ସେହି ଭିକ୍ଷୁ/ଭିକ୍ଷୁଣୀଙ୍କୁ ବୁଦ୍ଧଙ୍କର ‘ଦଶଶୀଳ ନୀତି’ ସମ୍ପର୍କରେ ଶିକ୍ଷା ଦିଆଯାଇ ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ଅନୁସରଣ କରିବାକୁ ଉପଦେଶ ଦିଆଯାଇଥାଏ ।

​ଈଶ୍ବରଙ୍କ କ୍ଷେତ୍ରରେ ନୀରବତା :

​ବୁଦ୍ଧ ଈଶ୍ବରଙ୍କ ସମ୍ପର୍କରେ ନୀରବତା ଅବଲମ୍ବନ କରିଥିଲେ । ସେ ମହାବୀରଙ୍କ ଭଳି ଈଶ୍ଵରଙ୍କ ଅସ୍ତିତ୍ୱକୁ ଅସ୍ଵୀକାର କରି ନ ଥିଲେ । ଅପର ପକ୍ଷରେ ଈଶ୍ଵର ଯେ ସର୍ବମୟ କର୍ତ୍ତା ଏ କଥା ସ୍ଵୀକାର ମଧ୍ୟ କରି ନ ଥିଲେ । ଅତଏବ ଈଶ୍ଵରଙ୍କ ସମ୍ପର୍କରେ ଏକ ଅସାଧାରଣ ଧରଣର ନୀରବତା ବୁଦ୍ଧ ଅବଲମ୍ବନ କରିଥିଲେ ।

​ବ୍ରାହ୍ମଣ ପ୍ରାଧାନ୍ୟକୁ ଅସ୍ବୀକାର :

​ଗୌତମ ବୁଦ୍ଧ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟକୁ ଅସ୍ବୀକାର କରିଥିଲେ । ସମାଜର ଅନ୍ୟ ବର୍ଗ ପରି ବ୍ରାହ୍ମଣ ମଧ୍ୟ ଗୋଟିଏ ବର୍ଗ ଏବଂ ସେମାନେ ଯେ କେବଳ ସମାଜର ଧର୍ମକାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ଏହା ବୁଦ୍ଧ ମାନି ନେଇ ନ ଥିଲେ । ସେମାନଙ୍କ ସହ ସାଧାରଣ ଜନତାର ଧର୍ମକ୍ଷେତ୍ରରେ ସମାନ ଅଧିକାର ଅଛି ବୋଲି ବୁଦ୍ଧ ମତ ବ୍ୟକ୍ତ କରିଥିଲେ ।

ବେଦ ଓ ଯଜ୍ଞକୁ ଅସ୍ବୀକାର :

​ବୁଦ୍ଧଦେବ ବେଦକୁ ଅସ୍ବୀକାର କରୁଥିଲେ । ଜଟିଳ ଯାଗଯଜ୍ଞ ତଥା କର୍ମକାଣ୍ଡକୁ ସେ ଘୋର ବିରୋଧ କରୁଥିଲେ । ତାଙ୍କ ମତରେ ଏ ସମସ୍ତ କୁସଂସ୍କାର ଥିଲା । ଏଗୁଡ଼ିକୁ ବାଦ୍ ଦେଇ ନୀତିମୟ ଜୀବନ ଯାପନ କରିବା ଏବଂ ନିର୍ବାଣ ପ୍ରାପ୍ତ ହେବା ପାଇଁ ବୁଦ୍ଧଦେବ ଉପଦେଶ ପ୍ରଦାନ କରିଥିଲେ । ଏହା ବୌଦ୍ଧଧର୍ମକୁ ସଂସ୍କାର ଅଭିମୁଖୀ କରାଇଥୁଲା ।

​ଜାତି ପ୍ରଥାର ବିରୋଧ :

​ଗୌତମ ବୁଦ୍ଧ ଜାତିପ୍ରଥାର ତୀବ୍ର ବିରୋଧ କରିଥିଲେ । ସେ ଜଣେ ବ୍ୟକ୍ତିକୁ କୁଳ ଅନୁସାରେ ନ ଚିହ୍ନି ତା’ର ଗୁଣଦ୍ବାରା ଚିହ୍ନିବା ପାଇଁ ଉପଦେଶ ଦେଇଥିଲେ । ଜଣେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ବା ଶୂଦ୍ର ଯେଉଁ କୂଳରେ ଜନ୍ମଲାଭ କରିଥାଉ ନା କାହିଁକି ସେ ଯଦି ଦୋଷୀ ସାବ୍ୟସ୍ତ ହୁଏ, ସେ ଦଣ୍ଡ ପାଇବା ଉଚିତ୍ ବୋଲି ବୁଦ୍ଧ ମତ ବ୍ୟକ୍ତ କରିଥିଲେ । ବୁଦ୍ଧଙ୍କର ଏହି ବାଣୀ ସମସ୍ତଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା । ଏହି ସମସ୍ତ ସଂସ୍କାରମୂଳକ ପଦକ୍ଷେପ ପାଇଁ ବୁଦ୍ଧଙ୍କୁ ଜର୍ମାନୀର ପ୍ରସିଦ୍ଧ ସଂସ୍କାରକ ମାର୍ଟିନ ଲୁଥରଙ୍କ ସହ ତୁଳନା କରାଯାଏ ଏବଂ ତାଙ୍କୁ ‘ଭାରତୀୟ ଲୁଥର’ (Buddha, the Luther of India) ରୂପେ ଅଭିହିତ କରାଯାଇଥାଏ ।

​ଗୌତମ ବୁଦ୍ଧ ଅତ୍ୟନ୍ତ ସରଳ ଏବଂ ସାବଲୀଳ ଭାବେ ତାଙ୍କର ଧର୍ମ ପ୍ରଚାର କରିଥିଲେ । ତାଙ୍କଦ୍ବାରା ପ୍ରଚାରିତ ଧର୍ମ ସମାଜରେ ବହୁଳ ଭାବରେ ଆଦୃତ ହୋଇଥିଲା । ଜାତିପ୍ରଥାର ବିରୋଧ କରି ଏକ ପ୍ରଗତିଶୀଳ ସମାଜ ଗଠନ କରିବା କ୍ଷେତ୍ରରେ ବୁଦ୍ଧଦେବ ପ୍ରଧାନ ଭୂମିକା ଗ୍ରହଣ କରିଥିଲେ ।

​ଭାରତୀୟ ସଂସ୍କୃତିକୁ ବୌଦ୍ଧଧର୍ମର ଅବଦାନ

​ଦୀର୍ଘଦୀନ ଧରି ବୌଦ୍ଧଧର୍ମ ଭାରତବର୍ଷରେ ପ୍ରଚଳିତ ଥିଲା । ଏହା ବହୁମାତ୍ରାରେ ଭାରତୀୟ ସଂସ୍କୃତିକୁ ପ୍ରଭାବିତ କରିଥିଲା । ଭାରତୀୟ ସାହିତ୍ୟ, କଳା, ଜନଜୀବନ, ସମାଜ ସବୁ କିଛି ପ୍ରଭାବିତ ହୋଇଥିଲା ବୌଦ୍ଧଧର୍ମଦ୍ଵାରା । ବୌଦ୍ଧଧର୍ମର ଅବଦାନ ସମ୍ପର୍କରେ ନିମ୍ନରେ ଆଲୋଚିତ ହୋଇଅଛି ।

​ଲୋକପ୍ରିୟତା :

​ପ୍ରଥମଥର ପାଇଁ ବୌଦ୍ଧଧର୍ମ ଭାରତବର୍ଷରେ ଏକ ସରଳ, ସୁବୋଧ୍ୟ ଏବଂ ସଦାଚାର ଶିକ୍ଷା ପ୍ରଦାନ କରି ଏହା ଖୁବ୍ ଶୀଘ୍ର ଲୋକପ୍ରିୟ ହୋଇପାରିଥିଲା । ବୈଦିକ କର୍ମକାଣ୍ଡ ତଥା ଜଟିଳ ଧର୍ମର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିବାରୁ ଏହା ଲୋକମାନଙ୍କ ହୃଦୟକୁ ଛୁଇଁପାରିଥିଲା ଏବଂ ଜନାଦୃତ ହୋଇପାରିଥିଲା ।

​ସଦାଚାର ଶିକ୍ଷା :

​ବୌଦ୍ଧଧର୍ମ ମଣିଷକୁ ଅନେକ ଗୁଡ଼ିଏ ସଦ୍‌ଗୁଣର ଅଧୁକାରୀ ହେବାପାଇଁ ଶିକ୍ଷା ଦେଇଥିଲା । ସେଗୁଡ଼ିକ ମଧ୍ୟରେ ଅହିଂସା, ସତ୍ୟ, କରୁଣା, ମୈତ୍ରୀ ଇତ୍ୟାଦି ଅନ୍ୟତମ । ଏ ସମସ୍ତ ସଦ୍‌ଗୁଣ ମଣିଷର ଚରିତ୍ରକୁ ପରିସ୍ଫୁଟ କରିଥାଏ । ବୌଦ୍ଧଧର୍ମ ଏ ସମସ୍ତ ଶିକ୍ଷାଦେଇ ବାସ୍ତବ କ୍ଷେତ୍ରରେ ସଚ୍ଚରିତ୍ର ଗଠନ ପାଇଁ ଭାରତୀୟମାନଙ୍କୁ ପ୍ରେରଣା ଯୋଗାଇଥିଲା ।

​ଜାତିପ୍ରଥାର ବିରୋଧ :

​ବୌଦ୍ଧଧର୍ମ ଜାତିପ୍ରଥାର ବିରୋଧ କରିଥିଲା । ସମାଜ ମଧ୍ୟରେ ଥିବା ବର୍ଣ୍ଣବୈଷମ୍ୟକୁ ଏହା ତୀବ୍ର ବିରୋଧ କରିଥିଲା । ଏହି ଧର୍ମ ଆଗରେ ବ୍ରାହ୍ମଣଠାରୁ ଶୂଦ୍ର ପର୍ଯ୍ୟନ୍ତ ସମସ୍ତେ ସମାନ ଥିଲେ । ବୁଦ୍ଧଦେବ ସମସ୍ତଙ୍କୁ ନିର୍ବାଣ ପ୍ରାପ୍ତିର ମାର୍ଗ ପ୍ରଦର୍ଶନ କରିଥିଲେ । ବୁଦ୍ଧଦେବଙ୍କ ଦ୍ଵାରା ପ୍ରଚାରିତ ଏହି ସାମ୍ୟବାଦ ପରବର୍ତ୍ତୀ ପର୍ଯ୍ୟାୟରେ ମହାତ୍ମା ଗାନ୍ଧି ଏବଂ ଆମ୍ବେଦକରଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା । ସାମାଜିକ ବୈଷମ୍ୟ ଦୂର କରି ପ୍ରେମ ଏବଂ ମୈତ୍ରୀଭାବର ସୃଷ୍ଟି ନିମିତ୍ତ ବୁଦ୍ଧଦେବ ପଥ ପ୍ରଦର୍ଶନ କରିଥିଲେ ।

​ଭାଷା ସାହିତ୍ୟର ବିକାଶ :

​ବୁଦ୍ଧଦେବ ସରଳ ଭାଷାରେ ନିଜର ଧର୍ମମତ ପ୍ରଚାର କରିଥିଲେ । ସେ ବୌଦ୍ଧଧର୍ମର ପ୍ରଚାର ନିମିତ୍ତ ପ୍ରାକୃତ ଭାଷା ବ୍ୟବହାର କରୁଥିଲେ । ପରବର୍ତ୍ତୀ ସମୟରେ ପାଲି ଭାଷାରେ ବୌଦ୍ଧଧର୍ମ ପ୍ରଚାରିତ ହୋଇଥିଲା । କନିଷ୍କଙ୍କ ସମୟରେ ଚତୁର୍ଥ ବୌଦ୍ଧ ସମ୍ମିଳନୀର ସମସ୍ତ କାର୍ଯ୍ୟକ୍ରମ ସଂସ୍କୃତ ଭାଷାରେ ପରିଚାଳିତ ହୋଇଥିଲା । ତେଣୁ ଭାରତରେ ବିଭିନ୍ନ ଭାଷାରେ ବୌଦ୍ଧଧର୍ମ ପ୍ରଚାରିତ ହେବା ଫଳରେ ସେହି ଭାଷାଗୁଡ଼ିକର ଉନ୍ନତି ସାଧୂତ ହୋଇଥିଲା । କେବଳ ଭାଷାର ଉନ୍ନତି ନୁହେଁ ଅପରନ୍ତୁ ସାହିତ୍ୟର ମଧ୍ଯ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଥିଲା । ପାଲି ଭାଷାରେ ରଚିତ ଅସଂଖ୍ୟ ବୌଦ୍ଧଗ୍ରନ୍ଥ ଏହାର ପ୍ରମାଣ ବହନ କରେ ।

​ହିନ୍ଦୁଧର୍ମ ଉପରେ ପ୍ରଭାବ :

​ବୌଦ୍ଧଧର୍ମ ହିନ୍ଦୁଧର୍ମକୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲା । ଅହିଂସା ବ୍ୟତୀତ ମୂର୍ତିପୂଜା ବୌଦ୍ଧଧର୍ମ ହିନ୍ଦୁଧର୍ମକୁ ଶିକ୍ଷା ଦେଇଥିଲାମହାଯାନ ବୌଦ୍ଧମାନଙ୍କ ଦ୍ବାରା ପ୍ରବର୍ତ୍ତିତ ବୁଦ୍ଧଦେବଙ୍କ ମୂର୍ତ୍ତିପୂଜାକୁ ଅନୁସରଣ କରି ହିନ୍ଦୁମାନେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତିକୁ ମନ୍ଦିରରେ ସ୍ଥାପନ କରି ସେମାନଙ୍କୁ ପୂଜା କରିବାକୁ ଲାଗିଲେଜଟିଳ ଯାଗଯଜ୍ଞ ଇତ୍ୟାଦିର ବହୁଳାଂଶରେ ଅବସାନ ଘଟିଲା ଏବଂ ଉପାସନା ପଦ୍ଧତିର ପ୍ରଚଳନ ହେଲା । ଏହା କେବଳ ବୌଦ୍ଧଧର୍ମ ଦ୍ବାରା ସମ୍ଭବପର ହୋଇପାରିଥିଲା ।

​ମଠ ବ୍ୟବସ୍ଥାର ପ୍ରଚଳନ :

​ବୌଦ୍ଧଧର୍ମ ମଠ ବ୍ୟବସ୍ଥାର ପ୍ରଚଳନ କରିଥିଲା । ବୌଦ୍ଧ ଭିକ୍ଷୁ ଏବଂ ଭିକ୍ଷୁଣୀମାନେ ସଂଘ (ସଂଘାରାମ)ରେ ଅବସ୍ଥାନ କରୁଥିଲେ । ଗଣତାନ୍ତ୍ରିକ ଉପାୟରେ ସେଠାରେ ସଂଘର ମୁଖ୍ୟ ସନ୍ନ୍ୟାସୀଙ୍କୁ ଭୋଟ ଦ୍ଵାରା ସେମାନେ ନିର୍ବାଚିତ କରୁଥିଲେ । ପରବର୍ତ୍ତୀ ସମୟରେ ଏହି ମଠ ବ୍ୟବସ୍ଥାକୁ ହିନ୍ଦୁଧର୍ମ ବହୁଳ ଭାବରେ ଗ୍ରହଣ କରିଥିଲା । ଶଙ୍କରାଚାର୍ଯ୍ୟ ଭାରତରେ ଚାରିଗୋଟି ମଠ ସ୍ଥାପନ କରିଥିଲେ । ଭାରତୀୟ ଧର୍ମକ୍ଷେତ୍ରରେ ଏହି ମଠବ୍ୟବସ୍ଥାର ବହୁଳ ପ୍ରଚଳନ ପାଇଁ ବୌଦ୍ଧଧର୍ମ ହିଁ ଦାୟୀ ଥିଲା ।

​କଳା ଓ ସ୍ଥାପତ୍ୟ :

​ଭାରତର କଳା ଏବଂ ସ୍ଥାପତ୍ୟ କ୍ଷେତ୍ରରେ ବୌଦ୍ଧଧର୍ମର ଅବଦାନ ଅତୁଳନୀୟ । ଏହା ପୂର୍ବରୁ କେବଳ ମଣ୍ଡପ, ଯଜ୍ଞଶାଳ ଏବଂ ସ୍ତମ୍ଭ ଇତ୍ୟାଦି ନିର୍ମିତ ହେଉଥିଲା । ମାତ୍ର ବୌଦ୍ଧଧର୍ମ ପ୍ରଚାରିତ ହେବା ସହିତ ବୌଦ୍ଧକଳା ଏବଂ ସ୍ଥାପତ୍ୟର ଉନ୍ନତି ଘଟିଲା । ଅଶୋକଙ୍କ ଠାରୁ ଭାରତୀୟ କଳା ଓ ସ୍ଥାପତ୍ୟରେ ପ୍ରସ୍ତର ବ୍ୟବହୃତ ହେଲା ଏବଂ ଅସଂଖ୍ୟ ସ୍ତୂପ, ଚୈତ୍ୟ ଏବଂ ଧର୍ମସ୍ତମ୍ଭ ନିର୍ମିତ ହେବାକୁ ଲାଗିଲା । ସାଞ୍ଚ୍, ସାରନାଥ, ରୁମିନ୍ଦେଇ, ଭରହୁତ, କାନ୍‌ହେରୀ, ଧଉଳି, ଜଉଗଡ଼, ଇତ୍ୟାଦି ଅନେକ ସ୍ଥାନରେ ବୌଦ୍ଧକୀର୍ତ୍ତି ସ୍ଥାନପାଇଲା । ସମୟକ୍ରମେ ଗାନ୍ଧାରକଳା ଏବଂ ମଥୁରାକଳାରେ ଅନେକ ବୌଦ୍ଧମୂର୍ତ୍ତି ନିର୍ମିତ ହେଲା ଅଜନ୍ତା, ଏଲୋରା, ବାଘ ଇତ୍ୟାଦି ସ୍ଥାନରେ ଅସଂଖ୍ୟ ବୌଦ୍ଧ ଚିତ୍ରକଳା ସ୍ଥାନ ପାଇଲା । ବୌଦ୍ଧସଂଘ, ରାଜା, ଦରବାର, ବୃକ୍ଷ, ଲତା, ଫୁଲ, ପରୀ, ବଣିକ ଇତ୍ୟାଦି ବୌଦ୍ଧକଳା ପ୍ରସ୍ତର ଦେହରେ ଖୋଦିତ ହେଲା । ସୁଦୃଶ୍ୟ ସ୍ତୂପ, ତୋରଣ ଏବଂ ଚୈତ୍ୟ ମଧ୍ୟ ପ୍ରସ୍ତରରେ ନିର୍ମିତ ହେଲା । ବୌଦ୍ଧକଳା ଓ ସ୍ଥାପତ୍ୟ ଭାରତୀୟ ସଂସ୍କୃତିକୁ ପରିପୁଷ୍ଟ କରିଥିଲା ।

​ଇତିହାସ ଉପରେ ପ୍ରଭାବ :

​ବୌଦ୍ଧଧର୍ମର ପ୍ରଭାବ ଭାରତ ଇତିହାସ ଉପରେ ବିଶେଷ ଭାବେ ଅନୁଭୂତ ହୋଇଥିଲା । ବୌଦ୍ଧଧର୍ମର ଅହିଂସା ମଗଧର ଗତିପଥକୁ ଅନେକ ପରିମାଣରେ ବଦଳାଇ ଦେଇଥିଲା । କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହା ସହ ମଗଧର ସାମ୍ରାଜ୍ୟ ଲିପ୍‌ସାର ପୂର୍ଣଚ୍ଛେଦ ପାତ ହୋଇଥିଲା ।

​ଅଖଣ୍ଡତା :

​ଭାରତର କୋଣଅନୁକୋଣରେ ପ୍ରଚାରିତ ହୋଇଥିଲା ବୌଦ୍ଧଧର୍ମ । ଏହି ଧର୍ମ ପ୍ରଚାରହେବା ଫଳରେ ଭାରତର ରାଜନୈତିକ କ୍ଷେତ୍ରରେ ଏକ ଏକତା ପ୍ରତିଷ୍ଠା ହେବା ପାଇଁ ସୁଯୋଗ ମିଳିଥିଲା । ସମୟକ୍ରମେ ଏହା ଅଖଣ୍ଡ ଭାରତର ପରିକଳ୍ପନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ।

​ବିଦେଶରେ ଭାରତୀୟ ସଂସ୍କୃତିର ଗୁଣ‌ଗାନ :

​ବିଦେଶରେ ବୌଦ୍ଧଧର୍ମ ମହାନ ଭାରତୀୟ ସଂସ୍କୃତିର ଗୁଣ‌ଗାନ କରିଥିଲା । ସମୟକ୍ରମେ ଏହା ସିଂହଳ, ଜାପାନ, ଚୀନ, ତିବ୍ବତ, ବର୍ମା, ଜାଭା, ସୁମାତ୍ରା ଇତ୍ୟାଦି ଦେଶକୁ ବ୍ୟାପି ଯାଇଥିଲା । ସମ୍ରାଟ ଅଶୋକ ଭାରତ ବାହାରେ ବିଶ୍ୱଭ୍ରାତୃତ୍ଵର ପ୍ରତିଷ୍ଠା ନିମିତ୍ତ ପ୍ରୟାସୀ ହୋଇଉଠିଲେ । ଭାରତ ବାହାରେ ଏହି ଧର୍ମରେ ଦୀକ୍ଷିତ ହୋଇଥିବା ଲୋକମାନେ ଭାରତକୁ ଏକ ପବିତ୍ର ଦେଶ ରୂପେ ବିବେଚନା କରିଥିଲେ । ଉଦାର ନୀତିର ପ୍ରଚାର ଏବଂ ପ୍ରସାର ଦ୍ଵାରା ବୌଦ୍ଧ ଧର୍ମ ଭାରତୀୟ ସଂସ୍କୃତିର ବ୍ୟାପକତା ସମ୍ପର୍କରେ ବିଶ୍ଵବାସୀଙ୍କୁ ସୂଚନା ପ୍ରଦାନ କରିଥିଲା ।

​ବାସ୍ତବିକ ଭାରତୀୟ ସଂସ୍କୃତିକୁ ବୌଦ୍ଧଧର୍ମ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଧର୍ମ, କଳା, ସ୍ଥାପତ୍ୟ, ଭାଷା ଇତ୍ୟାଦି କ୍ଷେତ୍ରରେ ଅତୁଳନୀୟ ଅବଦାନ ଦ୍ଵାରା ଏହା ଭାରତୀୟ ସଂସ୍କୃତିକୁ ଋଦ୍ଧିମନ୍ତ କରିଥିଲା । ବୁଦ୍ଧଙ୍କର ବାଣୀ ଏବଂ ବ୍ୟକ୍ତିତ୍ଵ ସମାଜର ଅଗଣିତ ମଣିଷଙ୍କୁ ପ୍ରଭାବିତ କରିଥିଲା । ଭାରତୀୟ ସଂସ୍କୃତିକୁ ବୌଦ୍ଧଧର୍ମ ଯେ ବହୁଭାବରେ ପ୍ରଭାବିତ କରିଥିଲା, ଏଥିରେ ସନ୍ଦେହର ଅବକାଶ ନାହିଁ ।

​ବାସ୍ତବିକ ଭାରତର ଇତିହାସକୁ ଜୈନଧର୍ମ ଏବଂ ବୌଦ୍ଧଧର୍ମର ଦାନ ଅତୁଳନୀୟ । ସମଗ୍ର ପୃଥ‌ିବୀର ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଏକ ସଂସ୍କାରବାଦୀ ଯୁଗ ରୂପେ ପରିଗଣିତ ହୋଇଥିଲାବେଳେ ଭାରତ ଏହାର ବ୍ୟତିକ୍ରମ ନ ଥିଲା । ଏହା ମଧ୍ୟ ସୃଷ୍ଟିକରିଥିଲା ଗୌତମ ବୁଦ୍ଧ ଏବଂ ମହାବୀରଙ୍କ ପରି ସମାଜ ସଂସ୍କାରକ । ସେମାନେ ସେମାନଙ୍କର ବାଣୀ ପ୍ରଚାର କରି ଭାରତୀୟ ସମାଜରେ ସଂସ୍କାର ଦ୍ବାରା ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ପରବର୍ତ୍ତୀ ସମୟରେ କେବଳ ଧର୍ମ ବା ସଂସ୍କାର ନୁହେଁ ଭାରତୀୟ କଳା, ସ୍ଥାପତ୍ୟ, ସାହିତ୍ୟ, ଇତିହାସ ଇତ୍ୟାଦିକୁ ଋଦ୍ଧିମନ୍ତ କରିଥି


0 Comments:

Post a Comment

Subscribe to Post Comments [Atom]

<< Home